ମାଥିଉଲିଖିତ ସୁସମାଚାର 15 : 1 (ORV)
ସେହି ସମୟରେ ଯିରୂଶାଲମରୁ ଫାରୂଶୀ ଓ ଶାସ୍ତ୍ରୀମାନେ ଯୀଶୁଙ୍କ ନିକଟକୁ ଆସି କହିଲେ,
ମାଥିଉଲିଖିତ ସୁସମାଚାର 15 : 2 (ORV)
ଆପଣଙ୍କର ଶିଷ୍ୟମାନେ କାହିଁକି ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଲଙ୍ଘନ କରନ୍ତି? କାରଣ ଭୋଜନ କରିବା ସମୟରେ ସେମାନେ ହସ୍ତ ପ୍ରକ୍ଷାଳନ କରନ୍ତି ନାହିଁ ।
ମାଥିଉଲିଖିତ ସୁସମାଚାର 15 : 3 (ORV)
ସେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ସକାଶେ କାହିଁକି ଈଶ୍ଵରଙ୍କ ଆଜ୍ଞା ଲଙ୍ଘନ କର?
ମାଥିଉଲିଖିତ ସୁସମାଚାର 15 : 4 (ORV)
ଈଶ୍ଵର ତ କହିଅଛନ୍ତି, ପିତାମାତାଙ୍କୁ ସମାଦର କର, ଆଉ ଯେକେହି ପିତା କି ମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚୟ ପ୍ରାଣଦଣ୍ତ ଭୋଗ କରିବ ।
ମାଥିଉଲିଖିତ ସୁସମାଚାର 15 : 5 (ORV)
କିନ୍ତୁ ତୁମ୍ଭେମାନେ କହୁଥାଅ, ଯେକେହି ପିତା କି ମାତାଙ୍କୁ କହେ, ମୋʼଠାରୁ ଯାହା ଦ୍ଵାରା ତୁମ୍ଭର ଉପକାର ହୋଇ-ଥାଆନ୍ତା, ତାହା ମାନତ୍ ହୋଇଅଛି,
ମାଥିଉଲିଖିତ ସୁସମାଚାର 15 : 6 (ORV)
ସେ ଆପଣା ପିତାମାତାଙ୍କୁ ନିଶ୍ଚୟ ସମାଦର କରିବ ନାହିଁ । ଏହିରୂପେ ତୁମ୍ଭେମାନେ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ଵରଙ୍କ ବାକ୍ୟ ବ୍ୟର୍ଥ କରିଅଛ ।
ମାଥିଉଲିଖିତ ସୁସମାଚାର 15 : 7 (ORV)
ରେ କପଟୀମାନେ, ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଯଥାର୍ଥ ରୂପେ ଏହି ଭାବବାଣୀ କହିଅଛନ୍ତି,
ମାଥିଉଲିଖିତ ସୁସମାଚାର 15 : 8 (ORV)
ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ ।
ମାଥିଉଲିଖିତ ସୁସମାଚାର 15 : 9 (ORV)
ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକୁ ଧର୍ମର ଉପଦେଶବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି ।
ମାଥିଉଲିଖିତ ସୁସମାଚାର 15 : 10 (ORV)
ଆଉ, ଯୀଶୁ ଲୋକସମୂହକୁ ନିକଟକୁ ଡାକି ସେମାନଙ୍କୁ କହିଲେ, ଶୁଣ ଓ ବୁଝ;
ମାଥିଉଲିଖିତ ସୁସମାଚାର 15 : 11 (ORV)
ମୁଖରେ ଯାହା ପ୍ରବେଶ କରେ, ତାହା ଯେ ମନୁଷ୍ୟକୁ ଅଶୁଚି କରେ, ଏପରି ନୁହେଁ, କିନ୍ତୁ ମୁଖରୁ ଯାହା ବାହାରେ, ତାହା ହିଁ ମନୁଷ୍ୟକୁ ଅଶୁଚି କରେ ।
ମାଥିଉଲିଖିତ ସୁସମାଚାର 15 : 12 (ORV)
ସେତେବେଳେ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଫାରୂଶୀମାନେ ଏହି କଥା ଶୁଣି ଯେ ବିଘ୍ନ ପାଇଅଛନ୍ତି, ଆପଣ କଅଣ ଏହା ଜାଣନ୍ତି?
ମାଥିଉଲିଖିତ ସୁସମାଚାର 15 : 13 (ORV)
କିନ୍ତୁ ସେ ଉତ୍ତର ଦେଲେ, ମୋହର ସ୍ଵର୍ଗସ୍ଥ ପିତା ଯେଉଁସବୁ ବୃକ୍ଷ ରୋପଣ କରି ନାହାନ୍ତି, ସେସବୁ ଉତ୍ପାଟିତ ହେବ ।
ମାଥିଉଲିଖିତ ସୁସମାଚାର 15 : 14 (ORV)
ସେମାନଙ୍କୁ ଛାଡ଼ିଦିଅ, ସେମାନେ ଅନ୍ଧମାନଙ୍କର ଅନ୍ଧ ପଥପ୍ରଦର୍ଶକ; ଆଉ, ଯେବେ ଅନ୍ଧ ଅନ୍ଧକୁ ବାଟ କଢ଼ାଏ, ତେବେ ଉଭୟେ ଖାତରେ ପଡ଼ିବେ ।
ମାଥିଉଲିଖିତ ସୁସମାଚାର 15 : 15 (ORV)
ସେଥିରେ ପିତର ତାହାଙ୍କୁ ଉତ୍ତର ଦେଲେ, ଦୃଷ୍ଟାନ୍ତଟି ଆମ୍ଭମାନଙ୍କୁ ବୁଝାଇ ଦିଅନ୍ତୁ ।
ମାଥିଉଲିଖିତ ସୁସମାଚାର 15 : 16 (ORV)
ଯୀଶୁ କହିଲେ, ତୁମ୍ଭେମାନେ ମଧ୍ୟ କଅଣ ଏପର୍ଯ୍ୟନ୍ତ ଅବୋଧ?
ମାଥିଉଲିଖିତ ସୁସମାଚାର 15 : 17 (ORV)
ଯାହା କିଛି ମୁଖରେ ପ୍ରବେଶ କରେ, ତାହା ଉଦରକୁ ଯାଇ ବାହ୍ୟସ୍ଥାନରେ ଯେ ନିକ୍ଷିପ୍ତ ହୁଏ, ଏହା କଅଣ ବୁଝୁ ନାହଁ?
ମାଥିଉଲିଖିତ ସୁସମାଚାର 15 : 18 (ORV)
କିନ୍ତୁ ମୁଖରୁ ଯାହାସବୁ ନିର୍ଗତ ହୁଏ, ତାହା ହୃଦୟରୁ ବାହାରେ ଓ ତାହା ହିଁ ମନୁଷ୍ୟକୁ ଅଶୁଚି କରେ ।
ମାଥିଉଲିଖିତ ସୁସମାଚାର 15 : 19 (ORV)
କାରଣ ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ଚୌର୍ଯ୍ୟ, ମିଥ୍ୟାସାକ୍ଷ୍ୟ ଓ ନିନ୍ଦା ବାହାରେ;
ମାଥିଉଲିଖିତ ସୁସମାଚାର 15 : 20 (ORV)
ଏହିସମସ୍ତ ହିଁ ମନୁଷ୍ୟକୁ ଅଶୁଚି କରେ, କିନ୍ତୁ ଅଧୌତ ହସ୍ତରେ ଭୋଜନ କରିବା ମନୁଷ୍ୟକୁ ଅଶୁଚି କରେ ନାହିଁ ।
ମାଥିଉଲିଖିତ ସୁସମାଚାର 15 : 21 (ORV)
ଯୀଶୁ ସେହି ସ୍ଥାନରୁ ଅନ୍ତର ହୋଇ ସୋର ଓ ସୀଦୋନ ଅଞ୍ଚଳକୁ ପ୍ରସ୍ଥାନ କଲେ ।
ମାଥିଉଲିଖିତ ସୁସମାଚାର 15 : 22 (ORV)
ଆଉ ଦେଖ, ସେହି ସୀମାରୁ ଜଣେ କିଣାନୀୟା ସ୍ତ୍ରୀ ଆସି ଉଚ୍ଚ ସ୍ଵରରେ କହିବାକୁ ଲାଗିଲା, ହେ ପ୍ରଭୁ, ଦାଉଦ-ସନ୍ତାନ, ମୋତେ ଦୟା କରନ୍ତୁ, ମୋର ଝିଅଟିକୁ ଅତି ଭୟଙ୍କର ଭାବରେ ଭୂତ ଲାଗିଅଛି ।
ମାଥିଉଲିଖିତ ସୁସମାଚାର 15 : 23 (ORV)
କିନ୍ତୁ ସେ ତାହାକୁ ପଦେ ହେଲେ ଉତ୍ତର ଦେଲେ ନାହିଁ । ଆଉ ତାହାଙ୍କ ଶିଷ୍ୟମାନେ ଆସି ତାହାଙ୍କୁ ଅନୁରୋଧ କରି କହିବାକୁ ଲାଗିଲେ, ଏହାକୁ ବିଦାୟ କରନ୍ତୁ, କାରଣ ଏ ଆମ୍ଭମାନଙ୍କ ପଛେ ପଛେ ଚିତ୍କାର କରୁଅଛି ।
ମାଥିଉଲିଖିତ ସୁସମାଚାର 15 : 24 (ORV)
କିନ୍ତୁ ସେ ଉତ୍ତର ଦେଲେ, ମୁଁ ଇସ୍ରାଏଲ-ବଂଶର ହଜିଯାଇଥିବା ମେଷମାନଙ୍କ ବିନା ଆଉ କାହା ନିକଟକୁ ପ୍ରେରିତ ହୋଇ ନାହିଁ ।
ମାଥିଉଲିଖିତ ସୁସମାଚାର 15 : 25 (ORV)
କିନ୍ତୁ ସେହି ସ୍ତ୍ରୀ ଆସି ତାହାଙ୍କୁ ପ୍ରଣାମ କରି କହିବାକୁ ଲାଗିଲା, ହେ ପ୍ରଭୁ, ମୋର ଉପକାର କରନ୍ତୁ ।
ମାଥିଉଲିଖିତ ସୁସମାଚାର 15 : 26 (ORV)
ମାତ୍ର ସେ ଉତ୍ତର ଦେଲେ, ସନ୍ତାନମାନଙ୍କ ଆହାର ନେଇ କୁକୁରମାନଙ୍କ ପାଖରେ ପକାଇବା ଉଚିତ ନୁହେଁ ।
ମାଥିଉଲିଖିତ ସୁସମାଚାର 15 : 27 (ORV)
କିନ୍ତୁ ସେ କହିଲା, ହଁ, ପ୍ରଭୁ କାରଣ କୁକୁରମାନେ ତ ନିଜ ନିଜ ପ୍ରଭୁଙ୍କ ମେଜରୁ ପଡ଼ିବା ଗୁଣ୍ତିଗୁଣ୍ତା ଖାଆନ୍ତି ।
ମାଥିଉଲିଖିତ ସୁସମାଚାର 15 : 28 (ORV)
ସେଥିରେ ଯୀଶୁତାହାକୁ ଉତ୍ତର ଦେଲେ, ଗୋ ନାରୀ, ତୁମ୍ଭର ବଡ଼ ବିଶ୍ଵାସ, ତୁମ୍ଭର ଇଚ୍ଛାନୁସାରେ ତୁମ୍ଭ ପ୍ରତି ଘଟୁ । ସେହି ଦଣ୍ତରୁ ତାହାର କନ୍ୟା ସୁସ୍ଥ ହେଲା ।
ମାଥିଉଲିଖିତ ସୁସମାଚାର 15 : 29 (ORV)
ଯୀଶୁ ସେଠାରୁ ପ୍ରସ୍ଥାନ କରି ଗାଲିଲୀ ସମୁଦ୍ର ନିକଟକୁ ଆସିଲେ, ଆଉ ପର୍ବତ ଉପରକୁ ଯାଇ ସେଠାରେ ବସିଲେ ।
ମାଥିଉଲିଖିତ ସୁସମାଚାର 15 : 30 (ORV)
ପୁଣି, ବହୁସଂଖ୍ୟକ ଲୋକ ଖଞ୍ଜ, ପଙ୍ଗୁ, ଅନ୍ଧ, ମୂକ ଓ ଅନ୍ୟାନ୍ୟ ଅନେକଙ୍କୁ ସାଙ୍ଗରେ ଘେନି ତାହାଙ୍କ ଛାମୁକୁ ଆସିଲେ ଏବଂ ସେମାନଙ୍କୁ ତାହାଙ୍କ ପାଦ ତଳେ ଥୋଇଦେଲେ, ପୁଣି ସେ ସେମାନଙ୍କୁ ସୁସ୍ଥ କଲେ ।
ମାଥିଉଲିଖିତ ସୁସମାଚାର 15 : 31 (ORV)
ଏହିରୂପେ ମୂକମାନେ ଯେ କଥା କହୁଅଛନ୍ତି, ପଙ୍ଗୁମାନେ ସୁସ୍ଥ ହୋଇଅଛନ୍ତି, ଖଞ୍ଜମାନେ ଚାଲୁଅଛନ୍ତି ଓ ଅନ୍ଧମାନେ ଦେଖୁଅଛନ୍ତି, ଏହା ଦେଖି ଲୋକସମୂହ ଚମତ୍କୃତ ହେଲେ, ପୁଣି ଇସ୍ରାଏଲର ଈଶ୍ଵରଙ୍କ ମହିମା କୀର୍ତ୍ତନ କଲେ ।
ମାଥିଉଲିଖିତ ସୁସମାଚାର 15 : 32 (ORV)
ଆଉ, ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, ଏହି ଲୋକସମୂହ ପ୍ରତି ମୋହର ଦୟା ହେଉଅଛି, କାରଣ ଏମାନେ ତିନି ଦିନ ହେଲାଣି ମୋʼ ସାଙ୍ଗରେ ରହିଅଛନ୍ତି ଓ ଏମାନଙ୍କ ପାଖରେ କିଛି ଖାଇବାକୁ ନାହିଁ; କାଳେ ବାଟରେ ସେମାନଙ୍କର ହଂସା ଉଡ଼ିଯାଏ, ଏଥିପାଇଁ ସେମାନଙ୍କୁ ଅନାହାରରେ ବିଦାୟ ଦେବାକୁ ମୋହର ଇଚ୍ଛା ନାହିଁ ।
ମାଥିଉଲିଖିତ ସୁସମାଚାର 15 : 33 (ORV)
ଶିଷ୍ୟମାନେ ତାହାଙ୍କୁ କହିଲେ, ଏତେ ଲୋକଙ୍କୁ ତୃପ୍ତ କରିବା ପାଇଁ ଆମ୍ଭେମାନେ ନିର୍ଜ୍ଜନ ସ୍ଥାନରେ କେଉଁଠାରୁ ଏତେ ରୋଟୀ ପାଇବା?
ମାଥିଉଲିଖିତ ସୁସମାଚାର 15 : 34 (ORV)
ଯୀଶୁ ସେମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କ ପାଖରେ କେତୋଟି ରୋଟୀ ଅଛି? ସେମାନେ କହିଲେ, ସାତୋଟି, ପୁଣି ଅଳ୍ପ କେତୋଟି ସାନ ମାଛ ।
ମାଥିଉଲିଖିତ ସୁସମାଚାର 15 : 35 (ORV)
ସେଥିରେ ସେ ଲୋକସମୂହକୁ ଭୂମିରେ ବସିବାକୁ ଆଜ୍ଞା ଦେଲେ,
ମାଥିଉଲିଖିତ ସୁସମାଚାର 15 : 36 (ORV)
ଆଉ ଯୀଶୁ ସେହି ସାତୋଟି ରୋଟୀ ଓ ମାଛଗୁଡ଼ିକ ଘେନି ଧନ୍ୟବାଦ ଦେଇ ସେହିସବୁ ଶିଷ୍ୟମାନଙ୍କୁ ଦିଅନ୍ତେ, ସେମାନେ ଲୋକସମୂହକୁ ଦେଲେ ।
ମାଥିଉଲିଖିତ ସୁସମାଚାର 15 : 37 (ORV)
ଆଉ, ସମସ୍ତେ ଭୋଜନ କରି ତୃପ୍ତ ହେଲେ ଓ ଭଙ୍ଗା ରୋଟୀରୁ ଯାହା ବଳିଲା, ତାହା ସେମାନେ ଉଠାଇ ସାତ ବେତା ଭର୍ତ୍ତି କଲେ ।
ମାଥିଉଲିଖିତ ସୁସମାଚାର 15 : 38 (ORV)
ଭୋଜନ କରିବା ଲୋକେ, ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା, ଚାରିହଜାର ପୁରୁଷ ଥିଲେ ।
ମାଥିଉଲିଖିତ ସୁସମାଚାର 15 : 39 (ORV)
ଏଥିଉତ୍ତାରେ ସେ ଲୋକସମୂହକୁ ବିଦାୟ ଦେଇ ନୌକାରେ ଚଢ଼ି ମଗଦାନ ସୀମାକୁ ଆସିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39

BG:

Opacity:

Color:


Size:


Font: