ମାଥିଉଲିଖିତ ସୁସମାଚାର 10 : 1 (ORV)
ଇତି ମଧ୍ୟରେ ଯୀଶୁ ଆପଣା ଦ୍ଵାଦଶ ଶିଷ୍ୟଙ୍କୁ ନିକଟକୁ ଡାକି ସେମାନଙ୍କୁ ଅଶୁଚିଣଆତ୍ମାଗୁଡ଼ାକ ଛଡ଼ାଇବା ନିମନ୍ତେ ସେମାନଙ୍କ ଉପରେ ଅଧିକାର ଦେଲେ, ପୁଣି ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରିବା ନିମନ୍ତେ ଅଧିକାର ଦେଲେ ।
ମାଥିଉଲିଖିତ ସୁସମାଚାର 10 : 2 (ORV)
ସେହି ଦ୍ଵାଦଶ ପ୍ରେରିତଙ୍କର ନାମ ଏହି, ପ୍ରଥମରେ ଶିମୋନ, ଯାହାଙ୍କୁ ପିତର ବୋଲି କହନ୍ତି, ଆଉ ତାଙ୍କ ଭ୍ରାତା ଆନ୍ଦ୍ରିୟ, ଜେବଦିଙ୍କ ପୁତ୍ର ଯାକୁବ ଓ ତାଙ୍କ ଭ୍ରାତା ଯୋହନ,
ମାଥିଉଲିଖିତ ସୁସମାଚାର 10 : 3 (ORV)
ଫିଲିପ୍ପ ଓ ବାର୍ଥଲମୀ, ଥୋମା ଓ କରଗ୍ରାହୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୀୟ,
ମାଥିଉଲିଖିତ ସୁସମାଚାର 10 : 4 (ORV)
କିଣାନୀୟ ଶିମୋନ ଓ ଇଷ୍କାରିୟୋତୀୟ ଯିହୁଦା, ଯେ ଯୀଶୁଙ୍କୁ ଶତ୍ରୁହସ୍ତରେ ସମର୍ପଣ କଲା ।
ମାଥିଉଲିଖିତ ସୁସମାଚାର 10 : 5 (ORV)
ଯୀଶୁ ଏହି ଦ୍ଵାଦଶ ଜଣଙ୍କୁ ପ୍ରେରଣ କରି ସେମାନଙ୍କୁ ଆଜ୍ଞା ଦେଇ କହିଲେ, ବିଜାତିମାନଙ୍କ ନିକଟକୁ ଯାଅ ନାହିଁ ଏବଂ ଶମିରୋଣୀୟମାନଙ୍କର କୌଣସି ନଗରରେ ପ୍ରବେଶ କର ନାହିଁ,
ମାଥିଉଲିଖିତ ସୁସମାଚାର 10 : 6 (ORV)
ବରଂ ଇସ୍ରାଏଲ-ବଂଶର ହଜିଯାଇଥିବା ମେଷମାନଙ୍କ ପାଖକୁ ଯାଅ ।
ମାଥିଉଲିଖିତ ସୁସମାଚାର 10 : 7 (ORV)
ପୁଣି, ଯାଉ ଯାଉ ସ୍ଵର୍ଗରାଜ୍ୟ ସନ୍ନିକଟ, ଏହି କଥା କହି ଘୋଷଣା କର ।
ମାଥିଉଲିଖିତ ସୁସମାଚାର 10 : 8 (ORV)
ପୀଡ଼ିତମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ଉଠାଅ, କୁଷ୍ଠୀମାନଙ୍କୁ ଶୁଚି କର, ଭୂତମାନଙ୍କୁ ଛଡ଼ାଅ । ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ, ବିନାମୂଲ୍ୟରେ ଦାନ କର ।
ମାଥିଉଲିଖିତ ସୁସମାଚାର 10 : 9 (ORV)
ତୁମ୍ଭମାନଙ୍କ ଗାଞ୍ଜିଆରେ ସୁନା କି ରୂପା କି ତମ୍ଵା,
ମାଥିଉଲିଖିତ ସୁସମାଚାର 10 : 10 (ORV)
ଆଉ ଯାତ୍ରା ନିମନ୍ତେ ଝୋଲି କିମ୍ଵା ଦୁଇଟି ଅଙ୍ଗରଖା ଅବା ଯୋତା କିମ୍ଵା ବାଡ଼ି ଆୟୋଜନ କର ନାହିଁ, କାରଣ କାର୍ଯ୍ୟକାରୀ ଆପଣା ଆହାରର ଯୋଗ୍ୟ ।
ମାଥିଉଲିଖିତ ସୁସମାଚାର 10 : 11 (ORV)
ଆଉ, ତୁମ୍ଭେମାନେ ଯେକୌଣସି ନଗରରେ କି ଗ୍ରାମରେ ପ୍ରବେଶ କରିବ, ସେଠାରେ କେଉଁ ଲୋକ ଯୋଗ୍ୟ, ତାହା ଅନୁସନ୍ଧାନ କର, ପୁଣି ପ୍ରସ୍ଥାନ ନ କରିବା ପର୍ଯ୍ୟନ୍ତ ସେଠାରେ ରୁହ ।
ମାଥିଉଲିଖିତ ସୁସମାଚାର 10 : 12 (ORV)
ଆଉ, ଗୃହରେ ପ୍ରବେଶ କରିବା ସମୟରେ ତାହାକୁ କଲ୍ୟାଣ କର;
ମାଥିଉଲିଖିତ ସୁସମାଚାର 10 : 13 (ORV)
ସେହି ଗୃହ ଯେବେ ଯୋଗ୍ୟ, ତେବେ ତାହା ପ୍ରତି ତୁମ୍ଭମାନଙ୍କ ଶାନ୍ତି ବର୍ତ୍ତୁ, କିନ୍ତୁ ତାହା ଯଦି ଯୋଗ୍ୟ ନୁହେଁ, ତାହାହେଲେ ତୁମ୍ଭମାନଙ୍କ ଶାନ୍ତି ତୁମ୍ଭମାନଙ୍କ ନିକଟକୁ ବାହୁଡ଼ିଆସୁ।
ମାଥିଉଲିଖିତ ସୁସମାଚାର 10 : 14 (ORV)
ପୁଣି, ଯେକେହି ତୁମ୍ଭମାନଙ୍କୁ ଗ୍ରହଣ କରିବ ନାହିଁ ଅବା ତୁମ୍ଭମାନଙ୍କ କଥା ଶୁଣିବ ନାହିଁ, ସେହି ଗୃହରୁ କିମ୍ଵା ସେହି ନଗରରୁ ବାହାରିଯିବା ବେଳେ ତୁମ୍ଭମାନଙ୍କ ପାଦଧୂଳି ଝାଡ଼ିଦିଅ।
ମାଥିଉଲିଖିତ ସୁସମାଚାର 10 : 15 (ORV)
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବିଚାର-ଦିନରେ ସେହି ନଗରର ଦଶା ଅପେକ୍ଷା ସଦୋମ ଓ ହମୋରା ଦେଶର ଦଶା ସହନୀୟ ହେବ ।
ମାଥିଉଲିଖିତ ସୁସମାଚାର 10 : 16 (ORV)
ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି, ଅତଏବ ସର୍ପ ପରି ବୁଦ୍ଧିମାନ ଓ କପୋତ ପରି ଅହିଂସକ ହୁଅ ।
ମାଥିଉଲିଖିତ ସୁସମାଚାର 10 : 17 (ORV)
ମାତ୍ର ମନୁଷ୍ୟମାନଙ୍କଠାରୁ ସାବଧାନ ହୋଇଥାଅ, କାରଣ ସେମାନେ ତୁମ୍ଭମାନଙ୍କୁ ବିଚାର ସଭାମାନଙ୍କରେ ସମର୍ପଣ କରିବେ ଓ ସେମାନଙ୍କ ସମାଜଗୃହସମୂହରେ କୋରଡ଼ା ମାରିବେ,
ମାଥିଉଲିଖିତ ସୁସମାଚାର 10 : 18 (ORV)
ପୁଣି ତୁମ୍ଭେମାନେ ମୋʼ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମୁକୁ ଅଣାଯିବ; ତାହା ସେମାନଙ୍କ ଓ ବିଜାତିମାନଙ୍କ ପ୍ରତି ସାକ୍ଷ୍ୟ ସ୍ଵରୂପ ହେବ ।
ମାଥିଉଲିଖିତ ସୁସମାଚାର 10 : 19 (ORV)
କିନ୍ତୁ ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କିପରି ବା କି କଥା କହିବ, ସେ ବିଷୟରେ ଚିନ୍ତିତ ହୁଅ ନାହିଁ, କାରଣ କଅଣ କହିବ, ତାହା ସେହି ଦଣ୍ତରେ ତୁମ୍ଭମାନଙ୍କୁ ଦିଆଯିବ ।
ମାଥିଉଲିଖିତ ସୁସମାଚାର 10 : 20 (ORV)
ଯେଣୁ ତୁମ୍ଭେମାନେ ବକ୍ତା ନୁହଁ, କିନ୍ତୁ ତୁମ୍ଭମାନଙ୍କ ପିତାଙ୍କ ଆତ୍ମା, ଯେ କି ତୁମ୍ଭମାନଙ୍କ ଅନ୍ତରରେ କଥା କହନ୍ତି, ସେ ବକ୍ତା ଅଟନ୍ତି ।
ମାଥିଉଲିଖିତ ସୁସମାଚାର 10 : 21 (ORV)
ଭ୍ରାତା ଭ୍ରାତାକୁ ଓ ପିତା ପୁତ୍ରକୁ ମୃତ୍ୟୁ ଭୋଗ କରିବା ନିମନ୍ତେ ସମର୍ପଣ କରିବେ, ପୁଣି ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ ।
ମାଥିଉଲିଖିତ ସୁସମାଚାର 10 : 22 (ORV)
ଆଉ, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ଵାରା ଘୃଣିତ ହେବ, ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ ।
ମାଥିଉଲିଖିତ ସୁସମାଚାର 10 : 23 (ORV)
କିନ୍ତୁ ସେମାନେ ଯେତେବେଳେ ତୁମ୍ଭମାନଙ୍କୁ ଏକ ନଗରରେ ତାଡ଼ନା କରିବେ, ସେତେବେଳେ ଅନ୍ୟ ନଗରକୁ ପଳାଇଯାଅ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ନଗରଗୁଡ଼ିକରେ ତୁମ୍ଭମାନଙ୍କ ଭ୍ରମଣ ଶେଷ ନ ହେବା ପୂର୍ବରୁ ମନୁଷ୍ୟପୁତ୍ର ଆଗମନ କରିବେ ।
ମାଥିଉଲିଖିତ ସୁସମାଚାର 10 : 24 (ORV)
ଶିଷ୍ୟ ଗୁରୁଠାରୁ କିମ୍ଵା ଦାସ କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ।
ମାଥିଉଲିଖିତ ସୁସମାଚାର 10 : 25 (ORV)
ଶିଷ୍ୟ ଆପଣା ଗୁରୁ ଓ ଦାସ ଆପଣା କର୍ତ୍ତା ତୁଲ୍ୟ ହେଲେ ସେମାନଙ୍କ ପକ୍ଷରେ ଯଥେଷ୍ଟ । ସେମାନେ ଯେବେ ଗୃହକର୍ତ୍ତାଙ୍କୁ ବାଆଲ୍ଜିବୂଲ୍ ବୋଲି କହିଅଛନ୍ତି, ତେବେ ତାହାଙ୍କର ପରିଜନଙ୍କୁ ତ ଆହୁରି ଅଧିକ କହିବେ ।
ମାଥିଉଲିଖିତ ସୁସମାଚାର 10 : 26 (ORV)
ଅତଏବ, ସେମାନଙ୍କୁ ଭୟ କର ନାହିଁ; କାରଣ ଯାହା ପ୍ରକାଶିତ ନ ହେବ, ଏପରି ଆଚ୍ଛାଦିତ କିଛି ନାହିଁ, ଆଉ ଯାହା ଜଣା ନ ଯିବ, ଏପରି ଗୁପ୍ତ କିଛି ନାହିଁ ।
ମାଥିଉଲିଖିତ ସୁସମାଚାର 10 : 27 (ORV)
ମୁଁ ତୁମ୍ଭମାନଙ୍କୁ ଯାହା ଅନ୍ଧକାରରେ କହେ, ତାହା ଆଲୋକରେ କୁହ, ପୁଣି ଯାହା ତୁମ୍ଭେମାନେ ଗୋପନରେ ଶୁଣ, ତାହା ଘରଛାତ ଉପରେ ଘୋଷଣା କର ।
ମାଥିଉଲିଖିତ ସୁସମାଚାର 10 : 28 (ORV)
ଆଉ, ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ଆତ୍ମାକୁ ବଧ ପରି ପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ; ବରଂ ଯେ ଶରୀର ଓ ଆତ୍ମା ଉଭୟକୁ ନରକରେ ବିନଷ୍ଟ କରି ପାରନ୍ତି, ତାହାଙ୍କୁ ହିଁ ଭୟ କର ।
ମାଥିଉଲିଖିତ ସୁସମାଚାର 10 : 29 (ORV)
ଦୁଇଟି ଘରଚଟିଆ କଅଣ ଗୋଟିଏ ପଇସାରେ ବିକାଯାଆନ୍ତି ନାହିଁ? ଆଉ, ତୁମ୍ଭମାନଙ୍କର ପିତାଙ୍କର ଅନୁମତି ବିନା ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ତଳେ ପଡ଼େ ନାହିଁ;
ମାଥିଉଲିଖିତ ସୁସମାଚାର 10 : 30 (ORV)
କିନ୍ତୁ ତୁମ୍ଭମାନଙ୍କ ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି ।
ମାଥିଉଲିଖିତ ସୁସମାଚାର 10 : 31 (ORV)
ଏଣୁ ଭୟ କର ନାହିଁ, ତୁମ୍ଭେମାନେ ଅନେକ ଘରଚଟିଆଠାରୁ ଶ୍ରେଷ୍ଠ ।
ମାଥିଉଲିଖିତ ସୁସମାଚାର 10 : 32 (ORV)
ଆଉ, ଯେ କେହି ଲୋକଙ୍କ ସାକ୍ଷାତରେ ମୋତେ ସ୍ଵୀକାର କରିବ, ମୁଁ ମଧ୍ୟ ମୋହର ସ୍ଵର୍ଗସ୍ଥ ପିତାଙ୍କ ସାକ୍ଷାତରେ ତାହାକୁ ସ୍ଵୀକାର କରିବି ।
ମାଥିଉଲିଖିତ ସୁସମାଚାର 10 : 33 (ORV)
ମାତ୍ର ଯେ କେହି ଲୋକଙ୍କ ସାକ୍ଷାତରେ ମୋତେ ଅସ୍ଵୀକାର କରିବ, ମୁଁ ମଧ୍ୟ ମୋହର ସ୍ଵର୍ଗସ୍ଥ ପିତାଙ୍କ ସାକ୍ଷାତରେ ତାହାକୁ ଅସ୍ଵୀକାର କରିବି ।
ମାଥିଉଲିଖିତ ସୁସମାଚାର 10 : 34 (ORV)
ମୁଁ ଯେ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି, ଏହା ମନେ କର ନାହିଁ; ଶାନ୍ତି ଦେବାକୁ ନ ଆସି ବରଂ ଖଡ଼୍‍ଗ ଦେବାକୁ ଆସିଅଛି ।
ମାଥିଉଲିଖିତ ସୁସମାଚାର 10 : 35 (ORV)
କାରଣ ମୁଁ ପିତା ସହିତ ପୁତ୍ରର ଓ ମାତା ସହିତ କନ୍ୟାର, ପୁଣି ଶାଶୁ ସହିତ ବୋହୁର ବିରୋଧ ଘଟାଇବାକୁ ଆସିଅଛି,
ମାଥିଉଲିଖିତ ସୁସମାଚାର 10 : 36 (ORV)
ଆଉ ମନୁଷ୍ୟର ନିଜ ପରିଜନ ହିଁ ତାହାର ଶତ୍ରୁ ହେବେ।
ମାଥିଉଲିଖିତ ସୁସମାଚାର 10 : 37 (ORV)
ଯେ ପିତା କି ମାତାକୁ ମୋʼଠାରୁ ଅଧିକ ପ୍ରିୟଜ୍ଞାନ କରେ, ସେ ମୋହର ଯୋଗ୍ୟ ନୁହେଁ, ପୁଣି ଯେ ପୁତ୍ର କି କନ୍ୟାକୁ ମୋʼଠାରୁ ଅଧିକ ସ୍ନେହ କରେ, ସେ ମୋହର ଯୋଗ୍ୟ ନୁହେଁ।
ମାଥିଉଲିଖିତ ସୁସମାଚାର 10 : 38 (ORV)
ଆଉ, ଯେ ଆପଣା କ୍ରୁଶ ନେଇ ମୋହର ଅନୁଗମନ ନ କରେ, ସେ ମୋହର ଯୋଗ୍ୟ ନୁହେଁ ।
ମାଥିଉଲିଖିତ ସୁସମାଚାର 10 : 39 (ORV)
ଯେ ଆପଣା ଜୀବନ ବଞ୍ଚାଏ, ସେ ତାହା ହରାଇବ, ଆଉ ଯେ ମୋʼ ନିମନ୍ତେ ଆପଣା ଜୀବନ ହରାଏ, ସେ ତାହା ବଞ୍ଚାଇବ ।
ମାଥିଉଲିଖିତ ସୁସମାଚାର 10 : 40 (ORV)
ଯେ ତୁମ୍ଭମାନଙ୍କୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେ ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ ।
ମାଥିଉଲିଖିତ ସୁସମାଚାର 10 : 41 (ORV)
ଯେ ଭାବବାଦୀଙ୍କି ଭାବବାଦୀ ବୋଲି ଗ୍ରହଣ କରେ, ସେ ଭାବବାଦୀଙ୍କ ପୁରସ୍କାର ପାଇବ । ଆଉ, ଯେ ଧାର୍ମିକ ବ୍ୟକ୍ତିଙ୍କି ଧାର୍ମିକ ବୋଲି ଗ୍ରହଣ କରେ, ସେ ଧାର୍ମିକ ବ୍ୟକ୍ତିଙ୍କ ପୁରସ୍କାର ପାଇବ ।
ମାଥିଉଲିଖିତ ସୁସମାଚାର 10 : 42 (ORV)
ପୁଣି, ଯେ କେହି ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ମୋହର ଶିଷ୍ୟ ବୋଲି କେବଳ ଗିନାଏ ଥଣ୍ତା ପାଣି ପିଇବାକୁ ଦେବ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42

BG:

Opacity:

Color:


Size:


Font: