ଗଣନା ପୁସ୍ତକ 7 : 1 (ORV)
ଅନନ୍ତର ଯେଉଁଦିନ ମୋଶା ଆବାସ-ସ୍ଥାପନ ସମାପ୍ତ କରି ତାହା ଅଭିଷେକ ଓ ପବିତ୍ର କଲେ ଓ ତହିଁର ସକଳ ଦ୍ରବ୍ୟ ଓ ବେଦି ଓ ତହିଁର ସକଳ ପାତ୍ର ଅଭିଷେକ କରି ପବିତ୍ର କଲେ;
ଗଣନା ପୁସ୍ତକ 7 : 2 (ORV)
ସେହିଦିନ ଇସ୍ରାଏଲର ଅଧିପତିଗଣ, ସେମାନଙ୍କ ପିତୃଗୃହର ପ୍ରଧାନଗଣ ନୈବେଦ୍ୟ ଦାନ କଲେ; ଏମାନେ ବଂଶସମୂହର ଅଧିପତି ଥିଲେ ଓ ଗଣିତ ଲୋକମାନଙ୍କ ଉପରେ ନିଯୁକ୍ତ ଥିଲେ ।
ଗଣନା ପୁସ୍ତକ 7 : 3 (ORV)
ପୁଣି ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ନିମନ୍ତେ ଛଅଗୋଟି ଆଚ୍ଛାଦିତ ଶଗଡ଼ ଓ ବାରଟି ଗୋରୁ, ଅର୍ଥାତ୍, ଦୁଇ ଦୁଇ ଅଧିପତି ଏକ ଏକ ଶଗଡ଼ ଓ ଏକ ଏକ ଜଣ ଏକ ଏକ ଗୋରୁ ଆଣି ଆବାସ ସମ୍ମୁଖରେ ଉପସ୍ଥିତ କରାଇଲେ ।
ଗଣନା ପୁସ୍ତକ 7 : 4 (ORV)
ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ,
ଗଣନା ପୁସ୍ତକ 7 : 5 (ORV)
ତୁମ୍ଭେ ସେମାନଙ୍କଠାରୁ ତାହା ଗ୍ରହଣ କର, ତାହା ସବୁ ସମାଗମ-ତମ୍ଵୁର ସେବା ନିମନ୍ତେ ହେବ; ଆଉ ତୁମ୍ଭେ ପ୍ରତ୍ୟେକ ଜଣ ଆପଣା ଆପଣା ସେବାନୁସାରେ ଲେବୀୟ-ମାନଙ୍କୁ ତାହାସବୁ ଦେବ ।
ଗଣନା ପୁସ୍ତକ 7 : 6 (ORV)
ତହୁଁ ମୋଶା ସେହି ଶଗଡ଼ ଓ ଗୋରୁ ନେଇ ଲେବୀୟମାନଙ୍କୁ ଦେଲେ ।
ଗଣନା ପୁସ୍ତକ 7 : 7 (ORV)
ଗେର୍ଶୋନୀୟ-ସନ୍ତାନଗଣକୁ ସେମାନଙ୍କ ସେବାନୁସାରେ ସେ ଦୁଇ ଶଗଡ଼ ଓ ଚାରି ଗୋରୁ ଦେଲେ ।
ଗଣନା ପୁସ୍ତକ 7 : 8 (ORV)
ହାରୋଣ ଯାଜକଙ୍କର ପୁତ୍ର ଈଥାମରର ହସ୍ତାଧୀନରେ ମରାରି-ସନ୍ତାନଗଣକୁ ସେମାନଙ୍କ ସେବାନୁସାରେ ସେ ଚାରି ଶଗଡ଼ ଓ ଆଠ ଗୋରୁ ଦେଲେ ।
ଗଣନା ପୁସ୍ତକ 7 : 9 (ORV)
ମାତ୍ର ସେ କହାତ-ସନ୍ତାନଗଣକୁ କିଛି ଦେଲେ ନାହିଁ, କାରଣ ପବିତ୍ର ସ୍ଥାନର ସେବାକର୍ମ ସେମାନଙ୍କର ଥିଲା; ସେମାନେ ସ୍କନ୍ଧରେ ତାହା ବହିଲେ ।
ଗଣନା ପୁସ୍ତକ 7 : 10 (ORV)
ଆଉ ବେଦିର ଅଭିଷେକ ଦିନ ଅଧିପତିଗଣ ତହିଁର ପ୍ରତିଷ୍ଠା ନିମନ୍ତେ ଦାନ କଲେ, ଅର୍ଥାତ୍, ସେହି ଅଧିପତିଗଣ ବେଦି ସମ୍ମୁଖରେ ଆପଣା ଆପଣା ଉପହାର ଉତ୍ସର୍ଗ କଲେ ।
ଗଣନା ପୁସ୍ତକ 7 : 11 (ORV)
ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, ପ୍ରତ୍ୟେକ ଅଧିପତି ଆପଣା ଆପଣା ଦିନରେ ବେଦିର ପ୍ରତିଷ୍ଠା ନିମନ୍ତେ ଉପହାର ଉତ୍ସର୍ଗ କରିବେ ।
ଗଣନା ପୁସ୍ତକ 7 : 12 (ORV)
ତହିଁରେ ପ୍ରଥମ ଦିନ ଯିହୁଦା ବଂଶଜାତ ଅମ୍ମୀନାଦବର ପୁତ୍ର ନହଶୋନ ଆପଣା ଉପହାର ଉତ୍ସର୍ଗ କଲା;
ଗଣନା ପୁସ୍ତକ 7 : 13 (ORV)
ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଶହେ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ତ; ଏହି ଦୁଇ ଭକ୍ଷ୍ୟ-ନୈବେଦ୍ୟାର୍ଥେତୈଳମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
ଗଣନା ପୁସ୍ତକ 7 : 14 (ORV)
ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ଵର୍ଣ୍ଣର ଏକ ଚମସ;
ଗଣନା ପୁସ୍ତକ 7 : 15 (ORV)
ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ ଏକବର୍ଷୀୟ ଏକ ମେଷବତ୍ସ;
ଗଣନା ପୁସ୍ତକ 7 : 16 (ORV)
ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ
ଗଣନା ପୁସ୍ତକ 7 : 17 (ORV)
ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଅମ୍ମୀନାଦବର ପୁତ୍ର ନହଶୋନର ଉପହାର ।
ଗଣନା ପୁସ୍ତକ 7 : 18 (ORV)
ଦ୍ଵିତୀୟ ଦିନ ଈଷାଖରର ଅଧିପତି ସୂୟାରର ପୁତ୍ର ନଥନେଲ ଆପଣା ଉପହାର ଉତ୍ସର୍ଗ କଲା,
ଗଣନା ପୁସ୍ତକ 7 : 19 (ORV)
ସେ ଆପଣା ଉପହାର ନିମନ୍ତେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଏହା ଦେଲା, ଅର୍ଥାତ୍, ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ତ, ଏହି ଦୁଇ ଭକ୍ଷ୍ୟ-ନୈବେଦ୍ୟ ନିମନ୍ତେ ତୈଳମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
ଗଣନା ପୁସ୍ତକ 7 : 20 (ORV)
ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ଵର୍ଣ୍ଣର ଏକ ଚମସ;
ଗଣନା ପୁସ୍ତକ 7 : 21 (ORV)
ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ ଏକବର୍ଷୀୟ ଏକ ମେଷବତ୍ସ;
ଗଣନା ପୁସ୍ତକ 7 : 22 (ORV)
ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ
ଗଣନା ପୁସ୍ତକ 7 : 23 (ORV)
ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ସୂୟାରର ପୁତ୍ର ନଥନେଲର ଉପହାର ।
ଗଣନା ପୁସ୍ତକ 7 : 24 (ORV)
ତୃତୀୟ ଦିନ ସବୂଲୂନ-ସନ୍ତାନଗଣର ଅଧିପତି ହେଲୋନର ପୁତ୍ର ଇଲୀୟାବ ଆଣିଲା;
ଗଣନା ପୁସ୍ତକ 7 : 25 (ORV)
ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ତ, ଏହି ଦୁଇ ଭକ୍ଷ୍ୟ-ନୈବେଦ୍ୟ ନିମନ୍ତେ ତୈଳମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
ଗଣନା ପୁସ୍ତକ 7 : 26 (ORV)
ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ଵର୍ଣ୍ଣର ଏକ ଚମସ;
ଗଣନା ପୁସ୍ତକ 7 : 27 (ORV)
ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ ଏକବର୍ଷୀୟ ଏକ ମେଷବତ୍ସ;
ଗଣନା ପୁସ୍ତକ 7 : 28 (ORV)
ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ
ଗଣନା ପୁସ୍ତକ 7 : 29 (ORV)
ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ହେଲୋନର ପୁତ୍ର ଇଲୀୟାବର ଉପହାର ।
ଗଣନା ପୁସ୍ତକ 7 : 30 (ORV)
ଚତୁର୍ଥ ଦିନ ରୁବେନ-ସନ୍ତାନଗଣର ଅଧିପତି ଶଦେୟରର ପୁତ୍ର ଇଲୀଷୂର ଆଣିଲା;
ଗଣନା ପୁସ୍ତକ 7 : 31 (ORV)
ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ତ, ଏହି ଦୁଇ ଭକ୍ଷ୍ୟ-ନୈବେଦ୍ୟ ନିମନ୍ତେ ତୈଳମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
ଗଣନା ପୁସ୍ତକ 7 : 32 (ORV)
ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ଵର୍ଣ୍ଣର ଏକ ଚମସ;
ଗଣନା ପୁସ୍ତକ 7 : 33 (ORV)
ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ ଏକବର୍ଷୀୟ ଏକ ମେଷବତ୍ସ;
ଗଣନା ପୁସ୍ତକ 7 : 34 (ORV)
ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ;
ଗଣନା ପୁସ୍ତକ 7 : 35 (ORV)
ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଶଦେୟରର ପୁତ୍ର ଇଲୀଷୂରର ଉପହାର ।
ଗଣନା ପୁସ୍ତକ 7 : 36 (ORV)
ପଞ୍ଚମ ଦିନ ଶିମୀୟୋନ-ସନ୍ତାନଗଣର ଅଧିପତି ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଆଣିଲା;
ଗଣନା ପୁସ୍ତକ 7 : 37 (ORV)
ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାରେ ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ତ; ଏହି ଦୁଇ ଭକ୍ଷ୍ୟ-ନୈବେଦ୍ୟ ନିମନ୍ତେ ତୈଳମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
ଗଣନା ପୁସ୍ତକ 7 : 38 (ORV)
ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ଵର୍ଣ୍ଣର ଏକ ଚମସ;
ଗଣନା ପୁସ୍ତକ 7 : 39 (ORV)
ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ ଏକବର୍ଷୀୟ ଏକ ମେଷବତ୍ସ;
ଗଣନା ପୁସ୍ତକ 7 : 40 (ORV)
ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ
ଗଣନା ପୁସ୍ତକ 7 : 41 (ORV)
ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲର ଉପହାର ।
ଗଣନା ପୁସ୍ତକ 7 : 42 (ORV)
ଷଷ୍ଠ ଦିନ ଗାଦ-ସନ୍ତାନଗଣର ଅଧିପତି ଦ୍ୟୂୟେଲର ପୁତ୍ର ଇଲୀୟାସଫ୍ ଆଣିଲା;
ଗଣନା ପୁସ୍ତକ 7 : 43 (ORV)
ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ତ, ଏହି ଦୁଇ ଭକ୍ଷ୍ୟ-ନୈବେଦ୍ୟ ନିମନ୍ତେ ତୈଳମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
ଗଣନା ପୁସ୍ତକ 7 : 44 (ORV)
ଆଉ ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ଵର୍ଣ୍ଣର ଏକ ଚମସ;
ଗଣନା ପୁସ୍ତକ 7 : 45 (ORV)
ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ ଏକବର୍ଷୀୟ ଏକ ମେଷବତ୍ସ;
ଗଣନା ପୁସ୍ତକ 7 : 46 (ORV)
ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ;
ଗଣନା ପୁସ୍ତକ 7 : 47 (ORV)
ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଦ୍ୟୂୟେଲର ପୁତ୍ର ଇଲୀୟାସଫର ଉପହାର ।
ଗଣନା ପୁସ୍ତକ 7 : 48 (ORV)
ସପ୍ତମ ଦିନ ଇଫ୍ରୟିମ-ସନ୍ତାନଗଣର ଅଧିପତି ଅମ୍ମୀହୂଦର ପୁତ୍ର ଇଲୀଶାମା ଆଣିଲା;
ଗଣନା ପୁସ୍ତକ 7 : 49 (ORV)
ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ତ, ଏହି ଦୁଇ ଭକ୍ଷ୍ୟ-ନୈବେଦ୍ୟ ନିମନ୍ତେ ତୈଳମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
ଗଣନା ପୁସ୍ତକ 7 : 50 (ORV)
ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ଵର୍ଣ୍ଣର ଏକ ଚମସ;
ଗଣନା ପୁସ୍ତକ 7 : 51 (ORV)
ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ ଏକବର୍ଷୀୟ ଏକ ମେଷବତ୍ସ;
ଗଣନା ପୁସ୍ତକ 7 : 52 (ORV)
ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ;
ଗଣନା ପୁସ୍ତକ 7 : 53 (ORV)
ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଅମ୍ମୀହୂଦର ପୁତ୍ର ଇଲୀଶାମାର ଉପହାର ।
ଗଣନା ପୁସ୍ତକ 7 : 54 (ORV)
ଅଷ୍ଟମ ଦିନ ମନଃଶି-ସନ୍ତାନଗଣର ଅଧିପତି ପଦାହସୂରର ପୁତ୍ର ଗମଲୀୟେଲ ଆଣିଲା;
ଗଣନା ପୁସ୍ତକ 7 : 55 (ORV)
ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ତ, ଏହି ଦୁଇ ଭକ୍ଷ୍ୟନୈବେଦ୍ୟ ନିମନ୍ତେ ତୈଳମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
ଗଣନା ପୁସ୍ତକ 7 : 56 (ORV)
ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ଵର୍ଣ୍ଣର ଏକ ଚମସ;
ଗଣନା ପୁସ୍ତକ 7 : 57 (ORV)
ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ ଏକବର୍ଷୀୟ ଏକ ମେଷବତ୍ସ;
ଗଣନା ପୁସ୍ତକ 7 : 58 (ORV)
ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ
ଗଣନା ପୁସ୍ତକ 7 : 59 (ORV)
ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ପଦାହସୂରର ପୁତ୍ର ଗମଲୀୟେଲର ଉପହାର ।
ଗଣନା ପୁସ୍ତକ 7 : 60 (ORV)
ନବମ ଦିନ ବିନ୍ୟାମିନ-ସନ୍ତାନଗଣର ଅଧିପତି ଗିଦିୟୋନିର ପୁତ୍ର ଅବୀଦାନ୍ ଆଣିଲା;
ଗଣନା ପୁସ୍ତକ 7 : 61 (ORV)
ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ତ, ଏହି ଦୁଇ ଭକ୍ଷ୍ୟ-ନୈବେଦ୍ୟ ନିମନ୍ତେ ତୈଳମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
ଗଣନା ପୁସ୍ତକ 7 : 62 (ORV)
ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ଵର୍ଣ୍ଣର ଏକ ଚମସ;
ଗଣନା ପୁସ୍ତକ 7 : 63 (ORV)
ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ ଏକବର୍ଷୀୟ ଏକ ମେଷବତ୍ସ;
ଗଣନା ପୁସ୍ତକ 7 : 64 (ORV)
ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ
ଗଣନା ପୁସ୍ତକ 7 : 65 (ORV)
ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଗିଦିୟୋନିର ପୁତ୍ର ଅବୀଦାନ୍ର ଉପହାର ।
ଗଣନା ପୁସ୍ତକ 7 : 66 (ORV)
ଦଶମ ଦିନ ଦାନ-ସନ୍ତାନଗଣର ଅଧିପତି ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଆଣିଲା;
ଗଣନା ପୁସ୍ତକ 7 : 67 (ORV)
ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ତ, ଏହି ଦୁଇ ଭକ୍ଷ୍ୟ-ନୈବେଦ୍ୟ ନିମନ୍ତେ ତୈଳମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
ଗଣନା ପୁସ୍ତକ 7 : 68 (ORV)
ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ଵର୍ଣ୍ଣର ଏକ ଚମସ;
ଗଣନା ପୁସ୍ତକ 7 : 69 (ORV)
ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ ଏକବର୍ଷୀୟ ମେଷବତ୍ସ;
ଗଣନା ପୁସ୍ତକ 7 : 70 (ORV)
ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ
ଗଣନା ପୁସ୍ତକ 7 : 71 (ORV)
ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷରର ଉପହାର ।
ଗଣନା ପୁସ୍ତକ 7 : 72 (ORV)
ଏକାଦଶ ଦିନ ଆଶେର-ସନ୍ତାନଗଣର ଅଧିପତି ଅକ୍ରଣର ପୁତ୍ର ପଗୀୟେଲ ଆଣିଲା;
ଗଣନା ପୁସ୍ତକ 7 : 73 (ORV)
ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ତ, ଏହି ଦୁଇ ଭକ୍ଷ୍ୟ-ନୈବେଦ୍ୟ ନିମନ୍ତେ ତୈଳମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
ଗଣନା ପୁସ୍ତକ 7 : 74 (ORV)
ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ଵର୍ଣ୍ଣର ଏକ ଚମସ;
ଗଣନା ପୁସ୍ତକ 7 : 75 (ORV)
ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ ଏକବର୍ଷୀୟ ଏକ ମେଷବତ୍ସ;
ଗଣନା ପୁସ୍ତକ 7 : 76 (ORV)
ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ
ଗଣନା ପୁସ୍ତକ 7 : 77 (ORV)
ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଅକ୍ରଣର ପୁତ୍ର ପଗୀୟେଲର ଉପହାର ।
ଗଣନା ପୁସ୍ତକ 7 : 78 (ORV)
ଦ୍ଵାଦଶ ଦିନ ନପ୍ତାଲି-ସନ୍ତାନଗଣର ଅଧିପତି ଐନନର ପୁତ୍ର ଅହୀର ଆଣିଲା;
ଗଣନା ପୁସ୍ତକ 7 : 79 (ORV)
ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ତ, ଏହି ଦୁଇ ଭକ୍ଷ୍ୟନୈବେଦ୍ୟ ନିମନ୍ତେ ତୈଳମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
ଗଣନା ପୁସ୍ତକ 7 : 80 (ORV)
ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ଵର୍ଣ୍ଣର ଏକ ଚମସ;
ଗଣନା ପୁସ୍ତକ 7 : 81 (ORV)
ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ ଏକବର୍ଷୀୟ ଏକ ମେଷବତ୍ସ,
ଗଣନା ପୁସ୍ତକ 7 : 82 (ORV)
ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ
ଗଣନା ପୁସ୍ତକ 7 : 83 (ORV)
ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଐନନର ପୁତ୍ର ଅହୀରର ଉପହାର ।
ଗଣନା ପୁସ୍ତକ 7 : 84 (ORV)
ବେଦିର ଅଭିଷେକ ଦିନ, ତହିଁର ପ୍ରତିଷ୍ଠାର୍ଥକ ଏହି ଉପହାର ଇସ୍ରାଏଲର ଅଧିପତିଗଣ ଦ୍ଵାରା ଦତ୍ତ ହୋଇଥିଲା; ରୂପାର ଦ୍ଵାଦଶ ଥାଳୀ ଓ ରୂପାର ଦ୍ଵାଦଶ କୁଣ୍ତ ଓ ସ୍ଵର୍ଣ୍ଣର ଦ୍ଵାଦଶ ଚମସ;
ଗଣନା ପୁସ୍ତକ 7 : 85 (ORV)
ତହିଁର ପ୍ରତ୍ୟେକ ରୂପାଥାଳୀ ଏକ ଶହ ତିରିଶ ଶେକଲ ଓ ପ୍ରତ୍ୟେକ କୁଣ୍ତ ସତୁରି ଶେକଲ ପରିମିତ; ସମସ୍ତ ପାତ୍ରର ରୂପା ପବିତ୍ର ସ୍ଥାନର ଶେକଲ ଅନୁସାରେ ଦୁଇ ହଜାର ଚାରି ଶହ ଶେକଲ ଥିଲା;
ଗଣନା ପୁସ୍ତକ 7 : 86 (ORV)
ପୁଣି ଧୂପପୂର୍ଣ୍ଣ ଦ୍ଵାଦଶ ସ୍ଵର୍ଣ୍ଣ ଚମସ, ପ୍ରତ୍ୟେକେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଦଶ ଶେକଲ ପରିମିତ; ଚମସର ସମସ୍ତ ସ୍ଵର୍ଣ୍ଣ ଶହେ କୋଡ଼ିଏ ଶେକଲ ଥିଲା ।
ଗଣନା ପୁସ୍ତକ 7 : 87 (ORV)
ହୋମ ନିମନ୍ତେ ସମୁଦାୟ ଦ୍ଵାଦଶ ଗୋରୁ ଓ ଦ୍ଵାଦଶ ମେଷ ଓ ଏକବର୍ଷୀୟ ଦ୍ଵାଦଶ ମେଷବତ୍ସ ଓ ସେସବୁର ଭକ୍ଷ୍ୟ-ନୈବେଦ୍ୟ; ଆଉ ପାପାର୍ଥକ ବଳିଦାନ ନିମନ୍ତେ ଦ୍ଵାଦଶ ଛାଗ;
ଗଣନା ପୁସ୍ତକ 7 : 88 (ORV)
ପୁଣି ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ସମୁଦାୟ ଚବିଶ ଗୋରୁ ଓ ଷାଠିଏ ମେଷ ଓ ଷାଠିଏ ଛାଗ ଓ ଏକବର୍ଷୀୟ ଷାଠିଏ ମେଷବତ୍ସ; ଏହା ବେଦିର ଅଭିଷେକ ଉତ୍ତାରେ ତହିଁର ପ୍ରତିଷ୍ଠା ନିମନ୍ତେ ଦତ୍ତ ଉପହାର ।
ଗଣନା ପୁସ୍ତକ 7 : 89 (ORV)
ଏଉତ୍ତାରେ ମୋଶା ତାହାଙ୍କ ସହିତ କଥା କହିବାକୁ ସମାଗମ-ତମ୍ଵୁରେ ପ୍ରବେଶ କରନ୍ତେ, ସାକ୍ଷ୍ୟସିନ୍ଦୁକର ଉପରିସ୍ଥିତ ପାପାଚ୍ଛାଦନର ଉପରୁ, କିରୂବଦ୍ଵୟ ମଧ୍ୟରୁ ଆପଣା ପ୍ରତି ବାକ୍ୟବାଦୀ ରବ ଶୁଣିଲେ; ପୁଣି ସେ ତାଙ୍କ ସହିତ କଥା କହିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89

BG:

Opacity:

Color:


Size:


Font: