ଗଣନା ପୁସ୍ତକ 30 : 1 (ORV)
ଅନନ୍ତର ମୋଶା ଇସ୍ରାଏଲ-ସନ୍ତାନମାନଙ୍କ ବଂଶର ପ୍ରଧାନବର୍ଗଙ୍କୁ କହିଲେ, ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି ।
ଗଣନା ପୁସ୍ତକ 30 : 2 (ORV)
କୌଣସି ପୁରୁଷ ଯେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରେ, କିଅବା ବ୍ରତ ଦ୍ଵାରା ଆପଣା ପ୍ରାଣକୁ ଆବଦ୍ଧ କରିବା ପାଇଁ ଶପଥ କରେ, ତେବେ ସେ ଆପଣା ବାକ୍ୟ ଲଙ୍ଘନ କରିବ ନାହିଁ; ସେ ଆପଣା ମୁଖରୁ ନିର୍ଗତ ସମସ୍ତ (ବାକ୍ୟ) ଅନୁସାରେ ସାଧନ କରିବ ।
ଗଣନା ପୁସ୍ତକ 30 : 3 (ORV)
ମଧ୍ୟ କୌଣସି ସ୍ତ୍ରୀ ଯେବେ ଯୌବନାବସ୍ଥାରେ ଆପଣା ପିତୃଗୃହରେ ଥିବା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରେ ଓ ବ୍ରତ ଦ୍ଵାରା ଆପଣାକୁ ଆବଦ୍ଧ କରେ,
ଗଣନା ପୁସ୍ତକ 30 : 4 (ORV)
ପୁଣି ତାହାର ପିତା ଯେବେ ତାହାର ମାନତ ଓ ଯଦ୍ଦ୍ଵାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ସେହି ବ୍ରତର କଥା ଶୁଣି ତାହାକୁ କିଛି ନ କହେ, ତେବେ ତାହାର ସକଳ ମାନତ ସ୍ଥିର ହେବ; ପୁଣି ଯଦ୍ଦ୍ଵାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ସେହି ବ୍ରତ ସ୍ଥିର ହେବ ।
ଗଣନା ପୁସ୍ତକ 30 : 5 (ORV)
ମାତ୍ର ତାହାର ପିତା ଯେବେ ଶୁଣିବା ଦିନ ତାହାକୁ ନିଷେଧ କରେ, ତେବେ ତାହାର ମାନତ ଓ ଯଦ୍ଦ୍ଵାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ସେହି ବ୍ରତ ସ୍ଥିର ହେବ ନାହିଁ; ପୁଣି ତାହାର ପିତା ନିଷେଧ କରିବା ହେତୁରୁ ସଦାପ୍ରଭୁ ତାହାକୁ କ୍ଷମା କରିବେ ।
ଗଣନା ପୁସ୍ତକ 30 : 6 (ORV)
ଆଉ ଯେବେ ସେ ଆପଣା ମାନତର ଅବା ଯଦ୍ଦ୍ଵାରା ସେ ଆପଣା ପ୍ରାଣକୁ ଆବଦ୍ଧ କଲା, ତାହାର ମୁଖନିର୍ଗତ ସେହି ଚଞ୍ଚଳ ବାକ୍ୟର ଅଧୀନା ଥାଉ ଥାଉ କୌଣସି ସ୍ଵାମୀକି ବିବାହ କରେ;
ଗଣନା ପୁସ୍ତକ 30 : 7 (ORV)
ପୁଣି ତାହାର ସ୍ଵାମୀ ତାହା ଶୁଣେ ଓ ସେ ତାହା ଶୁଣିବା ଦିନ ତୁନି ହୋଇ ରହେ; ତେବେ ତାହାର ମାନତ ସ୍ଥିର ହେବ ଓ ଯଦ୍ଦ୍ଵାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ସେହି ବ୍ରତ ସ୍ଥିର ହେବ ।
ଗଣନା ପୁସ୍ତକ 30 : 8 (ORV)
ମାତ୍ର ତାହାର ସ୍ଵାମୀ ତାହା ଶୁଣିବା ଦିନ ଯେବେ ତାହାକୁ ନିଷେଧ କରେ, ତେବେ ସେ ତାହାର ମାନତ ଓ ଯଦ୍ଦ୍ଵାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ମୁଖନିର୍ଗତ ସେହି ଚଞ୍ଚଳ ବାକ୍ୟ ବ୍ୟର୍ଥ କରିବ । ତହିଁରେ ସଦାପ୍ରଭୁ ତାହାକୁ କ୍ଷମା କରିବେ ।
ଗଣନା ପୁସ୍ତକ 30 : 9 (ORV)
ମାତ୍ର ବିଧବା କି ସ୍ଵାମୀତ୍ୟକ୍ତା ସ୍ତ୍ରୀର ମାନତ ଓ ଯେକୌଣସି ବିଷୟରେ ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି; ସେହିସବୁ ତାହା ନିମନ୍ତେ ସ୍ଥିର ହେବ ।
ଗଣନା ପୁସ୍ତକ 30 : 10 (ORV)
ଆଉ ସେ ଯେବେ ସ୍ଵାମୀର ଗୃହରେ ମାନତ କରିଥାଏ, ଅବା ଶପଥପୂର୍ବକ ବ୍ରତ ଦ୍ଵାରା ଆପଣା ପ୍ରାଣକୁ ଆବଦ୍ଧ କରିଥାଏ,
ଗଣନା ପୁସ୍ତକ 30 : 11 (ORV)
ପୁଣି ତାହାର ସ୍ଵାମୀ ତାହା ଶୁଣି ତାହା ପ୍ରତି ତୁନି ହୋଇ ରହେ ଓ ତାହାକୁ ନିଷେଧ ନ କରେ, ତେବେ ତାହାର ସମସ୍ତ ମାନତ ସ୍ଥିର ହେବ; ପୁଣି ସେ ଯେଉଁସବୁ ବ୍ରତ ଦ୍ଵାରା ଆପଣା ପ୍ରାଣକୁ ଆବଦ୍ଧ କଲା, ତାହାସବୁ ସ୍ଥିର ହେବ ।
ଗଣନା ପୁସ୍ତକ 30 : 12 (ORV)
ମାତ୍ର ତାହାର ସ୍ଵାମୀ ଯେବେ ଶୁଣିବା ଦିନ ତାହାସବୁ ରହିତ ଓ ବ୍ୟର୍ଥ କରେ, ତେବେ ତାହାର ମାନତ ବିଷୟରେ ଓ ତାହାର ପ୍ରାଣର ବନ୍ଧନ ବିଷୟରେ ଯେସବୁ କଥା ତାହାର ମୁଖରୁ ନିର୍ଗତ ହୋଇଥିଲା, ସେସବୁ ସ୍ଥିର ହେବ ନାହିଁ; ତାହାର ସ୍ଵାମୀ ସେସବୁ ବ୍ୟର୍ଥ କଲା, ଏଣୁ ସଦାପ୍ରଭୁ ତାହାକୁ କ୍ଷମା କରିବେ ।
ଗଣନା ପୁସ୍ତକ 30 : 13 (ORV)
ତାହାର ସ୍ଵାମୀ ତାହାର ପ୍ରତ୍ୟେକ ମାନତ ଓ ପ୍ରାଣକୁ କ୍ଳେଶ ଦେବାର ପ୍ରତିଜ୍ଞାଯୁକ୍ତ ପ୍ରତ୍ୟେକ ଶପଥ ସ୍ଥିର କରି ପାରେ, ଅବା ତାହାର ସ୍ଵାମୀ ବ୍ୟର୍ଥ କରି ପାରେ ।
ଗଣନା ପୁସ୍ତକ 30 : 14 (ORV)
ମାତ୍ର ତାହାର ସ୍ଵାମୀ ଯେବେ ଦିନକୁ ଦିନ ତାହା ପ୍ରତି ସର୍ବତୋଭାବେ ତୁନି ହୋଇ ରହେ, ତେବେ ସେ ତାହାର ସମସ୍ତ ମାନତ ଅବା ତାହାର ସମସ୍ତ ବ୍ରତ ସ୍ଥିର କରେ । ସେ ତାହା ଶୁଣିବା ଦିନ ତୁନି ହୋଇ ରହିବାରୁ ତାହା ସ୍ଥିର କଲା ।
ଗଣନା ପୁସ୍ତକ 30 : 15 (ORV)
ମାତ୍ର ତାହା ଶୁଣିଲା ଉତ୍ତାରେ ଯେବେ ସେ ତାହା ରହିତ ଓ ବ୍ୟର୍ଥ କରେ, ତେବେ ସେ ସ୍ତ୍ରୀର ଅପରାଧ ବହିବ ।
ଗଣନା ପୁସ୍ତକ 30 : 16 (ORV)
ପୁରୁଷ ଓ ତାହାର ଭାର୍ଯ୍ୟା ବିଷୟରେ, ପିତା ଓ ପିତୃଗୃହସ୍ଥିତା ଯୁବତୀ କନ୍ୟା ବିଷୟରେ ସଦାପ୍ରଭୁ ମୋଶାଙ୍କୁ ଏହି ସମସ୍ତ ଆଜ୍ଞା ଦେଲେ ।

1 2 3 4 5 6 7 8 9 10 11 12 13 14 15 16

BG:

Opacity:

Color:


Size:


Font: