ଗଣନା ପୁସ୍ତକ 1 : 1 (ORV)
ଅନନ୍ତର ଲୋକମାନେ ମିସର ଦେଶରୁ ବାହାର ହେବାର ଦ୍ଵିତୀୟ ବର୍ଷର ଦ୍ଵିତୀୟ ମାସର ପ୍ରଥମ ଦିନରେ ସଦାପ୍ରଭୁ ସୀନୟ ପ୍ରାନ୍ତରରେ ସମାଗମ-ତମ୍ଵୁ ମଧ୍ୟରେ ମୋଶାଙ୍କୁ କହିଲେ,
ଗଣନା ପୁସ୍ତକ 1 : 2 (ORV)
ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀର ବଂଶ ଅନୁସାରେ ଓ ପିତୃଗୃହ ଅନୁସାରେ ଓ ନାମ-ସଂଖ୍ୟାନୁସାରେ ପ୍ରତ୍ୟେକ ପୁରୁଷର ମସ୍ତକ ଗଣନା କର ।
ଗଣନା ପୁସ୍ତକ 1 : 3 (ORV)
କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ଯେତେ ପୁରୁଷ ଇସ୍ରାଏଲ ମଧ୍ୟରୁ ଯୁଦ୍ଧକୁ ଯିବାର ଯୋଗ୍ୟ, ସେମାନଙ୍କ ସୈନ୍ୟାନୁସାରେ ତୁମ୍ଭେ ଓ ହାରୋଣ ସେମାନଙ୍କୁ ଗଣନା କର ।
ଗଣନା ପୁସ୍ତକ 1 : 4 (ORV)
ପୁଣି ପ୍ରତ୍ୟେକ ବଂଶରୁ ଏକ ଏକ ଜଣ, ଅର୍ଥାତ୍, ଆପଣା ଆପଣା ପିତୃବଂଶର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହକାରୀ ହେବେ ।
ଗଣନା ପୁସ୍ତକ 1 : 5 (ORV)
ଆଉ ଯେଉଁମାନେ ତୁମ୍ଭମାନଙ୍କର ସହକାରୀ ହେବେ, ସେମାନଙ୍କର ନାମ ଏହି: ଯଥା, ରୁବେନ୍ ବଂଶର; ଶଦେୟରର ପୁତ୍ର ଇଲୀଷୂର ।
ଗଣନା ପୁସ୍ତକ 1 : 6 (ORV)
ଶିମୀୟୋନ ବଂଶର ସୂରୀସଦ୍ଦୟର ପୁତ୍ର ଶଲୁମୀୟେଲ୍ ।
ଗଣନା ପୁସ୍ତକ 1 : 7 (ORV)
ଯିହୁଦା ବଂଶର; ଅମ୍ମୀନାଦବର ପୁତ୍ର ନହଶୋନ୍
ଗଣନା ପୁସ୍ତକ 1 : 8 (ORV)
ଇଷାଖର ବଂଶର; ସୂୟାରର ପୁତ୍ର ନଥନେଲ୍ ।
ଗଣନା ପୁସ୍ତକ 1 : 9 (ORV)
ସବୂଲୂନ ବଂଶର; ହେଲୋନର ପୁତ୍ର ଇଲୀୟାବ୍ ।
ଗଣନା ପୁସ୍ତକ 1 : 10 (ORV)
ଯୋଷେଫର ପୁତ୍ରଗଣ ମଧ୍ୟରୁ ଇଫ୍ରୟିମ ବଂଶର; ଅମ୍ମୀହୂଦର ପୁତ୍ର ଇଲୀଶାମା; ମନଃଶି ବଂଶର; ପଦାହସୂରର ପୁତ୍ର ଗମଲୀୟେଲ ।
ଗଣନା ପୁସ୍ତକ 1 : 11 (ORV)
ବିନ୍ୟାମିନ୍ ବଂଶର; ଗିଦୀୟୋନର ପୁତ୍ର ଅବୀଦାନ୍ ।
ଗଣନା ପୁସ୍ତକ 1 : 12 (ORV)
ଦାନ ବଂଶର; ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ।
ଗଣନା ପୁସ୍ତକ 1 : 13 (ORV)
ଆଶେର ବଂଶର; ଅକ୍ରଣର ପୁତ୍ର ପଗୀୟେଲ ।
ଗଣନା ପୁସ୍ତକ 1 : 14 (ORV)
ଗାଦ ବଂଶର; ଦ୍ୟୂୟେଲର ପୁତ୍ର ଇଲୀୟାସଫ୍ ।
ଗଣନା ପୁସ୍ତକ 1 : 15 (ORV)
ନପ୍ତାଲି ବଂଶର; ଐନନର ପୁତ୍ର ଅହୀର ।
ଗଣନା ପୁସ୍ତକ 1 : 16 (ORV)
ଏମାନେ ମଣ୍ତଳୀର ଆହୂତ ଲୋକ, ଆପଣା ଆପଣା ପିତୃବଂଶର ଅଧିପତି, ଆଉ ଇସ୍ରାଏଲର ସହସ୍ରପତି ଥିଲେ ।
ଗଣନା ପୁସ୍ତକ 1 : 17 (ORV)
ତେବେ ମୋଶା ଓ ହାରୋଣ ଏହିସବୁ ନାମବିଶିଷ୍ଟ ଲୋକମାନଙ୍କୁ ଗ୍ରହଣ କଲେ ।
ଗଣନା ପୁସ୍ତକ 1 : 18 (ORV)
ପୁଣି ଦ୍ଵିତୀୟ ମାସର ପ୍ରଥମ ଦିନରେ ସମଗ୍ର ମଣ୍ତଳୀକି ଏକତ୍ର କରି ମସ୍ତକ-ସଂଖ୍ୟାରେ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ଲୋକମାନଙ୍କ ବଂଶ ଓ ପିତୃଗୃହ ଓ ନାମସଂଖ୍ୟାନୁସାରେ ସେମାନଙ୍କର ବଂଶାବଳୀ ଲେଖିଲେ ।
ଗଣନା ପୁସ୍ତକ 1 : 19 (ORV)
ଏହିରୂପେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସୀନୟ ପ୍ରାନ୍ତରରେ ସେମାନଙ୍କୁ ଗଣନା କଲେ ।
ଗଣନା ପୁସ୍ତକ 1 : 20 (ORV)
ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ଯେ ରୁବେନ୍, ତାହାର ସନ୍ତାନଗଣର ବଂଶ ଓ ପିତୃଗୃହ ଓ ନାମସଂଖ୍ୟା ଓ ମସ୍ତକ ଗଣନାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
ଗଣନା ପୁସ୍ତକ 1 : 21 (ORV)
ରୁବେନ୍-ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ଛୟାଳିଶ ହଜାର ପାଞ୍ଚ ଶହ ହେଲା ।
ଗଣନା ପୁସ୍ତକ 1 : 22 (ORV)
ଶିମୀୟୋନ-ସନ୍ତାନଗଣ ମଧ୍ୟରୁ ବଂଶ ଓ ପିତୃଗୃହ ଅନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ଯେଉଁ ପୁରୁଷମାନେ ନାମସଂଖ୍ୟା ଓ ମସ୍ତକ ଗଣନାନୁସାରେ ଗଣା ଗଲେ, ସେମାନଙ୍କର ବଂଶାବଳୀ;
ଗଣନା ପୁସ୍ତକ 1 : 23 (ORV)
ଶିମୀୟୋନ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ଊଣଷଠି ହଜାର ତିନି ଶହ ହେଲା ।
ଗଣନା ପୁସ୍ତକ 1 : 24 (ORV)
ଗାଦ-ସନ୍ତାନଗଣର ବଂଶ ଓ ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
ଗଣନା ପୁସ୍ତକ 1 : 25 (ORV)
ଗାଦ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ପଞ୍ଚଚାଳିଶ ହଜାର ଛଅ ଶହ ପଚାଶ ହେଲା ।
ଗଣନା ପୁସ୍ତକ 1 : 26 (ORV)
ଯିହୁଦା-ସନ୍ତାନଗଣର ବଂଶ ଓ ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
ଗଣନା ପୁସ୍ତକ 1 : 27 (ORV)
ଯିହୁଦା ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ଚଉସ୍ତରି ହଜାର ଛଅ ଶହ ହେଲା ।
ଗଣନା ପୁସ୍ତକ 1 : 28 (ORV)
ଇଷାଖର-ସନ୍ତାନଗଣର ବଂଶ ଓ ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
ଗଣନା ପୁସ୍ତକ 1 : 29 (ORV)
ଇଷାଖର ବଂଶର ଗଣିତ ଲୋକସଂଖ୍ୟା ଚଉବନ ହଜାର ଚାରି ଶହ ହେଲା ।
ଗଣନା ପୁସ୍ତକ 1 : 30 (ORV)
ସବୂଲୂନ୍-ସନ୍ତାନଗଣର ବଂଶ ଓ ପିତୃଗୃହ ଓ ନାମସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
ଗଣନା ପୁସ୍ତକ 1 : 31 (ORV)
ସବୂଲୂନ୍ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ସତାବନ ହଜାର ଚାରି ଶହ ହେଲା ।
ଗଣନା ପୁସ୍ତକ 1 : 32 (ORV)
ଯୋଷେଫ-ସନ୍ତାନଗଣର, ଯଥା, ଇଫ୍ରୟିମ-ସନ୍ତାନଗଣର ବଂଶ ଓ ପିତୃଗୃହ ଓ ନାମସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କ ବଂଶାବଳୀ;
ଗଣନା ପୁସ୍ତକ 1 : 33 (ORV)
ଇଫ୍ରୟିମ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ଚାଳିଶ ହଜାର ପାଞ୍ଚ ଶହ ହେଲା ।
ଗଣନା ପୁସ୍ତକ 1 : 34 (ORV)
ମନଃଶି-ସନ୍ତାନଗଣର ବଂଶ ଓ ପିତୃଗୃହ ଓ ନାମସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
ଗଣନା ପୁସ୍ତକ 1 : 35 (ORV)
ମନଃଶି ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ବତ୍ରିଶ ହଜାର ଦୁଇ ଶହ ହେଲା ।
ଗଣନା ପୁସ୍ତକ 1 : 36 (ORV)
ବିନ୍ୟାମିନ-ସନ୍ତାନଗଣର ବଂଶ ଓ ପିତୃଗୃହ ଓ ନାମ ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କ ବଂଶାବଳୀ;
ଗଣନା ପୁସ୍ତକ 1 : 37 (ORV)
ବିନ୍ୟାମିନ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ପଞ୍ଚତ୍ରିଂଶ ହଜାର ଚାରି ଶହ ହେଲା ।
ଗଣନା ପୁସ୍ତକ 1 : 38 (ORV)
ଦାନ-ସନ୍ତାନଗଣର ବଂଶ ଓ ପିତୃଗୃହ ଓ ନାମ ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
ଗଣନା ପୁସ୍ତକ 1 : 39 (ORV)
ଦାନ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ବାଷଠି ହଜାର ସାତ ଶହ ହେଲା ।
ଗଣନା ପୁସ୍ତକ 1 : 40 (ORV)
ଆଶେର-ସନ୍ତାନଗଣର ବଂଶ ଓ ପିତୃଗୃହ ଓ ନାମସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
ଗଣନା ପୁସ୍ତକ 1 : 41 (ORV)
ଆଶେର ବଂଶର ଗଣିତ ଲୋକମାନଙ୍କର ସଂଖ୍ୟା ଏକଚାଳିଶ ହଜାର ପାଞ୍ଚ ଶହ ହେଲା ।
ଗଣନା ପୁସ୍ତକ 1 : 42 (ORV)
ନପ୍ତାଲି-ସନ୍ତାନଗଣର ବଂଶ ଓ ପିତୃଗୃହ ଓ ନାମସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କ ବଂଶାବଳୀ;
ଗଣନା ପୁସ୍ତକ 1 : 43 (ORV)
ନପ୍ତାଲି ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ତେପନ ହଜାର ଚାରି ଶହ ହେଲା ।
ଗଣନା ପୁସ୍ତକ 1 : 44 (ORV)
ଏହି ଲୋକମାନେ ଗଣିତ ହେଲେ; ମୋଶା ଓ ହାରୋଣ ଓ ଇସ୍ରାଏଲର ବାର ଜଣ ଅଧିପତି, ଅର୍ଥାତ୍; ଏକ ଏକ ପିତୃଗୃହ ନିମନ୍ତେ ଏକ ଏକ ଅଧିପତି ସେମାନଙ୍କୁ ଗଣନା କଲେ ।
ଗଣନା ପୁସ୍ତକ 1 : 45 (ORV)
ଏହିରୂପେ ଇସ୍ରାଏଲ-ସନ୍ତାନଗଣ ଆପଣା ଆପଣା ପିତୃ-ଗୃହାନୁସାରେ ଇସ୍ରାଏଲ ମଧ୍ୟରୁ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ଲୋକମାନେ ଗଣିତ ହେଲେ ।
ଗଣନା ପୁସ୍ତକ 1 : 46 (ORV)
ଏହିସବୁ ଗଣିତ ଲୋକମାନଙ୍କ ସଂଖ୍ୟା ଛଅ ଲକ୍ଷ ତିନି ହଜାର ପାଞ୍ଚ ଶହ ପଚାଶ ଜଣ ହେଲା ।
ଗଣନା ପୁସ୍ତକ 1 : 47 (ORV)
ମାତ୍ର ଲେବୀୟମାନେ ଆପଣା ପିତୃବଂଶାନୁସାରେ ସେମାନଙ୍କ ମଧ୍ୟରେ ଗଣା ଗଲେ ନାହିଁ ।
ଗଣନା ପୁସ୍ତକ 1 : 48 (ORV)
କାରଣ ସଦାପ୍ରଭୁ ମୋଶାଙ୍କୁ କହିଥିଲେ,
ଗଣନା ପୁସ୍ତକ 1 : 49 (ORV)
ତୁମ୍ଭେ କେବଳ ଲେବୀୟ ବଂଶର ଗଣନା କରିବ ନାହିଁ, କିଅବା ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସେମାନଙ୍କର ସଂଖ୍ୟା ନେବ ନାହିଁ;
ଗଣନା ପୁସ୍ତକ 1 : 50 (ORV)
ମାତ୍ର ତୁମ୍ଭେ ସାକ୍ଷ୍ୟର ଆବାସ ଓ ତହିଁର ସକଳ ଦ୍ରବ୍ୟ ଓ ତତ୍ସମ୍ଵନ୍ଧୀୟ ସମସ୍ତ ବିଷୟ ଉପରେ ଲେବୀୟ-ମାନଙ୍କୁ ନିଯୁକ୍ତ କରିବ; ସେମାନେ ଆବାସ ଓ ତହିଁର ସମସ୍ତ ଦ୍ରବ୍ୟ ବହିବେ ଓ ସେମାନେ ତହିଁର ସେବା କରିବେ ଓ ଆବାସର ଚାରିଆଡ଼େ ଛାଉଣି କରି ରହିବେ ।
ଗଣନା ପୁସ୍ତକ 1 : 51 (ORV)
ପୁଣି ଆବାସ ଆଗକୁ ଯିବା ବେଳେ ଲେବୀୟମାନେ ତାହା ଭାଙ୍ଗିବେ ଓ ଆବାସ ସ୍ଥାପନ କରିବା ବେଳେ ଲେବୀୟମାନେ ତାହା ସ୍ଥାପନ କରିବେ ଓ ଅନ୍ୟ-ବଂଶୀୟ ଲୋକ ତାହା ନିକଟକୁ ଗଲେ, ତାହାର ପ୍ରାଣଦଣ୍ତ ହେବ ।
ଗଣନା ପୁସ୍ତକ 1 : 52 (ORV)
ଇସ୍ରାଏଲ-ସନ୍ତାନଗଣ ଆପଣା ଆପଣା ସୈନ୍ୟାନୁସାରେ ଆପଣା ଆପଣା ଛାଉଣିରେ ଆପଣା ଆପଣା ଧ୍ଵଜା ନିକଟରେ ତମ୍ଵୁ ସ୍ଥାପନ କରିବେ ।
ଗଣନା ପୁସ୍ତକ 1 : 53 (ORV)
ମାତ୍ର ଇସ୍ରାଏଲ-ସନ୍ତାନଗଣର ମଣ୍ତଳୀ ପ୍ରତି ଯେପରି କ୍ରୋଧ ନ ଘଟେ, ଏଥିପାଇଁ ଲେବୀୟମାନେ ସାକ୍ଷ୍ୟ-ଆବାସର ଚାରିଆଡ଼େ ଛାଉଣି ସ୍ଥାପନ କରିବେ; ପୁଣି ଲେବୀୟମାନେ ସାକ୍ଷ୍ୟ-ଆବାସ ରକ୍ଷା କରିବେ ।
ଗଣନା ପୁସ୍ତକ 1 : 54 (ORV)
ଇସ୍ରାଏଲ-ସନ୍ତାନଗଣ ଏହିରୂପେ କଲେ; ସଦାପ୍ରଭୁ ମୋଶାଙ୍କୁ ଯେସମସ୍ତ ଆଜ୍ଞା ଦେଇଥିଲେ, ତଦନୁସାରେ ସେମାନେ କଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54

BG:

Opacity:

Color:


Size:


Font: