ଯିଖରିୟ 4 : 1 (ORV)
ଅନନ୍ତର ଯେଉଁ ଦୂତ ମୋʼ ସଙ୍ଗରେ କଥା କହୁଥିଲେ, ସେ ପୁନର୍ବାର ଆସି ମୋତେ ନିଦ୍ରାରୁ ଜାଗ୍ରତ ମନୁଷ୍ୟର ପ୍ରାୟ ଜଗାଇଲେ।
ଯିଖରିୟ 4 : 2 (ORV)
ପୁଣି, ସେ ମୋତେ କହିଲେ, ତୁମ୍ଭେ କଅଣ ଦେଖୁଅଛ? ତହିଁରେ ମୁଁ କହିଲି, ମୁଁ ଦେଖିଅଛି, ଆଉ ଦେଖ, ସମ୍ପୂର୍ଣ୍ଣ ସୁବର୍ଣ୍ଣମୟ ଏକ ଦୀପବୃକ୍ଷ, ତହିଁର ଉପରେ ତୈଳାଧାର ଓ ତହିଁ ଉପରେ ସାତ ପ୍ରଦୀପ ଅଛି ଓ ତହିଁର ଉପରି ଭାଗରେ ପ୍ରତ୍ୟେକ ପ୍ରଦୀପର ନିମନ୍ତେ ସାତ ନଳ;
ଯିଖରିୟ 4 : 3 (ORV)
ଆଉ, ତହିଁର ନିକଟରେ ଦୁଇ ଜୀତବୃକ୍ଷ ଅଛି, ପୁଣି ଗୋଟିଏ ତୈଳାଧାରର ଦକ୍ଷିଣ ପାର୍ଶ୍ଵରେ ଓ ଅନ୍ୟ ଗୋଟିଏ ତହିଁର ବାମ ପାର୍ଶ୍ଵରେ ।
ଯିଖରିୟ 4 : 4 (ORV)
ତହିଁରେ ଯେଉଁ ଦୂତ ମୋʼ ସଙ୍ଗରେ କଥା କହୁଥିଲେ, ମୁଁ ତାଙ୍କୁ ଉତ୍ତର କରି କହିଲି, ହେ ମୋର ପ୍ରଭୁ, ଏସବୁ କଅଣ?
ଯିଖରିୟ 4 : 5 (ORV)
ସେତେବେଳେ ଯେଉଁ ଦୂତ ମୋʼ ସଙ୍ଗରେ କଥା କହୁଥିଲେ, ସେ ମୋତେ ଉତ୍ତର କରି କହିଲେ, ଏସବୁ କଅଣ, ତାହା କି ତୁମ୍ଭେ ଜାଣି ନାହଁ? ପୁଣି, ତହିଁରେ ମୁଁ କହିଲି, ହେ ମୋର ପ୍ରଭୁ, ଜାଣୁ ନାହିଁ ।
ଯିଖରିୟ 4 : 6 (ORV)
ତହିଁରେ ସେ ମୋତେ ଉତ୍ତର କରି କହିଲେ, ଏହା ଯିରୁବ୍ବାବିଲଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ, ଯଥା, ପରାକ୍ରମ ଦ୍ଵାରା ନୁହେଁ, କିଅବା ବଳ ଦ୍ଵାରା ନୁହେଁ, ମାତ୍ର ଆମ୍ଭର ଆତ୍ମା ଦ୍ଵାରା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି ।
ଯିଖରିୟ 4 : 7 (ORV)
ହେ ବୃହତ ପର୍ବତ, ତୁମ୍ଭେ କିଏ? ଯିରୁବ୍ବାବିଲଙ୍କ ସମ୍ମୁଖରେ ତୁମ୍ଭେ ସମଭୂମି ହେବ; ଆଉ, ତହିଁ ପ୍ରତି ଅନୁଗ୍ରହ, ଅନୁଗ୍ରହ, ଏହି ଜୟଧ୍ଵନି କରି ସେ ମସ୍ତକ ସ୍ଵରୂପ ପ୍ରସ୍ତର ବାହାର କରି ଆଣିବ ।
ଯିଖରିୟ 4 : 8 (ORV)
ଆହୁରି, ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
ଯିଖରିୟ 4 : 9 (ORV)
ଯିରୁବ୍ବାବିଲଙ୍କ ହସ୍ତ ଏହି ଗୃହର ଭିତ୍ତିମୂଳ ସ୍ଥାପନ କରିଅଛି; ତାଙ୍କ ହସ୍ତ ମଧ୍ୟ ତାହା ସମାପ୍ତ କରିବ; ତହିଁରେ ସୈନ୍ୟାଧିପତି ସଦାପ୍ରଭୁ ଯେ ତୁମ୍ଭମାନଙ୍କ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେ ଜାଣିବ ।
ଯିଖରିୟ 4 : 10 (ORV)
କାରଣ କ୍ଷୁଦ୍ର କ୍ଷୁଦ୍ର ବିଷୟର ଦିନକୁ କିଏ ତୁଚ୍ଛଜ୍ଞାନ କରିଅଛି? ଯେଣୁ ସେମାନେ, ଅର୍ଥାତ୍, ସମୁଦାୟ ପୃଥିବୀ ଏଣେତେଣେ ପର୍ଯ୍ୟଟନକାରୀ ସଦାପ୍ରଭୁଙ୍କର ଏହି ସପ୍ତ ଚକ୍ଷୁ ଯିରୁବ୍ବାବିଲଙ୍କ ହସ୍ତରେ ଓଳମ ଦେଖି ଆନନ୍ଦ କରିବେ ।
ଯିଖରିୟ 4 : 11 (ORV)
ତେବେ ମୁଁ ଉତ୍ତର କରି ତାଙ୍କୁ କହିଲି, ଦୀପବୃକ୍ଷର ଦକ୍ଷିଣ ପାର୍ଶ୍ଵରେ ଓ ତହିଁର ବାମ ପାର୍ଶ୍ଵରେ ସ୍ଥିତ ଏହି ଦୁଇ ଜୀତବୃକ୍ଷ କଅଣ?
ଯିଖରିୟ 4 : 12 (ORV)
ପୁଣି, ମୁଁ ଦ୍ଵିତୀୟ ଥର ତାଙ୍କୁ ଉତ୍ତର କରି କହିଲି,ସୁବର୍ଣ୍ଣମୟ ଯେଉଁ ଦୁଇ ନଳ ଆପଣା ଆପଣା ମଧ୍ୟରୁ ସୁବର୍ଣ୍ଣମୟ ତୈଳ ନିର୍ଗତ କରେ, ତହିଁର ପାର୍ଶ୍ଵରେ ଜୀତବୃକ୍ଷର ଯେଉଁ ଦୁଇ ଶାଖା ଅଛି, ତାହା କଅଣ?
ଯିଖରିୟ 4 : 13 (ORV)
ତହିଁରେ ସେ ମୋତେ ଉତ୍ତର କରି କହିଲେ, ଏସବୁ କଅଣ, ଏହା କି ତୁମ୍ଭେ ଜାଣ ନାହିଁ? ତହୁଁ ମୁଁ କହିଲି, ହେ ମୋର ପ୍ରଭୁ, ଜାଣେ ନାହିଁ ।
ଯିଖରିୟ 4 : 14 (ORV)
ତେବେ ସେ କହିଲେ, ଏମାନେ ସମୁଦାୟ ଭୂମଣ୍ତଳର ପ୍ରଭୁଙ୍କ ଛାମୁରେ ଠିଆ ହେବାର ଦୁଇ ତୈଳ ପୁତ୍ର ଅଟନ୍ତି ।

1 2 3 4 5 6 7 8 9 10 11 12 13 14

BG:

Opacity:

Color:


Size:


Font: