ଯିଖରିୟ 3 : 1 (ORV)
ଅନନ୍ତର ସଦାପ୍ରଭୁଙ୍କ ଦୂତ ସମ୍ମୁଖରେ ଠିଆ ହୋଇଥିବା ଯିହୋଶୂୟ ମହାଯାଜକଙ୍କୁ, ଆଉ ତାଙ୍କ ବିପକ୍ଷ ହେବା ନିମନ୍ତେ ତାଙ୍କର ଦକ୍ଷିଣ ପାର୍ଶ୍ଵରେ ଠିଆ ହୋଇଥିବାର ଶୟତାନକୁ ସେ ମୋତେ ଦେଖାଇଲେ ।
ଯିଖରିୟ 3 : 2 (ORV)
ପୁଣି, ସଦାପ୍ରଭୁ ଶୟତାନକୁ କହିଲେ, ହେ ଶୟତାନ, ସଦାପ୍ରଭୁ ତୁମ୍ଭକୁ ଧମକାଉନ୍ତୁ; ହଁ, ଯେ ଯିରୂଶାଲମକୁ ମନୋନୀତ କରିଅଛନ୍ତି, ସେ ସଦାପ୍ରଭୁ ତୁମ୍ଭକୁ ଧମକାଉନ୍ତୁ; ଏ କି ଅଗ୍ନିରୁ କଢ଼ା ଖଣ୍ତେ ପୋଡ଼ଖୁଣ୍ଟା ନୁହେଁ?
ଯିଖରିୟ 3 : 3 (ORV)
ଏହି ସମୟରେ ଯିହୋଶୂୟ ମଳିନ ବସ୍ତ୍ର ପିନ୍ଧି ଦୂତ ସମ୍ମୁଖରେ ଠିଆ ହୋଇଥିଲେ ।
ଯିଖରିୟ 3 : 4 (ORV)
ଏଥିରେ ଦୂତ ଆପଣା ସମ୍ମୁଖରେ ଠିଆ ହୋଇଥିବା ଲୋକମାନଙ୍କୁ ଏହି କଥା କହିଲେ, ଏହାଙ୍କଠାରୁ ମଳିନ ବସ୍ତ୍ର କାଢ଼ି ନିଅ । ପୁଣି, ତାଙ୍କୁ ସେ କହିଲେ, ଦେଖ, ଆମ୍ଭେ ତୁମ୍ଭର ଅଧର୍ମ ତୁମ୍ଭଠାରୁ ଦୂର କରାଇଲୁ ଓ ଆମ୍ଭେ ତୁମ୍ଭକୁ ବହୁମୂଲ୍ୟ ବସ୍ତ୍ର ପିନ୍ଧାଇବା।
ଯିଖରିୟ 3 : 5 (ORV)
ସେତେବେଳେ ମୁଁ କହିଲି, ଲୋକମାନେ ଏହାର ମସ୍ତକରେ ସୁନ୍ଦର ପାଗ ଦିଅନ୍ତୁ । ତହିଁରେ ସେମାନେ ତାଙ୍କ ମସ୍ତକରେ ସୁନ୍ଦର ପାଗ ଦେଲେ ଓ ତାଙ୍କୁ ବସ୍ତ୍ର ପିନ୍ଧାଇଲେ; ପୁଣି, ନିକଟରେ ସଦାପ୍ରଭୁଙ୍କ ଦୂତ ଠିଆ ହୋଇଥିଲେ ।
ଯିଖରିୟ 3 : 6 (ORV)
ପୁଣି, ସଦାପ୍ରଭୁଙ୍କ ଦୂତ ଯିହୋଶୂୟଙ୍କୁ ଦୃଢ଼ ରୂପେ କହିଲେ,
ଯିଖରିୟ 3 : 7 (ORV)
ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି: ଯେବେ ତୁମ୍ଭେ ଆମ୍ଭ ପଥରେ ଚାଲିବ ଓ ଯେବେ ତୁମ୍ଭେ ଆମ୍ଭର ରକ୍ଷଣୀୟ ରକ୍ଷା କରିବ, ତେବେ ତୁମ୍ଭେ ମଧ୍ୟ ଆମ୍ଭ ଗୃହର ବିଚାର କରିବ ଓ ଆମ୍ଭ ପ୍ରାଙ୍ଗଣର ରକ୍ଷକ ହେବ, ଆଉ ନିକଟରେ ଠିଆ ହେବାର ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ଆମ୍ଭେ ତୁମ୍ଭକୁ ପ୍ରବେଶର ଅଧିକାର ଦେବା ।
ଯିଖରିୟ 3 : 8 (ORV)
ହେ ଯିହୋଶୂୟ ମହାଯାଜକ, ତୁମ୍ଭେ ଏବେ ଶୁଣ ଓ ତୁମ୍ଭ ସମ୍ମୁଖରେ ଉପବିଷ୍ଟ ତୁମ୍ଭର ସଙ୍ଗୀଗଣ ଶୁଣନ୍ତୁ; କାରଣ ସେମାନେ ଚିହ୍ନ ସ୍ଵରୂପ ଲୋକ ଅଟନ୍ତି; ଯେହେତୁ ଦେଖ, ଆମ୍ଭେ ଆପଣାର ଶାଖା ନାମକ ଦାସକୁ ଆଣିବା ।
ଯିଖରିୟ 3 : 9 (ORV)
କାରଣ, ଆମ୍ଭେ ଯିହୋଶୂୟ ସମ୍ମୁଖରେ ଯେଉଁ ପ୍ରସ୍ତର ସ୍ଥାପନ କରିଅଛୁ, ତାହା ଦେଖ; ଏକ ପ୍ରସ୍ତରର ଉପରେ ସାତ ଚକ୍ଷୁ ଅଛି; ଦେଖ, ତହିଁର ମୁଦ୍ରା ଆମ୍ଭେ ଖୋଦିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି ଓ ଆମ୍ଭେ ଏକ ଦିନରେ ସେହି ଦେଶର ଅଧର୍ମ ଦୂର କରିବା।
ଯିଖରିୟ 3 : 10 (ORV)
ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସେ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଲୋକ ଆପଣା ଆପଣା ପ୍ରତିବାସୀକି ଦ୍ରାକ୍ଷାଲତା ଓ ଡିମିରି ବୃକ୍ଷ ତଳେ ନିମନ୍ତ୍ରଣ କରିବ ।

1 2 3 4 5 6 7 8 9 10

BG:

Opacity:

Color:


Size:


Font: