ଯିଖରିୟ 12 : 1 (ORV)
ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କର ଭାରୋକ୍ତି । ଯେ ଆକାଶମଣ୍ତଳ ବିସ୍ତାର କରନ୍ତି ଓ ପୃଥିବୀର ଭିତ୍ତିମୂଳ ସ୍ଥାପନ କରନ୍ତି ଓ ମନୁଷ୍ୟର ଅନ୍ତରରେ ଆତ୍ମା ନିର୍ମାଣ କରନ୍ତି, ସେହି ସଦାପ୍ରଭୁ ଏହି କଥା କହନ୍ତି;
ଯିଖରିୟ 12 : 2 (ORV)
ଦେଖ, ଆମ୍ଭେ ଚତୁର୍ଦ୍ଦିଗସ୍ଥିତ ସମସ୍ତ ଗୋଷ୍ଠୀ ପ୍ରତି ଯିରୂଶାଲମକୁ ଟଳଟଳଜନକ ପାନପାତ୍ର ସ୍ଵରୂପ କରିବା ଓ ଯିରୂଶାଲମର ଅବରୋଧ କାଳେ ତାହା ଯିହୁଦାର ଉପରେ ମଧ୍ୟ ବର୍ତ୍ତିବ ।
ଯିଖରିୟ 12 : 3 (ORV)
ପୁଣି, ସେହି ଦିନ ଆମ୍ଭେ ଯିରୂଶାଲମକୁ ସମସ୍ତ ଗୋଷ୍ଠୀ ପ୍ରତି ଭାର ସ୍ଵରୂପ ପ୍ରସ୍ତର କରିବା; ଯେଉଁମାନେ ତଦ୍ଦ୍ଵାରା ଆପଣାମାନଙ୍କୁ ଭାରଗ୍ରସ୍ତ କରନ୍ତି, ସେସମସ୍ତେ ଅତ୍ୟ; କ୍ଷତବିକ୍ଷତ ହେବେ ଓ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ତାହା ବିରୁଦ୍ଧରେ ଏକତ୍ରିତ ହେବେ ।
ଯିଖରିୟ 12 : 4 (ORV)
ସଦାପ୍ରଭୁ କହନ୍ତି, ସେଦିନ ଆମ୍ଭେ ପ୍ରତ୍ୟେକ ଅଶ୍ଵକୁ ସ୍ତବ୍ଧତାରେ ଓ ତଦାରୋହୀକି ଉନ୍ମତ୍ତତାରେ ଆଘାତ କରିବା; ଆଉ, ଆମ୍ଭେ ଯିହୁଦା-ବଂଶ ପ୍ରତି ଆପଣା ଚକ୍ଷୁ ମେଲାଇ ଗୋଷ୍ଠୀଗଣର ପ୍ରତ୍ୟେକ ଅଶ୍ଵକୁ ଅନ୍ଧତାରେ ଆଘାତ କରିବା ।
ଯିଖରିୟ 12 : 5 (ORV)
ପୁଣି, ଯିହୁଦାର ଅଧ୍ୟକ୍ଷଗଣ ଆପଣା ଆପଣା ମନରେ କହିବେ, ଯିରୂଶାଲମର ନିବାସୀମାନେ ସୈନ୍ୟାଧିପତି ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ଵରଙ୍କ ସାହାଯ୍ୟରେ ମୋର ବଳସ୍ଵରୂପ ଅଟନ୍ତି ।
ଯିଖରିୟ 12 : 6 (ORV)
ସେଦିନ ଆମ୍ଭେ ଯିହୁଦାର ଅଧ୍ୟକ୍ଷଗଣକୁ କାଷ୍ଠ ମଧ୍ୟରେ ଅଗ୍ନିଧାରୀ ପାତ୍ର ସ୍ଵରୂପ ଓ ଶସ୍ୟବିଡ଼ା ମଧ୍ୟରେ ମଶାଲ ସ୍ଵରୂପ କରିବା; ଆଉ, ସେମାନେ ଦକ୍ଷିଣ ଓ ବାମରେ ଚତୁଃପାର୍ଶ୍ଵସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ ଗ୍ରାସ କରିବେ; ଆଉ, ଯିରୂଶାଲମ ପୁନର୍ବାର ସ୍ଵସ୍ଥାନରେ, ଅର୍ଥାତ୍, ଯିରୂଶାଲମରେ ବାସ କରିବ ।
ଯିଖରିୟ 12 : 7 (ORV)
ଆହୁରି, ଦାଉଦ-ବଂଶର ଗୌରବ ଓ ଯିରୂଶାଲମ ନିବାସୀଗଣର ଗୌରବ ଯେପରି ଯିହୁଦା-ବଂଶର ଉପରେ ଉନ୍ନତ ନ ହୁଏ, ଏଥିପାଇଁ ସଦାପ୍ରଭୁ ପ୍ରଥମରେ ଯିହୁଦାର ତମ୍ଵୁସବୁକୁ ଉଦ୍ଧାର କରିବେ ।
ଯିଖରିୟ 12 : 8 (ORV)
ସେଦିନ ସଦାପ୍ରଭୁ ଯିରୂଶାଲମର ନିବାସୀଗଣକୁ ରକ୍ଷା କରିବେ ଓ ସେମାନଙ୍କ ମଧ୍ୟରେ ଯେଉଁ ଜନ ଦୁର୍ବଳ, ସେଦିନ ସେ ଦାଉଦ ପରି ହେବ ଓ ଦାଉଦ-ବଂଶ ପରମେଶ୍ଵରଙ୍କ ପରି, ସେମାନଙ୍କର ଅଗ୍ରଗାମୀ ସଦାପ୍ରଭୁଙ୍କର ଦୂତ ପରି ହେବେ ।
ଯିଖରିୟ 12 : 9 (ORV)
ଆଉ, ଯେଉଁମାନେ ଯିରୂଶାଲମର ବିରୁଦ୍ଧରେ ଆସନ୍ତି, ସେସମସ୍ତ ଗୋଷ୍ଠୀଙ୍କୁ ଆମ୍ଭେ ସେଦିନ ନଷ୍ଟ କରିବାକୁ ଚେଷ୍ଟା କରିବା ।
ଯିଖରିୟ 12 : 10 (ORV)
ପୁଣି, ଆମ୍ଭେ ଦାଉଦ ବଂଶ ଉପରେ ଓ ଯିରୂଶାଲମ ନିବାସୀମାନଙ୍କ ଉପରେ ଅନୁଗ୍ରହ ଓ ବିନତିଜନକ ଆତ୍ମା ବୃଷ୍ଟି କରିବା; ତହିଁରେ ସେମାନେ ଆମ୍ଭ ପ୍ରତି, ଅର୍ଥାତ୍, ଯାହାଙ୍କୁ ସେମାନେ ବିଦ୍ଧ କରିଅଛନ୍ତି, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ; ଆଉ, କେହି ଯେପରି ଆପଣାର ଏକମାତ୍ର ପୁତ୍ର ଲାଗି ଶୋକ କରେ, ସେପରି ସେମାନେ ତାହାଙ୍କ ପାଇଁ ଶୋକ କରିବେ ଓ କେହି ଯେପରି ଆପଣା ପ୍ରଥମଜାତର ନିମନ୍ତେ ବ୍ୟାକୁଳିତ ହୁଏ, ସେପରି ସେମାନେ ତାହାଙ୍କ ପାଇଁ ବ୍ୟାକୁଳିତ ହେବେ ।
ଯିଖରିୟ 12 : 11 (ORV)
ସେଦିନ ମଗିଦ୍ଦୋନ୍ ଉପତ୍ୟକାରେ ହଦଦ୍-ରିମ୍ମୋଣର ଶୋକତୁଲ୍ୟ ଯିରୂଶାଲମରେ ମହା ଶୋକ ହେବ ।
ଯିଖରିୟ 12 : 12 (ORV)
ପୁଣି ଦେଶ, ପ୍ରତ୍ୟେକ ଗୋଷ୍ଠୀ ପୃଥକ୍ ପୃଥକ୍ ଶୋକ କରିବେ; ଦାଉଦ-ବଂଶର ଗୋଷ୍ଠୀ ପୃଥକ୍ ଓ ସେମାନଙ୍କର ସ୍ତ୍ରୀଗଣ ପୃଥକ୍; ନାଥନ-ବଂଶର ଗୋଷ୍ଠୀ ପୃଥକ୍ ଓ ସେମାନଙ୍କର ସ୍ତ୍ରୀଗଣ ପୃଥକ୍;
ଯିଖରିୟ 12 : 13 (ORV)
ଲେବୀ-ବଂଶର ଗୋଷ୍ଠୀ ପୃଥକ୍ ଓ ସେମାନଙ୍କର ସ୍ତ୍ରୀଗଣ ପୃଥକ୍; ଶିମୀୟିର ଗୋଷ୍ଠୀ ପୃଥକ୍ ଓ ସେମାନଙ୍କର ସ୍ତ୍ରୀଗଣ ପୃଥକ୍ ଶୋକ କରିବେ;
ଯିଖରିୟ 12 : 14 (ORV)
ଅବଶିଷ୍ଟ ସମୁଦାୟ ଗୋଷ୍ଠୀ ମଧ୍ୟରୁ ପ୍ରତ୍ୟେକ ଗୋଷ୍ଠୀ ପୃଥକ୍ ଓ ସେମାନଙ୍କର ସ୍ତ୍ରୀଗଣ ପୃଥକ୍ ଶୋକ କରିବେ ।

1 2 3 4 5 6 7 8 9 10 11 12 13 14

BG:

Opacity:

Color:


Size:


Font: