ଲେବୀୟ ପୁସ୍ତକ 9 : 1 (ORV)
ଅନନ୍ତର ଅଷ୍ଟମ ଦିନରେ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଡାକିଲେ,
ଲେବୀୟ ପୁସ୍ତକ 9 : 2 (ORV)
ପୁଣି ସେ ହାରୋଣଙ୍କୁ କହିଲେ, ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ନିଖୁ; ଏକ ବୃଷ-ବତ୍ସ ଓ ହୋମବଳି ନିମନ୍ତେ ନିଖୁ; ଏକ ମେଷ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଉତ୍ସର୍ଗ କର ।
ଲେବୀୟ ପୁସ୍ତକ 9 : 3 (ORV)
ପୁଣି, ଇସ୍ରାଏଲ-ସନ୍ତାନଗଣକୁ କହିବ, ତୁମ୍ଭେମାନେ ସଦାପ୍ରଭୁଙ୍କ ଛାମୁରେ ବଳିଦାନାର୍ଥେ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଓ ହୋମବଳି ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷବତ୍ସ ନେବ, ଦୁହେଁ ଏକବର୍ଷୀୟ ଓ ନିଖୁ; ଥିବେ,
ଲେବୀୟ ପୁସ୍ତକ 9 : 4 (ORV)
ପୁଣି ମଙ୍ଗଳାର୍ଥକ ବଳି ନିମନ୍ତେ ଏକ ଗୋରୁ ଓ ଏକ ମେଷ, ପୁଣି ତୈଳମିଶ୍ରିତ ଭକ୍ଷ୍ୟ ନୈବେଦ୍ୟ ନେବ; ଯେହେତୁ ଆଜି ସଦାପ୍ରଭୁ ତୁମ୍ଭମାନଙ୍କୁ ଦର୍ଶନ ଦେଉଅଛନ୍ତି ।
ଲେବୀୟ ପୁସ୍ତକ 9 : 5 (ORV)
ତହୁଁ ମୋଶା ଯାହା ଆଜ୍ଞା କଲେ, ତାହା ସେମାନେ ସମାଗମ-ତମ୍ଵୁ ନିକଟକୁ ଆଣିଲେ, ପୁଣି ସମସ୍ତ ମଣ୍ତଳୀ ନିକଟବର୍ତ୍ତୀ ହୋଇ ସଦାପ୍ରଭୁଙ୍କ ଛାମୁରେ ଛିଡ଼ା ହେଲେ ।
ଲେବୀୟ ପୁସ୍ତକ 9 : 6 (ORV)
ଆଉ ମୋଶା କହିଲେ, ଏହି କଥା କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜ୍ଞା ଦେଲେ; ଏହା କଲେ, ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶ ପାଇବ ।
ଲେବୀୟ ପୁସ୍ତକ 9 : 7 (ORV)
ତହୁଁ ମୋଶା ହାରୋଣଙ୍କୁ କହିଲେ, ତୁମ୍ଭେ ବେଦି ନିକଟକୁ ଯାଇ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଆପଣାର ପାପାର୍ଥକ ବଳି ଓ ଆପଣା ହୋମବଳି ଉତ୍ସର୍ଗ କର, ପୁଣି ଆପଣା ନିମନ୍ତେ ଓ ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କର; ତହିଁ ଉତ୍ତାରୁ ଲୋକମାନଙ୍କର ଉପହାର ଉତ୍ସର୍ଗ କରି ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କର ।
ଲେବୀୟ ପୁସ୍ତକ 9 : 8 (ORV)
ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ହାରୋଣ ବେଦି ନିକଟକୁ ଯାଇ ଆପଣା ପାପାର୍ଥକ ବଳିର ଗୋବତ୍ସ ବଧ କଲେ ।
ଲେବୀୟ ପୁସ୍ତକ 9 : 9 (ORV)
ତହୁଁ ହାରୋଣଙ୍କର ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣିଲେ; ତହିଁରେ ସେ ଆପଣା ଅଙ୍ଗୁଳି ରକ୍ତରେ ବୁଡ଼ାଇ ବେଦିର ଶୃଙ୍ଗ ଉପରେ ଦେଲେ ଓ ଅବଶିଷ୍ଟ ରକ୍ତ ବେଦିମୂଳରେ ଢାଳିଲେ;
ଲେବୀୟ ପୁସ୍ତକ 9 : 10 (ORV)
ମାତ୍ର ପାପାର୍ଥକ ବଳିର ମେଦ ଓ ଗୁରୁଦା ଓ ଯକୃତରୁ ଅନ୍ତ୍ରାପ୍ଳାବକ ବେଦି ଉପରେ ଦଗ୍ଧ କଲେ ।
ଲେବୀୟ ପୁସ୍ତକ 9 : 11 (ORV)
ପୁଣି, ମାଂସ ଓ ଚର୍ମ ଛାଉଣିର ବାହାରେ ଅଗ୍ନିରେ ଦଗ୍ଧ କଲେ ।
ଲେବୀୟ ପୁସ୍ତକ 9 : 12 (ORV)
ଅନନ୍ତର ସେ ହୋମାର୍ଥକ ବଳି ବଧ କଲେ; ପୁଣି ହାରୋଣଙ୍କର ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣନ୍ତେ, ସେ ବେଦି ଉପରେ ଚାରିଆଡ଼େ ତାହା ସେଚନ କଲେ ।
ଲେବୀୟ ପୁସ୍ତକ 9 : 13 (ORV)
ଅନନ୍ତର ସେମାନେ ତାଙ୍କ ନିକଟରେ ହୋମବଳିର ଖଣ୍ତକୁ ଖଣ୍ତ ମାଂସ ଓ ମସ୍ତକ ସମର୍ପଣ କଲେ; ତହିଁରେ ସେ ସେହି ସକଳ ବେଦି ଉପରେ ଦଗ୍ଧ କଲେ ।
ଲେବୀୟ ପୁସ୍ତକ 9 : 14 (ORV)
ପୁଣି, ସେ ଅନ୍ତ୍ର ଓ ପାଦ ଧୌତ କରି ହୋମଦ୍ରବ୍ୟ ସହିତ ବେଦି ଉପରେ ଦଗ୍ଧ କଲେ ।
ଲେବୀୟ ପୁସ୍ତକ 9 : 15 (ORV)
ଅନନ୍ତର ସେ ଲୋକମାନଙ୍କର ଉପହାର ନିକଟକୁ ଆଣିଲେ, ପୁଣି ଲୋକମାନଙ୍କ ପାପାର୍ଥକ ଛାଗ ନେଇ ପ୍ରଥମଟିର ନ୍ୟାୟ ବଧ କରି ପାପାର୍ଥରେ ତାହା ଉତ୍ସର୍ଗ କଲେ;
ଲେବୀୟ ପୁସ୍ତକ 9 : 16 (ORV)
ଏଉତ୍ତାରେ ସେ ହୋମବଳି ଆଣି ବିଧିମତେ ଉତ୍ସର୍ଗ କଲେ ।
ଲେବୀୟ ପୁସ୍ତକ 9 : 17 (ORV)
ଆଉ, ସେ ଭକ୍ଷ୍ୟ-ନୈବେଦ୍ୟ ଆଣି ତହିଁରୁ ମୁଠିଏ ନେଇ ପ୍ରଭାତର ହୋମବଳି ସହିତ ବେଦି ଉପରେ ତାହା ଦଗ୍ଧ କଲେ ।
ଲେବୀୟ ପୁସ୍ତକ 9 : 18 (ORV)
ମଧ୍ୟ ସେ ଲୋକମାନଙ୍କର ମଙ୍ଗଳାର୍ଥକ ବଳିର ଗୋରୁ ଓ ମେଷ ବଧ କଲେ; ପୁଣି, ହାରୋଣଙ୍କର ପୁତ୍ରଗଣ ତାଙ୍କ ନିକଟରେ ରକ୍ତ ସମର୍ପଣ କରନ୍ତେ, ସେ ବେଦି ଉପରେ ଚାରିଆଡ଼େ ତାହା ସେଚନ କଲେ;
ଲେବୀୟ ପୁସ୍ତକ 9 : 19 (ORV)
ପୁଣି ଗୋରୁର ମେଦ, ମେଷର ମେଦମୟ ଲାଙ୍ଗୁଳ, ଆଉ ଅନ୍ତ୍ର ଓ ଗୁରୁଦାର ଉପରିସ୍ଥିତ ମେଦ ଓ ଯକୃତର ଉପରିସ୍ଥିତ ଅନ୍ତ୍ରାପ୍ଳାବକ,
ଲେବୀୟ ପୁସ୍ତକ 9 : 20 (ORV)
ଏହି ସମସ୍ତ ମେଦ ସେମାନେ ବକ୍ଷ ଉପରେ ରଖିଲେ, ପୁଣି, ସେ ବେଦି ଉପରେ ମେଦ ଦଗ୍ଧ କଲେ;
ଲେବୀୟ ପୁସ୍ତକ 9 : 21 (ORV)
ପୁଣି, ମୋଶାଙ୍କର ଆଜ୍ଞାନୁସାରେ ହାରୋଣ ସଦାପ୍ରଭୁଙ୍କ ସମ୍ମୁଖରେ ବକ୍ଷ ଓ ଡାହାଣ ଚଟୁଆ ଦୋଳନୀୟ ନୈବେଦ୍ୟ ରୂପେ ଦୋଳାଇଲେ ।
ଲେବୀୟ ପୁସ୍ତକ 9 : 22 (ORV)
ତହୁଁ ହାରୋଣ ଲୋକମାନଙ୍କ ପ୍ରତି ଆପଣା ହସ୍ତ ବିସ୍ତାର କରି ସେମାନଙ୍କୁ ଆଶୀର୍ବାଦ କଲେ; ଏହିରୂପେ ପାପାର୍ଥକ ବଳି ଓ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ଓହ୍ଲାଇ ଆସିଲେ ।
ଲେବୀୟ ପୁସ୍ତକ 9 : 23 (ORV)
ଅନନ୍ତର ମୋଶା ଓ ହାରୋଣ ସମାଗମ-ତମ୍ଵୁରେ ପ୍ରବେଶ କଲେ; ପୁଣି, ବାହାରେ ଆସି ଲୋକମାନଙ୍କୁ ଆଶୀର୍ବାଦ କଲେ; ସେତେବେଳେ ସମସ୍ତ ଲୋକଙ୍କ ପ୍ରତି ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶ ପାଇଲା ।
ଲେବୀୟ ପୁସ୍ତକ 9 : 24 (ORV)
ପୁଣି, ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ବେଦି-ଉପରିସ୍ଥ ହୋମବଳି ଓ ମେଦ ଭସ୍ମ କଲା, ପୁଣି, ସମସ୍ତ ଲୋକେ ତାହା ଦେଖି ଉଚ୍ଚଧ୍ଵନି କରି ମୁହଁ ମାଡ଼ି ହୋଇ ପଡ଼ିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24

BG:

Opacity:

Color:


Size:


Font: