ଲେବୀୟ ପୁସ୍ତକ 26 : 1 (ORV)
ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଦେବମୂର୍ତ୍ତି ନିର୍ମାଣ କରିବ ନାହିଁ, କିଅବା ଆପଣାମାନଙ୍କ ନିମନ୍ତେ ଖୋଦିତ ପ୍ରତିମା କି ସ୍ତମ୍ଭ ସ୍ଥାପନ କରିବ ନାହିଁ ଓ ତାହା ନିକଟରେ ପ୍ରଣାମ କରିବା ନିମନ୍ତେ ତୁମ୍ଭମାନଙ୍କ ଦେଶରେ କୌଣସି ଖୋଦିତ ପ୍ରସ୍ତର ରଖିବ ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ଵର ଅଟୁ ।
ଲେବୀୟ ପୁସ୍ତକ 26 : 2 (ORV)
ତୁମ୍ଭେମାନେ ଆମ୍ଭର ସକଳ ବିଶ୍ରାମ ଦିବସ ପାଳନ କରିବ ଓ ଆମ୍ଭର ପବିତ୍ର ସ୍ଥାନକୁ ସମାଦର କରିବ; ଆମ୍ଭେ ସଦାପ୍ରଭୁ ଅଟୁ ।
ଲେବୀୟ ପୁସ୍ତକ 26 : 3 (ORV)
ଯେବେ ତୁମ୍ଭେମାନେ ଆମ୍ଭର ବିଧି ଅନୁସାରେ ଚଳିବ ଓ ଆମ୍ଭର ଆଜ୍ଞା ମାନ୍ୟ କରି ପାଳନ କରିବ;
ଲେବୀୟ ପୁସ୍ତକ 26 : 4 (ORV)
ତେବେ ଆମ୍ଭେ ତୁମ୍ଭମାନଙ୍କୁ ବୃଷ୍ଟି ଉପଯୁକ୍ତ ସମୟରେ ଦାନ କରିବା, ତହିଁରେ ଭୂମି ନିଜ ଶସ୍ୟର ପୂର୍ଣ୍ଣତା ଉତ୍ପନ୍ନ କରିବ ଓ କ୍ଷେତ୍ରର ବୃକ୍ଷସକଳ ଆପଣା ଆପଣା ଫଳ ଉତ୍ପନ୍ନ କରିବ ।
ଲେବୀୟ ପୁସ୍ତକ 26 : 5 (ORV)
ଆଉ ତୁମ୍ଭମାନଙ୍କର ଶସ୍ୟମର୍ଦ୍ଦନ କାଳ ଦ୍ରାକ୍ଷା ସଂଗ୍ରହ କାଳ ପର୍ଯ୍ୟନ୍ତ ଲାଗିବ ଓ ଦ୍ରାକ୍ଷା ସଂଗ୍ରହ କାଳ ବୀଜବପନ କାଳ ପର୍ଯ୍ୟନ୍ତ ଲାଗିବ; ପୁଣି ତୁମ୍ଭେମାନେ ତୃପ୍ତି ପର୍ଯ୍ୟନ୍ତ ଅନ୍ନ ଭୋଜନ କରିବ ଓ ଆପଣା ଦେଶରେ ନିର୍ଭୟରେ ବାସ କରିବ ।
ଲେବୀୟ ପୁସ୍ତକ 26 : 6 (ORV)
ଆଉ ଆମ୍ଭେ ଦେଶରେ ଶାନ୍ତି ପ୍ରଦାନ କରିବା, ତହିଁରେ ତୁମ୍ଭେମାନେ ଶୟନ କଲେ, କେହି ତୁମ୍ଭମାନଙ୍କୁ ଭୟ ଦେଖାଇବ ନାହିଁ; ପୁଣି ଆମ୍ଭେ ହିଂସ୍ରକ ଜନ୍ତୁମାନଙ୍କୁ ଦେଶରୁ ନିରସ୍ତ କରିବାୁଓ ତୁମ୍ଭମାନଙ୍କ ଦେଶରେ ଖଡ଼୍‍ଗ ଭ୍ରମଣ କରିବ ନାହିଁ ।
ଲେବୀୟ ପୁସ୍ତକ 26 : 7 (ORV)
ଆଉ ତୁମ୍ଭେମାନେ ଆପଣା ଶତ୍ରୁମାନଙ୍କୁ ଘଉଡ଼ାଇ ଦେବ ଓ ସେମାନେ ତୁମ୍ଭମାନଙ୍କ ଆଗେ ଖଡ଼୍‍ଗରେ ପଡ଼ିବେ ।
ଲେବୀୟ ପୁସ୍ତକ 26 : 8 (ORV)
ପୁଣି ତୁମ୍ଭମାନଙ୍କର ପାଞ୍ଚ ଜଣ ଶହେ ଜଣଙ୍କୁ ଘଉଡ଼ାଇ ଦେବ ଓ ତୁମ୍ଭମାନଙ୍କର ଶହେ ଜଣ ଦଶ-ସହସ୍ର ଜଣଙ୍କୁ ଘଉଡ଼ାଇ ଦେବ; ଆଉ ତୁମ୍ଭମାନଙ୍କର ଶତ୍ରୁଗଣ ତୁମ୍ଭମାନଙ୍କ ଆଗେ ଖଡ଼୍‍ଗରେ ପଡ଼ିବେ ।
ଲେବୀୟ ପୁସ୍ତକ 26 : 9 (ORV)
ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ପ୍ରସନ୍ନମୁଖ ହେବା ଓ ତୁମ୍ଭମାନଙ୍କୁ ପ୍ରଜାବ; ଓ ବହୁବଂଶ କରିବା ଓ ତୁମ୍ଭମାନଙ୍କ ସହିତ ଆପଣା ନିୟମ ସ୍ଥିର କରିବା ।
ଲେବୀୟ ପୁସ୍ତକ 26 : 10 (ORV)
ପୁଣି ତୁମ୍ଭେମାନେ ବହୁକାଳ-ସଞ୍ଚିତ ପୁରାତନ ଶସ୍ୟ ଭୋଜନ କରିବ ଓ ତୁମ୍ଭେମାନେ ନୂତନ ଶସ୍ୟ ହେତୁ ପୁରାତନ ଶସ୍ୟ ବାହାର କରିବ ।
ଲେବୀୟ ପୁସ୍ତକ 26 : 11 (ORV)
ଆଉ ଆମ୍ଭେ ଆପଣା ଆବାସ ତୁମ୍ଭମାନଙ୍କ ମଧ୍ୟରେ ସ୍ଥାପନ କରିବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ ନାହିଁ ।
ଲେବୀୟ ପୁସ୍ତକ 26 : 12 (ORV)
ପୁଣି ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ଗମନାଗମନ କରିବା ଓ ତୁମ୍ଭମାନଙ୍କର ପରମେଶ୍ଵର ହେବା ଓ ତୁମ୍ଭେମାନେ ଆମ୍ଭର ଲୋକ ହେବ ।
ଲେବୀୟ ପୁସ୍ତକ 26 : 13 (ORV)
ତୁମ୍ଭେମାନେ ଯେପରି ସେମାନଙ୍କର ଦାସ ନ ହେବ, ଏଥିପାଇଁ ଯେ ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେହି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ଆମ୍ଭେ ଅଟୁ; ଆମ୍ଭେ ତୁମ୍ଭମାନଙ୍କ ଯୁଆଳିର ଯୋତ ଭାଙ୍ଗିଅଛୁ ଓ ତୁମ୍ଭମାନଙ୍କୁ ସିଧା ଚାଲିବାକୁ ଦେଇଅଛୁ ।
ଲେବୀୟ ପୁସ୍ତକ 26 : 14 (ORV)
ମାତ୍ର ଯେବେ ତୁମ୍ଭେମାନେ ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ ଓ ସେହି ସକଳ ଆଜ୍ଞା ପାଳନ ନ କରିବ;
ଲେବୀୟ ପୁସ୍ତକ 26 : 15 (ORV)
ପୁଣି ଯେବେ ତୁମ୍ଭେମାନେ ଆମ୍ଭ ବିଧି ଅବଜ୍ଞା କରିବ ଓ ତୁମ୍ଭମାନଙ୍କ ପ୍ରାଣ ଆମ୍ଭର ସକଳ ଶାସନ ଘୃଣା କରିବାରୁ ତୁମ୍ଭେମାନେ ଆମ୍ଭର ଆଜ୍ଞାସକଳ ପାଳନ ନ କରିବ, ମାତ୍ର ଆମ୍ଭର ନିୟମ ଲଙ୍ଘନ କରିବ,
ଲେବୀୟ ପୁସ୍ତକ 26 : 16 (ORV)
ତେବେ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ପ୍ରତି ଏହିରୂପ ବ୍ୟବହାର କରିବା; ଆମ୍ଭେ ତୁମ୍ଭମାନଙ୍କ ଉପରେ ବିହ୍ଵଳତା, ଅର୍ଥାତ୍, ଯକ୍ଷ୍ମା ଓ ଜ୍ଵର ନିରୂପଣ କରିବା, ତାହା ତୁମ୍ଭମାନଙ୍କ ଚକ୍ଷୁ କ୍ଷୀଣ କରିବ ଓ ପ୍ରାଣ କ୍ଷୟ କରିବ; ଆଉ ତୁମ୍ଭେମାନେ ବୃଥାରେ ଆପଣାମାନଙ୍କ ବୀଜ ବୁଣିବ, କାରଣ ତୁମ୍ଭମାନଙ୍କ ଶତ୍ରୁମାନେ ତାହା ଖାଇବେ ।
ଲେବୀୟ ପୁସ୍ତକ 26 : 17 (ORV)
ପୁଣି ଆମ୍ଭେ ତୁମ୍ଭମାନଙ୍କ ପ୍ରତିକୂଳରେ ଆପଣା ମୁଖ ରଖିବା, ତହିଁରେ ତୁମ୍ଭେମାନେ ଆପଣାମାନଙ୍କ ଶତ୍ରୁଗଣର ଅଗ୍ରତେ ହତ ହେବ ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି, ସେମାନେ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ଵ କରିବେ ଓ କେହି ତୁମ୍ଭମାନଙ୍କ ପଛେ ନ ଗୋଡ଼ାଇଲେ ହେଁ ତୁମ୍ଭେମାନେ ପଳାଇ ଯିବ ।
ଲେବୀୟ ପୁସ୍ତକ 26 : 18 (ORV)
ଆଉ ଏହା ହେଲେ ହେଁ ଯେବେ ତୁମ୍ଭେମାନେ ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ, ତେବେ ଆମ୍ଭେ ତୁମ୍ଭମାନଙ୍କ ପାପ ସକାଶୁ ତୁମ୍ଭମାନଙ୍କୁ ସାତ ଗୁଣ ଅଧିକ ଦଣ୍ତ ଦେବା ।
ଲେବୀୟ ପୁସ୍ତକ 26 : 19 (ORV)
ପୁଣି ଆମ୍ଭେ ତୁମ୍ଭମାନଙ୍କ ବଳର ଗର୍ବ ଖର୍ବ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ଆକାଶ ଲୌହ ତୁଲ୍ୟ ଓ ଭୂମି ପିତ୍ତଳ ତୁଲ୍ୟ କରିବା ।
ଲେବୀୟ ପୁସ୍ତକ 26 : 20 (ORV)
ତହିଁରେ ତୁମ୍ଭେମାନେ ବୃଥାରେ ବଳ ବ୍ୟୟ କରିବ, କାରଣ ତୁମ୍ଭମାନଙ୍କ ଭୂମି ଶସ୍ୟ ଉତ୍ପନ୍ନ କରିବ ନାହିଁ ଓ କ୍ଷେତ୍ରର ବୃକ୍ଷସକଳ ଫଳ ଉତ୍ପନ୍ନ କରିବ ନାହିଁ ।
ଲେବୀୟ ପୁସ୍ତକ 26 : 21 (ORV)
ଆଉ ଯେବେ ତୁମ୍ଭେମାନେ ଆମ୍ଭର ପ୍ରତିକୂଳାଚରଣ କରି ଆମ୍ଭ ବାକ୍ୟ ଶୁଣିବାକୁ ଅସମ୍ମତ ହେବ; ତେବେ ଆମ୍ଭେ ତୁମ୍ଭମାନଙ୍କ ପାପ ଅନୁସାରେ ତୁମ୍ଭମାନଙ୍କୁ ସାତ ଗୁଣ କ୍ଳେଶ ଦେବା ।
ଲେବୀୟ ପୁସ୍ତକ 26 : 22 (ORV)
ପୁଣି ଆମ୍ଭେ ତୁମ୍ଭମାନଙ୍କ ପ୍ରତିକୂଳରେ ବନପଶୁମାନଙ୍କୁ ପଠାଇବା, ତହିଁରେ ସେମାନେ ତୁମ୍ଭମାନଙ୍କୁ ସନ୍ତାନହୀନ କରିବେ ଓ ତୁମ୍ଭମାନଙ୍କ ପଶୁଗଣକୁ ବିନଷ୍ଟ କରିବେ, ପୁଣି ତୁମ୍ଭମାନଙ୍କୁ ଅଳ୍ପସଂଖ୍ୟକ କରିବେ; ଆଉ ତୁମ୍ଭମାନଙ୍କ ରାଜପଥସକଳ ଧ୍ଵଂସିତ ହେବ ।
ଲେବୀୟ ପୁସ୍ତକ 26 : 23 (ORV)
ଏହା ହେଲେ ହେଁ ଯେବେ ତୁମ୍ଭେମାନେ ଆମ୍ଭ ପ୍ରତି ସୁଧୁରିବ ନାହିଁ, ମାତ୍ର ଆମ୍ଭର ପ୍ରତିକୂଳାଚରଣ କରିବ,
ଲେବୀୟ ପୁସ୍ତକ 26 : 24 (ORV)
ତେବେ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କର ପ୍ରତିକୂଳାଚରଣ କରିବା ଓ ତୁମ୍ଭମାନଙ୍କୁ ପ୍ରହାର କରିବା, ଆମ୍ଭେ ନିଜେ ତୁମ୍ଭମାନଙ୍କ ପାପ ସକାଶୁ ତୁମ୍ଭମାନଙ୍କୁ ସାତ ଗୁଣ ପ୍ରହାର କରିବା ।
ଲେବୀୟ ପୁସ୍ତକ 26 : 25 (ORV)
ପୁଣି ଆମ୍ଭେ ତୁମ୍ଭମାନଙ୍କ ଉପରକୁ ଖଡ଼୍‍ଗ ଆଣିବା, ତାହା ନିୟମ-ଲଙ୍ଘନର ପ୍ରତିଫଳ ଦେବ ଓ ତୁମ୍ଭେମାନେ ନଗର ମଧ୍ୟରେ ଏକତ୍ର ହେଲେ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ମହାମାରୀ ପଠାଇବା; ତହିଁରେ ତୁମ୍ଭେମାନେ ଶତ୍ରୁହସ୍ତରେ ସମର୍ପିତ ହେବ ।
ଲେବୀୟ ପୁସ୍ତକ 26 : 26 (ORV)
ଆମ୍ଭେ ତୁମ୍ଭମାନଙ୍କର ଅନ୍ନରୂପ ଯଷ୍ଟି ଭାଙ୍ଗିଲେ ଦଶ ଜଣ ସ୍ତ୍ରୀ ଗୋଟିଏ ଚୁଲ୍ଲୀରେ ତୁମ୍ଭମାନଙ୍କର ରୋଟୀ ପାକ କରିବେ ଓ ପୁନର୍ବାର ତୌଲି ତୁମ୍ଭମାନଙ୍କୁ ରୋଟୀ ଦେବେ, ଆଉ ତୁମ୍ଭେମାନେ ତାହା ଭୋଜନ କରିବ, ମାତ୍ର ତୃପ୍ତ ହେବ ନାହିଁ ।
ଲେବୀୟ ପୁସ୍ତକ 26 : 27 (ORV)
ଏହା ହେଲେ ହେଁ ଯେବେ ତୁମ୍ଭେମାନେ ଆମ୍ଭ କଥା ଶୁଣିବ ନାହିଁ, ମାତ୍ର ଆମ୍ଭର ପ୍ରତିକୂଳାଚରଣ କରିବ;
ଲେବୀୟ ପୁସ୍ତକ 26 : 28 (ORV)
ତେବେ ଆମ୍ଭେ କ୍ରୋଧରେ ତୁମ୍ଭମାନଙ୍କର ପ୍ରତିକୂଳା-ଚରଣ କରିବା ଓ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ପାପ ସକାଶୁ ତୁମ୍ଭମାନଙ୍କୁ ସାତ ଗୁଣ ଶାସ୍ତି ଦେବା ।
ଲେବୀୟ ପୁସ୍ତକ 26 : 29 (ORV)
ତହିଁରେ ତୁମ୍ଭେମାନେ ଆପଣା ପୁତ୍ରଗଣର ମାଂସ ଖାଇବ ଓ କନ୍ୟାଗଣର ମାଂସ ତୁମ୍ଭେମାନେ ଭୋଜନ କରିବ ।
ଲେବୀୟ ପୁସ୍ତକ 26 : 30 (ORV)
ପୁଣି ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚ ସ୍ଥଳସକଳ ଭାଙ୍ଗିବା ଓ ତୁମ୍ଭମାନଙ୍କ ସୂର୍ଯ୍ୟ-ପ୍ରତିମାସକଳ କାଟି ପକାଇବା ଓ ତୁମ୍ଭମାନଙ୍କ ପ୍ରତିମାଗଣର ଦେହ ଉପରେ ତୁମ୍ଭମାନଙ୍କ ମୃତ ଦେହ ପକାଇବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ ।
ଲେବୀୟ ପୁସ୍ତକ 26 : 31 (ORV)
ଆମ୍ଭେ ତୁମ୍ଭମାନଙ୍କ ନଗରସକଳ ମରୁଭୂମି କରିବା ଓ ତୁମ୍ଭମାନଙ୍କ ପବିତ୍ର ସ୍ଥାନସକଳ ଶୂନ୍ୟ କରିବା ଓ ଆମ୍ଭେ ତୁମ୍ଭମାନଙ୍କର (ଦତ୍ତ) ତୁଷ୍ଟିଜନକ ସୁଗନ୍ଧି ଆଘ୍ରାଣ କରିବା ନାହିଁ ।
ଲେବୀୟ ପୁସ୍ତକ 26 : 32 (ORV)
ପୁଣି ଆମ୍ଭେ ଦେଶକୁ ଶୂନ୍ୟସ୍ଥାନ କରିବା ଓ ତନ୍ନିବାସୀ ତୁମ୍ଭମାନଙ୍କ ଶତ୍ରୁଗଣ ତହିଁରେ ଆଶ୍ଚର୍ଯ୍ୟଜ୍ଞାନ କରିବେ ।
ଲେବୀୟ ପୁସ୍ତକ 26 : 33 (ORV)
ଆଉ ଆମ୍ଭେ ନାନା ଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ପଶ୍ଚାତ୍ ଖଡ଼୍‍ଗ ନିଷ୍କୋଷ କରିବା; ତହିଁରେ ତୁମ୍ଭମାନଙ୍କ ଦେଶ ଶୂନ୍ୟସ୍ଥାନ ହେବ ଓ ତୁମ୍ଭମାନଙ୍କ ନଗରସକଳ ମରୁଭୂମି ହେବ ।
ଲେବୀୟ ପୁସ୍ତକ 26 : 34 (ORV)
ତେବେ ଯେପର୍ଯ୍ୟନ୍ତ ଦେଶ ଶୂନ୍ୟସ୍ଥାନ ହୋଇଥିବ ଓ ତୁମ୍ଭେମାନେ ଆପଣା ଶତ୍ରୁଗଣର ଦେଶରେ ରହିବ, ସେପର୍ଯ୍ୟନ୍ତ ଭୂମି ଆପଣା ବିଶ୍ରାମ ଗ୍ରହଣ କରିବ; ଅର୍ଥାତ୍, ସେସମୟରେ ଭୂମି ବିଶ୍ରାମ କରି ଆପଣା ବିଶ୍ରାମ ଗ୍ରହଣ କରିବ ।
ଲେବୀୟ ପୁସ୍ତକ 26 : 35 (ORV)
ଯେତେକାଳ ତାହା ଶୂନ୍ୟସ୍ଥାନ ହୋଇ ରହିବ, ସେତେକାଳ ତାହା ବିଶ୍ରାମ ପାଇବ; ଅର୍ଥାତ୍, ତୁମ୍ଭେମାନେ ତହିଁ ମଧ୍ୟରେ ବାସ କରିବା ସମୟରେ ତୁମ୍ଭମାନଙ୍କ ବିଶ୍ରାମ କାଳରେ ତାହା ଯେଉଁ ବିଶ୍ରାମ ପାଇ ନ ଥିଲା, ତାହା ପାଇବ ।
ଲେବୀୟ ପୁସ୍ତକ 26 : 36 (ORV)
ପୁଣି ତୁମ୍ଭମାନଙ୍କ ମଧ୍ୟରେ ଯେତେ ଅବଶିଷ୍ଟ ରହିବେ, ଆମ୍ଭେ ଶତ୍ରୁଗଣର ଦେଶରେ ସେମାନଙ୍କ ହୃଦୟରେ ବିଷର୍ଣ୍ଣତା ପଠାଇବା ଓ (ବାୟୁରେ) ଚାଳିତ ପତ୍ରର ଶଦ୍ଦ ସେମାନଙ୍କୁ ଘଉଡ଼ାଇ ଦେବ; ପୁଣି ଖଡ଼୍‍ଗଧାରରୁ ପଳାଇଲା ଲୋକ ପରି ସେମାନେ ପଳାଇବେ ଓ କେହି ସେମାନଙ୍କୁ ନ ଗୋଡ଼ାଇଲେ ହେଁ ସେମାନେ ପତିତ ହେବେ ।
ଲେବୀୟ ପୁସ୍ତକ 26 : 37 (ORV)
ପୁଣି କେହି ନ ଗୋଡ଼ାଇଲେ ହେଁ ଯେପରି ଖଡ଼୍‍ଗ ସମ୍ମୁଖରେ, ସେପରି ସେମାନେ ଏକଆରେକ ଉପରେ ଝୁଣ୍ଟି ପଡ଼ିବେ ଓ ଶତ୍ରୁଗଣର ସମ୍ମୁଖରେ ଛିଡ଼ା ହେବା ପାଇଁ ତୁମ୍ଭମାନଙ୍କର ବଳ ପାଇବ ନାହିଁ ।
ଲେବୀୟ ପୁସ୍ତକ 26 : 38 (ORV)
ଆଉ ତୁମ୍ଭେମାନେ ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ବିନଷ୍ଟ ହେବ ଓ ତୁମ୍ଭମାନଙ୍କ ଶତ୍ରୁଗଣର ଦେଶ ତୁମ୍ଭମାନଙ୍କୁ ଗ୍ରାସ କରିବ ।
ଲେବୀୟ ପୁସ୍ତକ 26 : 39 (ORV)
ପୁଣି ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ ଅବଶିଷ୍ଟ ରହିବେ, ସେମାନେ ଆପଣା ଆପଣା ଅପରାଧ ସକାଶୁ ତୁମ୍ଭମାନଙ୍କ ଶତ୍ରୁଗଣର ଦେଶରେ କ୍ଷୟ ପାଇବେ ଓ ମଧ୍ୟ ସେମାନେ ଆପଣା ଆପଣା ପିତୃଗଣର ଅପରାଧ ହେତୁରୁ ସେମାନଙ୍କ ସଙ୍ଗରେ କ୍ଷୟ ପାଇବେ ।
ଲେବୀୟ ପୁସ୍ତକ 26 : 40 (ORV)
ଆଉ ଆମ୍ଭ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ସେମାନେ ଓ ସେମାନଙ୍କ ପିତୃଗଣ ଯେଉଁ ସତ୍ୟ-ଲଙ୍ଘନ ଅପରାଧ କଲେ, ଆପଣାମାନଙ୍କର ସେହି ଅପରାଧ
ଲେବୀୟ ପୁସ୍ତକ 26 : 41 (ORV)
ଓ ମଧ୍ୟ ସେମାନେ ଆମ୍ଭର ପ୍ରତିକୂଳାଚରଣ କରିବା ହେତୁରୁ ଆମ୍ଭେ ହିଁ ଯେ ସେମାନଙ୍କର ପ୍ରତିକୂଳାଚରଣ କରି ସେମାନଙ୍କୁ ସେମାନଙ୍କ ଶତ୍ରୁଗଣର ଦେଶକୁ ଆଣିଲୁ, ଏହା ସେମାନେ ସ୍ଵୀକାର କରିବେ; ତହିଁରେ ଯେବେ ସେମାନଙ୍କ ଅସୁନ୍ନତ ହୃଦୟ ନମ୍ର ହେବ ଓ ସେମାନେ ଆପଣା ଆପଣା ଅପରାଧର ଦଣ୍ତ ଗ୍ରହଣ କରିବେ;
ଲେବୀୟ ପୁସ୍ତକ 26 : 42 (ORV)
ତେବେ ଆମ୍ଭେ ଯାକୁବ ସହିତ ଆପଣା ନିୟମ ସ୍ମରଣ କରିବା ଓ ମଧ୍ୟ ଇସ୍‍ହାକ ସହିତ ଆପଣା ନିୟମ ଓ ମଧ୍ୟ ଅବ୍ରହାମ ସହିତ ଆପଣା ନିୟମ ସ୍ମରଣ କରିବା; ପୁଣି ଆମ୍ଭେ ଦେଶକୁ ସ୍ମରଣ କରିବା ।
ଲେବୀୟ ପୁସ୍ତକ 26 : 43 (ORV)
ଦେଶ ମଧ୍ୟ ସେମାନଙ୍କ ଦ୍ଵାରା ତ୍ୟକ୍ତ ହୋଇ ରହିବ ଓ ସେମାନଙ୍କ ଅବର୍ତ୍ତମାନରେ ଶୂନ୍ୟସ୍ଥାନ ହୋଇ ପଡ଼ିଥିବା ସମୟରେ ଆପଣା ବିଶ୍ରାମ ଗ୍ରହଣ କରିବ; ପୁଣି ସେମାନେ ଆପଣା ଆପଣା ଅପରାଧର ଦଣ୍ତ ଗ୍ରହଣ କରିବେ; ଏଥିର କାରଣ ଏହି ଯେ, ସେମାନେ ଆମ୍ଭର ଶାସନ ଅଗ୍ରାହ୍ୟ କଲେ ଓ ସେମାନଙ୍କ ପ୍ରାଣ ଆମ୍ଭ ବିଧି ଘୃଣା କଲା ।
ଲେବୀୟ ପୁସ୍ତକ 26 : 44 (ORV)
ତଥାପି ଏହିସବୁ କାରଣରୁ, ସେମାନେ ଆପଣା-ମାନଙ୍କ ଶତ୍ରୁଗଣର ଦେଶରେ ଥିବା ସମୟରେ ଆମ୍ଭେ ସେମାନଙ୍କୁ ନିଃଶେଷ ରୂପେ ବିନାଶ କରିବା ନିମନ୍ତେ ଓ ସେମାନଙ୍କ ସହିତ ଆପଣା ନିୟମ ଭାଙ୍ଗିବା ନିମନ୍ତେ ସେମାନଙ୍କୁ ଅଗ୍ରାହ୍ୟ କରିବା ନାହିଁ, କିଅବା ସେମାନଙ୍କୁ ଘୃଣା କରିବା ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ଵର ଅଟୁ;
ଲେବୀୟ ପୁସ୍ତକ 26 : 45 (ORV)
ମାତ୍ର ଆମ୍ଭେ ସେମାନଙ୍କ ଲାଗି ସେମାନଙ୍କ ପୂର୍ବପୁରୁଷମାନଙ୍କ ସହିତ କୃତ ଆପଣା ନିୟମ ସ୍ମରଣ କରିବା, ଆମ୍ଭେ ସେମାନଙ୍କର ପରମେଶ୍ଵର ହେବା ନିମନ୍ତେ ଅନ୍ୟ ଦେଶୀୟ ଲୋକମାନଙ୍କ ସାକ୍ଷାତରେସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଅଛୁ; ଆମ୍ଭେ ସଦାପ୍ରଭୁ ଅଟୁ ।
ଲେବୀୟ ପୁସ୍ତକ 26 : 46 (ORV)
ସଦାପ୍ରଭୁ ସୀନୟ ପର୍ବତରେ ମୋଶାଙ୍କ ଦ୍ଵାରା ଆପଣାର ଓ ଇସ୍ରାଏଲ-ସନ୍ତାନଗଣର ମଧ୍ୟରେ ଏହି ସକଳ ବିଧି ଓ ଶାସନ ଓ ବ୍ୟବସ୍ଥା ସ୍ଥାପନ କଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46

BG:

Opacity:

Color:


Size:


Font: