ଲେବୀୟ ପୁସ୍ତକ 20 : 1 (ORV)
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
ଲେବୀୟ ପୁସ୍ତକ 20 : 2 (ORV)
ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଆହୁରି କହିବ, ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଅବା ଇସ୍ରାଏଲ ମଧ୍ୟରେ ପ୍ରବାସକାରୀ ବିଦେଶୀମାନଙ୍କ ମଧ୍ୟରୁ କୌଣସି ଲୋକ ଯେବେ ଆପଣା ବଂଶର କାହାକୁ ମୋଲକ୍-ଦେବତାର ଉଦ୍ଦେଶ୍ୟରେ ପ୍ରଦାନ କରେ, ତେବେ ତାହାର ନିଶ୍ଚୟ ପ୍ରାଣଦଣ୍ତ ହେବ ଓ ଦେଶୀୟ ଲୋକମାନେ ତାହାକୁ ପଥର ମାରି ବଧ କରିବେ ।
ଲେବୀୟ ପୁସ୍ତକ 20 : 3 (ORV)
ପୁଣି, ଆମ୍ଭେ ମଧ୍ୟ ସେହି ମନୁଷ୍ୟ ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା; କାରଣ ସେ ଆମ୍ଭର ପବିତ୍ର ସ୍ଥାନ ଅପବିତ୍ର କରିବାକୁ ଓ ଆମ୍ଭର ପବିତ୍ର ନାମ ଅପବିତ୍ର କରିବାକୁ ମୋଲକ୍-ଦେବତା ଉଦ୍ଦେଶ୍ୟରେ ଆପଣା ବଂଶଜାତକୁ ଦେଇଅଛି ।
ଲେବୀୟ ପୁସ୍ତକ 20 : 4 (ORV)
ଆଉ, ଯେଉଁ ସମୟରେ ସେହି ଲୋକ ଆପଣା ସନ୍ତାନକୁ ମୋଲକ୍-ଦେବତା ଉଦ୍ଦେଶ୍ୟରେ ଉତ୍ସର୍ଗ କରେ, ସେ ସମୟରେ ଯେବେ ଦେଶୀୟ ଲୋକମାନେ କୌଣସି ରୂପେ ତାହା ପ୍ରତି ଚକ୍ଷୁ ମୁଦ୍ରିତ କରନ୍ତି ଓ ତାହାକୁ ବଧ ନ କରନ୍ତି,
ଲେବୀୟ ପୁସ୍ତକ 20 : 5 (ORV)
ତେବେ ଆମ୍ଭେ ସେହି ଲୋକ ବିରୁଦ୍ଧରେ ଓ ତାହାର ବଂଶ ବିରୁଦ୍ଧରେ ଆପଣା ମୁଖ ରଖିବା; ପୁଣି, ତାହାକୁ ଓ ମୋଲକ୍-ଦେବତା ସହିତ ବ୍ୟଭିଚାର କରିବା ନିମନ୍ତେ ତାହାର ପଶ୍ଚାଦ୍ଗାମୀ ବ୍ୟଭିଚାରୀ ସମସ୍ତଙ୍କୁ ସେମାନଙ୍କ ଲୋକଗଣ ମଧ୍ୟରୁ ଉଚ୍ଛିନ୍ନ କରିବା ।
ଲେବୀୟ ପୁସ୍ତକ 20 : 6 (ORV)
ଆଉ, ଯେଉଁ ପ୍ରାଣୀ ବ୍ୟଭିଚାର କରିବାକୁ ଭୂତୁଡ଼ିଆ ଓ ଗୁଣିଆ ଲୋକର ପଶ୍ଚାଦ୍ଗାମୀ ହୁଏ, ଆମ୍ଭେ ସେହି ପ୍ରାଣୀ ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା ।
ଲେବୀୟ ପୁସ୍ତକ 20 : 7 (ORV)
ଏହେତୁ ତୁମ୍ଭେମାନେ ଆପଣାମାନଙ୍କୁ ପବିତ୍ର କର ଓ ପବିତ୍ର ହୁଅ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ଵର ଅଟୁ ।
ଲେବୀୟ ପୁସ୍ତକ 20 : 8 (ORV)
ଆହୁରି ତୁମ୍ଭେମାନେ ଆମ୍ଭର ବିଧି ମାନ୍ୟ କରି ପାଳନ କରିବ; ଆମ୍ଭେ ତୁମ୍ଭମାନଙ୍କର ପବିତ୍ରକାରୀ ସଦାପ୍ରଭୁ ଅଟୁ ।
ଲେବୀୟ ପୁସ୍ତକ 20 : 9 (ORV)
ଯେକେହି ଆପଣା ପିତା କି ଆପଣା ମାତାକୁ ଶାପ ଦିଏ, ସେ ନିତା; ହତ ହେବ; ସେ ତାହାର ପିତାକୁ କି ତାହାର ମାତାକୁ ଶାପ ଦେଇଅଛି; ତାହା ଉପରେ ତାହାର ରକ୍ତ ବର୍ତ୍ତିବ ।
ଲେବୀୟ ପୁସ୍ତକ 20 : 10 (ORV)
ଆଉ, ଯେକେହି ପରର ଭାର୍ଯ୍ୟା ସହିତ ବ୍ୟଭିଚାର କରେ, ଯେ ଆପଣା ପ୍ରତିବାସୀର ଭାର୍ଯ୍ୟା ସହିତ ବ୍ୟଭିଚାର କରେ, ସେହି ବ୍ୟଭିଚାରୀ ଓ ବ୍ୟଭିଚାରିଣୀ ଦୁହେଁ ନିତା; ହତ ହେବେ ।
ଲେବୀୟ ପୁସ୍ତକ 20 : 11 (ORV)
ପୁଣି, ଯେଉଁ ଲୋକ ଆପଣା ପିତୃଭାର୍ଯ୍ୟା ସହିତ ଶୟନ କରେ, ସେ ଆପଣା ପିତାର ଆବରଣୀୟ ଅନାବୃତ କରିଅଛି; ସେ ଦୁହେଁ ନିତା; ହତ ହେବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ ।
ଲେବୀୟ ପୁସ୍ତକ 20 : 12 (ORV)
ପୁଣି, ଯେବେ କେହି ଆପଣା ପୁତ୍ରବଧୂ ସହିତ ଶୟନ କରେ, ତେବେ ସେ ଦୁହେଁ ନିତା; ହତ ହେବେ; ସେମାନେ ପାଷାଣ୍ତ କର୍ମ କରିଅଛନ୍ତି; ସେମାନଙ୍କର ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ ।
ଲେବୀୟ ପୁସ୍ତକ 20 : 13 (ORV)
ପୁଣି, ପୁରୁଷ ଯେବେ ପୁରୁଷ ସହିତ ସ୍ତ୍ରୀ ତୁଲ୍ୟ ଶୟନ କରେ, ତେବେ ସେ ଦୁହେଁ ଘୃଣାଯୋଗ୍ୟ କର୍ମ କରିଅଛନ୍ତି; ସେମାନେ ନିତା; ହତ ହେବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ ।
ଲେବୀୟ ପୁସ୍ତକ 20 : 14 (ORV)
ଆଉ, କେହି ଯେବେ କୌଣସି ସ୍ତ୍ରୀକି ଓ ତାହାର ମାତାକୁ ଗ୍ରହଣ କରେ, ତେବେ ତାହା ଦୁଷ୍ଟତା ଅଟେ; ତୁମ୍ଭମାନଙ୍କ ମଧ୍ୟରେ ଯେପରି ଏପରି ଦୁଷ୍ଟତା ନ ହୁଏ, ଏଥିପାଇଁ ସେ ଓ ସେମାନେ ଉଭୟ ଅଗ୍ନିରେ ଦଗ୍ଧ ହେବେ ।
ଲେବୀୟ ପୁସ୍ତକ 20 : 15 (ORV)
ପୁଣି, ଯେବେ କେହି ପଶୁ ସହିତ ସଙ୍ଗମ କରେ, ତେବେ ସେ ନିତା; ହତ ହେବ; ପୁଣି ତୁମ୍ଭେମାନେ ସେହି ପଶୁକୁ ମଧ୍ୟ ବଧ କରିବ ।
ଲେବୀୟ ପୁସ୍ତକ 20 : 16 (ORV)
ପୁଣି, କୌଣସି ସ୍ତ୍ରୀ ଯେବେ କୌଣସି ପଶୁ ସହିତ ସଙ୍ଗମ କରିବାକୁ ତାହା ନିକଟକୁ ଯାଇ ତାହା ଆଗରେ ଶୟନ କରେ, ତେବେ ତୁମ୍ଭେ ସେହି ସ୍ତ୍ରୀକି ଓ ପଶୁକୁ ବଧ କରିବ; ସେମାନେ ନିତା; ହତ ହେବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ ।
ଲେବୀୟ ପୁସ୍ତକ 20 : 17 (ORV)
ଆଉ, ଯେବେ କେହି ଆପଣା ଭଗିନୀକି, ଅର୍ଥାତ୍, ଆପଣା ପିତୃକନ୍ୟା କି ମାତୃକନ୍ୟାକୁ ଗ୍ରହଣ କରେ ଓ ଦୁହେଁ ଏକଆରେକର ଉଲଙ୍ଗତା ଦେଖନ୍ତି, ତେବେ ତାହା ଲଜ୍ଜାର ବିଷୟ; ସେମାନେ ଆପଣା ଲୋକମାନଙ୍କ ସନ୍ତାନଗଣର ସାକ୍ଷାତରେ ଉଚ୍ଛିନ୍ନ ହେବେ; ସେ ଆପଣା ଭଗିନୀର ଆବରଣୀୟ ଅନାବୃତ କରିଅଛି; ସେ ଆପଣା ଅପରାଧ ବହିବ ।
ଲେବୀୟ ପୁସ୍ତକ 20 : 18 (ORV)
ପୁଣି, ଯେବେ କେହି ରଜସ୍ଵଳା ସ୍ତ୍ରୀ ସହିତ ଶୟନ କରେ ଓ ତାହାର ଆବରଣୀୟ ଅନାବୃତ କରେ, ତେବେ ସେହି ପୁରୁଷ ତାହାର ଝରଣା ପ୍ରକାଶ କରିବାରୁ ଓ ସେହି ସ୍ତ୍ରୀ ଆପଣା ଝରଣା ଅନାବୃତ କରିବାରୁ, ସେ ଦୁହେଁ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବେ ।
ଲେବୀୟ ପୁସ୍ତକ 20 : 19 (ORV)
ଆଉ, ତୁମ୍ଭେ ଆପଣା ମାଉସୀର ବା ପିଉସୀର ଆବରଣୀୟ ଅନାବୃତ କରିବ ନାହିଁ; ତାହା କଲେ, ଆପଣା ନିକଟବର୍ତ୍ତୀ କୁଟୁମ୍ଵର ଆବରଣୀୟ ଅନାବୃତ କରାଯାଏ; ସେମାନେ ଆପଣା ଆପଣା ଅପରାଧ ବହିବେ ।
ଲେବୀୟ ପୁସ୍ତକ 20 : 20 (ORV)
ଆଉ, ଯେବେ କେହି ଆପଣା ପିତୃବ୍ୟପନିୀ ସହିତ ଶୟନ କରେ, ତେବେ ସେ ଆପଣା ପିତୃବ୍ୟର ଆବରଣୀୟ ଅନାବୃତ କରିଅଛି; ସେମାନେ ଆପଣା ଆପଣା ପାପ ବହିବେ; ସେମାନେ ନିଃସନ୍ତାନ ହୋଇ ମରିବେ ।
ଲେବୀୟ ପୁସ୍ତକ 20 : 21 (ORV)
ପୁଣି, ଯେବେ କେହି ଆପଣା ଭ୍ରାତୃଭାର୍ଯ୍ୟାକୁ ଗ୍ରହଣ କରେ, ତେବେ ତାହା ଅଶୁଚି କର୍ମ; ସେ ଆପଣା ଭ୍ରାତାର ଆବରଣୀୟ ଅନାବୃତ କରିଅଛି; ସେମାନେ ନିଃସନ୍ତାନ ହେବେ ।
ଲେବୀୟ ପୁସ୍ତକ 20 : 22 (ORV)
ଏନିମନ୍ତେ ତୁମ୍ଭେମାନେ ଆମ୍ଭର ସମସ୍ତ ବିଧି ଓ ଆମ୍ଭର ସମସ୍ତ ଶାସନ ମାନ୍ୟ କରି ପାଳନ କରିବ; ତହିଁରେ ଆମ୍ଭେ ଯେଉଁ ଦେଶରେ ବାସ କରିବା ନିମନ୍ତେ ତୁମ୍ଭମାନଙ୍କୁ ନେଇ ଯାଉଅଛୁ, ସେହି ଦେଶ ତୁମ୍ଭମାନଙ୍କୁ ଉଦ୍ଗାର କରିବ ନାହିଁ ।
ଲେବୀୟ ପୁସ୍ତକ 20 : 23 (ORV)
ପୁଣି, ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରୁ ଯେଉଁ ଦେଶୀୟ ଲୋକମାନଙ୍କୁ ଦୂର କରୁଅଛୁ, ସେମାନଙ୍କ ଆଚାର ଅନୁସାରେ ତୁମ୍ଭେମାନେ ଚଳିବ ନାହିଁ; କାରଣ ସେମାନେ ସେହିସବୁ ଦୁଷ୍କର୍ମ କଲେ, ଏଣୁକରି ଆମ୍ଭେ ସେମାନଙ୍କୁ ଘୃଣା କଲୁ ।
ଲେବୀୟ ପୁସ୍ତକ 20 : 24 (ORV)
ମାତ୍ର ଆମ୍ଭେ ତୁମ୍ଭମାନଙ୍କୁ କହିଅଛୁ, ତୁମ୍ଭେମାନେ ସେମାନଙ୍କ ଦେଶ ଅଧିକାର କରିବ; ଆଉ, ଆମ୍ଭେ ଅଧିକାର ନିମନ୍ତେ ତୁମ୍ଭମାନଙ୍କୁ ସେହି ଦୁଗ୍ଧମଧୁପ୍ରବାହୀ ଦେଶ ଦେବା; ଯେ ଅନ୍ୟ ଲୋକଙ୍କଠାରୁ ତୁମ୍ଭମାନଙ୍କୁ ପୃଥକ କରିଅଛନ୍ତି, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ଵର ଅଟୁ ।
ଲେବୀୟ ପୁସ୍ତକ 20 : 25 (ORV)
ଏହେତୁ ତୁମ୍ଭେମାନେ ଶୁଚି-ଅଶୁଚି ପଶୁ ଓ ଶୁଚି-ଅଶୁଚି ପକ୍ଷୀ ମଧ୍ୟରେ ପୃଥକ କରିବ; ଆମ୍ଭେ ଯେ ଯେ ପଶୁ ଓ ପକ୍ଷୀ ଓ ଭୂଚର ଜନ୍ତୁକୁ ଅଶୁଚି ବୋଲି ତୁମ୍ଭମାନଙ୍କଠାରୁ ପୃଥକ କରିଅଛୁ, ତଦ୍ଦ୍ଵାରା ଆପଣା ଆପଣା ପ୍ରାଣକୁ ଘୃଣାଯୋଗ୍ୟ କରିବ ନାହିଁ ।
ଲେବୀୟ ପୁସ୍ତକ 20 : 26 (ORV)
ପୁଣି, ତୁମ୍ଭେମାନେ ଆମ୍ଭ ଉଦ୍ଦେଶ୍ୟରେ ପବିତ୍ର ହେବ; କାରଣ ଆମ୍ଭେ ସଦାପ୍ରଭୁ ପବିତ୍ର ଅଟୁ; ଆଉ, ତୁମ୍ଭେମାନେ ଯେପରି ଆମ୍ଭର ହେବ, ଏଥିପାଇଁ ଆମ୍ଭେ ଅନ୍ୟ ଲୋକଙ୍କ-ଠାରୁ ତୁମ୍ଭମାନଙ୍କୁ ପୃଥକ କରିଅଛୁ ।
ଲେବୀୟ ପୁସ୍ତକ 20 : 27 (ORV)
ଆଉ, ପୁରୁଷ ଅବା ସ୍ତ୍ରୀ ଯେକେହି ଭୂତୁଡ଼ିଆ ଅବା ଗୁଣିଆ ହୁଏ, ସେ ନିତା; ହତ ହେବ; ଲୋକମାନେ ସେମାନଙ୍କୁ ପଥର ମାରି ବଧ କରିବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27

BG:

Opacity:

Color:


Size:


Font: