ଲେବୀୟ ପୁସ୍ତକ 13 : 1 (ORV)
ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
ଲେବୀୟ ପୁସ୍ତକ 13 : 2 (ORV)
ଯେବେ କୌଣସି ମନୁଷ୍ୟର ଶରୀରର ଚର୍ମରେ ଫୁଲା କି ପାମା କି ଚିକ୍କଣ ଚିହ୍ନ ହୁଏ ଓ ତାହା ଶରୀରର ଚର୍ମରେ କୁଷ୍ଠ ରୋଗର ଘା ହୁଏ, ତେବେ ସେ ହାରୋଣ ଯାଜକ ନିକଟକୁ କିଅବା ତାହାର ପୁତ୍ରଗଣଙ୍କ ମଧ୍ୟରେ କୌଣସି ଯାଜକ ନିକଟକୁ ଅଣାଯିବ ।
ଲେବୀୟ ପୁସ୍ତକ 13 : 3 (ORV)
ତହୁଁ ଯାଜକ ତାହା ଶରୀରର ଚର୍ମସ୍ଥିତ ଘା ଦେଖିବ; ଆଉ ଯେବେ ଘା ର ଲୋମ ଶ୍ଵେତବର୍ଣ୍ଣ ହୋଇଥାଏ, ପୁଣି ଘା ଯେବେ ତାହା ଶରୀରର ଚର୍ମଠାରୁ ନୀଚ ଦିଶେ, ତେବେ ତାହା କୁଷ୍ଠ ରୋଗର ଘା ଅଟେ; ଆଉ ଯାଜକ ତାହାକୁ ଦେଖିବ ଓ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ ।
ଲେବୀୟ ପୁସ୍ତକ 13 : 4 (ORV)
ପୁଣି, ଚିକ୍କଣ ଚିହ୍ନ ଯେବେ ତାହା ଶରୀରର ଚର୍ମରେ ଶ୍ଵେତବର୍ଣ୍ଣ ହୋଇଥାଏ ଓ ତାହା ଚର୍ମଠାରୁ ନୀଚ ନ ଥାଏ ଓ ତାହାର ଲୋମ ଶ୍ଵେତବର୍ଣ୍ଣ ହୋଇ ନ ଥାଏ, ତେବେ ଯାହାର ଘା ହୋଇଅଛି, ଯାଜକ ତାହାକୁ ସାତ ଦିନ ରୁଦ୍ଧ କରି ରଖିବ ।
ଲେବୀୟ ପୁସ୍ତକ 13 : 5 (ORV)
ତହୁଁ ସପ୍ତମ ଦିନରେ ଯାଜକ ତାହାକୁ ଦେଖିବ; ପୁଣି ଦେଖ, ଯେବେ ତାହାର ଦୃଷ୍ଟିରେ ସେହି ଘା ସେହି ପ୍ରକାର ଥାଏ ଓ ଚର୍ମରେ ବ୍ୟାପି ନ ଥାଏ, ତେବେ ଯାଜକ ତାହାକୁ ଆହୁରି ସାତ ଦିନ ରୁଦ୍ଧ କରି ରଖିବ ।
ଲେବୀୟ ପୁସ୍ତକ 13 : 6 (ORV)
ପୁଣି, ସପ୍ତମ ଦିନରେ ଯାଜକ ତାହାକୁ ପୁନର୍ବାର ଦେଖିବ; ଆଉ ଦେଖ, ଯେବେ ଘା ମଳିନ ହୋଇଥାଏ ଓ ଘା ଚର୍ମରେ ବ୍ୟାପି ନ ଥାଏ, ତେବେ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ; ତାହା ପାମା ଅଟେ; ତହୁଁ ସେ ଆପଣା ବସ୍ତ୍ର ଧୋଇ ଶୁଚି ହେବ
ଲେବୀୟ ପୁସ୍ତକ 13 : 7 (ORV)
ମାତ୍ର ସେ ଶୌଚ ନିମନ୍ତେ ଆପଣାକୁ ଯାଜକକୁ ଦେଖାଇଲା ଉତ୍ତାରେ ଯେବେ ତାହାର ପାମା ଚର୍ମରେ ବ୍ୟାପେ, ତେବେ ସେ ଆପଣାକୁ ପୁନର୍ବାର ଯାଜକକୁ ଦେଖାଇବ ।
ଲେବୀୟ ପୁସ୍ତକ 13 : 8 (ORV)
ତହିଁରେ ପାମା ତାହାର ଚର୍ମରେ ବ୍ୟାପିଲା, ଏପରି ଯେବେ ଯାଜକ ଦେଖେ, ତେବେ ସେ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠ ରୋଗ ।
ଲେବୀୟ ପୁସ୍ତକ 13 : 9 (ORV)
କୌଣସି ମନୁଷ୍ୟଠାରେ କୁଷ୍ଠ ରୋଗର ଘା ହେଲେ, ସେ ଯାଜକ ନିକଟକୁ ଅଣାଯିବ;
ଲେବୀୟ ପୁସ୍ତକ 13 : 10 (ORV)
ତହୁଁ ଯାଜକ ତାହାକୁ ଦେଖିବ; ଆଉ ଦେଖ, ଯେବେ ତାହାର ଚର୍ମରେ ଶ୍ଵେତବର୍ଣ୍ଣ ଫୁଲା ଥାଏ ଓ ତହିଁର ଲୋମ ଶ୍ଵେତବର୍ଣ୍ଣ ହୋଇଥାଏ ଓ ସେହି ଫୁଲାରେ କଞ୍ଚା ମାଂସ ବୃଦ୍ଧି ପାଉଥାଏ,
ଲେବୀୟ ପୁସ୍ତକ 13 : 11 (ORV)
ତେବେ ତାହାର ଶରୀରର ଚର୍ମରେ ତାହା ପୁରାତନ କୁଷ୍ଠ ରୋଗ ଅଟେ, ପୁଣି ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ସେ ତାହାକୁ ରୁଦ୍ଧ କରିବ ନାହିଁ, କାରଣ ସେ ଅଶୁଚି ।
ଲେବୀୟ ପୁସ୍ତକ 13 : 12 (ORV)
ଆଉ, ଯେବେ କୁଷ୍ଠ ରୋଗ ଚର୍ମରେ ଫୁଟି ବାହାରେ ଓ ଯେତେ ଦୂର ଯାଜକକୁ ଦେଖାଯାଏ, ତଦନୁସାରେ ଘାʼଯୁକ୍ତ ଲୋକର ମସ୍ତକଠାରୁ ପାଦ ପର୍ଯ୍ୟନ୍ତ ଚର୍ମ କୁଷ୍ଠ ରୋଗରେ ଆଚ୍ଛନ୍ନ ହୋଇଥାଏ,
ଲେବୀୟ ପୁସ୍ତକ 13 : 13 (ORV)
ତେବେ ଯାଜକ ଦେଖିବ; ଆଉ ଦେଖ, ଯେବେ କୁଷ୍ଠ ରୋଗ ତାହାର ସର୍ବାଙ୍ଗ ଆଚ୍ଛନ୍ନ କରିଥାଏ, ତେବେ ସେ ରୋଗୀକି ଶୁଚି ବୋଲି ପ୍ରକାଶ କରିବ; ସର୍ବାଙ୍ଗ ଶ୍ଵେତବର୍ଣ୍ଣ ହୋଇଅଛି; ସେ ଶୁଚି ।
ଲେବୀୟ ପୁସ୍ତକ 13 : 14 (ORV)
ମାତ୍ର ଯେତେବେଳେ କଞ୍ଚା ମାଂସ ତାହା ଦେହରେ ପ୍ରକାଶ ପାଏ, ସେତେବେଳେ ସେ ଅଶୁଚି ହେବ ।
ଲେବୀୟ ପୁସ୍ତକ 13 : 15 (ORV)
ଆଉ, ଯାଜକ ସେହି କଞ୍ଚା ମାଂସ ଦେଖି ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ସେହି କଞ୍ଚା ମାଂସ ଅଶୁଚି; ତାହା କୁଷ୍ଠ ରୋଗ ।
ଲେବୀୟ ପୁସ୍ତକ 13 : 16 (ORV)
ଅଥବା ଯେବେ ସେହି କଞ୍ଚା ମାଂସ ପୁନର୍ବାର ପାଲଟି ଶ୍ଵେତବର୍ଣ୍ଣ ହୋଇଯାଏ, ତେବେ ସେ ଯାଜକ ନିକଟକୁ ଯିବ,
ଲେବୀୟ ପୁସ୍ତକ 13 : 17 (ORV)
ଆଉ, ଯାଜକ ତାହାକୁ ଦେଖିବ; ପୁଣି ଦେଖ, ଯେବେ ସେହି ଘା ଶ୍ଵେତବର୍ଣ୍ଣ ହୋଇଥାଏ, ତେବେ ଯାଜକ ସେ ଘାʼଯୁକ୍ତ ଲୋକକୁ ଶୁଚି ବୋଲି ପ୍ରକାଶ କରିବ; ସେ ଶୁଚି ।
ଲେବୀୟ ପୁସ୍ତକ 13 : 18 (ORV)
ଆଉ ଶରୀରର ଚର୍ମରେ ବଥ ହୋଇ ଭଲ ହେଲା ଉତ୍ତାରେ
ଲେବୀୟ ପୁସ୍ତକ 13 : 19 (ORV)
ଯେବେ ସେହି ବଥସ୍ଥାନରେ ଶ୍ଵେତବର୍ଣ୍ଣ ଫୁଲା ଅବା ରକ୍ତଶ୍ଵେତବର୍ଣ୍ଣ ଚିକ୍କଣ ଚିହ୍ନ ହୁଏ, ତେବେ ତାହା ଯାଜକକୁ ଦେଖାଇବ;
ଲେବୀୟ ପୁସ୍ତକ 13 : 20 (ORV)
ତହିଁରେ ଯାଜକ ତାହା ଦେଖିବ, ଆଉ ଦେଖ, ଯେବେ ତାହା ଚର୍ମର ନୀଚସ୍ଥ ଦେଖାଯାଏ ଓ ତହିଁର ଲୋମ ଶ୍ଵେତବର୍ଣ୍ଣ ହୋଇଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା ବଥରୁ ଉତ୍ପନ୍ନ କୁଷ୍ଠ ରୋଗର ଘାଆ ।
ଲେବୀୟ ପୁସ୍ତକ 13 : 21 (ORV)
ମାତ୍ର ଯାଜକ ତାହା ଦେଖନ୍ତେ, ଯେବେ ଦେଖ, ତହିଁରେ ଶ୍ଵେତବର୍ଣ୍ଣ ଲୋମ ନ ଥାଏ ଓ ତାହା ଚର୍ମର ନୀଚସ୍ଥ ନ ହୋଇ ମଳିନ ହୋଇଥାଏ, ତେବେ ଯାଜକ ତାହାକୁ ସାତ ଦିନ ରୁଦ୍ଧ କରି ରଖିବ ।
ଲେବୀୟ ପୁସ୍ତକ 13 : 22 (ORV)
ଆଉ, ଯେବେ ତାହା ଚର୍ମରେ ବ୍ୟାପେ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା ଘାଆ ।
ଲେବୀୟ ପୁସ୍ତକ 13 : 23 (ORV)
ମାତ୍ର ଯେବେ ସେହି ଚିକ୍କଣ ଚିହ୍ନ ସ୍ଵସ୍ଥାନରେ ଥାଇ ନ ବଢ଼େ, ତେବେ ତାହା ବଥର ଚିହ୍ନ ଅଟେ; ପୁଣି ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ ।
ଲେବୀୟ ପୁସ୍ତକ 13 : 24 (ORV)
କିଅବା ଯେବେ ମାଂସର ଚର୍ମରେ ଅଗ୍ନିଦାହ ହୁଏ ଓ ସେହି ଦାହର ବଢ଼ିଲା ମାଂସରେ ରକ୍ତଶ୍ଵେତବର୍ଣ୍ଣ ଅବା ଶ୍ଵେତବର୍ଣ୍ଣ ଚିକ୍କଣ ଚିହ୍ନ ହୁଏ;
ଲେବୀୟ ପୁସ୍ତକ 13 : 25 (ORV)
ତେବେ ଯାଜକ ତାହା ଦେଖିବ; ଆଉ ଦେଖ, ଯେବେ ଚିକ୍କଣ ଚିହ୍ନରେ ଥିବା ଲୋମ ଶ୍ଵେତବର୍ଣ୍ଣ ହୁଏ ଓ ଚର୍ମର ନୀଚସ୍ଥ ଦେଖାଯାଏ, ତେବେ ତାହା କୁଷ୍ଠ ରୋଗ, ତାହା ଅଗ୍ନିଦାହରୁ ଉତ୍ପନ୍ନ ହୋଇଅଛି; ପୁଣି ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା କୁଷ୍ଠ ରୋଗର ଘାଆ ।
ଲେବୀୟ ପୁସ୍ତକ 13 : 26 (ORV)
ମାତ୍ର ଯାଜକ ତାହା ଦେଖନ୍ତେ, ଯେବେ ଦେଖ, ସେହି ଚିକ୍କଣ ଚିହ୍ନରେ ଶ୍ଵେତବର୍ଣ୍ଣ ଲୋମ ନ ଥାଏ ଓ ତାହା ଚର୍ମର ନୀଚସ୍ଥ ନ ହୋଇ ମଳିନ ହୋଇଥାଏ, ତେବେ ଯାଜକ ତାହାକୁ ସାତ ଦିନ ରୁଦ୍ଧ କରି ରଖିବ ।
ଲେବୀୟ ପୁସ୍ତକ 13 : 27 (ORV)
ତହୁଁ ସପ୍ତମ ଦିନରେ ଯାଜକ ତାହାକୁ ଦେଖିବ; ଯେବେ ତାହା ଚର୍ମରେ ବ୍ୟାପିଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା କୁଷ୍ଠ ରୋଗର ଘାଆ ।
ଲେବୀୟ ପୁସ୍ତକ 13 : 28 (ORV)
ଆଉ, ଯେବେ ଚିକ୍କଣ ଚିହ୍ନ ସ୍ଵସ୍ଥାନରେ ଥାଏ ଓ ଚର୍ମରେ ବୃଦ୍ଧି ନ ପାଇ ମଳିନ ହୋଇଥାଏ; ତେବେ ତାହା ଦାହର ଫୁଲା, ଆଉ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ; ଯେହେତୁ ତାହା ଅଗ୍ନିକୃତ କ୍ଷତର ଚିହ୍ନ ।
ଲେବୀୟ ପୁସ୍ତକ 13 : 29 (ORV)
ଆଉ, ପୁରୁଷ ଅବା ସ୍ତ୍ରୀର ମସ୍ତକରେ ଅବା ଦାଢ଼ିରେ ଘା ହେଲେ ଯାଜକ ସେହି ଘା ଦେଖିବ;
ଲେବୀୟ ପୁସ୍ତକ 13 : 30 (ORV)
ଆଉ ଦେଖ, ଯେବେ ତାହା ଚର୍ମର ନୀଚସ୍ଥ ଦେଖାଯାଏ ଓ ତହିଁରେ ହଳଦି ବର୍ଣ୍ଣ ସରୁ ଲୋମ ଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା ଛଉ, ତାହା ମସ୍ତକ ଅବା ଦାଢ଼ିର କୁଷ୍ଠରୋଗ ।
ଲେବୀୟ ପୁସ୍ତକ 13 : 31 (ORV)
ଆଉ, ଯାଜକ ଛଉର ଘାଆ ଦେଖନ୍ତେ, ଯେବେ ଦେଖ, ତାହା ଚର୍ମର ନୀଚସ୍ଥ ନ ଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ନ ଥାଏ, ତେବେ ଯାଜକ ସେହି ଛଉ-ଘାʼଯୁକ୍ତ ଲୋକକୁ ସାତ ଦିନ ରୁଦ୍ଧ କରି ରଖିବ ।
ଲେବୀୟ ପୁସ୍ତକ 13 : 32 (ORV)
ତହୁଁ ସପ୍ତମ ଦିନରେ ଯାଜକ ତାହା ଦେଖିବ; ଆଉ ଦେଖ, ଯେବେ ସେହି ଛଉ ବଢ଼ି ନ ଥାଏ ଓ ତହିଁରେ ହଳଦିବର୍ଣ୍ଣ ଲୋମ ହୋଇ ନ ଥାଏ; ଆଉ, ତାହା ଚର୍ମର ନୀଚସ୍ଥ ଦେଖା ନ ଯାଏ,
ଲେବୀୟ ପୁସ୍ତକ 13 : 33 (ORV)
ତେବେ ସେ ଲଣ୍ତା ହେବ, ମାତ୍ର ଛଉ-ସ୍ଥାନ ଲଣ୍ତା କରିବ ନାହିଁ; ପୁଣି ଯାଜକ ସେହି ଛଉଯୁକ୍ତ ଲୋକକୁ ଆଉ ସାତ ଦିନ ରୁଦ୍ଧ କରି ରଖିବ ।
ଲେବୀୟ ପୁସ୍ତକ 13 : 34 (ORV)
ପୁଣି, ସପ୍ତମ ଦିନରେ ଯାଜକ ସେହି ଛଉ ଦେଖିବ; ଆଉ ଦେଖ, ଯେବେ ସେହି ଛଉ ଚର୍ମରେ ବଢ଼ି ନ ଥାଏ ଓ ତାହା ଚର୍ମର ନୀଚସ୍ଥ ଦେଖା ନ ଯାଏ, ତେବେ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ; ପୁଣି ସେ ଆପଣା ବସ୍ତ୍ର ଧୋଇ ଶୁଚି ହେବ ।
ଲେବୀୟ ପୁସ୍ତକ 13 : 35 (ORV)
ମାତ୍ର ତାହାର ଶୁଚି ହେଲା ଉତ୍ତାରେ ଯେବେ ଚର୍ମରେ ସେହି ଛଉ ବ୍ୟାପିଯାଏ,
ଲେବୀୟ ପୁସ୍ତକ 13 : 36 (ORV)
ତେବେ ଯାଜକ ତାହାକୁ ଦେଖିବ; ଆଉ ଦେଖ, ଯେବେ ଛଉ ଚର୍ମରେ ବୃଦ୍ଧି ପାଇଥାଏ, ତେବେ ଯାଜକ ହଳଦିବର୍ଣ୍ଣ ଲୋମର ଅନ୍ଵେଷଣ କରିବ ନାହିଁ; ସେ ଅଶୁଚି ।
ଲେବୀୟ ପୁସ୍ତକ 13 : 37 (ORV)
ମାତ୍ର ତାହାର ଦୃଷ୍ଟିରେ ଯେବେ ସେହି ଛଉ ବଢ଼ି ନ ଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ଉଠିଥାଏ, ତେବେ ସେହି ଛଉର ଆରୋଗ୍ୟ ହୋଇଅଛି; ସେ ଶୁଚି ହୋଇଅଛି; ଆଉ, ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ ।
ଲେବୀୟ ପୁସ୍ତକ 13 : 38 (ORV)
ପୁଣି, ଯେବେ କୌଣସି ପୁରୁଷ କି ସ୍ତ୍ରୀର ଶରୀରର ଚର୍ମରେ ଚିକ୍କଣ ଚିହ୍ନମାନ, ଅର୍ଥାତ୍, ଶ୍ଵେତବର୍ଣ୍ଣ ଚିକ୍କଣ ଚିହ୍ନମାନ ହୁଏ;
ଲେବୀୟ ପୁସ୍ତକ 13 : 39 (ORV)
ତେବେ ଯାଜକ ତାହା ଦେଖିବ; ଆଉ ଦେଖ, ଯେବେ ସେମାନଙ୍କ ଶରୀରର ଚର୍ମରେ ସେହି ଚିକ୍କଣ ଚିହ୍ନ ଅଳ୍ପ ମଳିନ ଶ୍ଵେତବର୍ଣ୍ଣ ହୁଏ, ତେବେ ତାହା ଚର୍ମରୁ ଉତ୍ପନ୍ନ ଜାଦୁରୋଗ; ସେ ଲୋକ ଶୁଚି ।
ଲେବୀୟ ପୁସ୍ତକ 13 : 40 (ORV)
ଆଉ, ଯେବେ କୌଣସି ମନୁଷ୍ୟର ମସ୍ତକରୁ କେଶ ଉପୁଡ଼ିଯାଏ, ତେବେ ସେ ଚନ୍ଦା; ତଥାପି ସେ ଶୁଚି ଅଟେ ।
ଲେବୀୟ ପୁସ୍ତକ 13 : 41 (ORV)
ଆଉ, ଯେବେ ତାହାର କେଶ ମସ୍ତକର ସମ୍ମୁଖ ଭାଗରୁ ଉପୁଡ଼ିଯାଏ, ତେବେ ସେ ଚନ୍ଦା-କପାଳ; ତଥାପି ସେ ଶୁଚି ।
ଲେବୀୟ ପୁସ୍ତକ 13 : 42 (ORV)
ମାତ୍ର ଯେବେ ଚନ୍ଦା-ମୁଣ୍ତରେ କି ଚନ୍ଦା-କପାଳରେ ରକ୍ତଶ୍ଵେତବର୍ଣ୍ଣ ଘାଆ ହୁଏ; ତେବେ ତାହା ତାହାର ଚନ୍ଦାମୁଣ୍ତରେ କି ଚନ୍ଦା-କପାଳରେ ଉତ୍ପନ୍ନ କୁଷ୍ଠ ରୋଗ ।
ଲେବୀୟ ପୁସ୍ତକ 13 : 43 (ORV)
ତହୁଁ ଯାଜକ ତାହା ଦେଖିବ; ଆଉ ଦେଖ, ଯେବେ ଶରୀରର ଚର୍ମସ୍ଥିତ କୁଷ୍ଠ ପରି ଚନ୍ଦା-ମୁଣ୍ତ କି ଚନ୍ଦା-କପାଳରେ ରକ୍ତଶ୍ଵେତବର୍ଣ୍ଣ ଘାଆର ଫୁଲା ଦେଖାଯାଏ;
ଲେବୀୟ ପୁସ୍ତକ 13 : 44 (ORV)
ତେବେ ସେ କୁଷ୍ଠୀ, ସେ ଅଶୁଚି ଅଟେ; ଯାଜକ ତାହାକୁ ଅବଶ୍ୟ ଅଶୁଚି ବୋଲି ପ୍ରକାଶ କରିବ; ତାହାର ମସ୍ତକରେ ଘାଆ ହୋଇଅଛି ।
ଲେବୀୟ ପୁସ୍ତକ 13 : 45 (ORV)
ଆଉ, ଯେଉଁ କୁଷ୍ଠୀର ଘାଆ ହୋଇଅଛି, ତାହାର ବସ୍ତ୍ର ଚିରାଯିବ ଓ ତାହାର ମସ୍ତକର କେଶ ମୁକୁଳା ରହିବ ଓ ସେ ଆପଣାର ଉପର ଓଷ୍ଠ ବସ୍ତ୍ରରେ ଢାଙ୍କିବ, ପୁଣି “ଅଶୁଚି ଅଶୁଚି” ବୋଲି ଡାକ ପକାଇବ ।
ଲେବୀୟ ପୁସ୍ତକ 13 : 46 (ORV)
ତାହାଠାରେ ଯେତେ ଦିନ ଘାଆ ଥିବ, ସେତେ ଦିନ ସେ ଅଶୁଚି ରହିବ; ସେ ଅଶୁଚି ଅଟେ; ସେ ଏକାକୀ ବାସ କରିବ; ଛାଉଣିର ବାହାରେତାହାର ବାସସ୍ଥାନ ହେବ ।
ଲେବୀୟ ପୁସ୍ତକ 13 : 47 (ORV)
ମଧ୍ୟ ଯେଉଁ ବସ୍ତ୍ରରେ କୁଷ୍ଠ ରୋଗର ଦାଗ ହୁଏ,
ଲେବୀୟ ପୁସ୍ତକ 13 : 48 (ORV)
ତାହା ଲୋମବସ୍ତ୍ର ହେଉ କି ମସିନାବସ୍ତ୍ର ହେଉ, ଅବା ଲୋମ କି ମସିନାର ଟାଣୀରେ କି ପଡୀୟାଣରେ ହେଉ; କିଅବା ଚର୍ମରେ କି ଚର୍ମନିର୍ମିତ କୌଣସି ଦ୍ରବ୍ୟରେ ହେଉ;
ଲେବୀୟ ପୁସ୍ତକ 13 : 49 (ORV)
ଯେବେ ସେହି ଦାଗ ବସ୍ତ୍ରରେ କି ଚର୍ମରେ କି ଟାଣୀରେ କି ପଡୀୟାଣରେ କିମ୍ଵା ଚର୍ମ ନିର୍ମିତ କୌଣସି ଦ୍ରବ୍ୟରେ ଶାଗୁଆ ବର୍ଣ୍ଣ କି ରକ୍ତ ବର୍ଣ୍ଣ ହୁଏ, ତେବେ ତାହା କୁଷ୍ଠ ରୋଗର ଦାଗ; ପୁଣି, ତାହା ଯାଜକକୁ ଦେଖାଇ ଦିଆଯିବ ।
ଲେବୀୟ ପୁସ୍ତକ 13 : 50 (ORV)
ତହିଁରେ ଯାଜକ ସେହି ଦାଗ ଦେଖିବ, ପୁଣି ଯହିଁରେ ସେହି ଦାଗ ଥାଏ, ତାହା ସାତ ଦିନ ରୁଦ୍ଧ କରି ରଖିବ ।
ଲେବୀୟ ପୁସ୍ତକ 13 : 51 (ORV)
ତହୁଁ ସେ ସପ୍ତମ ଦିନରେ ସେହି ଦାଗ ଦେଖିବ; ଯେବେ ବସ୍ତ୍ରରେ କି ଟାଣୀରେ କି ପଡୀୟାଣରେ କିଅବା ଚର୍ମରେ, ଯେକୌଣସି ଚର୍ମନିର୍ମିତ ବସ୍ତୁରେ ଯେବେ ସେହି ଦାଗ ବଢ଼ିଥାଏ, ତେବେ ତାହା କ୍ଷୟ କୁଷ୍ଠ; ତାହା ଅଶୁଚି ଅଟେ ।
ଲେବୀୟ ପୁସ୍ତକ 13 : 52 (ORV)
ଏଣୁ ବସ୍ତ୍ରରେ ଅବା ଲୋମନିର୍ମିତ କି ମସିନାନିର୍ମିତ ଟାଣୀରେ ବା ପଡୀୟାଣରେ କି ଚର୍ମନିର୍ମିତ କୌଣସି ଦ୍ରବ୍ୟରେ ସେହି ଦାଗ ଥାଏ, ତାହା ସେ ଦଗ୍ଧ କରିବ; କାରଣ ତାହା କ୍ଷୟ କୁଷ୍ଠ; ତାହା ଅଗ୍ନିରେ ଦଗ୍ଧ ହେବ ।
ଲେବୀୟ ପୁସ୍ତକ 13 : 53 (ORV)
ମାତ୍ର ଯାଜକ ତାହା ଦେଖନ୍ତେ, ଯେବେ ଦେଖ, ସେହି ଦାଗ ବସ୍ତ୍ରରେ କି ଟାଣୀରେ କି ପଡୀୟାଣରେ କିଅବା ଚର୍ମନିର୍ମିତ କୌଣସି ଦ୍ରବ୍ୟରେ ବଢ଼ି ନ ଥାଏ;
ଲେବୀୟ ପୁସ୍ତକ 13 : 54 (ORV)
ତେବେ ଯାଜକ ସେହି ଦାଗଯୁକ୍ତ ଦ୍ରବ୍ୟ ଧୋଇବାକୁ ଆଜ୍ଞା ଦେବ, ପୁଣି ସେ ଆଉ ସାତ ଦିନ ତାହା ରୁଦ୍ଧ କରି ରଖିବ;
ଲେବୀୟ ପୁସ୍ତକ 13 : 55 (ORV)
ଆଉ ସେହି ଦାଗ ଧୁଆଗଲା ଉତ୍ତାରେ ଯାଜକ ତାହା ଦେଖିବ; ଆଉ ଦେଖ, ଯେବେ ସେହି ଦାଗର ବର୍ଣ୍ଣ ବଦଳି ନ ଥାଏ ଓ ସେହି ଦାଗ ବଢ଼ି ନ ଥାଏ, ତେବେ ତାହା ଅଶୁଚି; ତୁମ୍ଭେ ତାହା ଅଗ୍ନିରେ ଦଗ୍ଧ କରିବ; ଚନ୍ଦା ଭିତରେ କି ବାହାରେ ଥିଲେ ତାହା କ୍ଷୟକାରକ ।
ଲେବୀୟ ପୁସ୍ତକ 13 : 56 (ORV)
ମାତ୍ର ଧୁଆଗଲା ଉତ୍ତାରେ ଯାଜକ ଦେଖନ୍ତେ, ଯେବେ ଦେଖ, ସେହି ଦାଗ ମଳିନ ହୋଇଥାଏ, ତେବେ ସେ ସେହି ବସ୍ତ୍ରରୁ କି ଚର୍ମରୁ କିଅବା ଟାଣୀରୁ କି ପଡୀୟାଣରୁ ତାହା ଚିରି ପକାଇବ ।
ଲେବୀୟ ପୁସ୍ତକ 13 : 57 (ORV)
ତଥାପି ଯେବେ ସେହି ବସ୍ତ୍ରରେ କି ଟାଣୀରେ କି ପଡୀୟାଣରେ କିଅବା ଚର୍ମନିର୍ମିତ କୌଣସି ଦ୍ରବ୍ୟରେ ତାହା ଦେଖାଯାଏ, ତେବେ ତାହା ବଢ଼ୁଅଛି; ଯହିଁରେ ସେହି ଦାଗ ଥାଏ, ତାହା ତୁମ୍ଭେ ଅଗ୍ନିରେ ପୋଡ଼ି ପକାଇବ ।
ଲେବୀୟ ପୁସ୍ତକ 13 : 58 (ORV)
ପୁଣି ଯେଉଁ ବସ୍ତ୍ର କି ଟାଣୀ କି ପଡୀୟାଣ କି ଚର୍ମନିର୍ମିତ କୌଣସି ଦ୍ରବ୍ୟ ଧୌତ କରିବ, ତହିଁରୁ ଯେବେ ସେହି ଦାଗ ଯାଏ, ତେବେ ଦ୍ଵିତୀୟ ଥର ତାହା ଧୁଆଯିବ; ତହିଁରେ ତାହା ଶୁଚି ହେବ ।
ଲେବୀୟ ପୁସ୍ତକ 13 : 59 (ORV)
ଲୋମ କି ମସିନାନିର୍ମିତ ବସ୍ତ୍ରର କିଅବା ଟାଣୀର କି ପଡୀୟାଣର କିଅବା ଚର୍ମନିର୍ମିତ କୌଣସି ଦ୍ରବ୍ୟର କୁଷ୍ଠ ଦାଗ ବିଷୟରେ ଶୁଚି ବୋଲି ପ୍ରକାଶ କରିବା ବା ଅଶୁଚି ବୋଲି ପ୍ରକାଶ କରିବାର ବ୍ୟବସ୍ଥା ଏହି ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59

BG:

Opacity:

Color:


Size:


Font: