ଲେବୀୟ ପୁସ୍ତକ 1 : 1 (ORV)
ଅନନ୍ତର ସଦାପ୍ରଭୁ ସମାଗମ-ତମ୍ଵୁରୁ ମୋଶାଙ୍କୁ ଡାକି କହିଲେ,
ଲେବୀୟ ପୁସ୍ତକ 1 : 2 (ORV)
ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ବୋଲ ଓ ସେମାନଙ୍କୁ କୁହ, ତୁମ୍ଭମାନଙ୍କ ମଧ୍ୟରୁ କେହି ଯେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରେ, ତେବେ ସେ ଗୋରୁ ଅବା ମେଷପଲରୁ ଆପଣା ବଳି ଆଣି ଉତ୍ସର୍ଗ କରୁ ।
ଲେବୀୟ ପୁସ୍ତକ 1 : 3 (ORV)
ସେ ଯେବେ ଗୋଠରୁ ହୋମାର୍ଥକ ବଳି ଦିଏ, ତେବେ ନିଖୁନ୍ତ ପୁଂପଶୁ ନେବ; ସଦାପ୍ରଭୁଙ୍କ ଛାମୁରେ ଗ୍ରାହ୍ୟ ହେବା ନିମନ୍ତେ ସମାଗମ-ତମ୍ଵୁଦ୍ଵାର ନିକଟକୁ ତାହା ଆଣିବ ।
ଲେବୀୟ ପୁସ୍ତକ 1 : 4 (ORV)
ପୁଣି, ସେ ହୋମବଳିର ମସ୍ତକରେ ଆପଣା ହସ୍ତର ନିର୍ଭର ଦେବ; ତହିଁରେ ସେହି ବଳି ତାହାର ପ୍ରାୟଶ୍ଚିତ୍ତ ରୂପେ ଗ୍ରାହ୍ୟ ହେବ ।
ଲେବୀୟ ପୁସ୍ତକ 1 : 5 (ORV)
ତହୁଁ ସେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସକୁ ବଧ କରିବ; ଆଉ, ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ନେଇ ସମାଗମ-ତମ୍ଵୁର ଦ୍ଵାର ସମୀପସ୍ଥ ବେଦି-ଉପର ଚାରିଆଡ଼େ ଛିଞ୍ଚିବେ⇧ ।
ଲେବୀୟ ପୁସ୍ତକ 1 : 6 (ORV)
ପୁଣି ସେ ସେହି ହୋମବଳିର ଚର୍ମ କାଢ଼ି ତାହା ଖଣ୍ତ ଖଣ୍ତ କରିବ ।
ଲେବୀୟ ପୁସ୍ତକ 1 : 7 (ORV)
ଅନନ୍ତର ହାରୋଣ ଯାଜକର ପୁତ୍ରଗଣ ସେହି ବେଦି ଉପରେ ଅଗ୍ନି ରଖିବେ ଓ ଅଗ୍ନି ଉପରେ କାଷ୍ଠ ସଜାଇବେ ।
ଲେବୀୟ ପୁସ୍ତକ 1 : 8 (ORV)
ପୁଣି ହାରୋଣର ପୁତ୍ର ଯାଜକମାନେ ବେଦି-ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ସେହି ଖଣ୍ତସକଳ, ମସ୍ତକ ଓ ମେଦ ରଖିବେ ।
ଲେବୀୟ ପୁସ୍ତକ 1 : 9 (ORV)
ମାତ୍ର ସେ ତାହାର ଅନ୍ତ୍ର ଓ ପଦ ଜଳରେ ଧୌତ କରିବ; ତହୁଁ ଯାଜକ ବେଦି ଉପରେ ତାହାସବୁ ଦଗ୍ଧ କରିବ, ତାହା ହୋମବଳି, ଅର୍ଥାତ୍, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ ।
ଲେବୀୟ ପୁସ୍ତକ 1 : 10 (ORV)
ଆଉ ଯେବେ ସେ ମେଷ କି ଛାଗପଲରୁ ହୋମବଳି ଉତ୍ସର୍ଗ କରେ,
ଲେବୀୟ ପୁସ୍ତକ 1 : 11 (ORV)
ତେବେ ନିଖୁ; ପୁଂପଶୁ ଘେନି ବେଦି ପାର୍ଶ୍ଵରେ ଉତ୍ତରଦିଗରେ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ବଧ କରିବ; ତହୁଁ ହାରୋଣର ପୁତ୍ର ଯାଜକଗଣ ବେଦି-ଉପର ଚାରିଆଡ଼େ ତାହାର ରକ୍ତ ଛିଞ୍ଚିବେ ।
ଲେବୀୟ ପୁସ୍ତକ 1 : 12 (ORV)
ଆଉ ସେ ତାହାର ମସ୍ତକ ଓ ମେଦ ସହିତ ତାକୁ ଖଣ୍ତ ଖଣ୍ତ କରିବ; ତହିଁରେ ଯାଜକ ବେଦି-ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ତାହା ସଜାଇ ରଖିବ ।
ଲେବୀୟ ପୁସ୍ତକ 1 : 13 (ORV)
ମାତ୍ର ସେ ତାହାର ଅନ୍ତ୍ର ଓ ପଦ ଜଳରେ ଧୌତ କରିବ; ତହୁଁ ଯାଜକ ସେସମସ୍ତ ଉତ୍ସର୍ଗ କରି ବେଦି ଉପରେ ଦଗ୍ଧ କରିବ; ତାହା ହୋମବଳି, ଅର୍ଥାତ୍, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ ।
ଲେବୀୟ ପୁସ୍ତକ 1 : 14 (ORV)
ଆଉ ଯେବେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପକ୍ଷୀଗଣ ମଧ୍ୟରୁ ହୋମବଳି ଉତ୍ସର୍ଗ କରେ, ତେବେ ଘୁଘୁ ଅବା କାପ୍ତାଛୁଆ ମଧ୍ୟରୁ ତାହା ନେବ ।
ଲେବୀୟ ପୁସ୍ତକ 1 : 15 (ORV)
ତହୁଁ ଯାଜକ ତାହା ବେଦି ନିକଟକୁ ଆଣି ତାହାର ମସ୍ତକ ମୋଡ଼ି ତାକୁ ବେଦି ଉପରେ ଦଗ୍ଧ କରିବ; ଆଉ ତାହାର ରକ୍ତ ବେଦି ପାର୍ଶ୍ଵରେ ନିଗାଡ଼ିବ ।
ଲେବୀୟ ପୁସ୍ତକ 1 : 16 (ORV)
ଅନନ୍ତର ସେ ତାହାର ମଳ ସହିତ ଗଳା-ଥଳୀ ଘେନି ବେଦିର ପୂର୍ବପାର୍ଶ୍ଵସ୍ଥ ଭସ୍ମ ସ୍ଥାନରେ ନିକ୍ଷେପ କରିବ ।
ଲେବୀୟ ପୁସ୍ତକ 1 : 17 (ORV)
ଆଉ, ପକ୍ଷମୂଳ ଚିରିବ, ମାତ୍ର ଦ୍ଵିଖଣ୍ତ କରିବ ନାହିଁ; ପୁଣି ଯାଜକ ବେଦି-ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ଦଗ୍ଧ କରିବ; ତହିଁରେ ତାହା ହୋମବଳି, ଅର୍ଥାତ୍, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ ।

1 2 3 4 5 6 7 8 9 10 11 12 13 14 15 16 17

BG:

Opacity:

Color:


Size:


Font: