ହୋଶେୟ 12 : 1 (ORV)
ଇଫ୍ରୟିମ ବାୟୁ ଭୋଜନ କରେ ଓ ପୂର୍ବୀୟ ବାୟୁର ପଛେ ପଛେ ଗମନ କରେ; ସେ ସର୍ବଦା ମିଥ୍ୟା କଥା ଓ ଉପଦ୍ରବ ବୃଦ୍ଧି କରେ ଓ ସେମାନେ ଅଶୂରର ସହିତ ନିୟମ କରନ୍ତି ଓ ମିସରକୁ ତୈଳ ବହାଯାଏ ।
ହୋଶେୟ 12 : 2 (ORV)
ଆହୁରି, ସଦାପ୍ରଭୁଙ୍କ ଓ ଯିହୁଦା ମଧ୍ୟରେ ବିବାଦ ଅଛି, ସେ ଯାକୁବକୁ ତାହାର ଆଚରଣ ଅନୁଯାୟୀ ଦଣ୍ତ ଦେବେ; ତାହାର କ୍ରିୟାନୁସାରେ ସେ ତାହାକୁ ପ୍ରତିଫଳ ଦେବେ ।
ହୋଶେୟ 12 : 3 (ORV)
ଗର୍ଭରେ ସେ ଆପଣା ଭ୍ରାତାର ପାଦମୂଳ ଧରିଲା ଓ ବୟଃପ୍ରାପ୍ତ ସମୟରେ ସେ ପରମେଶ୍ଵରଙ୍କ ସହିତ ଯୁଦ୍ଧ କଲା;
ହୋଶେୟ 12 : 4 (ORV)
ହଁ, ସେ ଦୂତ ଉପରେ ବଳବାନ ହୋଇ ଜୟ କଲା; ସେ କ୍ରନ୍ଦନ କରି ତାହାଙ୍କ ନିକଟରେ ବିନତି କଲା; ସେ ବୈଥେଲ୍ରେ ତାହାଙ୍କ ଉଦ୍ଦେଶ୍ୟ ପାଇଲା, ଆଉ ସେଠାରେ ସେ ଆମ୍ଭମାନଙ୍କ ସହିତ କଥା କହିଲେ;
ହୋଶେୟ 12 : 5 (ORV)
ସେହି ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ଵର; ସଦାପ୍ରଭୁ ତାହାଙ୍କର ସ୍ମରଣୀୟ ନାମ ।
ହୋଶେୟ 12 : 6 (ORV)
ଏନିମନ୍ତେ ତୁମ୍ଭେ ଆପଣା ପରମେଶ୍ଵରଙ୍କ ନିକଟକୁ ଫେର; ଦୟା ଓ ନ୍ୟାୟ ବିଚାର ପାଳନ କର ଓ ସର୍ବଦା ତୁମ୍ଭ ପରମେଶ୍ଵରଙ୍କ ଅପେକ୍ଷାରେ ଥାଅ ।
ହୋଶେୟ 12 : 7 (ORV)
ସେ ଜଣେ ବ୍ୟବସାୟୀ ଅଟେ, ତାହାର ହସ୍ତରେ ଛଳନାର ନିକ୍ତି ଅଛି; ସେ ଉପଦ୍ରବ କରିବାକୁ ଭଲ ପାଏ ।
ହୋଶେୟ 12 : 8 (ORV)
ପୁଣି, ଇଫ୍ରୟିମ କହିଲା, ନିଶ୍ଚୟ ମୁଁ ଧନୀ ହୋଇଅଛି, ମୁଁ ସମ୍ପତ୍ତି ପାଇଅଛି; ମୋର ସବୁ ପରିଶ୍ରମରେ ସେମାନେ ପାପଯୁକ୍ତ କୌଣସି ଅଧର୍ମ ମୋʼଠାରେ ପାଇବେ ନାହିଁ ।
ହୋଶେୟ 12 : 9 (ORV)
ମାତ୍ର ମିସର ଦେଶଠାରୁ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ଵର ଅଟୁ; ଆମ୍ଭେ ମହାପର୍ବ ଦିନର ନ୍ୟାୟ ତୁମ୍ଭକୁ ପୁନର୍ବାର ତମ୍ଵୁରେ ବାସ କରାଇବା ।
ହୋଶେୟ 12 : 10 (ORV)
ଆହୁରି, ଆମ୍ଭେ ଭବିଷ୍ୟଦ୍ବକ୍ତାଗଣ ନିକଟରେ କଥା କହିଅଛୁ ଓ ଆମ୍ଭେ ନାନା ଦର୍ଶନର ବୃଦ୍ଧି କରିଅଛୁ; ଆଉ ଭବିଷ୍ୟଦ୍ବକ୍ତାଗଣ ଦ୍ଵାରା ଦୃଷ୍ଟାନ୍ତ-କଥା ବ୍ୟବହାର କରିଅଛୁ ।
ହୋଶେୟ 12 : 11 (ORV)
ଗିଲୀୟଦ୍ କି ଅଧର୍ମମୟ? ସେମାନେ ସର୍ବତୋ-ଭାବେ ଅସାର; ଗିଲ୍ଗଲ୍ରେ ସେମାନେ ବୃଷ ବଳିଦାନ କରନ୍ତି; ହଁ, କ୍ଷେତ୍ରସ୍ଥ ଶିଆରର ଢିପି ପରି ସେମାନଙ୍କର ଯଜ୍ଞବେଦି ଅଛି ।
ହୋଶେୟ 12 : 12 (ORV)
ପୁଣି, ଯାକୁବ ଅରାମ ଦେଶକୁ ପଳାଇ ଗଲା ଓ ଇସ୍ରାଏଲ ଭାର୍ଯ୍ୟାର ନିମନ୍ତେ ଦାସ୍ୟକର୍ମ କଲା ଓ ଭାର୍ଯ୍ୟା ନିମନ୍ତେ ମେଷ ଚରାଇଲା ।
ହୋଶେୟ 12 : 13 (ORV)
ସଦାପ୍ରଭୁ ଏକ ଜଣ ଭବିଷ୍ୟଦ୍ବକ୍ତା ଦ୍ଵାରା ଇସ୍ରାଏଲକୁ ମିସରରୁ ବାହାର କରି ଆଣିଲେ ଓ ଏକ ଜଣ ଭବିଷ୍ୟଦ୍ବକ୍ତା ଦ୍ଵାରା ସେ ରକ୍ଷିତ ହେଲା ।
ହୋଶେୟ 12 : 14 (ORV)
ଇଫ୍ରୟିମ ଅତିଶୟ ବିରକ୍ତ କରାଇଅଛି; ଏଥିପାଇଁ ତାହାର ରକ୍ତର ଦୋଷ ତାହା ଉପରେ ରହିବ ଓ ତାହାର ପ୍ରଭୁ ତାହା ଉପରେ ତାହାର ଅପମାନ ବର୍ତ୍ତାଇବେ ।

1 2 3 4 5 6 7 8 9 10 11 12 13 14

BG:

Opacity:

Color:


Size:


Font: