ଦାନିଏଲ 9 : 1 (ORV)
ମାଦୀୟ ବଂଶଜାତ ଅକ୍ଷଶ୍ଵେରସର ପୁତ୍ର ଯେ ଦାରୀୟାବସ କଲ୍ଦୀୟ ରାଜ୍ୟ ଉପରେ ରାଜା ନିଯୁକ୍ତ ହୋଇଥିଲା, ତାହାର ପ୍ରଥମ ବର୍ଷରେ ।
ଦାନିଏଲ 9 : 2 (ORV)
ତାହାର ରାଜତ୍ଵର ପ୍ରଥମ ବର୍ଷରେ ମୁଁ ଦାନିୟେଲ ଶାସ୍ତ୍ର ଦ୍ଵାରା ବର୍ଷର ସଂଖ୍ୟା, ଅର୍ଥାତ୍, ଯିରୂଶାଲମର ଉଚ୍ଛିନ୍ନତାର ସମୟ ସତୁରି ବର୍ଷ ହେବା ବିଷୟରେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କର ନିକଟରେ ଉପସ୍ଥିତ ହୋଇଥିଲା, ତାହା ମୁଁ ବୁଝିଲି ।
ଦାନିଏଲ 9 : 3 (ORV)
ଏଣୁ ମୁଁ ଉପବାସ, ଚଟ ପରିଧାନ ଓ ଭସ୍ମ ଲେପନ କରି ପ୍ରାର୍ଥନା ଓ ବିନତି ଦ୍ଵାରା ପ୍ରଭୁ ପରମେଶ୍ଵରଙ୍କର ଅନ୍ଵେଷଣ କରିବା ପାଇଁ ତାହାଙ୍କ ପ୍ରତି ଦୃଷ୍ଟି କଲି ।
ଦାନିଏଲ 9 : 4 (ORV)
ପୁଣି, ମୁଁ ସଦାପ୍ରଭୁ ମୋର ପରମେଶ୍ଵରଙ୍କ ନିକଟରେ ପ୍ରାର୍ଥନା କଲି ଓ ପାପ ସ୍ଵୀକାର କରି କହିଲି, ହେ ପ୍ରଭୁ, ତୁମ୍ଭେ ମହାନ ଓ ଭୟାନକ ପରମେଶ୍ଵର, ଯେଉଁମାନେ ତୁମ୍ଭଙ୍କୁ ପ୍ରେମ କରନ୍ତି ଓ ତୁମ୍ଭର ଆଜ୍ଞା ପାଳନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ନିୟମ ଓ ଦୟା ରକ୍ଷା କରିଥାଅ ।
ଦାନିଏଲ 9 : 5 (ORV)
ଆମ୍ଭେମାନେ ପାପ ଓ କୁଟିଳାଚରଣ କରିଅଛୁଓ ଦୁଷ୍କର୍ମ କରି ବିଦ୍ରୋହୀ ହୋଇଅଛୁ, ଆଉ ତୁମ୍ଭର ବିଧି ଓ ଶାସନପଥ ତ୍ୟାଗ କରିଅଛୁ ।
ଦାନିଏଲ 9 : 6 (ORV)
ପୁଣି, ତୁମ୍ଭର ଯେଉଁ ଦାସ ଭବିଷ୍ୟଦ୍ବକ୍ତାଗଣ ଆମ୍ଭମାନଙ୍କର ରାଜଗଣକୁ, ଆମ୍ଭମାନଙ୍କର ଅଧିପତିଗଣକୁ ଓ ଆମ୍ଭମାନଙ୍କର ପିତୃପୁରୁଷଗଣକୁ ଓ ଦେଶସ୍ଥ ଲୋକ-ସମୂହକୁ ତୁମ୍ଭ ନାମରେ କଥା କହିଲେ, ସେମାନଙ୍କ ପ୍ରତି ଆମ୍ଭେମାନେ କର୍ଣ୍ଣପାତ କରି ନାହୁଁ ।
ଦାନିଏଲ 9 : 7 (ORV)
ହେ ପ୍ରଭୁ ଧାର୍ମିକତା ତୁମ୍ଭର ଅଟେ, ମାତ୍ର ଆଜିକାର ନ୍ୟାୟ ମୁଖର ବିବର୍ଣ୍ଣତା ଆମ୍ଭମାନଙ୍କର; ତୁମ୍ଭ ବିରୁଦ୍ଧରେ କୃତ ସତ୍ୟ ଲଙ୍ଘନ ସକାଶୁ ଯିହୁଦାର ଲୋକ ଓ ଯିରୂଶାଲମ ନିବାସୀଗଣ ଓ ତୁମ୍ଭ ଦ୍ଵାରା ତାଡ଼ିତ ସକଳ ଦେଶସ୍ଥ ନିକଟବର୍ତ୍ତୀ ଓ ଦୂରବର୍ତ୍ତୀ ସମସ୍ତ ଇସ୍ରାଏଲ ଲୋକ (ବିବର୍ଣ୍ଣତାର ପାତ୍ର) ।
ଦାନିଏଲ 9 : 8 (ORV)
ହେ ପ୍ରଭୁ, ମୁଖର ବିବର୍ଣ୍ଣତା ଆମ୍ଭମାନଙ୍କର, ଆମ୍ଭମାନଙ୍କ ରାଜଗଣର, ଆମ୍ଭମାନଙ୍କ ଅଧିପତିଗଣର ଓ ଆମ୍ଭମାନଙ୍କ ପିତୃପୁରୁଷଗଣର ଅଟେ, କାରଣ ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ ।
ଦାନିଏଲ 9 : 9 (ORV)
ବିବିଧ ଦୟା ଓ କ୍ଷମା ଆମ୍ଭମାନଙ୍କ ପ୍ରଭୁ ପରମେଶ୍ଵରଙ୍କର ଅଟେ; କାରଣ ଆମ୍ଭେମାନେ ତାହାଙ୍କ ବିରୁଦ୍ଧରେ ବିଦ୍ରୋହା-ଚରଣ କରିଅଛୁ ଗୀତ. ୧୩୦:୪,୭
ଦାନିଏଲ 9 : 10 (ORV)
ଓ ସେ ଆପଣା ଭବିଷ୍ୟଦ୍ବକ୍ତାଗଣ ଦ୍ଵାରା ଆପଣାର ଯେଉଁ ବ୍ୟବସ୍ଥାସକଳ ଆମ୍ଭମାନଙ୍କ ସମ୍ମୁଖରେ ରଖିଲେ, ତଦନୁସାରେ ଆଚରଣ କରିବା ପାଇଁ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ରବରେ ମନୋଯୋଗ କରି ନାହୁଁ ।
ଦାନିଏଲ 9 : 11 (ORV)
ହଁ, ସମୁଦାୟ ଇସ୍ରାଏଲ ତୁମ୍ଭର ବ୍ୟବସ୍ଥା ଲଙ୍ଘନ କରିଅଛନ୍ତି, ତୁମ୍ଭର ରବରେ ଯେପରି ସେମାନେ ମନୋଯୋଗ ନ କରିବେ, ଏଥିପାଇଁ ସେମାନେ ବିପଥଗାମୀ ହୋଇଅଛନ୍ତି, ଏହି କାରଣରୁ ଅଭିଶାପ ଓ ପରମେଶ୍ଵରଙ୍କ ସେବକ ମୋଶାଙ୍କ ବ୍ୟବସ୍ଥାରେ ଲିଖିତ ଶପଥ ଆମ୍ଭମାନଙ୍କ ଉପରେ ଢଳା ଯାଇଅଛି; କାରଣ ଆମ୍ଭେମାନେ ତାହାଙ୍କ ବିରୁଦ୍ଧରେ ପାପ କରିଅଛୁ ।
ଦାନିଏଲ 9 : 12 (ORV)
ପୁଣି, ସେ ଆମ୍ଭମାନଙ୍କ ଉପରେ ମହା ଅମଙ୍ଗଳ ଘଟାଇବା ଦ୍ଵାରା ଆମ୍ଭମାନଙ୍କ ବିରୁଦ୍ଧରେ ଓ ଯେଉଁ ବିଚାରକର୍ତ୍ତାଗଣ ଆମ୍ଭମାନଙ୍କର ବିଚାର କଲେ, ସେମାନଙ୍କ ବିରୁଦ୍ଧରେ ଯାହା କହିଥିଲେ, ଆପଣାର ସେହି ବାକ୍ୟ ସେ ସଫଳ କରିଅଛନ୍ତି; କାରଣ ଯିରୂଶାଲମ ପ୍ରତି ଯାହା କରା ଯାଇଅଛି, ସମୁଦାୟ ଆକାଶମଣ୍ତଳ ତଳେ ସେପରି କରାଯାଇ ନାହିଁ ।
ଦାନିଏଲ 9 : 13 (ORV)
ମୋଶାଙ୍କ ବ୍ୟବସ୍ଥାର ଲିଖନାନୁସାରେ ଏହିସବୁ ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି; ତଥାପି ଆମ୍ଭେମାନେ ଆପଣା ଆପଣା ଅଧର୍ମରୁ ଫେରିବା ପାଇଁ ଓ ତୁମ୍ଭର ସତ୍ୟତା ବୁଝିବା ପାଇଁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ନିକଟରେ ବିନତି କରି ନାହୁଁ ।
ଦାନିଏଲ 9 : 14 (ORV)
ଏନିମନ୍ତେ ସଦାପ୍ରଭୁ ଅମଙ୍ଗଳାର୍ଥେ ଜାଗ୍ରତ ହୋଇ ଆମ୍ଭମାନଙ୍କ ପ୍ରତି ତାହା ଘଟାଇ ଅଛନ୍ତି; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଯାହା ଯାହା କରନ୍ତି, ଆପଣାର ସେହି ସକଳ କାର୍ଯ୍ୟରେ ସେ ଧାର୍ମିକ ଅଟନ୍ତି, ମାତ୍ର ଆମ୍ଭେମାନେ ତାହାଙ୍କ ରବରେ ମନୋଯୋଗ କରି ନାହୁଁ ।
ଦାନିଏଲ 9 : 15 (ORV)
ଏଣୁ ଏବେ ହେ ପ୍ରଭୁ, ଆମ୍ଭମାନଙ୍କ ପରମେଶ୍ଵର, ତୁମ୍ଭେ ବଳବାନ ହସ୍ତ ଦ୍ଵାରା ମିସର ଦେଶରୁ ଆପଣା ଲୋକମାନଙ୍କୁ ବାହାର କରି ଆଣି ଆଜିକାର ନ୍ୟାୟ କୀର୍ତ୍ତି ଲାଭ କରିଅଛ; ଆମ୍ଭେମାନେ ପାପ କରିଅଛୁ, ଆମ୍ଭେମାନେ ଦୁଷ୍କର୍ମ କରିଅଛୁ ।
ଦାନିଏଲ 9 : 16 (ORV)
ହେ ପ୍ରଭୁ, ବିନୟ କରେ, ତୁମ୍ଭର ସମସ୍ତ ଧାର୍ମିକତାନୁସାରେ, ତୁମ୍ଭର ନଗର ଯିରୂଶାଲମ, ତୁମ୍ଭର ପବିତ୍ର ପର୍ବତ ପ୍ରତି ତୁମ୍ଭର କ୍ରୋଧ ଓ କୋପ ନିବୃତ୍ତ ହେଉ; କାରଣ ଆମ୍ଭମାନଙ୍କର ପାପ ଓ ଆମ୍ଭମାନଙ୍କର ପିତୃପୁରୁଷଗଣର ଅଧର୍ମ ସକାଶୁ ଯିରୂଶାଲମ ଓ ତୁମ୍ଭର ଲୋକମାନେ ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥିତ ଲୋକଙ୍କର ନିନ୍ଦାର ପାତ୍ର ହୋଇଅଛନ୍ତି ।
ଦାନିଏଲ 9 : 17 (ORV)
ଏହେତୁ ହେ ଆମ୍ଭମାନଙ୍କର ପରମେଶ୍ଵର, ଏବେ ତୁମ୍ଭ ଦାସର ପ୍ରାର୍ଥନା ଓ ବିନତିରେ କର୍ଣ୍ଣପାତ କର ଓ ତୁମ୍ଭର ଏହି ଯେଉଁ ଧର୍ମଧାମ ଧ୍ଵଂସିତ ହୋଇଅଛି, ତହିଁ ପ୍ରତି ପ୍ରଭୁଙ୍କ ସକାଶେ ଆପଣା ମୁଖ ପ୍ରସନ୍ନ କର ।
ଦାନିଏଲ 9 : 18 (ORV)
ହେ ମୋର ପରମେଶ୍ଵର, କର୍ଣ୍ଣ ଡେରି ଶୁଣ; ଆପଣା ଚକ୍ଷୁ ମେଲି ଆମ୍ଭମାନଙ୍କର ଉଚ୍ଛିନ୍ନତା ପ୍ରତି ଓ ତୁମ୍ଭ ନାମରେ ଖ୍ୟାତ ଏହି ନଗର ପ୍ରତି ଦୃଷ୍ଟିପାତ କର; କାରଣ ଆମ୍ଭେମାନେ ନିଜ ଧାର୍ମିକତା ସକାଶୁ ନୁହେଁ, ମାତ୍ର ତୁମ୍ଭର ମହାଦୟା ସକାଶୁ ତୁମ୍ଭ ଛାମୁରେ ଆମ୍ଭମାନଙ୍କର ନିବେଦନ ଉତ୍ସର୍ଗ କରୁଅଛୁ ।
ଦାନିଏଲ 9 : 19 (ORV)
ହେ ପ୍ରଭୁ, ଶୁଣ; ହେ ପ୍ରଭୁ, କ୍ଷମା କର; ହେ ପ୍ରଭୁ, ମନୋଯୋଗ କରି କର୍ମ କର; ବିଳମ୍ଵ ନ କର; ହେ ମୋର ପରମେଶ୍ଵର, ନିଜ ସକାଶେ କର୍ମ କର, କାରଣ ତୁମ୍ଭର ନଗର ଓ ତୁମ୍ଭର ଲୋକମାନେ ତୁମ୍ଭ ନାମରେ ଖ୍ୟାତ ଅଟନ୍ତି ।
ଦାନିଏଲ 9 : 20 (ORV)
ଏହିରୂପେ ମୁଁ ନିବେଦନ ଓ ପ୍ରାର୍ଥନା କରୁଥିଲି, ପୁଣି ମୋର ପାପ ଓ ମୋର ଇସ୍ରାଏଲ ଲୋକଙ୍କର ପାପ ସ୍ଵୀକାର କରୁଥିଲି, ଆଉ ମୋʼ ପରମେଶ୍ଵରଙ୍କ ପବିତ୍ର ପର୍ବତ ନିମନ୍ତେ ସଦାପ୍ରଭୁ ମୋʼ ପରମେଶ୍ଵରଙ୍କ ଛାମୁରେ ଆପଣା ନିବେଦନ ଉତ୍ସର୍ଗ କରୁଥିଲି;
ଦାନିଏଲ 9 : 21 (ORV)
ଏପରି ମୁଁ ପ୍ରାର୍ଥନା କରି କଥା କହୁ କହୁ ଆଦ୍ୟରେ ଦର୍ଶନକ୍ରମେ ମୁଁ ଯାହାଙ୍କୁ ଦେଖିଥିଲି, ସେହି ପୁରୁଷ ଗାବ୍ରିଏଲ ଶୀଘ୍ର ଉଡ଼ିବା ପାଇଁ ଆଦିଷ୍ଟ ହୋଇ ପ୍ରାୟ ସନ୍ଧ୍ୟାକାଳୀନ ନୈବେଦ୍ୟ ସମୟରେ ଆସି ମୋତେ ସ୍ପର୍ଶ କଲେ ।
ଦାନିଏଲ 9 : 22 (ORV)
ପୁଣି, ସେ ମୋତେ ଶିକ୍ଷା ଦେଲେ ଓ ମୋʼ ସଙ୍ଗେ କଥାବାର୍ତ୍ତା କରି କହିଲେ, ହେ ଦାନିୟେଲ, ମୁଁ ଏବେ ତୁମ୍ଭକୁ ବୁଦ୍ଧିର କୌଶଳ ଦେବାକୁ ଆସିଲି ।
ଦାନିଏଲ 9 : 23 (ORV)
ତୁମ୍ଭର ବିନତିର ଆରମ୍ଭ ସମୟରେ ଆଜ୍ଞା ନିର୍ଗତ ହେଲା, ଆଉ ତୁମ୍ଭକୁ ଜଣାଇବା ପାଇଁ ମୁଁ ଆସିଅଛି, କାରଣ ତୁମ୍ଭେ ଅତ୍ୟ; ପ୍ରିୟପାତ୍ର; ଏଥିପାଇଁ ଏ ବିଷୟ ବିବେଚନା କର ଓ ଦର୍ଶନ ବୁଝ ।
ଦାନିଏଲ 9 : 24 (ORV)
ଆଜ୍ଞା ଲଙ୍ଘନ ସମାପ୍ତ କରିବାକୁ ଓ ପାପର ଶେଷ କରିବାକୁ ଓ ଅଧର୍ମର ପ୍ରାୟଶ୍ଚିତ୍ତ କରିବାକୁ, ଆଉ ଅନନ୍ତକାଳସ୍ଥାୟୀ ଧର୍ମ ଆଣିବାକୁ, ପୁଣି ଦର୍ଶନ ଓ ଭବିଷ୍ୟଦ୍ବାକ୍ୟ ମୁଦ୍ରାଙ୍କିତ କରିବାକୁ ଓ ପବିତ୍ରତମଙ୍କୁ ଅଭିଷିକ୍ତ କରିବାକୁ ତୁମ୍ଭ ଲୋକଙ୍କର ଓ ତୁମ୍ଭ ପବିତ୍ର ନଗର ନିମନ୍ତେ ସତୁରି ସପ୍ତାହ ନିରୂପିତ ହୋଇଅଛି ।
ଦାନିଏଲ 9 : 25 (ORV)
ଏଥିପାଇଁ ତୁମ୍ଭେ ଜ୍ଞାତ ହୁଅ ଓ ବୁଝ ଯେ, ଯିରୂଶାଲମକୁ ପୁନଃସ୍ଥାପନ ଓ ନିର୍ମାଣ କରିବାର ଆଜ୍ଞା ପ୍ରକାଶ ହେବା ସମୟଠାରୁ ଅଧିପତି, ଅଭିଷିକ୍ତ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସାତ ସପ୍ତାହ ହେବ; ପୁଣି, ସଙ୍କଟ କାଳରେ ହିଁ ତାହା ଛକ ଓ ପରିଖା ସହିତ ତିନି କୋଡ଼ି ଦୁଇ ସପ୍ତାହ ପୁନର୍ନିର୍ମିତ ହେବ ।
ଦାନିଏଲ 9 : 26 (ORV)
ପୁଣି, ତିନି କୋଡ଼ି ଦୁଇ ସପ୍ତାହ ଉତ୍ତାରେ ଅଭିଷିକ୍ତ ବ୍ୟକ୍ତି ଉଚ୍ଛିନ୍ନ ହେବେ ଓ ସେ ଅକିଞ୍ଚନ ହେବେ; ଆଉ, ଆଗାମୀ ଅଧିପତିର ଲୋକମାନେ ⇧ ନଗର ଓ ଧର୍ମଧାମ ନଷ୍ଟ କରିବେ ଓ ପ୍ଳାବନ ଦ୍ଵାରା ତାହାର ଶେଷ ହେବ, ପୁଣି ଶେଷ ପର୍ଯ୍ୟନ୍ତ ହିଁ ଯୁଦ୍ଧ ହେବ; ନାନା ଉଚ୍ଛିନ୍ନତା ନିରୂପିତ ହୋଇଅଛି ।
ଦାନିଏଲ 9 : 27 (ORV)
ପୁଣି, ସେ ଏକ ସପ୍ତାହ ପର୍ଯ୍ୟନ୍ତ ଅନେକର ସହିତ ଦୃଢ଼ ନିୟମ କରିବ ଓ ସପ୍ତାହର ଅର୍ଦ୍ଧେକ କାଳ ଯଜ୍ଞ ଓ ନୈବେଦ୍ୟ ନିବୃତ୍ତ କରାଇବ; ଆଉ, ଘୃଣାଯୋଗ୍ୟ ବସ୍ତୁସକଳର ପକ୍ଷ ଉପରେ ବିନାଶକ ଜଣେ ଆସିବ; ପୁଣି, ନିରୂପିତ ସିଦ୍ଧି ପର୍ଯ୍ୟନ୍ତ ବିନାଶକର ଉପରେ କ୍ରୋଧ ଢଳାଯିବ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27

BG:

Opacity:

Color:


Size:


Font: