ଯିହିଜିକଲ 5 : 1 (ORV)
ପୁଣି, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଖଣ୍ତେ ତୀକ୍ଷ୍ଣ ଖଡ଼୍‍ଗ, ନାପିତର କ୍ଷୁର ପରି ନେଇ ଆପଣା ମସ୍ତକ ଓ ଦାଢ଼ି ଉପରେ ଚଳାଇବନ୍ତ ତହୁଁ ନିକ୍ତି ନେଇ ସେହି କେଶ ତୌଲି ଭାଗ ଭାଗ କରିବ ।
ଯିହିଜିକଲ 5 : 2 (ORV)
ତହିଁର ତୃତୀୟାଂଶ ନେଇ ଅବରୋଧ କାଳ ସମାପ୍ତ ହେଲେ ନଗରର ମଧ୍ୟସ୍ଥାନରେ ଅଗ୍ନିରେ ଦଗ୍ଧ କରିବ; ପୁଣି, ତୃତୀୟାଂଶ ନେଇ ତହିଁର ଚତୁର୍ଦ୍ଦିଗରେ ଖଡ଼୍‍ଗରେ କାଟିବ; ଆଉ, ତୃତୀୟାଂଶ ନେଇ ବାୟୁରେ ଉଡ଼ାଇ ଦେବ ଓ ଆମ୍ଭେ ତହିଁର ପଛେ ପଛେ ଖଡ଼୍‍ଗ ନିଷ୍କୋଷ କରିବା ।
ଯିହିଜିକଲ 5 : 3 (ORV)
ପୁଣି, ତୁମ୍ଭେ ଅଳ୍ପସଂଖ୍ୟକ କେଶ ନେଇ ଆପଣା ବସ୍ତ୍ରର ଅଞ୍ଚଳରେ ବାନ୍ଧିବ
ଯିହିଜିକଲ 5 : 4 (ORV)
ଓ ତହିଁ ମଧ୍ୟରୁ ହିଁ କିଛି ନେଇ ଅଗ୍ନି ମଧ୍ୟରେ ପକାଇ ଦଗ୍ଧ କରିବ, ତହିଁରୁ ଅଗ୍ନି ନିର୍ଗତ ହୋଇ ଇସ୍ରାଏଲ-ବଂଶ ମଧ୍ୟକୁ ଆସିବ ।
ଯିହିଜିକଲ 5 : 5 (ORV)
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଏ ଯିରୂଶାଲମ; ଆମ୍ଭେ ଏହାକୁ ଗୋଷ୍ଠୀଗଣ ମଧ୍ୟରେ ସ୍ଥାପନ କରିଅଛୁ ଓ ତାହାର ଚତୁର୍ଦ୍ଦିଗରେ ନାନା ଦେଶ ଅଛି ।
ଯିହିଜିକଲ 5 : 6 (ORV)
ଆଉ, ସେ ଦୁଷ୍ଟତା କରି ସେହି ଗୋଷ୍ଠୀଗଣ ଅପେକ୍ଷା ଆମ୍ଭ ଶାସନାବଳି ବିରୁଦ୍ଧରେ ଓ ତାହାର ଚତୁର୍ଦ୍ଦିଗସ୍ଥିତ ଦେଶସମୂହର ଅପେକ୍ଷା ଆମ୍ଭ ବିଧିସକଳର ବିରୁଦ୍ଧରେ ବିଦ୍ରୋହାଚରଣ କରିଅଛି; କାରଣ ସେମାନେ ଆମ୍ଭର ଶାସନାବଳି ଅଗ୍ରାହ୍ୟ କରିଅଛନ୍ତି ଓ ଆମ୍ଭର ବିଧିରୂପ ପଥରେ ଗମନ କରିନାହାନ୍ତି ।
ଯିହିଜିକଲ 5 : 7 (ORV)
ଏହେତୁ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ତୁମ୍ଭେମାନେ ଆପଣା ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ଅପେକ୍ଷା ଅଧିକ ଗଣ୍ତଗୋଳକାରୀ ଅଟ ଓ ଆମ୍ଭ ବିଧିରୂପ ପଥରେ ଗମନ କରି ନାହଁ, କିଅବା ଆମ୍ଭର ଶାସନସକଳ ପାଳନ କରି ନାହଁ, ଅଥବା ଆପଣା ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣର ବିଧାନାନୁସାରେ କର୍ମ କରି ନାହଁ;
ଯିହିଜିକଲ 5 : 8 (ORV)
ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ, ଆମ୍ଭେ ହିଁ ତୁମ୍ଭର ବିପକ୍ଷ ଅଟୁ ଓ ଆମ୍ଭେ ଗୋଷ୍ଠୀଗଣର ସାକ୍ଷାତରେ ତୁମ୍ଭ ମଧ୍ୟରେ ବିଚାର ସାଧନ କରିବା ।
ଯିହିଜିକଲ 5 : 9 (ORV)
ପୁଣି, ଯାହା ଆମ୍ଭେ କରି ନାହୁଁ ଓ ଯହିଁର ତୁଲ୍ୟ ଆଉ ଆମ୍ଭେ କରିବା ନାହିଁ, ଏପରି କର୍ମ, ତୁମ୍ଭମାନଙ୍କର ଘୃଣାଯୋଗ୍ୟ ସକଳ କ୍ରିୟା ସକାଶୁ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ କରିବା ।
ଯିହିଜିକଲ 5 : 10 (ORV)
ଏଥିପାଇଁ ତୁମ୍ଭମାନଙ୍କ ମଧ୍ୟରେ ପିତୃଗଣ ସନ୍ତାନଗଣକୁ ଭୋଜନ କରିବେ ଓ ସନ୍ତାନମାନେ ଆପଣା ଆପଣା ପିତାକୁ ଭୋଜନ କରିବେ; ପୁଣି, ଆମ୍ଭେ ତୁମ୍ଭ ମଧ୍ୟରେ ବିଚାର ସାଧନ କରିବା ଓ ତୁମ୍ଭର ସମଗ୍ର ଅବଶିଷ୍ଟାଂଶକୁ ଚତୁର୍ଦ୍ଦିଗରେ ଛିନ୍ନଭିନ୍ନ କରିବା ।
ଯିହିଜିକଲ 5 : 11 (ORV)
ଏହେତୁ ପ୍ରଭୁ, ସଦାପ୍ରଭୁ କହନ୍ତି, ତୁମ୍ଭେ ଆପଣାର ତୁଚ୍ଛ ବସ୍ତୁସକଳ ଦ୍ଵାରା ଓ ଆପଣାର ସବୁ ଘୃଣାଯୋଗ୍ୟ କର୍ମ ଦ୍ଵାରା ଆମ୍ଭର ପବିତ୍ର ସ୍ଥାନ ଅଶୁଚି କରିଅଛ, ଏଥିପାଇଁ ଆମ୍ଭେ ଜୀବିତ ଥିବା ପ୍ରମାଣେ ଆମ୍ଭେ ହିଁ ତୁମ୍ଭକୁ ହ୍ରାସ କରିବା; ଆହୁରି, ଚକ୍ଷୁଲଜ୍ଜା କରିବା ନାହିଁ, ମଧ୍ୟ ଆମ୍ଭେ କିଛି ଦୟା କରିବା ନାହିଁ ।
ଯିହିଜିକଲ 5 : 12 (ORV)
ତୁମ୍ଭର ତୃତୀୟାଂଶ ମହାମାରୀରେ ମରିବେ, ଆଉ ଦୁର୍ଭିକ୍ଷ ଦ୍ଵାରା ତୁମ୍ଭ ମଧ୍ୟରେ ସେମାନେ କ୍ଷୟ ପାଇବେ; ପୁଣି, ତୃତୀୟାଂଶ ଖଡ଼୍‍ଗ ଦ୍ଵାରା ତୁମ୍ଭ ଚତୁର୍ଦ୍ଦିଗରେ ପତିତ ହେବେ; ଆଉ ତୃତୀୟାଂଶକୁ ଆମ୍ଭେ ଚତୁର୍ଦ୍ଦିଗରେ ଛିନ୍ନଭିନ୍ନ କରିବା ଓ ସେମାନଙ୍କର ପଶ୍ଚାତ୍ ଖଡ଼୍‍ଗ ନିଷ୍କୋଷ କରିବା ।
ଯିହିଜିକଲ 5 : 13 (ORV)
ଏହି ପ୍ରକାରେ ଆମ୍ଭର କ୍ରୋଧ ସଫଳ ହେବ ଓ ଆମ୍ଭେ ସେମାନଙ୍କ ଉପରେ ଆପଣା କୋପ ସାଧି ଶା; ହେବା; ତହିଁରେ ଆମ୍ଭେ ସେମାନଙ୍କ ଉପରେ ଆପଣା କୋପ ସଫଳ କଲା ଉତ୍ତାରେ ଆମ୍ଭେ ସଦାପ୍ରଭୁ, ଆପଣା ଅନ୍ତର୍ଜ୍ଜ୍ଵାଳାରେ ଯେ ଏ କଥା କହିଅଛୁ, ଏହା ସେମାନେ ଜାଣିବେ ।
ଯିହିଜିକଲ 5 : 14 (ORV)
ଆହୁରି, ଆମ୍ଭେ ତୁମ୍ଭର ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ମଧ୍ୟରେ ତୁମ୍ଭକୁ ପଥିକମାନଙ୍କ ଦୃଷ୍ଟିରେ ଉତ୍ସନ୍ନ-ସ୍ଥାନ ଓ ନିନ୍ଦାର ପାତ୍ର କରିବା ।
ଯିହିଜିକଲ 5 : 15 (ORV)
ଏହିରୂପେ ଯେତେବେଳେ ଆମ୍ଭେ କ୍ରୋଧରେ, କୋପରେ ଓ କୋପଯୁକ୍ତ ଭର୍ତ୍ସନାରେ ତୁମ୍ଭ ମଧ୍ୟରେ ବିଚାର ସାଧନ କରିବା, ସେତେବେଳେ ତୁମ୍ଭ ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ନିକଟରେ ତାହା ନିନ୍ଦାର, ଉପହାସର, ଶିକ୍ଷାର, ଓ ବିସ୍ମୟର ବିଷୟ ହେବ; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ;
ଯିହିଜିକଲ 5 : 16 (ORV)
ଆମ୍ଭେ ସେଠାସ୍ଥିତ ଲୋକମାନଙ୍କ ପ୍ରତି ବିନାଶାର୍ଥକ ଦୁର୍ଭିକ୍ଷରୂପ କ୍ରୂର ତୀର ପଠାଇବା, ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତାହା ପଠାଇବା ଓ ଆମ୍ଭେ ତୁମ୍ଭମାନଙ୍କ ଉପରେ ଦୁର୍ଭିକ୍ଷ ବୃଦ୍ଧି କରିବା ଓ ତୁମ୍ଭମାନଙ୍କର ଅନ୍ନରୂପ ଯଷ୍ଟି ଭାଙ୍ଗି ପକାଇବା;
ଯିହିଜିକଲ 5 : 17 (ORV)
ଆଉ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଦୁର୍ଭିକ୍ଷ ଓ ହିଂସ୍ରକ ଜନ୍ତୁମାନଙ୍କୁ ପଠାଇବା, ସେମାନେ ତୁମ୍ଭମାନଙ୍କୁ ନିଃସନ୍ତାନ କରିବେ; ମହାମାରୀ ଓ ରକ୍ତ ତୁମ୍ଭମାନଙ୍କର ମଧ୍ୟ ଦେଇ ଯିବ; ପୁଣି, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଖଡ଼୍‍ଗ ଆଣିବା; ଆମ୍ଭେ ସଦାପ୍ରଭୁ ଏହି କଥା କହିଅଛୁ ।

1 2 3 4 5 6 7 8 9 10 11 12 13 14 15 16 17

BG:

Opacity:

Color:


Size:


Font: