ଯିହିଜିକଲ 48 : 1 (ORV)
ଗୋଷ୍ଠୀବର୍ଗଙ୍କର ଏହି ଏହି ନାମ: ହମାତ୍ର ପ୍ରବେଶ-ସ୍ଥାନକୁ ଯିବାର ହତ୍ଲୋନର ପଥ ନିକଟସ୍ଥ ଉତ୍ତର ପ୍ରା; ସୀମାଠାରୁ ଦାମାସ୍କସ୍ର ସୀମା ନିକଟସ୍ଥ ହତ୍ସର-ଐନନ୍, ହମାତ୍ ପାର୍ଶ୍ଵସ୍ଥ ଉତ୍ତର ଦିଗ ପର୍ଯ୍ୟନ୍ତ; ଆଉ, ତହିଁର ପୂର୍ବ ଓ ପଶ୍ଚିମ ସୀମା ହେବ; ଦାନ, ଏକ ଅଂଶ ।
ଯିହିଜିକଲ 48 : 2 (ORV)
ଆଉ, ଦାନର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଆଶେର, ଏକ ଅଂଶ ।
ଯିହିଜିକଲ 48 : 3 (ORV)
ପୁଣି, ଆଶେରର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ନପ୍ତାଲି, ଏକ ଅଂଶ
ଯିହିଜିକଲ 48 : 4 (ORV)
ଓ ନପ୍ତାଲିର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ମନଃଶି, ଏକ ଅଂଶ ।
ଯିହିଜିକଲ 48 : 5 (ORV)
ଆଉ, ମନଃଶିର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଇଫ୍ରୟିମ, ଏକ ଅଂଶ ।
ଯିହିଜିକଲ 48 : 6 (ORV)
ଇଫ୍ରୟିମର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ରୁବେନ, ଏକ ଅଂଶ ।
ଯିହିଜିକଲ 48 : 7 (ORV)
ଆଉ, ରୁବେନର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଯିହୁଦା, ଏକ ଅଂଶ ।
ଯିହିଜିକଲ 48 : 8 (ORV)
ପୁଣି, ଯିହୁଦାର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ତୁମ୍ଭମାନଙ୍କର ଦତ୍ତ ଉପହାର ଭୂମି ରହିବ, ତାହା ପ୍ରସ୍ଥରେ ପଚିଶ ହଜାର ନଳ ଓ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ଦୀର୍ଘତାରେ ଅନ୍ୟାନ୍ୟ ଅଂଶର ସମାନ ହେବ; ପୁଣି, ତହିଁର ମଧ୍ୟସ୍ଥାନରେ ଧର୍ମଧାମ ହେବ ।
ଯିହିଜିକଲ 48 : 9 (ORV)
ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଭୂମି ନିବେଦନ କରିବ, ତାହା ଦୀର୍ଘରେ ପଚିଶ ହଜାର ଓ ପ୍ରସ୍ଥରେ ଦଶ ହଜାର ନଳ ହେବ ।
ଯିହିଜିକଲ 48 : 10 (ORV)
ସେହି ପବିତ୍ର ଉପହାର ଭୂମି ଏମାନଙ୍କ ପାଇଁ, ଅର୍ଥାତ୍, ଯାଜକମାନଙ୍କ ପାଇଁ ହେବ; ତାହା ଉତ୍ତର ଆଡ଼େ ପଚିଶ ହଜାର ନଳ ଦୀର୍ଘ ଓ ପଶ୍ଚିମ ଆଡ଼େ ଦଶ ହଜାର ନଳ ପ୍ରସ୍ଥ, ପୂର୍ବ ଆଡ଼େ ଦଶ ହଜାର ନଳ ପ୍ରସ୍ଥ ଓ ଦକ୍ଷିଣ ଆଡ଼େ ପଚିଶ ହଜାର ନଳ ଦୀର୍ଘ ହେବ; ତହିଁର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କର ଧର୍ମଧାମ ହେବ ।
ଯିହିଜିକଲ 48 : 11 (ORV)
ତାହା ସାଦୋକର ସନ୍ତାନଗଣ ମଧ୍ୟରୁ ପବିତ୍ରୀକୃତ ଯାଜକମାନଙ୍କ ନିମନ୍ତେ ହେବ, ସେମାନେ ଆମ୍ଭର ରକ୍ଷଣୀୟ ରକ୍ଷା କରିଅଛନ୍ତି; ଇସ୍ରାଏଲର ସନ୍ତାନଗଣ ବିପଥଗାମୀ ହେବା ସମୟରେ ଲେବୀୟମାନେ ଯେପରି ବିପଥଗାମୀ ହେଲେ, ସେମାନେ ସେପରି ବିପଥଗାମୀ ହେଲେ ନାହିଁ ।
ଯିହିଜିକଲ 48 : 12 (ORV)
ଲେବୀୟମାନଙ୍କ ସୀମା ନିକଟସ୍ଥ ଦେଶର ଉପହାର ଭୂମିରୁ ସେମାନେ ଉପହାର ଭୂମି ପାଇବେ, ତାହା ମହାପବିତ୍ର ହେବ ।
ଯିହିଜିକଲ 48 : 13 (ORV)
ଆଉ, ଯାଜକମାନଙ୍କର ସୀମାନୁସାରେ, ଲେବୀୟମାନେ ପଚିଶ ହଜାର ନଳ ଦୀର୍ଘ ଓ ଦଶ ହଜାର ନଳ ପ୍ରସ୍ଥ ଭୂମି ପାଇବେ; ସମୁଦାୟ ଭୂମିର ଦୀର୍ଘତା ପଚିଶ ହଜାର ଓ ପ୍ରସ୍ଥ ଦଶ ହଜାର ନଳ ହେବ ।
ଯିହିଜିକଲ 48 : 14 (ORV)
ପୁଣି, ସେମାନେ ସେହି ଭୂମିରୁ କିଛି ବିକ୍ରୟ କରିବେ ନାହିଁ; କିଅବା ତାହା ପରିବର୍ତ୍ତନ କରିବେ ନାହିଁ, ଅଥବା ଦେଶର ପ୍ରଥମଜାତ ଫଳ ହସ୍ତାନ୍ତରିତ ହେବ ନାହିଁ; କାରଣ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ ।
ଯିହିଜିକଲ 48 : 15 (ORV)
ଆଉ, ପଚିଶ ହଜାର ନଳ ଭୂମିର ସମ୍ମୁଖରେ ପ୍ରସ୍ଥ ପରିମାଣରେ ଯେଉଁ ପାଞ୍ଚ ହଜାର ନଳ ଅବଶିଷ୍ଟ ରହେ, ତାହା ସାଧାରଣ ବ୍ୟବହାର, ନଗର, ବସତି-ସ୍ଥାନ ଓ ତଳଭୂମି ନିମନ୍ତେ ରହିବ ଓ ନଗର ତହିଁ ମଧ୍ୟସ୍ଥାନରେ ହେବ ।
ଯିହିଜିକଲ 48 : 16 (ORV)
ପୁଣି, ତହିଁର ପରିମାଣ ଏହିରୂପ ହେବ; ଉତ୍ତର ସୀମା ଚାରି ହଜାର ପାଞ୍ଚଶହ ନଳ, ଦକ୍ଷିଣ ସୀମା ଚାରି ହଜାର ପାଞ୍ଚଶହ, ପୂର୍ବ ସୀମା ଚାରି ହଜାର ପାଞ୍ଚଶହ ଓ ପଶ୍ଚିମ ସୀମା ଚାରି ହଜାର ପାଞ୍ଚଶହ ନଳ ହେବ ।
ଯିହିଜିକଲ 48 : 17 (ORV)
ଆଉ, ନଗରର ତଳଭୂମି ରହିବ; ଉତ୍ତର ଆଡ଼େ ଦୁଇଶହ ପଚାଶ ନଳ, ଦକ୍ଷିଣ ଆଡ଼େ ଦୁଇଶହ ପଚାଶ, ପୂର୍ବ ଆଡ଼େ ଦୁଇଶହ ପଚାଶ ଓ ପଶ୍ଚିମ ଆଡ଼େ ଦୁଇଶହ ପଚାଶ ନଳ ଭୂମି ରହିବ ।
ଯିହିଜିକଲ 48 : 18 (ORV)
ପୁଣି, ପବିତ୍ର ଉପହାର ଭୂମି ଦୀର୍ଘତାନୁସାରେ ଯେଉଁ ଅବଶିଷ୍ଟ ଭୂମି, ତାହା ପୂର୍ବ ଆଡ଼େ ଦଶ ହଜାର ଓ ପଶ୍ଚିମ ଆଡ଼େ ଦଶ ହଜାର ନଳ ହେବ ଓ ତାହା ପବିତ୍ର ଉପହାର ଭୂମିର ସମ୍ମୁଖବର୍ତ୍ତୀ ହେବ ଓ ତଦ୍ୟୁତ୍ପନ୍ନ ଦ୍ରବ୍ୟ ନଗରର ପରିଶ୍ରମକାରୀମାନଙ୍କ ଭକ୍ଷ୍ୟ ନିମନ୍ତେ ହେବ ।
ଯିହିଜିକଲ 48 : 19 (ORV)
ଆଉ, ଇସ୍ରାଏଲର ଯାବତୀୟ ଗୋଷ୍ଠୀ ମଧ୍ୟରୁ ନଗରରେ ଶ୍ରମକାରୀମାନେ ତାହା କୃଷି କରିବେ ।
ଯିହିଜିକଲ 48 : 20 (ORV)
ସମୁଦାୟ ଉପହାର ଭୂମି ପଚିଶ ହଜାର ନଳ ଦୀର୍ଘ ଓ ପଚିଶ ହଜାର ନଳ ପ୍ରସ୍ଥ ହେବ; ତୁମ୍ଭେମାନେ ନଗର ଅଧିକାର ସହିତ ଚତୁଃଷ୍କୋଣ ପବିତ୍ର ଉପହାର ଭୂମି ନିବେଦନ କରିବ ।
ଯିହିଜିକଲ 48 : 21 (ORV)
ପୁଣି, ପବିତ୍ର ଉପହାର ଭୂମିର ଓ ନଗର ଅଧିକାରର ଏପାଖରେ ଓ ସେପାଖରେ ଅବଶିଷ୍ଟ ଭୂମି ଅଧିପତିଙ୍କର ହେବ; ଅର୍ଥାତ୍, ଅନ୍ୟାନ୍ୟ ଅଂଶର ଅନୁସାରେ ପୂର୍ବ ସୀମା ଆଡ଼େ ପଚିଶ ହଜାର ନଳ ପରିମିତ ଉପହାର ଭୂମିର ସମ୍ମୁଖସ୍ଥ ଭୂମି ଓ ପଶ୍ଚିମ ଦିଗରେ ପଶ୍ଚିମ ଆଡ଼େ ପଚିଶ ହଜାର ନଳ ପରିମିତ ଭୂମିର ସମ୍ମୁଖସ୍ଥ ଭୂମି ଅଧିପତିଙ୍କର ହେବ; ଆଉ, ପବିତ୍ର ଉପହାର ଭୂମି ଓ ଗୃହର ପବିତ୍ର ସ୍ଥାନ ତହିଁର ମଧ୍ୟସ୍ଥିତ ହେବ ।
ଯିହିଜିକଲ 48 : 22 (ORV)
ଆହୁରି, ଅଧିପତିଙ୍କ ଅଂଶ ମଧ୍ୟସ୍ଥିତ ଲେବୀୟମାନଙ୍କ ଅଧିକାରର ସୀମା ଓ ନଗର ଅଧିକାରର ସୀମାଠାରୁ (ଯେଉଁ ଭୂମି) ଯିହୁଦା ଓ ବିନ୍ୟାମୀନର ସୀମାର ମଧ୍ୟବର୍ତ୍ତୀ ଅଛି, ତାହା ଅଧିପତିଙ୍କ ପାଇଁ ହେବ ।
ଯିହିଜିକଲ 48 : 23 (ORV)
ଅବଶିଷ୍ଟ ଗୋଷ୍ଠୀମାନଙ୍କ ବିଷୟ: ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ବିନ୍ୟାମୀନର ଏକ ଅଂଶ ।
ଯିହିଜିକଲ 48 : 24 (ORV)
ବିନ୍ୟାମୀନର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଶିମୀୟୋନର ଏକ ଅଂଶ ଯିହୋ. ୧୯:୧-୯
ଯିହିଜିକଲ 48 : 25 (ORV)
ପୁଣି, ଶିମୀୟୋନର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଇଷାଖରର ଏକ ଅଂଶ ।
ଯିହିଜିକଲ 48 : 26 (ORV)
ଆଉ, ଇଷାଖରର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ସବୂଲୂନର ଏକ ଅଂଶ ।
ଯିହିଜିକଲ 48 : 27 (ORV)
ସବୂଲୂନର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଗାଦର ଏକ ଅଂଶ ।
ଯିହିଜିକଲ 48 : 28 (ORV)
ପୁଣି, ଗାଦର ସୀମା ନିକଟସ୍ଥ ଦକ୍ଷିଣ ଆଡ଼େ ଦକ୍ଷିଣ ସୀମା ନିକଟରେ ତାମରଠାରୁ ମରୀବତ୍-କାଦେଶସ୍ଥ ଜଳ ପର୍ଯ୍ୟନ୍ତ, ଅର୍ଥାତ୍, ମିସରର ନଦୀ ଓ ମହାସମୁଦ୍ର ପର୍ଯ୍ୟନ୍ତ (ଦେଶର) ସୀମା ହେବ ।
ଯିହିଜିକଲ 48 : 29 (ORV)
ତୁମ୍ଭେମାନେ ଇସ୍ରାଏଲ ଗୋଷ୍ଠୀଗଣର ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ଗୁଲିବାଣ୍ଟ ଦ୍ଵାରା ବିଭାଗ କରିବ, ତାହା ଏହି ଓ ଏହିସବୁ ସେମାନଙ୍କର ଭିନ୍ନ ଭିନ୍ନ ଅଂଶ ହେବ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି ।
ଯିହିଜିକଲ 48 : 30 (ORV)
ଆଉ, ଏହିସବୁ ନଗରର ନିର୍ଗମନ ସ୍ଥାନ ହେବ; ଉତ୍ତର ଆଡ଼େ ଚାରି ହଜାର ପାଞ୍ଚଶହ ନଳ ପରିମିତ ଭୂମି
ଯିହିଜିକଲ 48 : 31 (ORV)
ଓ ନଗରର ଦ୍ଵାରସକଳ ଇସ୍ରାଏଲ ଗୋଷ୍ଠୀଗଣର ନାମାନୁସାରେ ହେବ; ଉତ୍ତର ଆଡ଼େ ତିନି ଦ୍ଵାର ହେବ; ଅର୍ଥାତ୍, ରୁବେନର ଏକ ଦ୍ଵାର; ଯିହୁଦାର ଏକ ଦ୍ଵାର; ଲେବୀର ଏକ ଦ୍ଵାର;
ଯିହିଜିକଲ 48 : 32 (ORV)
ପୁଣି, ପୂର୍ବ ଆଡ଼େ ଚାରି ହଜାର ପାଞ୍ଚଶହ ନଳ ଭୂମି ଓ ତିନି ଦ୍ଵାର ହେବ; ଅର୍ଥାତ୍, ଯୋଷେଫର ଏକ ଦ୍ଵାର, ବିନ୍ୟାମୀନର ଏକ ଦ୍ଵାର, ଦାନର ଏକ ଦ୍ଵାର;
ଯିହିଜିକଲ 48 : 33 (ORV)
ଆଉ, ଦକ୍ଷିଣ ଆଡ଼େ ଚାରି ହଜାର ପାଞ୍ଚଶହ ନଳ ପରିମିତ ଭୂମି ଓ ତିନି ଦ୍ଵାର ହେବ; ଶିମୀୟୋନର ଏକ ଦ୍ଵାର; ଇଷାଖରର ଏକ ଦ୍ଵାର; ସବୂଲୂନର ଏକ ଦ୍ଵାର;
ଯିହିଜିକଲ 48 : 34 (ORV)
ପଶ୍ଚିମ ଆଡ଼େ ଚାରି ହଜାର ପାଞ୍ଚଶହ ନଳ ଭୂମି ଓ ତିନି ଦ୍ଵାର ହେବ; ଗାଦର ଏକ ଦ୍ଵାର; ଆଶେରର ଏକ ଦ୍ଵାର; ନପ୍ତାଲିର ଏକ ଦ୍ଵାର ହେବ ।
ଯିହିଜିକଲ 48 : 35 (ORV)
ଚତୁର୍ଦ୍ଦିଗ ଅଠର ହଜାର ନଳ ପରିମିତ ହେବ, ଆଉ ‘ସଦାପ୍ରଭୁ ତହିଁ ବିଦ୍ୟମାନʼ, ସେହି ଦିନଠାରୁ ନଗରର ଏହି ନାମ ହେବ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35

BG:

Opacity:

Color:


Size:


Font: