ଯିହିଜିକଲ 46 : 1 (ORV)
ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଭିତର ପ୍ରାଙ୍ଗଣର ପୂର୍ବାଭିମୁଖ ଦ୍ଵାର କାର୍ଯ୍ୟ କରିବାର ଛଅ ଦିନଯାକ ବନ୍ଦ ରହିବ; ମାତ୍ର ବିଶ୍ରାମ ଦିନ ଖୋଲା ହେବ ଓ ଅମାବାସ୍ୟା ଦିନ ଖୋଲା ହେବ ।
ଯିହିଜିକଲ 46 : 2 (ORV)
ପୁଣି, ଅଧିପତି ବାହାର ଦ୍ଵାରର ବରଣ୍ତା ପଥ ଦେଇ ପ୍ରବେଶ କରି ଦ୍ଵାର-ଚୌକାଠ ନିକଟରେ ଠିଆ ହେବେ ଓ ଯାଜକମାନେ ତାଙ୍କର ହୋମାର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ସେ ଦ୍ଵାର-ପ୍ରବେଶ ସ୍ଥାନରେ ପ୍ରଣାମ କରିବେ ଓ ତହିଁ ଉତ୍ତାରେ ବାହାରି ଯିବେ; ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ଦ୍ଵାର ବନ୍ଦ କରାଯିବ ନାହିଁ ।
ଯିହିଜିକଲ 46 : 3 (ORV)
ଆଉ, ଦେଶର ଲୋକମାନେ ବିଶ୍ରାମବାରରେ ଓ ଅମାବାସ୍ୟାରେ ସେହି ଦ୍ଵାର-ପ୍ରବେଶ ସ୍ଥାନ ନିକଟରେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରଣାମ କରିବେ ।
ଯିହିଜିକଲ 46 : 4 (ORV)
ପୁଣି, ଅଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ହୋମବଳି ଉତ୍ସର୍ଗ କରିବେ, ତାହା ବିଶ୍ରାମ ଦିନରେ ନିର୍ଦ୍ଦୋଷ ଛଅଗୋଟି ମେଷଶାବକ ଓ ନିର୍ଦ୍ଦୋଷ ଏକଗୋଟି ମେଷ ହେବ ।
ଯିହିଜିକଲ 46 : 5 (ORV)
ଆଉ, ଭକ୍ଷ୍ୟ ନୈବେଦ୍ୟ ରୂପେ ମେଷ ସଙ୍ଗେ ଏକ ଐଫା ଦେବେ ଓ ମେଷଶାବକମାନଙ୍କ ସଙ୍ଗେ ସେ ଆପଣା ଶକ୍ତି ଅନୁସାରେ ଭକ୍ଷ୍ୟ ନୈବେଦ୍ୟ ଦେବେ, ପୁଣି ଏକ ଏକ ଐଫା ପାଇଁ ଏକ ଏକ ହିନ୍ ତୈଳ ଦେବେ ।
ଯିହିଜିକଲ 46 : 6 (ORV)
ଆଉ, ଅମାବାସ୍ୟା ଦିନ (ହୋମବଳି ନିମନ୍ତେ) ଏକ ନିର୍ଦ୍ଦୋଷ ଗୋବତ୍ସ ହେବ ଓ ଛଅ ମେଷଶାବକ ଓ ଏକ ମେଷ ହେବ; ଏସବୁ ନିର୍ଦ୍ଦୋଷ ହେବେ;
ଯିହିଜିକଲ 46 : 7 (ORV)
ଆଉ, ସେ ଭକ୍ଷ୍ୟ ନୈବେଦ୍ୟ ରୂପେ ଗୋବତ୍ସ ସଙ୍ଗେ ଏକ ଐଫା, ମେଷ ସଙ୍ଗେ ଏକ ଐଫା ଓ ମେଷଶାବକମାନଙ୍କ ସଙ୍ଗେ ଆପଣା ଶକ୍ତି ଅନୁସାରେ ଦେବେ, ଆଉ ଏକ ଏକ ଐଫା ପାଇଁ ଏକ ଏକ ହିନ୍ ତୈଳ ଦେବେ ।
ଯିହିଜିକଲ 46 : 8 (ORV)
ପୁଣି, ଅଧିପତି ଯେତେବେଳେ ପ୍ରବେଶ କରିବେ, ସେତେବେଳେ ସେ ଦ୍ଵାର ବରଣ୍ତା ପଥ ଦେଇ ଭିତରେ ପ୍ରବେଶ କରିବେ ଓ ସେହି ପଥ ଦେଇ ବାହାରି ଯିବେ ।
ଯିହିଜିକଲ 46 : 9 (ORV)
ମାତ୍ର ନିରୂପିତ ପର୍ବମାନର ସମୟରେ ଯେତେ-ବେଳେ ଦେଶର ଲୋକମାନେ ସଦାପ୍ରଭୁଙ୍କ ଛାମୁକୁ ଆସିବେ, ସେତେବେଳେ ଯେଉଁ ଲୋକ ପ୍ରଣାମ କରିବା ପାଇଁ ଉତ୍ତର ଦ୍ଵାରର ପଥ ଦେଇ ଭିତରକୁ ଆସେ, ସେ ଦକ୍ଷିଣ ଦ୍ଵାରର ପଥ ଦେଇ ବାହାରି ଯିବ ଓ ଯେଉଁ ଲୋକ ଦକ୍ଷିଣ ଦ୍ଵାର ଦେଇ ଭିତରେ ପ୍ରବେଶ କରେ, ସେ ଉତ୍ତର ଦ୍ଵାରର ପଥ ଦେଇ ବାହାରି ଯିବ; ସେ ଯେଉଁ ଦ୍ଵାରର ପଥ ଦେଇ ଭିତରକୁ ଆସିଲା, ସେହି ପଥ ଦେଇ ଫେରିବ ନାହିଁ, ମାତ୍ର ଆପଣା ସମ୍ମୁଖସ୍ଥ ପଥ ଦେଇ ବାହାରି ଯିବ ।
ଯିହିଜିକଲ 46 : 10 (ORV)
ପୁଣି, ଲୋକମାନେ ଯେତେବେଳେ ଭିତରକୁ ଯିବେ, ସେତେବେଳେ ଅଧିପତି ସେମାନଙ୍କ ମଧ୍ୟରେ ଥାଇ ଭିତରକୁ ଯିବେ ଓ ବାହାରି ଯିବା ବେଳେ ସେମାନେ ଏକତ୍ର ହୋଇ ବାହାରି ଯିବେ ।
ଯିହିଜିକଲ 46 : 11 (ORV)
ଆଉ, ପର୍ବ ଓ ଉତ୍ସବାଦି ସମୟରେ ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଗୋବତ୍ସ ସଙ୍ଗେ ଏକ ଐଫା ଓ ଏକ ମେଷ ସଙ୍ଗେ ଏକ ଐଫା, ଆଉ ମେଷଶାବକମାନଙ୍କ ସଙ୍ଗେ ସେ ଆପଣା ଶକ୍ତି ଅନୁସାରେ ଓ ଏକ ଏକ ଐଫା ସଙ୍ଗେ ଏକ ଏକ ହିନ୍ ତୈଳ ଦେବେ ।
ଯିହିଜିକଲ 46 : 12 (ORV)
ପୁଣି, ଅଧିପତି ଯେତେବେଳେ ସ୍ଵେଚ୍ଛାଦତ୍ତ ଉପହାର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଅବା ମଙ୍ଗଳାର୍ଥକ ବଳି ସ୍ଵେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିବେ, ସେତେବେଳେ ତାଙ୍କ ପାଇଁ ପୂର୍ବାଭିମୁଖ ଦ୍ଵାର ଫିଟାଯିବ, ଆଉ ସେ ବିଶ୍ରାମ ଦିନରେ ଯେପରି କରନ୍ତି, ସେପରି ଆପଣା ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ । ତହୁଁ ସେ ବାହାରି ଯିବେ ଓ ବାହାରି ଗଲା ଉତ୍ତାରେ ଦ୍ଵାର ବନ୍ଦ କରାଯିବ ।
ଯିହିଜିକଲ 46 : 13 (ORV)
ପୁଣି, ତୁମ୍ଭେ ପ୍ରତିଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ଏକ ବର୍ଷୀୟ ନିର୍ଦ୍ଦୋଷ ଏକ ମେଷଶାବକ ଉତ୍ସର୍ଗ କରିବ; ପ୍ରତି ପ୍ରଭାତ ତୁମ୍ଭେ ତାହା ଉତ୍ସର୍ଗ କରିବ ।
ଯିହିଜିକଲ 46 : 14 (ORV)
ଆଉ, ତହିଁ ସଙ୍ଗେ ତୁମ୍ଭେ ପ୍ରତି ପ୍ରଭାତ ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଐଫାର ଷଷ୍ଠାଂଶ ଓ ସରୁ ମଇଦାକୁ ତିନ୍ତାଇବା ପାଇଁ ଏକ ହିନ୍ର ତୃତୀୟାଂଶ ତୈଳ ଉତ୍ସର୍ଗ କରିବ; ଏହା ନିତ୍ୟସ୍ଥାୟୀ ବିଧି ଅନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଚିରକାଳୀନ ଭକ୍ଷ୍ୟ ନୈବେଦ୍ୟ ଅଟେ ।
ଯିହିଜିକଲ 46 : 15 (ORV)
ଏହିରୂପେ ଲୋକମାନେ ନିତ୍ୟ ହୋମବଳି ରୂପେ ପ୍ରତି ପ୍ରଭାତ ମେଷ, ଭକ୍ଷ୍ୟ ନୈବେଦ୍ୟ ଓ ତୈଳ ଉତ୍ସର୍ଗ କରିବେ ।
ଯିହିଜିକଲ 46 : 16 (ORV)
ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି: ଅଧିପତି ଯେବେ ଆପଣା ପୁତ୍ରଗଣ ମଧ୍ୟରୁ କାହାକୁ କିଛି ଦାନ କରନ୍ତି, ତେବେ ତାହା ତାଙ୍କ ଉତ୍ତରାଧିକାର, ତାହା ତାଙ୍କ ପୁତ୍ରଗଣର ହେବ; ସେମାନେ ଉତ୍ତରାଧିକାରକ୍ରମେ ତାହା ଭୋଗ କରିବେ ।
ଯିହିଜିକଲ 46 : 17 (ORV)
ମାତ୍ର ସେ ଯେବେ ଆପଣାର ଦାସମାନଙ୍କ ମଧ୍ୟରୁ ଜଣକୁ ଆପଣା ଉତ୍ତରାଧିକାରରୁ କିଛି ଦାନ କରନ୍ତି, ତେବେ ତାହା ମୁକ୍ତି ବର୍ଷ ପର୍ଯ୍ୟନ୍ତ ତାହାର ହେବ; ତହିଁ ଉତ୍ତାରେ ତାହା ଅଧିପତିଙ୍କର ହେବ; ତାଙ୍କ ଉତ୍ତରାଧିକାରୀତ୍ଵ କେବଳ ତାଙ୍କ ପୁତ୍ରଗଣର ହେବ ।
ଯିହିଜିକଲ 46 : 18 (ORV)
ଆହୁରି, ଅଧିପତି ଲୋକମାନଙ୍କୁ ସେମାନଙ୍କ ଅଧିକାରରୁ ଚ୍ୟୁତ କରିବା ନିମନ୍ତେ ସେମାନଙ୍କ ଉତ୍ତରାଧିକାର ହରଣ କରିବେ ନାହିଁ; ଆମ୍ଭର ଲୋକମାନେ ଆପଣା ଆପଣା ଅଧିକାରରୁ ଯେପରି ଛିନ୍ନଭିନ୍ନ ହୋଇ ନ ଯାʼନ୍ତି, ଏଥିପାଇଁ ସେ ଆପଣା ଅଧିକାର ମଧ୍ୟରୁ ଆପଣା ପୁତ୍ରମାନଙ୍କୁ ଉତ୍ତରାଧିକାର ଦାନ କରିବେ ।
ଯିହିଜିକଲ 46 : 19 (ORV)
ଏଉତ୍ତାରେ ସେ ଦ୍ଵାର ପାର୍ଶ୍ଵସ୍ଥ ପ୍ରବେଶ ପଥ ଦେଇ ମୋତେ ଯାଜକମାନଙ୍କର ଉତ୍ତରାଭିମୁଖ ପବିତ୍ର କୋଠରି-ଶ୍ରେଣୀକି ଆଣିଲେ; ଆଉ ଦେଖ, ସେଠାରେ ପଶ୍ଚିମ ଦିଗର ପଶ୍ଚାତ୍ ଭାଗରେ ଏକ ସ୍ଥାନ ଥିଲା ।
ଯିହିଜିକଲ 46 : 20 (ORV)
ପୁଣି, ସେ ମୋତେ କହିଲେ, ଏହି ସ୍ଥାନରେ ଯାଜକମାନେ ଦୋଷାର୍ଥକ ବଳି ଓ ପାପାର୍ଥକ ବଳି ସିଦ୍ଧ କରିବେ ଓ ଭକ୍ଷ୍ୟ ନୈବେଦ୍ୟ ପାକ କରିବେ; ସେମାନେ ଲୋକମାନଙ୍କୁ ଶୁଚି କରିବା ନିମନ୍ତେ ବାହାର ପ୍ରାଙ୍ଗଣକୁ ତାହାସବୁ ଆଣିବେ ନାହିଁ ।
ଯିହିଜିକଲ 46 : 21 (ORV)
ଏଉତ୍ତାରେ ସେ ମୋତେ ବାହାର ପ୍ରାଙ୍ଗଣକୁ ଆଣି ସେହି ପ୍ରାଙ୍ଗଣର ଚାରି କୋଣ ଦେଇ ଗମନ କରାଇଲେ; ଆଉ ଦେଖ, ସେହି ପ୍ରାଙ୍ଗଣର ପ୍ରତ୍ୟେକ କୋଣରେ ଗୋଟିଏ ଗୋଟିଏ ପ୍ରାଙ୍ଗଣ ଥିଲା ।
ଯିହିଜିକଲ 46 : 22 (ORV)
ପ୍ରାଙ୍ଗଣର ଚାରି କୋଣରେ ଚାଳିଶ ହାତ ଦୀର୍ଘ ଓ ତିରିଶ ହାତ ପ୍ରସ୍ଥ ପ୍ରାଚୀରବେଷ୍ଟିତ ଏକ ଏକ ପ୍ରାଙ୍ଗଣ ଥିଲା; କୋଣମାନର ଏହି ଚାରି ପ୍ରାଙ୍ଗଣର ସମାନ ମାପ ଥିଲା ।
ଯିହିଜିକଲ 46 : 23 (ORV)
ପୁଣି, ସେହି ଚାରିର ଭିତରେ ଚାରିଆଡ଼େ ଏକ ଏକ ଧାଡ଼ି ଗାନ୍ଥୁନୀ ଥିଲା, ଆଉ ସେହିସବୁ ଧାଡ଼ିର ତଳେ ଚାରିଆଡ଼େ ପାକ ସ୍ଥାନ ନିର୍ମିତ ହୋଇଥିଲା ।
ଯିହିଜିକଲ 46 : 24 (ORV)
ଏଥିରେ ସେ ମୋତେ କହିଲେ, ଏସବୁ ପାକ ଗୃହ, ଏସ୍ଥାନରେ ଗୃହର ପରିଚାରକମାନେ ଲୋକମାନଙ୍କ ବଳି ସିଦ୍ଧ କରିବେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24

BG:

Opacity:

Color:


Size:


Font: