ଯିହିଜିକଲ 27 : 1 (ORV)
ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋʼ ନିକଟରେ ଉପସ୍ଥିତ ହେଲା, ଯଥା,
ଯିହିଜିକଲ 27 : 2 (ORV)
ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ସୋର ବିଷୟରେ ବିଳାପ କର;
ଯିହିଜିକଲ 27 : 3 (ORV)
ଆଉ, ସୋରକୁ କୁହ, ହେ ସମୁଦ୍ରର ପ୍ରବେଶ-ସ୍ଥାନ-ନିବାସିନୀ; ଅନେକ ଦ୍ଵୀପରେ ଗୋଷ୍ଠୀଗଣର ବାଣିଜ୍ୟକାରିଣୀ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ହେ ସୋର, ତୁମ୍ଭେ କହିଅଛ, ମୁଁ ପରମ ସୁନ୍ଦରୀ,
ଯିହିଜିକଲ 27 : 4 (ORV)
ସମୁଦ୍ରଗଣର ମଧ୍ୟସ୍ଥଳରେ ତୁମ୍ଭର ସୀମା, ତୁମ୍ଭର ନିର୍ମାଣକାରୀମାନେ ତୁମ୍ଭର ସୌନ୍ଦର୍ଯ୍ୟ ସିଦ୍ଧ କରିଅଛନ୍ତି ।
ଯିହିଜିକଲ 27 : 5 (ORV)
ସେମାନେ ସେନୀରୀୟ ଦେବଦାରୁ କାଷ୍ଠରେ ତୁମ୍ଭର ତକ୍ତାସବୁ ପ୍ରସ୍ତୁତ କରିଅଛନ୍ତି, ସେମାନେ ତୁମ୍ଭର ମାସ୍ତୁଲ ପ୍ରସ୍ତୁତ କରିବା ପାଇଁ ଲିବାନୋନରୁ ଏରସ କାଷ୍ଠ ନେଇଅଛନ୍ତି ।
ଯିହିଜିକଲ 27 : 6 (ORV)
ବାଶନର ଅଲୋନ କାଷ୍ଠରେ ସେମାନେ ତୁମ୍ଭର ଆହୁଲା ପ୍ରସ୍ତୁତ କରିଅଛନ୍ତି; ସେମାନେ କିତ୍ତୀମ ଦ୍ଵୀପରୁ ଆନୀତ ତାଶୂର କାଷ୍ଠରେ ଖଚିତ ହସ୍ତୀ ଦ; ଦ୍ଵାରା ତୁମ୍ଭର ଆସନ ନିର୍ମାଣ କରିଅଛନ୍ତି ।
ଯିହିଜିକଲ 27 : 7 (ORV)
ତୁମ୍ଭର ଧ୍ଵଜା ହେବା ପାଇଁ ମିସର ଦେଶରୁ ଆନୀତ ସୂଚୀକର୍ମରେ ଚିତ୍ରିତ ଶୁଭ୍ର କ୍ଷୌମବସ୍ତ୍ରରେ ତୁମ୍ଭର ପାଲ ପ୍ରସ୍ତୁତ ହୋଇଥିଲା; ତୁମ୍ଭର ଚାନ୍ଦୁଆ ଇଲୀଶା ଦ୍ଵୀପ-ସମୂହର ନୀଳ ଓ ଧୂମ୍ର ବର୍ଣ୍ଣ ବସ୍ତ୍ରରେ ପ୍ରସ୍ତୁତ ହୋଇଥିଲା ।
ଯିହିଜିକଲ 27 : 8 (ORV)
ସୀଦୋନ ଓ ଅର୍ବଦ ନିବାସୀମାନେ ତୁମ୍ଭର ଆହୁଲା ମାରିବାର ଲୋକ ଥିଲେ; ହେ ସୋର, ତୁମ୍ଭର ଜ୍ଞାନୀଲୋକ ତୁମ୍ଭ ମଧ୍ୟରେ ଥିଲେ, ସେମାନେ ତୁମ୍ଭର କର୍ଣ୍ଣଧାର ହୋଇଥିଲେ ।
ଯିହିଜିକଲ 27 : 9 (ORV)
ତୁମ୍ଭର ମଧ୍ୟବର୍ତ୍ତୀ ଗବାଲର ପ୍ରାଚୀନବର୍ଗ ଓ ତହିଁର ଜ୍ଞାନୀମାନେ ତୁମ୍ଭର ନୌକା ବଟାଳିବା ଲୋକ ହୋଇଥିଲେ; ସମୁଦ୍ରର ଯାବତୀୟ ଜାହାଜ ଓ ସେମାନଙ୍କର ନାବିକଗଣ ବାଣିଜ୍ୟ ଦ୍ରବ୍ୟ ଧରିବା ନିମନ୍ତେ ତୁମ୍ଭ ମଧ୍ୟରେ ଥିଲେ ।
ଯିହିଜିକଲ 27 : 10 (ORV)
ପାରସ୍ୟ, ଲୁଦ୍ ଓ ପୁଟ ଦେଶୀୟମାନେ ତୁମ୍ଭ ସୈନ୍ୟସାମ; ମଧ୍ୟରେ ତୁମ୍ଭର ଯୋଦ୍ଧା ଥିଲେ; ସେମାନେ ତୁମ୍ଭ ମଧ୍ୟରେ ଢାଲ ଓ ଟୋପର ଟଙ୍ଗାଇ ରଖିଲେ; ସେମାନେ ତୁମ୍ଭର ଶୋଭା ପ୍ରକାଶ କଲେ ।
ଯିହିଜିକଲ 27 : 11 (ORV)
ଅର୍ବଦର ଲୋକମାନେ ତୁମ୍ଭ ସୈନ୍ୟସାମ; ସଙ୍ଗରେ ତୁମ୍ଭ ପ୍ରାଚୀରର ଉପରେ ଚତୁର୍ଦ୍ଦିଗରେ ଥିଲେ ଓ ଯୁଦ୍ଧବୀରମାନେ ତୁମ୍ଭର ସବୁ ଗଡ଼ ଉପରେ ଥିଲେ; ସେମାନେ ତୁମ୍ଭ ପ୍ରାଚୀର ଉପରେ ଚତୁର୍ଦ୍ଦିଗରେ ଆପଣା ଆପଣା ଢାଲ ଟଙ୍ଗାଇଲେ; ସେମାନେ ତୁମ୍ଭର ସୌନ୍ଦର୍ଯ୍ୟ ସିଦ୍ଧ କରିଅଛନ୍ତି ।
ଯିହିଜିକଲ 27 : 12 (ORV)
ସବୁ ପ୍ରକାର ଧନର ବାହୁଲ୍ୟ ହେତୁରୁ ତର୍ଶୀଶ୍ ତୁମ୍ଭର ବଣିକ ଥିଲା, ସେମାନେ ରୂପା, ଲୁହା, ଦସ୍ତା ଓ ସୀସା ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ ।
ଯିହିଜିକଲ 27 : 13 (ORV)
ଯବନ, ତୁବଲ ଓ ମେଷକ ତୁମ୍ଭର ବ୍ୟବସାୟୀ ଥିଲେ; ସେମାନେ ମନୁଷ୍ୟ ଓ ପିତ୍ତଳର ପାତ୍ର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ ।
ଯିହିଜିକଲ 27 : 14 (ORV)
ତୋଗର୍ମ ବଂଶୀୟ ଲୋକମାନେ ଅଶ୍ଵ, ଯୁଦ୍ଧାଶ୍ଵ ଓ ଖଚର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ ।
ଯିହିଜିକଲ 27 : 15 (ORV)
ଦଦାନର ଲୋକମାନେ ତୁମ୍ଭର ବ୍ୟବସାୟୀ ଥିଲେ; ଅନେକ ଦ୍ଵୀପ ତୁମ୍ଭର ହସ୍ତଗତ ଗଞ୍ଜ ଥିଲା, ସେମାନେ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବଦଳେ ହସ୍ତୀଦନ୍ତର ଶୃଙ୍ଗ ଓ ଅବଲୁସ୍ କାଷ୍ଠ ଆଣିଲେ ।
ଯିହିଜିକଲ 27 : 16 (ORV)
ତୁମ୍ଭ ହସ୍ତନିର୍ମିତ ଦ୍ରବ୍ୟର ବାହୁଲ୍ୟ ହେତୁ ଅରାମ ତୁମ୍ଭର ବଣିକ ଥିଲା; ସେମାନେ ତାମ୍ରମଣି, ଧୂମ୍ରବର୍ଣ୍ଣ ଓ ବୁଟାଦାର ବସ୍ତ୍ର, କ୍ଷୌମବସ୍ତ୍ର ଆଉ ପ୍ରବାଳ ଓ ପଦ୍ମରାଗମଣି ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ ।
ଯିହିଜିକଲ 27 : 17 (ORV)
ଯିହୁଦା ଓ ଇସ୍ରାଏଲ ଦେଶ ତୁମ୍ଭର ବ୍ୟବସାୟୀ ଥିଲେ; ସେମାନେ ମିନ୍ନୀତର ଗହମ ଓ ମିଷ୍ଟାନ୍ନ, ମଧୁ, ତୈଳ ଓ ଗୁଗ୍ଗୁଳ ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ ।
ଯିହିଜିକଲ 27 : 18 (ORV)
ସର୍ବପ୍ରକାର ଧନର ବାହୁଲ୍ୟକ୍ରମେ, ତୁମ୍ଭର ହସ୍ତନିର୍ମିତ ଦ୍ରବ୍ୟର ବାହୁଲ୍ୟ ହେତୁରୁ ଦାମାସ୍କସ୍ ତୁମ୍ଭର ବଣିକ ଥିଲା, ସେମାନେ ହିଲ୍ବୋନର ଦ୍ରାକ୍ଷାରସ ଓ ଶୁଭ୍ର ମେଷଲୋମ ଦେଲେ ।
ଯିହିଜିକଲ 27 : 19 (ORV)
ବଦାନ ଓ ଯବନ ଲୋମନିର୍ମିତ ସୂତ୍ର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ; ତୁମ୍ଭ ବାଣିଜ୍ୟ ଦ୍ରବ୍ୟ ମଧ୍ୟରେ କାନ୍ତଲୌହ, ଗୁଡ଼ତ୍ଵକ୍ ଓ ସୁଗନ୍ଧି ବଚ ଥିଲା । ଣ
ଯିହିଜିକଲ 27 : 20 (ORV)
ଦଦାନ ବାହନର ଉପଯୋଗୀ ବହୁମୂଲ୍ୟ ବସ୍ତ୍ରାଦିରେ ତୁମ୍ଭର ବ୍ୟବସାୟୀ ଥିଲା ।
ଯିହିଜିକଲ 27 : 21 (ORV)
ଆରବ ଓ କେଦରର ଅଧିପତି ସମସ୍ତେ ତୁମ୍ଭର ହସ୍ତଗତ ବଣିକ ଥିଲେ; ମେଷଶାବକ, ମେଷ ଓ ଛାଗ, ଏସକଳ ବିଷୟରେ ସେମାନେ ତୁମ୍ଭର ବଣିକ ଥିଲେ ।
ଯିହିଜିକଲ 27 : 22 (ORV)
ଶିବାର ଓ ରୟମାର ବ୍ୟବସାୟୀମାନେ ତୁମ୍ଭର ବ୍ୟବସାୟୀ ଥିଲେ; ସେମାନେ ସର୍ବପ୍ରକାର ଶ୍ରେଷ୍ଠ ଗନ୍ଧଦ୍ରବ୍ୟ ଓ ସର୍ବପ୍ରକାର ବହୁମୂଲ୍ୟ ପ୍ରସ୍ତର, ଆଉ ସୁବର୍ଣ୍ଣ ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ ।
ଯିହିଜିକଲ 27 : 23 (ORV)
ହାରଣ ଓ କନ୍ନୀ ଓ ଏଦନ୍, ଶିବାର ଏହି ବ୍ୟବସାୟୀମାନେ, ପୁଣି ଅଶୂର ଓ କିଲ୍ମଦ୍ ତୁମ୍ଭର ବ୍ୟବସାୟୀ ଥିଲେ ।
ଯିହିଜିକଲ 27 : 24 (ORV)
ଏମାନେ ବାଣିଜ୍ୟ ଦ୍ରବ୍ୟ ମଧ୍ୟରେ ଉତ୍କୃଷ୍ଟ ନାନା ଦ୍ରବ୍ୟ, ନୀଳବର୍ଣ୍ଣ ଓ ବୁଟାଦାର ଆବରଣୀୟ ବସ୍ତ୍ର ଓ ବହୁମୂଲ୍ୟ ବସ୍ତ୍ର, ରଜ୍ଜୁରେ ବନ୍ଧା ଏରସ କାଷ୍ଠନିର୍ମିତ ସିନ୍ଦୁକରେ ତୁମ୍ଭର ବ୍ୟବସାୟୀ ଥିଲେ ।
ଯିହିଜିକଲ 27 : 25 (ORV)
ତର୍ଶୀଶର ଜାହାଜସକଳ ତୁମ୍ଭକୁ ବ୍ୟବସାୟକାରୀ ପଥିକ ସ୍ଵରୂପ ଥିଲେ; ପୁଣି, ତୁମ୍ଭେ ପରିପୂର୍ଣ୍ଣା ଓ ସମୁଦ୍ରର ମଧ୍ୟସ୍ଥଳରେ ଅତିଶୟ ପ୍ରତାପାନ୍ଵିତା ଥିଲ ।
ଯିହିଜିକଲ 27 : 26 (ORV)
ତୁମ୍ଭର ନାବିକମାନେ ତୁମ୍ଭକୁ ଗଭୀର ଜଳ ମଧ୍ୟକୁ ଆଣିଅଛନ୍ତି; ପୂର୍ବୀୟ ବାୟୁ ସମୁଦ୍ରମାନଙ୍କ ମଧ୍ୟସ୍ଥଳରେ ତୁମ୍ଭକୁ ଭାଙ୍ଗି ପକାଇଅଛି।
ଯିହିଜିକଲ 27 : 27 (ORV)
ତୁମ୍ଭର ଧନ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ, ତୁମ୍ଭର ବାଣିଜ୍ୟ, ତୁମ୍ଭର ନାବିକଗଣ ଓ ତୁମ୍ଭର କର୍ଣ୍ଣଧାରମାନେ, ତୁମ୍ଭର ଛିଦ୍ର ବଟାଳିବା ଲୋକମାନେ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ଧରିବା ଲୋକମାନେ, ଆଉ ତୁମ୍ଭର ମଧ୍ୟବର୍ତ୍ତୀ ଯୋଦ୍ଧା ସମସ୍ତେ ତୁମ୍ଭର ମଧ୍ୟବର୍ତ୍ତୀ ସମସ୍ତ ସମାଜ ସହିତ ତୁମ୍ଭର ପତନ ଦିନ ସମୁଦ୍ରମାନଙ୍କ ମଧ୍ୟସ୍ଥଳରେ ପତିତ ହେବେ ।
ଯିହିଜିକଲ 27 : 28 (ORV)
ତୁମ୍ଭ କର୍ଣ୍ଣଧାରଗଣର କ୍ରନ୍ଦନ ଶଦ୍ଦରେ ଉପନଗର-ସମୂହ କମ୍ପିତ ହେବେ ।
ଯିହିଜିକଲ 27 : 29 (ORV)
ପୁଣି, ଆହୁଲା ଧରିବା ସମସ୍ତ ଲୋକ, ନାବିକ-ମାନେ ଓ ସମୁଦ୍ରସ୍ଥ କର୍ଣ୍ଣଧାର ସମସ୍ତେ ଆପଣା ଆପଣା ଜାହାଜରୁ ଓହ୍ଳାଇ ଆସି ସ୍ଥଳରେ ଠିଆ ହେବେ,
ଯିହିଜିକଲ 27 : 30 (ORV)
ପୁଣି ତୁମ୍ଭ ଉଦ୍ଦେଶ୍ୟରେ ଆପଣାମାନଙ୍କ ଶଦ୍ଦ ଶୁଣାଇ ଅତିଶୟ କ୍ରନ୍ଦନ କରିବେ ଓ ସେମାନେ ଆପଣା ଆପଣା ମସ୍ତକରେ ଧୂଳି ପକାଇ ଭସ୍ମରେ ଗଡ଼ିବେ;
ଯିହିଜିକଲ 27 : 31 (ORV)
ଆଉ, ସେମାନେ ତୁମ୍ଭ ସକାଶୁ ମସ୍ତକ ମୁଣ୍ତନ କରି କଟୀଦେଶରେ ଚଟ ବାନ୍ଧିବେ, ଆଉ ତୁମ୍ଭ ସକାଶୁ ପ୍ରାଣର ବିକଳତାରେ ରୋଦନ କରି ଅତିଶୟ ବିଳାପ କରିବେ ।
ଯିହିଜିକଲ 27 : 32 (ORV)
ପୁଣି, ସେମାନେ ଆପଣାମାନଙ୍କର ଶୋକ ସମୟରେ ତୁମ୍ଭ ଉଦ୍ଦେଶ୍ୟରେ ବିଳାପ କରି ତୁମ୍ଭ ବିଷୟରେ ଏହି କଥା କହି ବିଳାପ କରିବେ, ସୋର ପରି, ଯେ ସମୁଦ୍ର ମଧ୍ୟ ସ୍ଥାନରେ ନିସ୍ତବ୍ଧା ହେଲା, ତାହା ପରି କିଏ ଅଛି?
ଯିହିଜିକଲ 27 : 33 (ORV)
ଯେତେବେଳେ ତୁମ୍ଭର ବାଣିଜ୍ୟ ଦ୍ରବ୍ୟସବୁ ସମୁଦ୍ରମାନଙ୍କ ମଧ୍ୟରୁ ବାହାରି ଗଲା, ସେତେବେଳେ ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ପରିପୂର୍ଣ୍ଣ କଲ; ତୁମ୍ଭେ ଆପଣା ଧନ ଓ ବାଣିଜ୍ୟ ଦ୍ରବ୍ୟର ବାହୁଲ୍ୟରେ ପୃଥିବୀର ରାଜଗଣକୁ ଧନୀ କଲ ।
ଯିହିଜିକଲ 27 : 34 (ORV)
ତୁମ୍ଭେ ସମୁଦ୍ର ଦ୍ଵାରା ଗଭୀର ଜଳରାଶିରେ ଭଗ୍ନ ହେବା ସମୟରେ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ଓ ତୁମ୍ଭର ସମସ୍ତ ସମାଜ ତୁମ୍ଭ ମଧ୍ୟରେ ପତିତ ହେଲେ ।
ଯିହିଜିକଲ 27 : 35 (ORV)
ଦ୍ଵୀପସମୂହର ନିବାସୀ ସମସ୍ତେ ତୁମ୍ଭ ବିଷୟରେ ବିସ୍ମିତ ହୋଇଅଛନ୍ତି ଓ ସେମାନଙ୍କର ରାଜଗଣ ଅତ୍ୟ; ଭୀତ ହୋଇଅଛନ୍ତି ଓ ସେମାନଙ୍କର ବଦନ ବିଷର୍ଣ୍ଣ ହୋଇଅଛି ।
ଯିହିଜିକଲ 27 : 36 (ORV)
ଗୋଷ୍ଠୀଗଣର ମଧ୍ୟବର୍ତ୍ତୀ ବଣିକମାନେ ତୁମ୍ଭ ଉଦ୍ଦେଶ୍ୟରେ ସୀଷ୍ ଶଦ୍ଦ କରନ୍ତି; ତୁମ୍ଭେ ଭୟଙ୍କର ହୋଇଅଛ, ପୁଣି ତୁମ୍ଭେ ଆଉ କେବେ ସ୍ଥାପିତ ହେବ ନାହିଁ, ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36

BG:

Opacity:

Color:


Size:


Font: