ଯିହିଜିକଲ 25 : 1 (ORV)
ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା,
ଯିହିଜିକଲ 25 : 2 (ORV)
ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଅମ୍ମୋନ-ସନ୍ତାନଗଣର ଆଡ଼େ ଆପଣା ମୁଖ ରଖି ସେମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର;
ଯିହିଜିକଲ 25 : 3 (ORV)
ଆଉ, ଅମ୍ମୋନ-ସନ୍ତାନଗଣକୁ କୁହ, ତୁମ୍ଭେମାନେ ପ୍ରଭୁ ସଦାପ୍ରଭୁଙ୍କର ବାକ୍ୟ ଶୁଣ; ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭର ଧର୍ମଧାମ ଅପବିତ୍ରୀକୃତ ହେବା ବେଳେ ତାହା ବିରୁଦ୍ଧରେ ଓ ଇସ୍ରାଏଲ ଦେଶ ଧ୍ଵଂସିତ ହେବା ବେଳେ ତାହା ବିରୁଦ୍ଧରେ; ଆଉ, ଯିହୁଦା-ବଂଶ ବନ୍ଦୀ ହୋଇ ଯିବା ବେଳେ ସେମାନଙ୍କ ବିରୁଦ୍ଧରେ, ଭଲ ହେଲା, ଭଲ ହେଲା, ବୋଲି ତୁମ୍ଭେ କହିଅଛ;
ଯିହିଜିକଲ 25 : 4 (ORV)
ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭକୁ ଅଧିକାର ରୂପେ ପୂର୍ବଦେଶୀୟ ସନ୍ତାନଗଣର ହସ୍ତରେ ସମର୍ପଣ କରିବା, ଆଉ ସେମାନେ ତୁମ୍ଭ ମଧ୍ୟରେ ଆପଣା ଆପଣା ଛାଉଣି ସ୍ଥାପନ କରିବେ ଓ ତୁମ୍ଭ ମଧ୍ୟରେ ଆପଣା ଆପଣା ବାସ ନିର୍ମାଣ କରିବେ; ସେମାନେ ତୁମ୍ଭର ଫଳ ଭୋଜନ କରିବେ ଓ ତୁମ୍ଭର ଦୁଗ୍ଧ ପାନ କରିବେ ।
ଯିହିଜିକଲ 25 : 5 (ORV)
ଆଉ, ଆମ୍ଭେ ରବ୍ବାକୁ ଉଷ୍ଟ୍ରଶାଳା କରିବା ଓ ଅମ୍ମୋନ-ସନ୍ତାନଗଣର (ଦେଶକୁ) ମେଷାଦି ପଲର ଶୟନ ସ୍ଥାନ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ ।
ଯିହିଜିକଲ 25 : 6 (ORV)
କାରଣ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଇସ୍ରାଏଲ ଦେଶ ବିରୁଦ୍ଧରେ କରତାଳି ଦେଇଅଛ, ପଦାଘାତ କରିଅଛ, ପୁଣି ଆପଣା ପ୍ରାଣର ସମ୍ପୂର୍ଣ୍ଣ ଘୃଣା ଭାବରେ ଆନନ୍ଦ କରିଅଛ ।
ଯିହିଜିକଲ 25 : 7 (ORV)
ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିଅଛୁ ଓ ଲୁଟଦ୍ରବ୍ୟ ରୂପେ ଗୋଷ୍ଠୀବର୍ଗଙ୍କ ହସ୍ତରେ ତୁମ୍ଭକୁ ସମର୍ପଣ କରିବା; ପୁଣି, ଆମ୍ଭେ ଗୋଷ୍ଠୀବର୍ଗଙ୍କ ମଧ୍ୟରୁ ତୁମ୍ଭକୁ କାଟି ପକାଇବା ଓ ଦେଶସମୂହ ମଧ୍ୟରୁ ଆମ୍ଭେ ତୁମ୍ଭକୁ ଉଚ୍ଛିନ୍ନ କରିବା, ଆମ୍ଭେ ତୁମ୍ଭକୁ ସଂହାର କରିବା; ଆଉ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜାଣିବ ।
ଯିହିଜିକଲ 25 : 8 (ORV)
ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ମୋୟାବ ଓ ସେୟୀର କହୁଅଛନ୍ତି, ଦେଖ, ଯିହୁଦା-ବଂଶ ଅନ୍ୟ ସକଳ ଗୋଷ୍ଠୀର ସମାନ;
ଯିହିଜିକଲ 25 : 9 (ORV)
ଏଥିପାଇଁ ଦେଖ, ଆମ୍ଭେ ନଗରସମୂହଠାରୁ ମୋୟାବର ପାର୍ଶ୍ଵ ମୁକ୍ତ କରିବା, ଅର୍ଥାତ୍, ତାହାର ସୀମାନ୍ତବର୍ତ୍ତୀ ଓ ଦେଶର ଗୌରବ ସ୍ଵରୂପ ବୈତ୍-ଯିଶୀମୋତ୍ ବାଲ୍-ମୀୟୋନ୍ ଓ କିରୀୟାଥୟିମ୍ ଆଡ଼େ,
ଯିହିଜିକଲ 25 : 10 (ORV)
ପୂର୍ବଦେଶୀୟ ସନ୍ତାନଗଣର ପାଇଁ (ମୁକ୍ତ କରିବା), ସେମାନେ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ଯାତ୍ରା କରିବେ, ପୁଣି ଆମ୍ଭେ ସେମାନଙ୍କ ହସ୍ତରେ ଅମ୍ମୋନ-ସନ୍ତାନଗଣକୁ ଅଧିକାର ରୂପେ ସମର୍ପଣ କରିବା, ତହିଁରେ ଗୋଷ୍ଠୀଗଣ ମଧ୍ୟରେ ସେମାନେ ଆଉ ସ୍ମରଣ କରାଯିବେ ନାହିଁ;
ଯିହିଜିକଲ 25 : 11 (ORV)
ଆମ୍ଭେ ମୋୟାବ ଉପରେ ଦଣ୍ତାଜ୍ଞା ସଫଳ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ ।
ଯିହିଜିକଲ 25 : 12 (ORV)
ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଇଦୋମ ପ୍ରତିଶୋଧ ନେବା ଦ୍ଵାରା ଯିହୁଦା-ବଂଶ ବିରୁଦ୍ଧରେ ଦୁର୍ବ୍ୟବହାର କରିଅଛି ଓ ସେମାନଙ୍କ ଉପରେ ପ୍ରତିହିଂସା ସାଧି ଅତ୍ୟ; ଅପରାଧ କରିଅଛି,
ଯିହିଜିକଲ 25 : 13 (ORV)
ଏଥିପାଇଁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଇଦୋମ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା ଓ ତହିଁ ମଧ୍ୟରୁ ମନୁଷ୍ୟ ଓ ପଶୁକୁ ଉଚ୍ଛିନ୍ନ କରିବା; ଆଉ, ଆମ୍ଭେ ତୈମନ୍‍ଠାରୁ ତାହା ଧ୍ଵଂସସ୍ଥାନ କରିବା; ଦଦାନ ପର୍ଯ୍ୟନ୍ତ ହିଁ ଲୋକମାନେ ଖଡ଼୍‍ଗରେ ପତିତ ହେବେ ।
ଯିହିଜିକଲ 25 : 14 (ORV)
ପୁଣି, ଆମ୍ଭେ ଆପଣାର ଲୋକ ଇସ୍ରାଏଲର ହସ୍ତ ଦ୍ଵାରା ଆମ୍ଭର ପ୍ରତିଶୋଧରୂପ ଭାର ଇଦୋମର ଉପରେ ଥୋଇବା; ତହିଁରେ ସେମାନେ ଆମ୍ଭର କ୍ରୋଧ ଓ ଆମ୍ଭର କୋପ ଅନୁସାରେ ଇଦୋମ ମଧ୍ୟରେ କାର୍ଯ୍ୟ କରିବେ; ପୁଣି, ସେମାନେ ଆମ୍ଭର ଦତ୍ତ ପରିଶୋଧ ଜ୍ଞାତ ହେବେ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି ।
ଯିହିଜିକଲ 25 : 15 (ORV)
ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ପଲେଷ୍ଟୀୟ ଲୋକମାନେ ପ୍ରତିହିଂସା ସାଧିବାର ବ୍ୟବହାର କରିଅଛନ୍ତି; ପୁଣି, ଚିର ଶତ୍ରୁତାରେ ବିନାଶ କରିବା ପାଇଁ ପ୍ରାଣର ଘୃଣାରେ ପ୍ରତିଶୋଧ ନେଇଅଛନ୍ତି;
ଯିହିଜିକଲ 25 : 16 (ORV)
ଏଥିପାଇଁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା, ଆଉ ଆମ୍ଭେ କରେଥୀୟ ଲୋକମାନଙ୍କୁ ଉଚ୍ଛିନ୍ନ କରିବା ଓ ସମୁଦ୍ର ତୀରସ୍ଥ ଅବଶିଷ୍ଟ ସକଳକୁ ନଷ୍ଟ କରିବା ।
ଯିହିଜିକଲ 25 : 17 (ORV)
ପୁଣି, ଆମ୍ଭେ ପ୍ରଚଣ୍ତ ଭର୍ତ୍ସନା ସହିତ ସେମାନଙ୍କଠାରୁ ଭାରୀ ପ୍ରତିଶୋଧ ନେବା; ଆଉ, ଯେଉଁ ସମୟରେ ଆମ୍ଭେ ଆପଣା ଦତ୍ତ ପ୍ରତିଶୋଧର ଭାର ସେମାନଙ୍କ ଉପରେ ଥୋଇବା, ସେସମୟରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ ।

1 2 3 4 5 6 7 8 9 10 11 12 13 14 15 16 17

BG:

Opacity:

Color:


Size:


Font: