ଯିରିମିୟ 43 : 1 (ORV)
ଅନନ୍ତର ଯିରିମୀୟ ଏହିସବୁ କଥା, ଅର୍ଥାତ୍, ଯେଉଁ ସକଳ କଥା ସମଗ୍ର ଲୋକଙ୍କୁ କହିବା ନିମନ୍ତେ ସଦାପ୍ରଭୁ ସେମାନଙ୍କ ପରମେଶ୍ଵର ସେମାନଙ୍କ ନିକଟକୁ ତାଙ୍କୁ ପଠାଇଥିଲେ, ସଦାପ୍ରଭୁ ସେମାନଙ୍କ ପରମେଶ୍ଵରଙ୍କର ସେହି ସକଳ କଥା କହିବାର ସମାପ୍ତ କରନ୍ତେ,
ଯିରିମିୟ 43 : 2 (ORV)
ହୋଶୀୟର ପୁତ୍ର ଅସରୀୟ, କାରେହର ପୁତ୍ର ଯୋହାନନ୍ ଓ ଅହଙ୍କାରୀ ଲୋକ ସମସ୍ତେ ଯିରିମୀୟଙ୍କୁ କହିଲେ, ତୁମ୍ଭେ ମିଥ୍ୟା କଥା କହୁଅଛ; ତୁମ୍ଭେମାନେ ମିସରରେ ପ୍ରବାସ କରିବା ପାଇଁ ଯିବ ନାହିଁ, ଏକଥା କହିବା ପାଇଁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ତୁମ୍ଭକୁ ପଠାଇ ନାହାନ୍ତି;
ଯିରିମିୟ 43 : 3 (ORV)
ମାତ୍ର କଲ୍ଦୀୟମାନେ ଯେପରି ଆମ୍ଭମାନଙ୍କୁ ବଧ କରି ପାରିବେ ଓ ବନ୍ଦୀ କରି ବାବିଲକୁ ନେଇଯିବେ, ଏଥିପାଇଁ ସେମାନଙ୍କ ହସ୍ତରେ ଆମ୍ଭମାନଙ୍କୁ ସମର୍ପଣ କରିବା ପାଇଁ ନେରୀୟର ପୁତ୍ର ବାରୂକ ଆମ୍ଭମାନଙ୍କ ବିରୁଦ୍ଧରେ ତୁମ୍ଭକୁ ପ୍ରବର୍ତ୍ତାଉଅଛି ।
ଯିରିମିୟ 43 : 4 (ORV)
ଏହିରୂପେ କାରେହର ପୁତ୍ର ଯୋହାନନ୍ ଓ ସେନାପତିସକଳ ଓ ଲୋକ ସମସ୍ତେ ଯିହୁଦା ଦେଶରେ ବାସ କରିବା ବିଷୟରେ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ ।
ଯିରିମିୟ 43 : 5 (ORV)
ମାତ୍ର କାରେହର ପୁତ୍ର ଯୋହାନନ୍ ଓ ସେନାପତି ସମସ୍ତେ, ଯିହୁଦାର ସକଳ ଅବଶିଷ୍ଟ ଲୋକଙ୍କୁ, ଅର୍ଥାତ୍, ନାନା ଗୋଷ୍ଠୀ ମଧ୍ୟକୁ ତାଡ଼ିତ ଯେସକଳ ଲୋକ ଯିହୁଦା ଦେଶରେ ପ୍ରବାସ କରିବା ପାଇଁ ଫେରି ଆସିଥିଲେ,
ଯିରିମିୟ 43 : 6 (ORV)
ସେହି ପୁରୁଷ, ସ୍ତ୍ରୀ, ବାଳକ, ବାଳିକା ଓ ରାଜକନ୍ୟା-ମାନଙ୍କୁ ଓ ଯେପ୍ରତ୍ୟେକ ଲୋକକୁ ପ୍ରହରୀ-ବର୍ଗର ସେନାପତି ନବୂସର୍ଦନ୍ ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲୀୟ ନିକଟରେ ଛାଡ଼ି ଯାଇଥିଲା, ସେମାନଙ୍କୁ, ଆଉ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କୁ ଓ ନେରୀୟର ପୁତ୍ର ବାରୂକକୁ ନେଇ,
ଯିରିମିୟ 43 : 7 (ORV)
ମିସର ଦେଶରେ ଉପସ୍ଥିତ ହେଲେ, କାରଣ ସେମାନେ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ; ଆଉ, ସେମାନେ ତଫନ୍ହେଷର ପର୍ଯ୍ୟନ୍ତ ଗଲେ ।
ଯିରିମିୟ 43 : 8 (ORV)
ଅନନ୍ତର ତଫନ୍ହେଷରରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମୀୟଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
ଯିରିମିୟ 43 : 9 (ORV)
ତୁମ୍ଭେ କେତେଗୁଡ଼ିଏ ବୃହତ ପ୍ରସ୍ତର ଆପଣା ହସ୍ତରେ ନେଇ, ତଫନ୍ହେଷରରେ ଫାରୋ ଗୃହର ପ୍ରବେଶ-ସ୍ଥାନର ନିକଟରେ ଯେଉଁ ଇଟାଗାନ୍ଥୁନି ଅଛି, ତହିଁ ମଧ୍ୟରେ ମଶଲା ଭିତରେ ଯିହୁଦାର ଲୋକମାନଙ୍କ ସାକ୍ଷାତରେ ଲୁଚାଇ ରଖ;
ଯିରିମିୟ 43 : 10 (ORV)
ଆଉ, ସେମାନଙ୍କୁ କୁହ, ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ଦେଖ, ଆମ୍ଭେ ଆଜ୍ଞା ପଠାଇ ଆପଣା ଦାସ ବାବିଲର ରାଜା ନବୂଖଦ୍ନିତ୍ସରକୁ ଅଣାଇବା ଓ ଏହି ଯେଉଁ ପ୍ରସ୍ତରସବୁ ଲୁଚାଇ ରଖିଅଛୁ, ତହିଁ ଉପରେ ତାହାର ସିଂହାସନ ସ୍ଥାପନ କରିବା; ଆଉ, ସେ ତହିଁ ଉପରେ ଆପଣା ରାଜକୀୟ ଚନ୍ଦ୍ରାତପ ବିସ୍ତାର କରିବ ।
ଯିରିମିୟ 43 : 11 (ORV)
ପୁଣି, ସେ ଆସି ମିସର ଦେଶକୁ ଆଘାତ କରି ମୃତ୍ୟୁଯୋଗ୍ୟ ଲୋକଙ୍କୁ ମୃତ୍ୟୁରେ, ବନ୍ଦୀତ୍ଵର ଯୋଗ୍ୟ ଲୋକଙ୍କୁ ବନ୍ଦୀତ୍ଵରେ ଓ ଖଡ଼୍‍ଗଯୋଗ୍ୟ ଲୋକଙ୍କୁ ଖଡ଼୍‍ଗରେ ସମର୍ପଣ କରିବ ।
ଯିରିମିୟ 43 : 12 (ORV)
ଆଉ, ଆମ୍ଭେ ମିସରସ୍ଥ ଦେବାଳୟସବୁରେ ଅଗ୍ନି ଲଗାଇବା ଓ ସେ ସେମାନଙ୍କୁ ଦଗ୍ଧ କରି ବାବିଲକୁ ବନ୍ଦୀ କରି ଘେନିଯିବ; ପୁଣି, ମେଷପାଳକ ଯେପରି ଆପଣା ବସ୍ତ୍ର ପିନ୍ଧେ, ସେପରି ସେ ମିସର ଦେଶ ଦ୍ଵାରା ଆପଣାକୁ ସଜ୍ଜିତ କରିବ ଓ ସେ ଶାନ୍ତିରେ ଏ ସ୍ଥାନରୁ ପ୍ରସ୍ଥାନ କରିବ ।
ଯିରିମିୟ 43 : 13 (ORV)
ଆହୁରି, ସେ ମିସର ଦେଶସ୍ଥ ବୈତ୍ଶେମଶର ସ୍ତମ୍ଭସବୁ ଭାଙ୍ଗି ପକାଇବ ଓ ମିସର ଦେଶସ୍ଥ ଦେବାଳୟସବୁ ସେ ଅଗ୍ନିରେ ଦଗ୍ଧ କରିବ ।

1 2 3 4 5 6 7 8 9 10 11 12 13

BG:

Opacity:

Color:


Size:


Font: