ଯିରିମିୟ 3 : 1 (ORV)
ଲୋକେ କହନ୍ତି, କେହି ଆପଣା ଭାର୍ଯ୍ୟାକୁ ତ୍ୟାଗ କଲେ, ସେ ସ୍ତ୍ରୀ ତାହା ନିକଟରୁ ଯାଇ ଯେବେ ଅନ୍ୟ ପୁରୁଷର ହୁଏ, ତେବେ ତାହାର ସ୍ଵାମୀ କି ପୁନର୍ବାର ତାହା ନିକଟକୁ ଯିବ? ଗଲେ, ସେହି ଦେଶ କି ଅତ୍ୟ; ଅଶୁଚି ନୋହିବ? ମାତ୍ର ତୁମ୍ଭେ ଅନେକ ଉପପତିର ସଙ୍ଗେ ବ୍ୟଭିଚାର କରିଅଛ⇧? ତଥାପି ସଦାପ୍ରଭୁ କହନ୍ତି, ତୁମ୍ଭେ ପୁନର୍ବାର ଆମ୍ଭ ନିକଟକୁ ଫେରି ଆସୁଅଛ!
ଯିରିମିୟ 3 : 2 (ORV)
ଚକ୍ଷୁ ଟେକି ବୃକ୍ଷଶୂନ୍ୟ ଟିକର ସ୍ଥାନସବୁ ଦେଖ; ତୁମ୍ଭେ କେଉଁଠାରେ ବ୍ୟଭିଚାର କରି ନାହଁ? ଯେପରି ଆରବୀୟ ଲୋକ ପ୍ରାନ୍ତରରେ ବସେ, ସେପରି ତୁମ୍ଭେ ସେମାନଙ୍କ ନିମନ୍ତେ ରାଜପଥରେ ବସିଅଛ; ଆଉ, ତୁମ୍ଭେ ଆପଣା ବ୍ୟଭିଚାର ଓ ଦୁଷ୍ଟକ୍ରିୟା ଦ୍ଵାରା ଦେଶ ଅଶୁଚି କରିଅଛ⇧ ।
ଯିରିମିୟ 3 : 3 (ORV)
ଏହେତୁ ବୃଷ୍ଟି ନିବାରିତ ହୋଇଅଛି ଓ ଶେଷ-ବର୍ଷା ହୋଇ ନାହିଁ; ତଥାପି ତୁମ୍ଭେ ବେଶ୍ୟାର କପାଳ ଧାରଣ କରିଅଛ, ତୁମ୍ଭେ ଲଜ୍ଜିତା ହେବାକୁ ଅସମ୍ମତା ହୋଇଅଛ ।
ଯିରିମିୟ 3 : 4 (ORV)
ତୁମ୍ଭେ କି ଏହି ସମୟଠାରୁ ଆମ୍ଭ ନିକଟରେ ପ୍ରାର୍ଥନା କରି ନ କହିବ, ହେ ମୋର ପିତଃ, ତୁମ୍ଭେ ମୋର ବାଲ୍ୟକାଳର ପଥପ୍ରଦର୍ଶକ?
ଯିରିମିୟ 3 : 5 (ORV)
ସେ କି ସଦା କାଳ କ୍ରୁଦ୍ଧ ହୋଇଥିବେ? ସେ କି ଶେଷ ପର୍ଯ୍ୟନ୍ତ ତାହା ରଖିବେ? ଦେଖ, ତୁମ୍ଭେ କଥା କହିଅଛ, ପୁଣି ଦୁଷ୍କ୍ରିୟା କରିଅଛ ଓ ନିଜ ପଥରେ ଚାଲିଅଛ ।
ଯିରିମିୟ 3 : 6 (ORV)
ଆହୁରି, ଯୋଶୀୟ ରାଜାର ସମୟରେ ସଦାପ୍ରଭୁ ମୋତେ କହିଲେ, ବିପଥଗାମିନୀ ଇସ୍ରାଏଲ ଯାହା କରିଅଛି, ତାହା କି ତୁମ୍ଭେ ଦେଖିଅଛ? ସେ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ହରିଦ୍ବର୍ଣ୍ଣ ବୃକ୍ଷ ତଳେ ଯାଇ ସେଠାରେ ବ୍ୟଭିଚାର କରିଅଛ ।
ଯିରିମିୟ 3 : 7 (ORV)
ପୁଣି, ସେ ଏସବୁ କାର୍ଯ୍ୟ କଲା ଉତ୍ତାରେ ଆମ୍ଭେ କହିଲୁ, ସେ ଆମ୍ଭ ନିକଟକୁ ଫେରି ଆସିବ; ମାତ୍ର ସେ ଫେରି ଆସିଲା ନାହିଁ; ଆଉ, ତାହାର ବିଶ୍ଵାସଘାତିନୀ ଭଗିନୀ ଯିହୁଦା ଏହା ଦେଖିଲା ।
ଯିରିମିୟ 3 : 8 (ORV)
ଆଉ, ଆମ୍ଭେ ଦେଖିଲୁ, ବିପଥଗାମିନୀ ଇସ୍ରାଏଲ ବ୍ୟଭିଚାର କରିବା ସକାଶୁ ଆମ୍ଭେ ତାହାକୁ ତ୍ୟାଗ କରି ଛାଡ଼ପତ୍ର ଦେଲେ ହେଁ, ତାହାର ବିଶ୍ଵାସଘାତିନୀ ଭଗିନୀ ଯିହୁଦା ଭୟ କଲା ନାହିଁ; ମାତ୍ର ସେ ମଧ୍ୟ ଯାଇ ବ୍ୟଭିଚାର କଲା⇧ ।
ଯିରିମିୟ 3 : 9 (ORV)
ତାହାର ବ୍ୟଭିଚାରର ଅଖ୍ୟାତିରେ ଦେଶ ଅଶୁଚି ହେଲା ଓ ସେ ପଥର ଓ କାଠ ସଙ୍ଗରେ ବ୍ୟଭିଚାର କଲା ।
ଯିରିମିୟ 3 : 10 (ORV)
ପୁଣି, ଏସବୁ ହେଲେ ହେଁ ତାହାର ବିଶ୍ଵାସଘାତିନୀ ଭଗିନୀ ଯିହୁଦା ଆପଣା ସର୍ବାନ୍ତଃକରଣ ସହିତ ନୁହେଁ, ମାତ୍ର କପଟ ଭାବରେ ଆମ୍ଭ ପ୍ରତି ଫେରିଅଛି, ଏହା ସଦାପ୍ରଭୁ କହନ୍ତି ।
ଯିରିମିୟ 3 : 11 (ORV)
ଆଉ, ସଦାପ୍ରଭୁ ମୋତେ କହିଲେ, ବିପଥ-ଗାମିନୀ ଇସ୍ରାଏଲ ବିଶ୍ଵାସଘାତିନୀ ଯିହୁଦା ଅପେକ୍ଷା ଆପଣାକୁ ଧାର୍ମିକା ଦେଖାଇଅଛି ।
ଯିରିମିୟ 3 : 12 (ORV)
ତୁମ୍ଭେ ଯାଇ ଉତ୍ତର ଦିଗ ଆଡ଼େ ଏହି କଥା ପ୍ରଚାର କରି କୁହ, ହେ ବିପଥଗାମିନୀ ଇସ୍ରାଏଲ, ସଦାପ୍ରଭୁ କହନ୍ତି, ତୁମ୍ଭେ ଫେର; ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ ଦୃଷ୍ଟି କରିବା ନାହିଁ; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଦୟାବାନ, ଆମ୍ଭେ ସର୍ବଦା କ୍ରୋଧ ରଖିବା ନାହିଁ ।
ଯିରିମିୟ 3 : 13 (ORV)
ସଦାପ୍ରଭୁ କହନ୍ତି, ତୁମ୍ଭେ ଯେ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କ ବିରୁଦ୍ଧରେ ଅପରାଧ କରିଅଛ ଓ ପ୍ରତ୍ୟେକ ହରିଦ୍ବର୍ଣ୍ଣ ବୃକ୍ଷ ତଳେ ବିଦେଶୀୟମାନଙ୍କ ନିକଟକୁ ଯାଇ ଭ୍ରମଣ କରିଅଛ ଓ ଆମ୍ଭ ରବରେ ମନୋଯୋଗ କରି ନାହଁ, ଆପଣାର ଏହି ଅଧର୍ମାଚରଣ କେବଳ ସ୍ଵୀକାର କର⇧ ।
ଯିରିମିୟ 3 : 14 (ORV)
ସଦାପ୍ରଭୁ କହନ୍ତି, ହେ ବିପଥଗାମୀ ସନ୍ତାନଗଣ, ଫେର; କାରଣ ଆମ୍ଭେ ତୁମ୍ଭମାନଙ୍କର ସ୍ଵାମୀ; ଆମ୍ଭେ ନଗରରୁ ଏକ ଜଣ ଓ ଗୋଷ୍ଠୀ ମଧ୍ୟରୁ ଦୁଇ ଜଣ କରି ତୁମ୍ଭମାନଙ୍କୁ ସିୟୋନକୁ ଆଣିବା;
ଯିରିମିୟ 3 : 15 (ORV)
ଆଉ, ଆମ୍ଭେ ଆପଣା ମନ ଅନୁଯାୟୀ ପାଳକଗଣ ତୁମ୍ଭମାନଙ୍କୁ ଦେବା, ସେମାନେ ଜ୍ଞାନ ଓ ବୁଦ୍ଧିରେ ତୁମ୍ଭମାନଙ୍କୁ ଚରାଇବେ ।
ଯିରିମିୟ 3 : 16 (ORV)
ସଦାପ୍ରଭୁ କହନ୍ତି, ସେହି ସମୟରେ, ଯେତେବେଳେ ତୁମ୍ଭେମାନେ ଦେଶରେ ବର୍ଦ୍ଧିଷ୍ଣୁ ଓ ବହୁବଂଶ ହେବ, ସେତେବେଳେ ଲୋକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବୋଲି ଆଉ କହିବେ ନାହିଁ; କିଅବା ତାହା ମନରେ ପଡ଼ିବ ନାହିଁ; ଅଥବା ସେମାନେ ତାହା ସ୍ମରଣ କରିବେ ନାହିଁ, କିଅବା ତାହା ନିକଟକୁ ଯିବେ ନାହିଁ; ଅଥବା ଆଉ ତାହା ନିର୍ମିତ ହେବ ନାହିଁ ।
ଯିରିମିୟ 3 : 17 (ORV)
ସେସମୟରେ ଲୋକମାନେ ଯିରୂଶାଲମକୁ ସଦାପ୍ରଭୁଙ୍କର ସିଂହାସନ ବୋଲି କହିବେ; ଆଉ, ସବୁ ଦେଶୀୟ ଲୋକମାନେ ତହିଁ ନିକଟରେ, ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଯିରୂଶାଲମରେ ସଂଗୃହୀତ ହେବେ; ପୁଣି, ସେମାନେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତା ଅନୁସାରେ ଆଉ ଗମନ କରିବେ ନାହିଁ ।
ଯିରିମିୟ 3 : 18 (ORV)
ସେସମୟରେ ଯିହୁଦା-ବଂଶ ଇସ୍ରାଏଲ-ବଂଶ ସଙ୍ଗେ ଗମନ କରିବେ ଓ ସେମାନେ ଉତ୍ତର ଦେଶରୁ ଏକତ୍ର ବାହାରି ତୁମ୍ଭମାନଙ୍କର ପୂର୍ବପୁରୁଷଗଣକୁ ଅଧିକାର ନିମନ୍ତେ ଆମ୍ଭର ଦତ୍ତ ଦେଶକୁ⇧ ଆସିବେ ।
ଯିରିମିୟ 3 : 19 (ORV)
ମାତ୍ର ଆମ୍ଭେ କହିଲୁ, ଆମ୍ଭ ସନ୍ତାନଗଣ ମଧ୍ୟରେ କିପରି ତୁମ୍ଭକୁ ସ୍ଥାନ ଦେବା ଓ ମନୋରମ ଏକ ଦେଶ, ନାନା ଦେଶୀୟମାନଙ୍କର ପରମ ରନି ସ୍ଵରୂପ ଏକ ଅଧିକାର ତୁମ୍ଭକୁ ଦାନ କରିବା? ପୁଣି, ଆମ୍ଭେ କହିଲୁ, ତୁମ୍ଭେମାନେ ଆମ୍ଭକୁ ହେ ମୋର ପିତଃ ବୋଲି ଡାକିବ ଓ ଆମ୍ଭ ପଶ୍ଚାଦ୍ଗମନରୁ ବିମୁଖ ନୋହିବ ।
ଯିରିମିୟ 3 : 20 (ORV)
ସଦାପ୍ରଭୁ କହନ୍ତି, ଯେପରି କୌଣସି ଭାର୍ଯ୍ୟା ବିଶ୍ଵାସଘାତକତାପୂର୍ବକ ଆପଣା ସ୍ଵାମୀକି ଛାଡ଼ିଯାଏ, ସେପରି ହେ ଇସ୍ରାଏଲ, ତୁମ୍ଭେ ନିଶ୍ଚୟ ଆମ୍ଭ ପ୍ରତି ସେହି ପ୍ରକାର ବିଶ୍ଵାସଘାତକତା କରିଅଛ ।
ଯିରିମିୟ 3 : 21 (ORV)
ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀମାନରେ ଏକ ସ୍ଵର, ଇସ୍ରାଏଲ ସନ୍ତାନଗଣର ରୋଦନ ଓ କାକୁକ୍ତି ଶୁଣାଯାଏ; କାରଣ ସେମାନେ କୁଟିଳ ପଥଗାମୀ ଓ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କୁ ପାସୋରି ପକାଇ ଅଛନ୍ତି ।
ଯିରିମିୟ 3 : 22 (ORV)
ହେ ବିପଥଗାମୀ ସନ୍ତାନଗଣ ଫେର, ଆମ୍ଭେ ତୁମ୍ଭମାନଙ୍କର ବିପଥଗମନରୂପ ରୋଗ ସୁସ୍ଥ କରିବା। ଦେଖ, ଆମ୍ଭେମାନେ ତୁମ୍ଭ ନିକଟକୁ ଆସିଅଛୁ; କାରଣ ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ଵର ଅଟ ।
ଯିରିମିୟ 3 : 23 (ORV)
ଉପପର୍ବତସମୂହରୁ, ପର୍ବତମାନର ଉପରିସ୍ଥ କୋଳାହଳରୁ ଅପେକ୍ଷିତ ଉପକାର ନିତା; ବ୍ୟର୍ଥନ୍ତ ନିତା; ଆମ୍ଭମାନଙ୍କର ପରମେଶ୍ଵର ସଦାପ୍ରଭୁଙ୍କଠାରେ ଇସ୍ରାଏଲର ପରିତ୍ରାଣ ଅଛି ।
ଯିରିମିୟ 3 : 24 (ORV)
ମାତ୍ର ଲଜ୍ଜାସ୍ପଦ ବସ୍ତୁ ଆମ୍ଭମାନଙ୍କର ବାଲ୍ୟରୁ ଆମ୍ଭମାନଙ୍କ ପିତୃପୁରୁଷଗଣର ଶ୍ରମ-ଫଳ, ସେମାନଙ୍କ ଗୋମେଷାଦି ପଲ ସେମାନଙ୍କର ପୁତ୍ର ଓ କନ୍ୟାଗଣକୁ ଗ୍ରାସ କରିଅଛି ।
ଯିରିମିୟ 3 : 25 (ORV)
ଆମ୍ଭେମାନେ ନିଜ ଲଜ୍ଜାରେ ଶୟନ କରୁ ଓ ଆମ୍ଭମାନଙ୍କର ଅପମାନ ଆମ୍ଭମାନଙ୍କୁ ଆଚ୍ଛାଦନ କରୁ; କାରଣ ଆମ୍ଭେମାନେ ଓ ଆମ୍ଭମାନଙ୍କ ପିତୃପୁରୁଷମାନେ ବାଲ୍ୟରୁ ଆଜି ପର୍ଯ୍ୟନ୍ତ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ବିରୁଦ୍ଧରେ ପାପ କରିଅଛୁ ଓ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ରବରେ ଅବଧାନ କରି ନାହୁଁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25

BG:

Opacity:

Color:


Size:


Font: