ଯିଶାଇୟ 63 : 1 (ORV)
ଇଦୋମରୁ, ରଙ୍ଗୀକୃତ ବସ୍ତ୍ର ପିନ୍ଧି ବସୋରାରୁ ଏ ଯେ ଆସୁଅଛନ୍ତି, ସେ କିଏ? ଆପଣା ପରିଧେୟ ବସ୍ତ୍ରରେ ଗୌରବାନ୍ଵିତ ଓ ଆପଣା ମହାଶକ୍ତିରେ ବିଜେ କରୁଅଛନ୍ତି ଯେ ଏ, ସେ କିଏ? ଆମ୍ଭେ ଯେ ଧର୍ମବାଦୀ ଓ ପରିତ୍ରାଣ କରିବାକୁ ସମର୍ଥ ଅଟୁ ।
ଯିଶାଇୟ 63 : 2 (ORV)
ଆପଣଙ୍କର ପରିଧେୟ ବସ୍ତ୍ର ରକ୍ତବର୍ଣ୍ଣ ଓ କୁଣ୍ତରେ ଦ୍ରାକ୍ଷାମର୍ଦ୍ଦନକାରୀର ବସ୍ତ୍ର ପରି କାହିଁକି?
ଯିଶାଇୟ 63 : 3 (ORV)
ଆମ୍ଭେ ଏକାକୀ ଦ୍ରାକ୍ଷାମର୍ଦ୍ଦନ କରିଅଛୁ ଓ ଲୋକମାନଙ୍କ ମଧ୍ୟରୁ ଆମ୍ଭ ସଙ୍ଗେ କେହି ନ ଥିଲା; ଆମ୍ଭେ ଆପଣା କ୍ରୋଧରେ ସେମାନଙ୍କୁ ଦଳନ କଲୁ ଓ ଆପଣା କୋପରେ ସେମାନଙ୍କୁ ମର୍ଦ୍ଦନ କଲୁ; ଏଣୁ ସେମାନଙ୍କ ପ୍ରାଣ-ରକ୍ତର ଛିଟା ଆମ୍ଭ ବସ୍ତ୍ରରେ ପଡ଼ିଲା ଓ ଆମ୍ଭେ ଆପଣାର ପରିହିତ ବସ୍ତ୍ରସବୁ ଦାଗଯୁକ୍ତ କରିଅଛୁ ।
ଯିଶାଇୟ 63 : 4 (ORV)
କାରଣ ପ୍ରତିଶୋଧର ଦିନ ଆମ୍ଭ ଚିତ୍ତରେ ଥିଲା ଓ ଆମ୍ଭ ମୁକ୍ତ ଲୋକମାନଙ୍କର ବର୍ଷ ଉପସ୍ଥିତ ହୋଇଅଛି ।
ଯିଶାଇୟ 63 : 5 (ORV)
ପୁଣି, ଆମ୍ଭେ ଅନାଇଲୁ, ସାହାଯ୍ୟ କରିବାକୁ କେହି ନ ଥିଲା ଓ ସହାୟ ହେବାକୁ କେହି ନ ଥିବାରୁ ଆମ୍ଭେ ଚମତ୍କୃତ ହେଲୁ; ଏନିମନ୍ତେ ଆମ୍ଭ ନିଜ ବାହୁ ଆମ୍ଭ ନିକଟକୁ ପରିତ୍ରାଣ ଆଣିଲାି⇧ ଓ ଆମ୍ଭର କୋପ ଆମ୍ଭର ସହାୟତା କଲା ।
ଯିଶାଇୟ 63 : 6 (ORV)
ପୁଣି, ଆମ୍ଭେ ଆପଣା କ୍ରୋଧରେ ଲୋକମାନଙ୍କୁ ଦଳି ପକାଇଲୁ ଓ ଆମ୍ଭ କୋପରେ ସେମାନଙ୍କୁ ମତ୍ତ କରାଇଲୁ, ପୁଣି ଭୂମିରେ ସେମାନଙ୍କ ପ୍ରାଣ-ରକ୍ତ ଢାଳି ପକାଇଲୁ ।
ଯିଶାଇୟ 63 : 7 (ORV)
ଆମ୍ଭ ସଦାପ୍ରଭୁଙ୍କର ସ୍ନେହପୂର୍ଣ୍ଣ କରୁଣାସବୁ କୀର୍ତ୍ତନ କରିବା ଓ ସଦାପ୍ରଭୁ ଆମ୍ଭମାନଙ୍କର ଯେସବୁ ଉପକାର କରିଅଛନ୍ତି, ପୁଣି ଆପଣାର ନାନାବିଧ ଦୟା ଓ ପ୍ରଚୁର ସ୍ନେହପୂର୍ଣ୍ଣ-କରୁଣା ଅନୁସାରେ ଇସ୍ରାଏଲ-ବଂଶର ଯେଉଁ ପ୍ରଚୁର ମଙ୍ଗଳ କରିଅଛନ୍ତି, ତଦନୁସାରେ ଆମ୍ଭେ ସଦାପ୍ରଭୁଙ୍କର ପ୍ରଶଂସା କୀର୍ତ୍ତନ କରିବା ।
ଯିଶାଇୟ 63 : 8 (ORV)
କାରଣ ସେ କହିଲେ, ନିଶ୍ଚୟ ସେମାନେ ଆମ୍ଭର ଲୋକ, ଯେଉଁମାନେ ଅସତ୍ୟ ବ୍ୟବହାର ନ କରିବେ, ଏପରି ସନ୍ତାନ ଅଟନ୍ତି; ଏଣୁ ସେ ସେମାନଙ୍କର ତ୍ରାଣକର୍ତ୍ତା ହେଲେ ।
ଯିଶାଇୟ 63 : 9 (ORV)
ସେମାନଙ୍କର ସବୁ ଦୁଃଖରେ ସେ ଦୁଃଖିତ ହେଲେ ଓ ତାହାଙ୍କର ଶ୍ରୀମୁଖ ସ୍ଵରୂପ ଦୂତ ସେମାନଙ୍କୁ ପରିତ୍ରାଣ କଲେ; ସେ ଆପଣା ପ୍ରେମ ଓ ଆପଣା ଦୟାରେ ସେମାନଙ୍କୁ ମୁକ୍ତ କଲେ⇧ ଓ ପୁରାତନ କାଳର ସମସ୍ତ ଦିନ ସେମାନଙ୍କୁ ବହି କରି ନେଲେ ।
ଯିଶାଇୟ 63 : 10 (ORV)
ମାତ୍ର ସେମାନେ ବିଦ୍ରୋହୀ ହେଲେ ଓ ତାହାଙ୍କର ପବିତ୍ର ଆତ୍ମାଙ୍କୁ ଶୋକାକୁଳ କଲେ; ଏନିମନ୍ତେ ସେ ଫେରି ସେମାନଙ୍କର ଶତ୍ରୁ ହେଲେ⇧ ଓ ଆପେ ସେମାନଙ୍କର ବିପକ୍ଷରେ ଯୁଦ୍ଧ କଲେ ।
ଯିଶାଇୟ 63 : 11 (ORV)
ସେତେବେଳେ ସେ ପୁରାତନ କାଳ, ମୋଶା ଓ ଆପଣା ଲୋକମାନଙ୍କୁ ସ୍ମରଣ କରି କହିଲେ, ଯେ ଆପଣା ପଲର ରକ୍ଷକମାନଙ୍କ ସହିତ ସେମାନଙ୍କୁ ସମୁଦ୍ର ପାର କରାଇ ଆଣିଲେ, ସେ କାହାନ୍ତି? ଯେ ସେମାନଙ୍କ ଅନ୍ତରରେ ଆପଣା ପବିତ୍ର ଆତ୍ମା ରଖିଲେ⇧,
ଯିଶାଇୟ 63 : 12 (ORV)
ଯେ ମୋଶାଙ୍କ ଡାହାଣରେ ଆପଣାର ପ୍ରତାପାନ୍ଵିତ ବାହୁ ଗମନ କରାଇଲେ, ଯେ ଆପଣା ନିମନ୍ତେ ଅନ; କାଳସ୍ଥାୟୀ ନାମ ସ୍ଥାପନାର୍ଥେ, ସେମାନଙ୍କ ସମ୍ମୁଖରେ ଜଳକୁ ବିଭକ୍ତ କଲେ,
ଯିଶାଇୟ 63 : 13 (ORV)
ଯେ ପ୍ରାନ୍ତରରେ ଗମନ କରିବା ଅଶ୍ଵ ତୁଲ୍ୟ ଗଭୀର ସାଗର ମଧ୍ୟରେ ସେମାନଙ୍କୁ ଗମନ କରାଇଲେ ଓ ସେମାନେ ଝୁଣ୍ଟିଲେ ନାହିଁ, ସେ କାହାନ୍ତି?
ଯିଶାଇୟ 63 : 14 (ORV)
ଉପତ୍ୟକାକୁ ଓହ୍ଲାଇ ଯିବା ପଶୁପଲ ତୁଲ୍ୟ ସଦାପ୍ରଭୁଙ୍କ ଆତ୍ମା ସେମାନଙ୍କୁ ବିଶ୍ରାମ କରାଇଲେ; ଏହି ପ୍ରକାରେ ତୁମ୍ଭେ ଆପଣା ନିମନ୍ତେ ଏକ ଗୌରବାନ୍ଵିତ ନାମ ସ୍ଥାପନାର୍ଥେ ଆପଣା ଲୋକମାନଙ୍କୁ ଗମନ କରାଇଲ ।
ଯିଶାଇୟ 63 : 15 (ORV)
ଏବେ ସ୍ଵର୍ଗରୁ ଅବଲୋକନ କର, ତୁମ୍ଭ ପବିତ୍ରତାର ଓ ତୁମ୍ଭ ପ୍ରତାପର ବସତି-ସ୍ଥାନରୁ ଦୃଷ୍ଟିପାତ କର; ତୁମ୍ଭର ଉଦ୍ଯୋଗ ଓ ତୁମ୍ଭର ବିକ୍ରମ-କାର୍ଯ୍ୟସବୁ କାହିଁ? ତୁମ୍ଭ ଅନ୍ତଃକରଣର ବ୍ୟଥା ଓ ତୁମ୍ଭର ସ୍ନେହସବୁ⇧ ମୋʼ ପ୍ରତି ନିବୃତ୍ତ ହୋଇଅଛି ।
ଯିଶାଇୟ 63 : 16 (ORV)
ଯଦ୍ୟପି ଅବ୍ରହାମ ଆମ୍ଭମାନଙ୍କୁ ଜାଣନ୍ତି ନାହିଁ ଓ ଇସ୍ରାଏଲ ଆମ୍ଭମାନଙ୍କୁ ସ୍ଵୀକାର କରନ୍ତି ନାହିଁ, ତଥାପି ତୁମ୍ଭେ ତ ଆମ୍ଭମାନଙ୍କର ପିତା; ହେ ସଦାପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଅନ; କାଳରୁ ଆମ୍ଭମାନଙ୍କର ମୁକ୍ତିଦାତା ବୋଲି ତୁମ୍ଭର ନାମ ଅଛି ।
ଯିଶାଇୟ 63 : 17 (ORV)
ହେ ସଦାପ୍ରଭୋ, ଆମ୍ଭମାନଙ୍କୁ ତୁମ୍ଭ ପଥରୁ କାହିଁକି ଭ୍ରାନ୍ତ କରାଉଅଛ ଓ ତୁମ୍ଭକୁ ଭୟ କରିବା ପ୍ରତି ଆମ୍ଭମାନଙ୍କ ଅନ୍ତଃକରଣକୁ କଠିନ କରାଉଅଛଣ? ଆପଣା ଦାସମାନଙ୍କର, ଆପଣା ଅଧିକାର ସ୍ଵରୂପ ଗୋଷ୍ଠୀଗଣର ସକାଶୁ ଫେର ।
ଯିଶାଇୟ 63 : 18 (ORV)
ତୁମ୍ଭର ପବିତ୍ର ଲୋକମାନେ କେବଳ ଅଳ୍ପ କାଳ ତାହା ଅଧିକାର କଲେ; ଆମ୍ଭମାନଙ୍କର ବିପକ୍ଷମାନେ ତୁମ୍ଭର ପବିତ୍ର ଧାମ ପଦ ତଳେ ଦଳି ପକାଇଅଛନ୍ତି ।
ଯିଶାଇୟ 63 : 19 (ORV)
ଯେଉଁମାନଙ୍କ ଉପରେ ତୁମ୍ଭେ କେବେ କର୍ତ୍ତୃତ୍ଵ କରି ନାହଁ, ଯେଉଁମାନେ ତୁମ୍ଭ ନାମରେ କେବେ ଖ୍ୟାତ ହୋଇ ନ ଥିଲେ, ଏପରି ଲୋକମାନଙ୍କ ତୁଲ୍ୟ ଆମ୍ଭେମାନେ ହୋଇଅଛୁ ।

1 2 3 4 5 6 7 8 9 10 11 12 13 14 15 16 17 18 19

BG:

Opacity:

Color:


Size:


Font: