ଯିଶାଇୟ 30 : 1 (ORV)
ସଦାପ୍ରଭୁ କହନ୍ତି, ଯେଉଁ ବିଦ୍ରୋହୀ ସନ୍ତାନଗଣ ମନ୍ତ୍ରଣା କରନ୍ତି, ମାତ୍ର ଆମ୍ଭ ଦ୍ଵାରା ନୁହେଁ; ପୁଣି, ଯେଉଁମାନେ ପାପ ଉପରେ ପାପ କରିବା ନିମନ୍ତେ ଆଚ୍ଛାଦନରେ ଆଚ୍ଛାଦନ କରନ୍ତି, ମାତ୍ର ଆମ୍ଭ ଆତ୍ମାଙ୍କ ଦ୍ଵାରା ନୁହେଁ, ସେମାନେ ସନ୍ତାପର ପାତ୍ର!
ଯିଶାଇୟ 30 : 2 (ORV)
ସେମାନେ ଆମ୍ଭକୁ ନ ପଚାରି ଫାରୋର ବଳରେ ଆପଣାମାନଙ୍କୁ ବଳିଷ୍ଠ କରିବାକୁ ଓ ମିସରର ଛାୟାରେ ଆଶ୍ରୟ ନେବାକୁ ମିସରକୁ ଯିବା ନିମନ୍ତେ ଯାତ୍ରା କରୁଅଛନ୍ତି ।
ଯିଶାଇୟ 30 : 3 (ORV)
ଏହେତୁ ଫାରୋର ବଳ ତୁମ୍ଭମାନଙ୍କର ଲଜ୍ଜାଜନକ ହେବ ଓ ମିସରର ଛାୟାରେ ଆଶ୍ରୟ ନେବା ତୁମ୍ଭମାନଙ୍କର ଅପମାନଜନକ ହେବ ।
ଯିଶାଇୟ 30 : 4 (ORV)
କାରଣ ତାହାର ଅଧିପତିମାନେ ସୋୟନରେ ଅଛନ୍ତି ଓ ତାହାର ରାଜଦୂତଗଣ ହାନେଷକୁ ଆସିଅଛନ୍ତି ।
ଯିଶାଇୟ 30 : 5 (ORV)
ଯେଉଁ ଗୋଷ୍ଠୀ ସେମାନଙ୍କର ଉପକାର କରି ନ ପାରନ୍ତି, ସେମାନଙ୍କ ବିଷୟରେ ସେସମସ୍ତେ ଲଜ୍ଜିତ ହେବେ, ସେ ଗୋଷ୍ଠୀ ସାହାଯ୍ୟକାରୀ କି ଉପକାରଜନକ ନୁହନ୍ତି, ମାତ୍ର ଲଜ୍ଜା ଓ ଦୁର୍ନାମ ସ୍ଵରୂପ ଅଟନ୍ତି ।
ଯିଶାଇୟ 30 : 6 (ORV)
ଦକ୍ଷିଣର ପଶୁଗଣ ବିଷୟକ ଭାରୋକ୍ତି । ଯେଉଁ ସ୍ଥାନରୁ ଯୁବା ଓ ବୃଦ୍ଧ ସିଂହ, କାଳସର୍ପ ଓ ଉଡ୍ଡୀୟମାନ ଅଗ୍ନିମୟ ସର୍ପ ଆସନ୍ତି, ଏପରି ସଙ୍କଟ ଓ ଯନ୍ତ୍ରଣାମୟ ଦେଶ ଦେଇ ଯେଉଁମାନଙ୍କ ଦ୍ଵାରା ସେମାନଙ୍କର ଉପକାର ନୋହିବ, ଏପରି ଏକ ଗୋଷ୍ଠୀ ନିକଟକୁ, ସେମାନେ ଯୁବା ଗର୍ଦ୍ଦଭଗଣର ସ୍କନ୍ଧରେ ଆପଣାମାନଙ୍କର ଧନ ଓ ଉଷ୍ଟ୍ରଗଣର କୁବ୍ଜ ଉପରେ ଆପଣାମାନଙ୍କର ସମ୍ପତ୍ତି ବହି ନିଅନ୍ତି ।
ଯିଶାଇୟ 30 : 7 (ORV)
କାରଣ ମିସର ମିଥ୍ୟା ଓ ବୃଥାରେ ସାହାଯ୍ୟ କରେ; ଏଥିପାଇଁ ଆମ୍ଭେ ତାହାକୁ ନିଷ୍କର୍ମରେ ଉପବିଷ୍ଟ ରାହବ ବୋଲି ନାମ ଦେଇଅଛୁ ।
ଯିଶାଇୟ 30 : 8 (ORV)
ଏବେ ଯାଅ, ସେମାନଙ୍କ ସାକ୍ଷାତରେ ଏକ ଫଳକରେ ତାହା ଲେଖ ଓ ତାହା ଯେପରି ଆସନ୍ତା କାଳ ନିମନ୍ତେ, ଅନ; କାଳ ପର୍ଯ୍ୟନ୍ତ ରହିବ, ଏଥିପାଇଁ ଏକ ପୁସ୍ତକରେ ତାହା ଲିପିବଦ୍ଧ କର ।
ଯିଶାଇୟ 30 : 9 (ORV)
କାରଣ ସେମାନେ ବିଦ୍ରୋହୀ ଗୋଷ୍ଠୀ, ମିଥ୍ୟାବାଦୀ ସନ୍ତାନ, ସେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଶୁଣିବାକୁ ଅସମ୍ମତ ସନ୍ତାନ;
ଯିଶାଇୟ 30 : 10 (ORV)
ସେମାନେ ଦର୍ଶକଗଣକୁ କହନ୍ତି, ତୁମ୍ଭେମାନେ ଦର୍ଶନ କର ନାହିଁ ଓ ଭବିଷ୍ୟଦ୍ବକ୍ତାଗଣକୁ କହନ୍ତି, ତୁମ୍ଭେମାନେ ଆମ୍ଭମାନଙ୍କ ନିକଟରେ ଯଥାର୍ଥ ବାକ୍ୟ ପ୍ରଚାର କର ନାହିଁ, ଆମ୍ଭମାନଙ୍କୁ କୋମଳ କଥା କୁହ ଓ ଭ୍ରାନ୍ତିଜନକ ବାକ୍ୟ ପ୍ରଚାର କର;
ଯିଶାଇୟ 30 : 11 (ORV)
ତୁମ୍ଭେମାନେ ପଥରୁ ବାହାରି ଯାଅ, ବାଟ ଛାଡ଼ି ଦିଅ, ଇସ୍ରାଏଲର ଧର୍ମସ୍ଵରୂପଙ୍କୁ ଆମ୍ଭମାନଙ୍କ ସମ୍ମୁଖରୁ ଦୂର କରାଅ ।
ଯିଶାଇୟ 30 : 12 (ORV)
ଏହେତୁ ଇସ୍ରାଏଲର ଧର୍ମସ୍ଵରୂପ ଏହି କଥା କହନ୍ତି, ତୁମ୍ଭେମାନେ ଏହି ବାକ୍ୟ ତୁଚ୍ଛ କରୁଅଛ, ପୁଣି ଉପଦ୍ରବ ଓ କୁଟିଳତାରେ ବିଶ୍ଵାସ କରି ତହିଁ ଉପରେ ନିର୍ଭର ରଖୁଅଛ;
ଯିଶାଇୟ 30 : 13 (ORV)
ଏଥିପାଇଁ ଉଚ୍ଚ ଭିତ୍ତିର ପତନଶୀଳ ଯେଉଁ ଟୋଲା ଫାଟ, ହଠାତ୍ ଏକାବେଳେ ଭାଙ୍ଗି ପଡ଼େ, ତାହାରି ତୁଲ୍ୟ ଏହି ଅପରାଧ ତୁମ୍ଭମାନଙ୍କ ପ୍ରତି ହେବ ।
ଯିଶାଇୟ 30 : 14 (ORV)
ପୁଣି, ଯେପରି କୁମ୍ଭକାରର ପାତ୍ର ଭଙ୍ଗାଯାଏ, ସେପରି ସେ କିଛି ଦୟା ନ କରି ତାହା ଚୂର୍ଣ୍ଣ କରି ଭାଙ୍ଗି ପକାଇବେନ୍ତ ତହିଁରେ ଚୁଲ୍ଲୀରୁ ଅଗ୍ନି କିଅବା କୁଣ୍ତରୁ ଜଳ ନେବା ଭଳି ଖଣ୍ତେ ଖପରା ହିଁ ତହିଁରୁ ମିଳିବ ନାହିଁ ।
ଯିଶାଇୟ 30 : 15 (ORV)
କାରଣ ପ୍ରଭୁ, ସଦାପ୍ରଭୁ ଇସ୍ରାଏଲର ଧର୍ମସ୍ଵରୂପ କହିଲେ, ଫେରିଲେ ଓ ଶା; ହେଲେ ତୁମ୍ଭେମାନେ ପରିତ୍ରାଣ ପାଇବ; ସୁସ୍ଥିରତା ଓ ବିଶ୍ଵାସରେ ତୁମ୍ଭମାନଙ୍କର ବଳ ହେବ, ପୁଣି ତୁମ୍ଭେମାନେ ଅସମ୍ମତ ହେଲ ।
ଯିଶାଇୟ 30 : 16 (ORV)
ମାତ୍ର ତୁମ୍ଭେମାନେ କହିଲ, ନା, ଆମ୍ଭେମାନେ ଅଶ୍ଵରେ ପଳାଇବୁ; ଏଥିପାଇଁ ତୁମ୍ଭେମାନେ ପଳାତକ ହେବ; ଆଉ କହିଲ, ଆମ୍ଭେମାନେ ଦ୍ରୁତଗାମୀ ବାହନରେ ଚଢ଼ିବା; ଏଥିପାଇଁ ତୁମ୍ଭମାନଙ୍କ ପଶ୍ଚାତ୍ ଗୋଡ଼ାଇବା ଲୋକମାନେ ଦ୍ରୁତଗାମୀ ହେବେ ।
ଯିଶାଇୟ 30 : 17 (ORV)
ଏକ ଜଣର ଧମକରେ ସହସ୍ର ଲୋକ ପଳାୟନ କରିବେ; ପାଞ୍ଚ ଜଣର ଧମକରେ ତୁମ୍ଭେମାନେ ପଳାୟନ କରିବ; ତହିଁରେ ତୁମ୍ଭେମାନେ ପର୍ବତର ଶୃଙ୍ଗରେ ଏକ ଚିହ୍ନ ସ୍ଵରୂପ ଓ ଉପପର୍ବତରେ ପତାକାର ଦଣ୍ତ ସ୍ଵରୂପ ହୋଇ ଅବଶିଷ୍ଟ ରହିବ ।
ଯିଶାଇୟ 30 : 18 (ORV)
ପୁଣି, ତହିଁ ସକାଶୁ ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ, ଆଉ ତହିଁ ସକାଶୁ ତୁମ୍ଭମାନଙ୍କ ପ୍ରତି ଦୟା କରିବା ନିମନ୍ତେ ସେ ଉନ୍ନତ ହେବେ; କାରଣ ସଦାପ୍ରଭୁ ନ୍ୟାୟ ବିଚାରକାରୀ ପରମେଶ୍ଵର ଅଟନ୍ତି; ଯେଉଁମାନେ ତାହାଙ୍କ ପାଇଁ ଅପେକ୍ଷା କରନ୍ତି, ସେସମସ୍ତେ ଧନ୍ୟ ।
ଯିଶାଇୟ 30 : 19 (ORV)
ଲୋକମାନେ ସିୟୋନରେ, ଯିରୂଶାଲମରେ ବାସ କରିବେ; ତୁମ୍ଭେ ଆଉ ରୋଦନ କରିବ ନାହିଁ; ତୁମ୍ଭର କ୍ରନ୍ଦନ ରବରେ ସେ ଅବଶ୍ୟ ତୁମ୍ଭକୁ ଅନୁଗ୍ରହ କରିବେ; ସେ ଶୁଣିବା ମାତ୍ରେ ତୁମ୍ଭକୁ ଉତ୍ତର ଦେବେ ।
ଯିଶାଇୟ 30 : 20 (ORV)
ପୁଣି, ଯଦ୍ୟପି ପ୍ରଭୁ ତୁମ୍ଭମାନଙ୍କୁ ଦୁଃଖରୂପ ଖାଦ୍ୟ ଓ କ୍ଳେଶରୂପ ଜଳ ଦିଅନ୍ତି, ତଥାପି ତୁମ୍ଭମାନଙ୍କର ଶିକ୍ଷକଗଣ ଆଉ ଗୁପ୍ତ ରହିବେ ନାହିଁ, ମାତ୍ର ତୁମ୍ଭର ଚକ୍ଷୁ ତୁମ୍ଭ ଶିକ୍ଷକଗଣକୁ ଦେଖିବ ।
ଯିଶାଇୟ 30 : 21 (ORV)
ପୁଣି, ଦକ୍ଷିଣରେ କି ବାମରେ ଫେରିବା ବେଳେ ତୁମ୍ଭର କର୍ଣ୍ଣ ତୁମ୍ଭ ପଛଆଡ଼ୁ ଏହି କଥା ଶୁଣିବ, ପଥ ଏହି, ଏଥିରେ ହିଁ ତୁମ୍ଭେମାନେ ଗମନ କର ।
ଯିଶାଇୟ 30 : 22 (ORV)
ଆଉ, ତୁମ୍ଭେମାନେ ଆପଣାର ରୌପ୍ୟ ପ୍ରତିମା-ଗଣର ମଣ୍ତନ ଓ ଛାଞ୍ଚରେ ଢଳା ସ୍ଵର୍ଣ୍ଣ ପ୍ରତିମାଗଣର ଆଭରଣ ଅଶୁଚି କରିବ; ତୁମ୍ଭେ ସେସବୁକୁ ଅଶୁଚି ବସ୍ତୁ ତୁଲ୍ୟ ପକାଇ ଦେବ; ତୁମ୍ଭେ କହିବ ଏଠାରୁ ବାହାରି ଯାଅ ।
ଯିଶାଇୟ 30 : 23 (ORV)
ପୁଣି, ଭୂମିରେ ବୁଣିବା ନିମନ୍ତେ ସେ ତୁମ୍ଭ ବୀଜ ପାଇଁ ବୃଷ୍ଟି ଦେବେ; ଭୂମ୍ୟୁତ୍ପନ୍ନ ଭକ୍ଷ୍ୟ ଦେବେ ଓ ତାହା ଉତ୍ତମ ଓ ପ୍ରଚୁର ହେବ; ସେଦିନରେ ତୁମ୍ଭ ପଶୁପଲ ପ୍ରଶସ୍ତ ଚରାସ୍ଥାନରେ ଚରିବେ ।
ଯିଶାଇୟ 30 : 24 (ORV)
ମଧ୍ୟ ଭୂମି ଚାଷକାରୀ ବଳଦ ଓ ଯୁବା ଗର୍ଦ୍ଦଭମାନେ ଚାଲୁଣୀ ଓ କୁଲାରେ ଝଡ଼ା ସୁମିଶ୍ରିତ ଶସ୍ୟାଦି ଖାଇବେ ।
ଯିଶାଇୟ 30 : 25 (ORV)
ଆଉ, ଯେଉଁ ମହାହତ୍ୟା ଦିନରେ ଦୁର୍ଗସବୁ ପତିତ ହେବ, ସେହି ଦିନରେ ପ୍ରତ୍ୟେକ ଉଚ୍ଚ ପର୍ବତରେ ଓ ପ୍ରତ୍ୟେକ ଉଚ୍ଚ ଗିରିରେ ନଦୀ ଓ ଜଳସ୍ରୋତ ହେବ ।
ଯିଶାଇୟ 30 : 26 (ORV)
ଆହୁରି, ଯେଉଁ ଦିନ ସଦାପ୍ରଭୁ ଆପଣା ଲୋକମାନଙ୍କର ଆଘାତ ସ୍ଥାନ ବାନ୍ଧିବେ ଓ ପ୍ରହାରଜାତ ସେମାନଙ୍କ କ୍ଷତ ସୁସ୍ଥ କରିବେ, ସେଦିନରେ ଚନ୍ଦ୍ରମାର ଦୀପ୍ତି ସୂର୍ଯ୍ୟର ଦୀପ୍ତି ତୁଲ୍ୟ ହେବ, ଆଉ ସୂର୍ଯ୍ୟର ଦୀପ୍ତି ସାତ ଦିନର ଦୀପ୍ତି ତୁଲ୍ୟ ସପ୍ତଗୁଣ ହେବ ।
ଯିଶାଇୟ 30 : 27 (ORV)
ଦେଖ, ସଦାପ୍ରଭୁଙ୍କର ନାମ ତାହାଙ୍କ କ୍ରୋଧରେ ପ୍ରଜ୍ଵଳିତ ଓ ନିବିଡ଼ ଧୂମରାଶି ହୋଇ ଦୂରରୁ ଆସୁଅଛି; ତାହାଙ୍କର ଓଷ୍ଠାଧର କ୍ରୋଧରେ ପରିପୂର୍ଣ୍ଣ ଓ ତାହାଙ୍କର ଜିହ୍ଵା ସର୍ବଗ୍ରାସକ ଅଗ୍ନି ତୁଲ୍ୟ;
ଯିଶାଇୟ 30 : 28 (ORV)
ପୁଣି, ତାହାଙ୍କର ଶ୍ଵାସବାୟୁ ପ୍ଳାବିତ ସ୍ରୋତ ତୁଲ୍ୟ, ସର୍ବଦେଶୀୟ ଲୋକମାନଙ୍କୁ ଅସାରତାରୂପ ଚାଲୁଣୀରେ ଚଲାଇବା ନିମନ୍ତେ ତାହା କଣ୍ଠ ପର୍ଯ୍ୟନ୍ତ ଉଠୁଅଛି; ଆଉ, ଗୋଷ୍ଠୀସମୂହର ମୁଖରେ ଭ୍ରାନ୍ତିଜନକ ଲଗାମ ଦିଆଯିବ ⇧।
ଯିଶାଇୟ 30 : 29 (ORV)
ପବିତ୍ର ଉତ୍ସବ ପାଳନର ରାତ୍ରିରେ ଯେପରି, ସେପରି ତୁମ୍ଭେମାନେ ଗାନ କରିବ; ପୁଣି, ଲୋକେ ଯେପରି ସଦାପ୍ରଭୁଙ୍କ ପର୍ବତକୁ, ଇସ୍ରାଏଲର ଶୈଳ ନିକଟକୁ ଯିବା ପାଇଁ ବଂଶୀ ବଜାଇ ଗମନ କରନ୍ତି, ସେପରି ତୁମ୍ଭମାନଙ୍କର ଚିତ୍ତ ଆନନ୍ଦିତ ହେବ ।
ଯିଶାଇୟ 30 : 30 (ORV)
ପୁଣି, ସଦାପ୍ରଭୁ ଆପଣା କ୍ରୋଧର ପ୍ରଚଣ୍ତତା ଓ ସର୍ବଗ୍ରାସକ ଅଗ୍ନିଶିଖା, ତୋଫାନ ଓ ଝଡ଼ ଓ ଶିଳାବୃଷ୍ଟି ଦ୍ଵାରା ଆପଣାର ପ୍ରତାପାନ୍ଵିତ ରବ ଶୁଣାଇବେ ଓ ଆପଣା ହସ୍ତର ଅବରୋହଣ ଦେଖାଇବେ ।
ଯିଶାଇୟ 30 : 31 (ORV)
କାରଣ ସଦାପ୍ରଭୁଙ୍କ ରବରେ ଅଶୂର ଖଣ୍ତ ଖଣ୍ତ ହୋଇ ଭଗ୍ନ ହେବ, ସେ ତାହାକୁ ଦଣ୍ତାଘାତ କରିବେ ।
ଯିଶାଇୟ 30 : 32 (ORV)
ପୁଣି, ଯେଉଁ ନିରୂପିତ ଯଷ୍ଟି ସଦାପ୍ରଭୁ ତାହା ଉପରେ ଥୋଇବେ, ତହିଁର ପ୍ରତ୍ୟେକ ଆଘାତ ସମୟରେ ତବଲା ଓ ବୀଣା ବାଜିବ ଓ ସେ ସେମାନଙ୍କ ସହିତ ମହାଯୁଦ୍ଧ କରିବେ ।
ଯିଶାଇୟ 30 : 33 (ORV)
କାରଣ ତୋଫତ୍ (ଅଗ୍ନିକୁଣ୍ତ) ପୂର୍ବକାଳରୁ ନିର୍ମିତ ହୋଇଅଛି ଓ ତାହା ରାଜାର ନିମନ୍ତେ ପ୍ରସ୍ତୁତ ହୋଇଅଛି; ସେ ତାହାକୁ ଗଭୀର ଓ ପ୍ରଶସ୍ତ କରିଅଛନ୍ତି, ତହିଁର ସ୍ତୂପ ଅଗ୍ନି ଓ ପ୍ରଚୁର କାଷ୍ଠମୟ; ପୁଣି, ସଦାପ୍ରଭୁଙ୍କ ଫୁତ୍କାର ଗନ୍ଧକ ସ୍ରୋତନ୍ୟାୟ ତାହା ପ୍ରଜ୍ଵଳିତ କରେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33

BG:

Opacity:

Color:


Size:


Font: