ଯିଶାଇୟ 24 : 1 (ORV)
ଦେଖ, ସଦାପ୍ରଭୁ ପୃଥିବୀକି ଶୂନ୍ୟ ଓ ଉଜାଡ଼ କରୁଅଛନ୍ତି, ଆଉ ତାହା ଓଲଟାଇ ତହିଁର ନିବାସୀମାନଙ୍କୁ ଛିନ୍ନଭିନ୍ନ କରୁଅଛନ୍ତି ।
ଯିଶାଇୟ 24 : 2 (ORV)
ତହିଁରେ ଯେପରି ଲୋକମାନଙ୍କର, ସେପରି ଯାଜକର; ଯେପରି ଦାସର, ସେପରି ତାହାର କର୍ତ୍ତାର; ଯେପରି ଦାସୀର, ସେପରି ତାହାର କର୍ତ୍ତ୍ରୀର; ଯେପରି କ୍ରୟକାରୀର, ସେପରି ବିକ୍ରୟକାରୀର; ଯେପରି ମହାଜନର, ସେପରି ଖାତକର; ଯେପରି ସୁଧଗ୍ରାହୀର, ସେପରି ସୁଧଦାତାର ପ୍ରତି ଘଟିବ ।
ଯିଶାଇୟ 24 : 3 (ORV)
ପୃଥିବୀ ସମ୍ପୂର୍ଣ୍ଣ ରୂପେ ଶୂନ୍ୟ ଓ ସମ୍ପୂର୍ଣ୍ଣ ରୂପେ ଲୁଟିତ ହେବ; କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି ।
ଯିଶାଇୟ 24 : 4 (ORV)
ପୃଥିବୀ ଶୋକ କରି ନିସ୍ତେଜ ହେଉଅଛି, ଜଗତ ମ୍ଳାନ ହୋଇ ନିସ୍ତେଜ ହେଉଅଛି, ପୃଥିବୀର ଉଚ୍ଚ ଲୋକମାନେ ମ୍ଳାନ ହୁଅନ୍ତି ।
ଯିଶାଇୟ 24 : 5 (ORV)
ପୃଥିବୀ ତନ୍ନିବାସୀମାନଙ୍କ ପଦ ତଳେ ଅପବିତ୍ର ହୋଇଅଛି, କାରଣ ସେମାନେ ବ୍ୟବସ୍ଥାସବୁ ଲଙ୍ଘନ କରିଅଛନ୍ତି, ବିଧି ଅନ୍ୟଥା କରିଅଛନ୍ତି, ଅନନ୍ତକାଳସ୍ଥାୟୀ ନିୟମ ଭାଙ୍ଗିଅଛନ୍ତି ।
ଯିଶାଇୟ 24 : 6 (ORV)
ଏହେତୁ ଅଭିଶାପ ପୃଥିବୀକି ଗ୍ରାସ କରିଅଛି ଓ ତନ୍ନିବାସୀଗଣ ଅପରାଧୀ ହୋଇଅଛନ୍ତି; ତହିଁ ନିମନ୍ତେ ପୃଥିବୀ ନିବାସୀମାନେ ଦଗ୍ଧ ହୋଇଅଛନ୍ତି ଓ ଅଳ୍ପ ଲୋକ ଅବଶିଷ୍ଟ ଅଛନ୍ତି ।
ଯିଶାଇୟ 24 : 7 (ORV)
ନୂତନ ଦ୍ରାକ୍ଷାରସ ଶୋକ କରୁଅଛି, ଦ୍ରାକ୍ଷାଲତା ମ୍ଳାନ ହେଉଅଛି, ପ୍ରଫୁଲ୍ଲଚିତ୍ତ ସମସ୍ତେ ଦୀର୍ଘ ନିଶ୍ଵାସ ଛାଡ଼ୁଅଛନ୍ତି ।
ଯିଶାଇୟ 24 : 8 (ORV)
ତବଲାର ଆମୋଦ ନିବୃତ୍ତ ହେଉଅଛି, ଉଲ୍ଲାସ-କାରୀମାନଙ୍କର ଧ୍ଵନି ଶେଷ ହେଉଅଛି, ବୀଣାର ଆନନ୍ଦ ନିବୃତ୍ତ ହେଉଅଛି ।
ଯିଶାଇୟ 24 : 9 (ORV)
ଲୋକମାନେ ଗାନ ସହକାରେ ଦ୍ରାକ୍ଷାରସ ପାନ କରିବେ ନାହିଁ; ସୁରାପାୟୀମାନଙ୍କୁ ସୁରା ତିକ୍ତ ଲାଗିବ ।
ଯିଶାଇୟ 24 : 10 (ORV)
ନିର୍ଜନ ନଗର ଭଗ୍ନ ହୋଇଅଛି; କୌଣସି ମନୁଷ୍ୟ ଯେପରି ଭିତରକୁ ଯାଇ ନ ପାରିବ, ଏଥିପାଇଁ ପ୍ରତ୍ୟେକ ଗୃହ ରୁଦ୍ଧ ହୋଇଅଛି ।
ଯିଶାଇୟ 24 : 11 (ORV)
ଦ୍ରାକ୍ଷାରସ ସକାଶେ ସଡ଼କରେ ଚିତ୍କାର ହୁଏ; ସବୁ ପ୍ରକାର ଆନନ୍ଦ ଅନ୍ଧକାରାଚ୍ଛନ୍ନ ହୋଇଅଛି, ଦେଶର ଆମୋଦ ଯାଇଅଛି ।
ଯିଶାଇୟ 24 : 12 (ORV)
ନଗରରେ ଧ୍ଵଂସତା ମାତ୍ର ଅବଶିଷ୍ଟ ଥାଏ ଓ ଦ୍ଵାର ଭଗ୍ନ ହୋଇ ବିନଷ୍ଟ ହୋଇଅଛି ।
ଯିଶାଇୟ 24 : 13 (ORV)
କାରଣ ଯେପରି ଜୀତବୃକ୍ଷ ଝାଡ଼ିବା ବେଳେ ହୁଏ ଓ ଦ୍ରାକ୍ଷାଫଳ ସଂଗ୍ରହ ଉତ୍ତାରେ ଯେପରି ଦ୍ରାକ୍ଷା ସାଉଁଟିବାର ହୁଏ, ସେପରି ପୃଥିବୀସ୍ଥ ଗୋଷ୍ଠୀୟମାନଙ୍କ ମଧ୍ୟରେ ଘଟିବ ।
ଯିଶାଇୟ 24 : 14 (ORV)
ଏମାନେ ଉଚ୍ଚ ରବ କରିବେ, ଏମାନେ ଆନନ୍ଦଧ୍ଵନି କରିବେ; ସଦାପ୍ରଭୁଙ୍କର ମହିମା ହେତୁରୁ ସେମାନେ ସମୁଦ୍ରରୁ ଉଚ୍ଚ ଧ୍ଵନି କରିବେ ।
ଯିଶାଇୟ 24 : 15 (ORV)
ଏହେତୁ ତୁମ୍ଭେମାନେ ପୂର୍ବଦେଶରେ ସଦାପ୍ରଭୁଙ୍କର, ଅର୍ଥାତ୍, ଇସ୍ରାଏଲର ପରମେଶ୍ଵର ସଦାପ୍ରଭୁଙ୍କ ନାମର ଗୌରବ ସମୁଦ୍ରର ଦ୍ଵୀପସମୂହରେ ପ୍ରକାଶ କର ।
ଯିଶାଇୟ 24 : 16 (ORV)
ଧାର୍ମିକମାନେ ଶୋଭା ପାଆନ୍ତି, ଏହି ଗାନ ଆମ୍ଭେମାନେ ପୃଥିବୀର ପ୍ରା; ସୀମାରୁ ଶୁଣିଅଛୁ । ମାତ୍ର ମୁଁ କହିଲି, ମୁଁ କ୍ଷୀଣ ହେଉଅଛି, ମୁଁ କ୍ଷୀଣ ହେଉଅଛି! ମୁଁ ସନ୍ତାପର ପାତ୍ର! ବିଶ୍ଵାସଘାତକମାନେ ବିଶ୍ଵାସ-ଘାତକତା କରିଅଛନ୍ତି; ହଁ, ବିଶ୍ଵାସଘାତକମାନେ ଅତିଶୟ ବିଶ୍ଵାସଘାତକତା କରିଅଛନ୍ତି ।
ଯିଶାଇୟ 24 : 17 (ORV)
ହେ ପୃଥିବୀନିବାସୀ ଲୋକ, ତୁମ୍ଭ ନିମନ୍ତେ ଭୟ, ଗର୍ତ୍ତ ଓ ଫାନ୍ଦ ପ୍ରସ୍ତୁତ ଅଛି ।
ଯିଶାଇୟ 24 : 18 (ORV)
ଆଉ, ଏପରି ଘଟିବ, କେହି ଯେବେ ଭୟର ଶଦ୍ଦରୁ ପଳାଏ, ସେ ଗର୍ତ୍ତରେ ପଡ଼ିବ; କେହି ଗର୍ତ୍ତ ମଧ୍ୟରୁ ଉଠି ଆସିଲେ, ସେ ଫାନ୍ଦରେ ଧରା ଯିବ; କାରଣ ଊର୍ଦ୍ଧ୍ଵସ୍ଥ ଝରକାସବୁ ମୁକ୍ତ ଅଛି ଓ ପୃଥିବୀର ମୂଳସବୁ କମ୍ପମାନ ହେଉଅଛି ।
ଯିଶାଇୟ 24 : 19 (ORV)
ପୃଥିବୀ ନିତା; ବିଦୀର୍ଣ୍ଣ ହେଉଅଛି, ପୃଥିବୀ ନିତା; ତରଳି ଯାଇଅଛି, ପୃଥିବୀ ଅତିଶୟ ବିଚଳିତ ହୋଇଅଛି ।
ଯିଶାଇୟ 24 : 20 (ORV)
ପୃଥିବୀ ମତ୍ତ ଲୋକ ପରି ଟଳଟଳ ହେବ ଓ କୁଡ଼ିଆ ଘର ପରି ଏଣେତେଣେ ଦୋହଲିବ; ଆଉ, ତାହାର ଅପରାଧ ତାହା ଉପରେ ଭାରୀ ହେବ, ତହିଁରେ ସେ ପଡ଼ିବ, ଆଉ ଉଠିବ ନାହିଁ ।
ଯିଶାଇୟ 24 : 21 (ORV)
ପୁଣି, ସେଦିନ ସଦାପ୍ରଭୁ ଊର୍ଦ୍ଧ୍ଵରେ ଊର୍ଦ୍ଧ୍ଵସ୍ଥମାନଙ୍କର ସୈନ୍ୟସାମନ୍ତକୁ ଓ ଭୂମଣ୍ତଳରେ ଭୂମଣ୍ତଳସ୍ଥ ରାଜଗଣକୁ ପ୍ରତିଫଳ ଦେବେ ।
ଯିଶାଇୟ 24 : 22 (ORV)
ତହିଁରେ ଯେପରି ବନ୍ଦୀମାନେ କୂପରେ ଏକତ୍ରୀକୃତ ହୁଅନ୍ତି, ସେପରି ସେମାନେ ଏକତ୍ରୀକୃତ ହୋଇ ବନ୍ଦୀଗୃହରେ ରୁଦ୍ଧ ହେବେ, ପୁଣି ଅନେକ ଦିନ ଉତ୍ତାରେ ସେମାନଙ୍କର ତତ୍ତ୍ଵାନୁସନ୍ଧାନ କରାଯିବ ।
ଯିଶାଇୟ 24 : 23 (ORV)
ସେତେବେଳେ ଚନ୍ଦ୍ର ଅପ୍ରସ୍ତୁତ ଓ ସୂର୍ଯ୍ୟ ଲଜ୍ଜିତ ହେବନ୍ତ କାରଣ ସୈନ୍ୟାଧିପତି ସଦାପ୍ରଭୁ ସିୟୋନ ପର୍ବତରେ ଓ ଯିରୂଶାଲମରେ ଓ ତାହାଙ୍କ ପ୍ରାଚୀନବର୍ଗର ସମ୍ମୁଖରେ ମହାପ୍ରତାପରେ ରାଜତ୍ଵ କରିବେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23

BG:

Opacity:

Color:


Size:


Font: