ଯିଶାଇୟ 13 : 1 (ORV)
ବାବିଲ ବିଷୟକ ଭାରୋକ୍ତି, ଆମୋସର ପୁତ୍ର ଯିଶାଇୟ ଏହି ଦର୍ଶନ ପାଇଲେ ।
ଯିଶାଇୟ 13 : 2 (ORV)
ତୁମ୍ଭେମାନେ ବୃକ୍ଷଶୂନ୍ୟ ପର୍ବତ ଉପରେ ଧ୍ଵଜା ଟେକ, ଲୋକମାନଙ୍କ ପ୍ରତି ରବ ଉଠାଅ, ହସ୍ତ ହଲାଅ,, ସେମାନେ ଅଧିପତିମାନଙ୍କର ନଗର-ଦ୍ଵାରରେ ପ୍ରବେଶ କରନ୍ତୁ ।
ଯିଶାଇୟ 13 : 3 (ORV)
ଆମ୍ଭେ ଆପଣା ପ୍ରତିଷ୍ଠିତ ଲୋକମାନଙ୍କୁ ଆଦେଶ କରିଅଛୁ, ହଁ, ଆମ୍ଭେ ଆପଣା କ୍ରୋଧ ସଫଳାର୍ଥେ ଆମ୍ଭର ବୀରମାନଙ୍କୁ, ଅର୍ଥାତ୍, ଆମ୍ଭର ଦର୍ପିତ ଉଲ୍ଲାସକାରୀ-ଗଣଙ୍କୁ ଆହ୍ଵାନ କରିଅଛୁ ।
ଯିଶାଇୟ 13 : 4 (ORV)
ପର୍ବତମାନରେ ମହାଜନତାର ନ୍ୟାୟ ଲୋକାରଣ୍ୟର ରବ ହେଉଅଛିଣ! ଏକତ୍ରୀକୃତ ଗୋଷ୍ଠୀୟମାନଙ୍କ ରାଜ୍ୟସମୂହର କଳରବ ହେଉଅଛି! ସୈନ୍ୟାଧିପତି ସଦାପ୍ରଭୁ ଯୁଦ୍ଧାର୍ଥେ ସେନା ସଂଗ୍ରହ କରୁଅଛନ୍ତି ।
ଯିଶାଇୟ 13 : 5 (ORV)
ସେମାନେ, ଅର୍ଥାତ୍, ସଦାପ୍ରଭୁ ଓ ତାହାଙ୍କ କ୍ରୋଧରୂପ ଅସ୍ତ୍ରସବୁ ସମୁଦାୟ ଦେଶ ଉଚ୍ଛିନ୍ନ କରିବା ନିମନ୍ତେ ଦୂର ଦେଶରୁ, ଆକାଶମଣ୍ତଳର ପ୍ରା; ଭାଗରୁ ଆସୁଅଛନ୍ତି ।
ଯିଶାଇୟ 13 : 6 (ORV)
ତୁମ୍ଭେମାନେ ହାହାକାର କର; କାରଣ ସଦାପ୍ରଭୁଙ୍କର ଦିନ ନିକଟବର୍ତ୍ତୀନ୍ତ ସର୍ବଶକ୍ତିମାନଙ୍କ ନିକଟରୁ ପ୍ରଳୟର ନ୍ୟାୟ ତାହା ଆସିବ ।
ଯିଶାଇୟ 13 : 7 (ORV)
ଏହେତୁ ସକଳ ହସ୍ତ ଦୁର୍ବଳ ହେବ ଓ ପ୍ରତ୍ୟେକ ମାନବ ହୃଦୟ ତରଳି ଯିବ;
ଯିଶାଇୟ 13 : 8 (ORV)
ପୁଣି, ସେମାନେ ବିହ୍ଵଳ ହେବେ; ଯନ୍ତ୍ରଣା ଓ ବେଦନା ସେମାନଙ୍କୁ ଆକ୍ରା; କରିବ; ସେମାନେ ପ୍ରସବକାରିଣୀ ସ୍ତ୍ରୀ ତୁଲ୍ୟ ବେଦନାଗ୍ରସ୍ତ ହେବେ; ସେମାନେ ଏକଆରେକର ବିଷୟରେ ଚମତ୍କୃତ ହେବେ; ସେମାନଙ୍କର ମୁଖ ଅଗ୍ନିଶିଖା ତୁଲ୍ୟ ହେବ ।
ଯିଶାଇୟ 13 : 9 (ORV)
ଦେଖ, ଦେଶ ଧ୍ଵଂସ କରିବାକୁ ଓ ତହିଁ ମଧ୍ୟରୁ ପାପୀମାନଙ୍କୁ ବିନାଶ କରିବାକୁ ସଦାପ୍ରଭୁଙ୍କର ଦିନ ଦାରୁଣ; କ୍ରୋଧ ଓ ପ୍ରଚଣ୍ତ କ୍ରୋଧ ସଂଯୁକ୍ତ ହୋଇ ଆସୁଅଛି ।
ଯିଶାଇୟ 13 : 10 (ORV)
କାରଣ ଆକାଶମଣ୍ତଳର ତାରାଗଣ ଓ ତହିଁର ନକ୍ଷତ୍ରଗଣ ଦୀପ୍ତି ଦେବେ ନାହିଁ; ସୂର୍ଯ୍ୟ ଆପଣା ଉଦୟ ସମୟରେ ଅନ୍ଧାରଗ୍ରସ୍ତ ହେବ ଓ ଚନ୍ଦ୍ର ଆପଣା ଜ୍ୟୋତ୍ସ୍ନା ପ୍ରକାଶ କରିବ ନାହିଁ ।
ଯିଶାଇୟ 13 : 11 (ORV)
ପୁଣି, ଆମ୍ଭେ ଜଗତକୁ ଦୁଷ୍ଟତା ସକାଶେ ଓ ଦୁଷ୍ଟମାନଙ୍କୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା ଓ ଆମ୍ଭେ ଅହଙ୍କାରୀମାନଙ୍କର ଦର୍ପ ନିବୃତ୍ତ କରାଇବା ଓ ଭୟଙ୍କର ଲୋକର ଗର୍ବ ଖର୍ବ କରିବା ।
ଯିଶାଇୟ 13 : 12 (ORV)
ଆମ୍ଭେ ଉତ୍ତମ ସୁବର୍ଣ୍ଣ ଅପେକ୍ଷା ମର୍ତ୍ତ୍ୟକୁ ଓ ଓଫୀରର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ମନୁଷ୍ୟକୁ ଦୁର୍ଲଭ କରିବା ।
ଯିଶାଇୟ 13 : 13 (ORV)
ଏହେତୁ ଆମ୍ଭେ ଆକାଶମଣ୍ତଳକୁ କମ୍ପାନ୍ଵିତ କରିବା, ଆଉ ସୈନ୍ୟାଧିପତି ସଦାପ୍ରଭୁଙ୍କ କୋପରେ ଓ ତାହାଙ୍କ ପ୍ରଚଣ୍ତ କ୍ରୋଧର ଦିନରେ ପୃଥିବୀ ଟଳି ସ୍ଵସ୍ଥାନଚ୍ୟୁତ ହେବ ।
ଯିଶାଇୟ 13 : 14 (ORV)
ତହିଁରେ ଏପରି ଘଟିବ ଯେ, ତାଡ଼ିତ ହରିଣର ନ୍ୟାୟ ଓ ଅରକ୍ଷକ ମେଷ ତୁଲ୍ୟ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ଗୋଷ୍ଠୀ ପ୍ରତି ଫେରିବେ ଓ ପ୍ରତ୍ୟେକେ ଆପଣା ଆପଣା ଦେଶ ଆଡ଼କୁ ପଳାୟନ କରିବେ ।
ଯିଶାଇୟ 13 : 15 (ORV)
ଯେ ପ୍ରତ୍ୟେକ ଲୋକର ଉଦ୍ଦେଶ୍ୟ ମିଳିବ, ସେ ଅସ୍ତ୍ରବିଦ୍ଧ ହେବ ଓ ଯେ ପ୍ରତ୍ୟେକ ଲୋକ ଧରା ଯିବ, ସେ ଖଡ଼୍‍ଗରେ ପତିତ ହେବ ।
ଯିଶାଇୟ 13 : 16 (ORV)
ସେମାନଙ୍କର ଶିଶୁଗଣ ମଧ୍ୟ ସେମାନଙ୍କ ଦୃଷ୍ଟିଗୋଚରରେ କଚଡ଼ା ଯିବେ; ସେମାନଙ୍କର ଗୃହ ଲୁଟିତ ହେବ ଓ ସେମାନଙ୍କର ଭାର୍ଯ୍ୟାମାନେ ବଳାତ୍କାରରେ ଭ୍ରଷ୍ଟ କରାଯିବେ ।
ଯିଶାଇୟ 13 : 17 (ORV)
ଦେଖ, ଆମ୍ଭେ ସେମାନଙ୍କ ପ୍ରତିକୂଳରେ ମାଦୀୟମାନଙ୍କୁ ଉତ୍ତେଜିତ କରିବା, ସେମାନେ ରୂପାକୁ ଅନାଇବେ ନାହିଁ ଓ ସୁନାରେ ସେମାନେ ତୁଷ୍ଟ ହେବେ ନାହିଁ ।
ଯିଶାଇୟ 13 : 18 (ORV)
ସେମାନଙ୍କର ଧନୁ ଯୁବକମାନଙ୍କୁ କଚାଡ଼ି ପକାଇବ ଓ ସେମାନେ ଗର୍ଭର ଫଳ ପ୍ରତି କିଛି ଦୟା କରିବେ ନାହିଁ, ବାଳକଗଣ ପ୍ରତି ସେମାନଙ୍କର କୃପାଦୃଷ୍ଟି ହେବ ନାହିଁ ।
ଯିଶାଇୟ 13 : 19 (ORV)
ପୁଣି, ରାଜ୍ୟସମୂହର ଗୌରବ ସ୍ଵରୂପ ଓ କଲଦୀୟମାନଙ୍କ ଦର୍ପର ଲାବଣ୍ୟ ସ୍ଵରୂପ ଯେ ବାବିଲ, ତାହା ପରମେଶ୍ଵରଙ୍କ ଦ୍ଵାରା ଉତ୍ପାଟିତ ସଦୋମ ଓ ହମୋରାର ତୁଲ୍ୟ ହେବ।
ଯିଶାଇୟ 13 : 20 (ORV)
ତାହା କଦାଚ ବସତିସ୍ଥାନ ନୋହିବ, ପୁରୁଷ ପୁରୁଷାନୁକ୍ରମେ କେହି ତହିଁରେ ବାସ କରିବେ ନାହିଁ; ଆରବୀୟ ଲୋକେ ସେଠାରେ ତମ୍ଵୁ ପକାଇବେ ନାହିଁ, କିଅବା ମେଷପାଳକମାନେ ଆପଣା ଆପଣା ପଲ ସେଠାରେ ଶୁଆଇବେ ନାହିଁ ।
ଯିଶାଇୟ 13 : 21 (ORV)
ମାତ୍ର ବନ୍ୟ ପଶୁମାନେ ସେସ୍ଥାନରେ ଶୟନ କରିବେ ଓ ସେମାନଙ୍କର ଗୃହ ଚିତ୍କାରକାରୀ ଜନ୍ତୁରେ ପରିପୂର୍ଣ୍ଣ ହେବ; ଉଷ୍ଟ୍ରପକ୍ଷୀ ସେଠାରେ ବାସ କରିବେ ଓ ଛାଗମାନେ ସେଠାରେ ନୃତ୍ୟ କରିବେ ।
ଯିଶାଇୟ 13 : 22 (ORV)
ପୁଣି, କେନ୍ଦୁଆମାନେ ସେମାନଙ୍କ ଅଟ୍ଟାଳିକାରେ ଓ ଶୃଗାଳମାନେ ସେମାନଙ୍କ ମନୋରମ ପ୍ରାସାଦରେ ବୋବାଇବେ; ତାହାର କାଳ ନିକଟବର୍ତ୍ତୀ ଓ ତାହାର ଦିନସବୁ ଦୀର୍ଘ ହେବ ନାହିଁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22

BG:

Opacity:

Color:


Size:


Font: