ଉପଦେଶକ 4 : 1 (ORV)
ଏଉତ୍ତାରେ ମୁଁ ଫେରି ସୂର୍ଯ୍ୟ ତଳେ କୃତ ଉପଦ୍ରବସବୁ ଦେଖିଲି; ଆଉ ଦେଖ, ଉପଦ୍ରବପ୍ରାପ୍ତଣଲୋକମାନଙ୍କର ଅଶ୍ରୁପାତ ହୁଏ ଓ ସେମାନଙ୍କର ସାନ୍ତ୍ଵନାକାରୀ କେହି ନାହିଁ; ପୁଣି, ସେମାନଙ୍କ ଉପଦ୍ରବକାରୀମାନଙ୍କ ପକ୍ଷରେ ପରାକ୍ରମ ଅଛି, ମାତ୍ର ଉପଦ୍ରବପ୍ରାପ୍ତ ଲୋକମାନଙ୍କର ସାନ୍ତ୍ଵନାକାରୀ କେହି ନାହିଁ ।
ଉପଦେଶକ 4 : 2 (ORV)
ଏହେତୁ ମୁଁ ବର୍ତ୍ତମାନ ଜୀବିତ ଲୋକମାନଙ୍କ ଅପେକ୍ଷା ଏଥି ପୂର୍ବରୁ ମୃତମାନଙ୍କର ଅଧିକ ପ୍ରଶଂସା କଲି;
ଉପଦେଶକ 4 : 3 (ORV)
ମାତ୍ର ଯେଉଁ ଲୋକ ଆଜି ପର୍ଯ୍ୟନ୍ତ ଜନ୍ମି ନାହିଁ ଓ ସୂର୍ଯ୍ୟ ତଳେ କୃତ ମନ୍ଦ କର୍ମ ଦେଖି ନାହିଁ, ତାହାକୁ ମୁଁ ସେହି ଉଭୟଙ୍କ ଅପେକ୍ଷା ଅଧିକ ଉତ୍ତମ ଜ୍ଞାନ କଲି ।
ଉପଦେଶକ 4 : 4 (ORV)
ତହୁଁ ମୁଁ ସମସ୍ତ ପରିଶ୍ରମ ଓ ପ୍ରତ୍ୟେକ ଦକ୍ଷ କାର୍ଯ୍ୟ ଦେଖିଲି ଯେ, ତହିଁ ସକାଶୁ ମନୁଷ୍ୟ ଆପଣା ପ୍ରତିବାସୀର ଈର୍ଷାପାତ୍ର ହୁଏ । ଏହା ହିଁ ଅସାର ଓ ବାୟୁର ପଶ୍ଚାଦ୍ଧାବନମାତ୍ର ।
ଉପଦେଶକ 4 : 5 (ORV)
ମୂର୍ଖ ଆପଣା ହସ୍ତ ଏକତ୍ର ମୁଠା କରି ଆପଣା ମାଂସ ଭୋଜନ କରେ ।
ଉପଦେଶକ 4 : 6 (ORV)
ପରିଶ୍ରମ ଓ ବାୟୁର ପଶ୍ଚାଦ୍ଧାବନ ସହିତ ଦୁଇ ମୁଠି ଅପେକ୍ଷା ଶାନ୍ତି ସହିତ ଏକ ମୁଠି ଭଲ ।
ଉପଦେଶକ 4 : 7 (ORV)
ତେବେ ମୁଁ ଫେରି ସୂର୍ଯ୍ୟ ତଳେ ଅସାରତା ଦେଖିଲି ।
ଉପଦେଶକ 4 : 8 (ORV)
କୌଣସି ଲୋକ ଏକାକୀ ଥାଏ ଓ ତାହାର ଦ୍ଵିତୀୟ କେହି ନାହିଁ; କିଅବା ତାହାର ପୁତ୍ର କି ଭ୍ରାତା ନାହିଁ; ତଥାପି ତାହାର ସମସ୍ତ ପରିଶ୍ରମର ସୀମା ନାହିଁ, ଅଥବା ଧନରେ ତାହାର ଚକ୍ଷୁ ତୃପ୍ତ ନୁହେଁ । ସେ କହେ, ତେବେ ମୁଁ କାହା ପାଇଁ ପରିଶ୍ରମ କରୁଅଛି ଓ ଆପଣା ପ୍ରାଣକୁ ମଙ୍ଗଳରୁ ବଞ୍ଚିତ କରିଅଛିମ? ଏହା ହିଁ ଅସାର ଓ ଅତ୍ୟ; କ୍ଳେଶଜନକ ।
ଉପଦେଶକ 4 : 9 (ORV)
ଏକ ଜଣରୁ ଦୁଇ ଜଣ ଭଲ, କାରଣ ସେମାନେ ଆପଣା ଆପଣା ପରିଶ୍ରମର ଉତ୍ତମ ଫଳ ପ୍ରାପ୍ତ ହୁଅନ୍ତି ।
ଉପଦେଶକ 4 : 10 (ORV)
ସେମାନେ ପଡ଼ିଲେ, ଜଣେ ଆପଣା ସଙ୍ଗୀକି ଉଠାଇବ; ମାତ୍ର ଯେ ପଡ଼ିବା ବେଳେ ଏକାକୀ ଥାଏ ଓ ଯାହାକୁ ଉଠାଇବା ପାଇଁ ଅନ୍ୟ ନ ଥାଏ, ସେ ସନ୍ତାପର ପାତ୍ର ।
ଉପଦେଶକ 4 : 11 (ORV)
ଆହୁରି, ଦୁଇ ଜଣ ଏକତ୍ର ଶୟନ କଲେ ଉଷ୍ଣ ହୁଅନ୍ତି; ମାତ୍ର ଜଣେ କିରୂପେ ଏକାକୀ ଉଷ୍ଣ ହୋଇପାରେ?
ଉପଦେଶକ 4 : 12 (ORV)
ଯେବେ କେହି ଏକାକୀ ଥିବା ଲୋକକୁ ପରାସ୍ତ କରେ, ତେବେ ଦୁଇ ଜଣ ତାହାର ପ୍ରତିବାଧା କରିବେ; ପୁଣି, ତ୍ରିଗୁଣ ରଜ୍ଜୁ ଶୀଘ୍ର ଛିଣ୍ତି ଯାଏ ନାହିଁ ।
ଉପଦେଶକ 4 : 13 (ORV)
ଯେଉଁ ବୃଦ୍ଧ ଓ ନିର୍ବୋଧ ରାଜା ଆଉ କୌଣସି ପରାମର୍ଶ ଗ୍ରହଣ କରିବାକୁ ଜାଣେ ନାହିଁ, ତାହା ଅପେକ୍ଷା ଦରିଦ୍ର ଓ ଜ୍ଞାନବାନ ଯୁବା ଲୋକ ଭଲ ।
ଉପଦେଶକ 4 : 14 (ORV)
କାରଣ ସେ ରାଜା ହେବା ପାଇଁ କାରାଗାରରୁ ବାହାର ହୋଇ ଆସିଲା; ଆହୁରି, ସେ ତାହାର ରାଜ୍ୟରେ ଦରିଦ୍ର ହୋଇ ଜନ୍ମିଥିଲା ।
ଉପଦେଶକ 4 : 15 (ORV)
ମୁଁ ସୂର୍ଯ୍ୟ ତଳେ ଗମନକାରୀ ସମସ୍ତ ପ୍ରାଣୀଙ୍କି ଦେଖିଲି ଯେ, ସେମାନେ ସେହି ଯୁବାର, ଯେଉଁ ଦ୍ଵିତୀୟ ବ୍ୟକ୍ତି ଏହାର ସ୍ଥାନରେ ଉଠିଲା, ତାହାର ସଙ୍ଗୀ ।
ଉପଦେଶକ 4 : 16 (ORV)
ସେ ଯେଉଁମାନଙ୍କର ଅଧ୍ୟକ୍ଷ ହେଲା, ସେହି ଲୋକମାନେ ଅସଂଖ୍ୟ; ତଥାପି ଉତ୍ତରକାଳୀନ ଲୋକମାନେ ତାହାଠାରେ ଆନନ୍ଦ କରିବେ ନାହିଁ । ନିଶ୍ଚୟ ଏହା ହିଁ ଅସାର ଓ ବାୟୁର ପଶ୍ଚାଦ୍ଧାବନମାତ୍ର ।

1 2 3 4 5 6 7 8 9 10 11 12 13 14 15 16

BG:

Opacity:

Color:


Size:


Font: