ହିତୋପଦେଶ 8 : 1 (ORV)
ଜ୍ଞାନ କʼଣ ଡାକେ ନାହିଁ? ବୁଦ୍ଧି କʼଣ ଉଚ୍ଚସ୍ଵର କରେ ନାହିଁ?
ହିତୋପଦେଶ 8 : 2 (ORV)
ସେ ପଥପାର୍ଶ୍ଵସ୍ଥ ଉଚ୍ଚସ୍ଥାନ ମୁଣ୍ତରେ, ବାଟସବୁର ସଂଯୋଗ ସ୍ଥାନରେ ଠିଆ ହୁଏ ।
ହିତୋପଦେଶ 8 : 3 (ORV)
ସେ ନଗର-ଦ୍ଵାର ନିକଟରେ, ନଗରର ପ୍ରବେଶ-ଦ୍ଵାରରେ, ଦ୍ଵାରର ପ୍ରବେଶ-ସ୍ଥାନରେ ଥାଇ ଉଚ୍ଚସ୍ଵରେ ଡାକି କହେ,
ହିତୋପଦେଶ 8 : 4 (ORV)
ହେ ମନୁଷ୍ୟଗଣ, ମୁଁ ତୁମ୍ଭମାନଙ୍କୁ ଡାକୁଅଛି; ପୁଣି, ମନୁଷ୍ୟ-ସନ୍ତାନଗଣ ପ୍ରତି ମୋହର ରବ ଅଛି ।
ହିତୋପଦେଶ 8 : 5 (ORV)
ହେ ନିର୍ବୋଧ ଲୋକେ, ସତର୍କତାର କଥା ବୁଝ; ହେ ମୂର୍ଖ ଲୋକେ, ତୁମ୍ଭେମାନେ ସୁବିବେକୀମନା ହୁଅ ।
ହିତୋପଦେଶ 8 : 6 (ORV)
ଶୁଣ, ଯେହେତୁ ମୁଁ ଉତ୍କୃଷ୍ଟ ବିଷୟ କହିବି; ମୁଁ ଓଷ୍ଠାଧର ଫିଟାଇ ଯଥାର୍ଥ କଥା କହିବି ।
ହିତୋପଦେଶ 8 : 7 (ORV)
ଯେହେତୁ ମୋହର ମୁଖ ସତ୍ୟ କହିବ, ଦୁଷ୍ଟତା ମୋʼ ଓଷ୍ଠାଧରର ଘୃଣାର ବିଷୟ ।
ହିତୋପଦେଶ 8 : 8 (ORV)
ମୋʼ ମୁଖର ସମସ୍ତ କଥା ଧର୍ମମୟ; ତହିଁ ମଧ୍ୟରେ ବକ୍ର କି କୁଟିଳ କିଛି ନାହିଁ ।
ହିତୋପଦେଶ 8 : 9 (ORV)
ଯେ ତାହା ବୁଝେ, ତାହା ପ୍ରତି ସେସବୁ ସ୍ପଷ୍ଟ; ପୁଣି, ବିଦ୍ୟାପ୍ରାପ୍ତ ଲୋକଙ୍କ ପ୍ରତି ତାହା ଯଥାର୍ଥ ଅଟେ ।
ହିତୋପଦେଶ 8 : 10 (ORV)
ରୂପା ଅପେକ୍ଷା ମୋହର ଉପଦେଶ ଏବଂ ମନୋନୀତ ସୁବର୍ଣ୍ଣ ଅପେକ୍ଷା ଜ୍ଞାନ ଗ୍ରହଣ କର ।
ହିତୋପଦେଶ 8 : 11 (ORV)
ଯେହେତୁ ଜ୍ଞାନ ମୁକ୍ତାଠାରୁ ଉତ୍ତମ ଓ ସମସ୍ତ ଇଷ୍ଟବସ୍ତୁ ତାହା ସଙ୍ଗେ ତୁଲ୍ୟ ହେବାକୁ ଯୋଗ୍ୟ ନୁହେଁ ।
ହିତୋପଦେଶ 8 : 12 (ORV)
ମୁଁ ପ୍ରଜ୍ଞା, ସତର୍କତାକୁ ଆପଣା ବାସସ୍ଥାନ କରିଅଛି, ପୁଣି ଜ୍ଞାନ ଓ ପରିଣାମଦର୍ଶିତା ପାଇଥାଏ ।
ହିତୋପଦେଶ 8 : 13 (ORV)
ସଦାପ୍ରଭୁଙ୍କ ବିଷୟକ ଭୟ, ମନ୍ଦତା ପ୍ରତି ଘୃଣା; ଅହଙ୍କାର ଓ ଦାମ୍ଭିକତା ଓ କୁପଥ ଏବଂ କୁଟିଳମୁଖ ମୁଁ ଘୃଣା କରେ ।
ହିତୋପଦେଶ 8 : 14 (ORV)
ମନ୍ତ୍ରଣା ଓ ତତ୍ତ୍ଵଜ୍ଞାନ ମୋʼଠାରେ ଥାଏ; ମୁଁ ହିଁ ସୁବିବେଚନା; ମୋʼଠାରେ ବଳ ଅଛି ।
ହିତୋପଦେଶ 8 : 15 (ORV)
ମୋʼ ଦ୍ଵାରା ରାଜାମାନେ ରାଜତ୍ଵ କରନ୍ତି ଓ ଭୂପତିମାନେ ଯଥାର୍ଥ ବିଚାର କରନ୍ତି ।
ହିତୋପଦେଶ 8 : 16 (ORV)
ମୋʼ ଦ୍ଵାରା ଅଧିପତିମାନେ ଓ କୁଳୀନମାନେ ଓ ପୃଥିବୀର ସମସ୍ତ ବିଚାରକର୍ତ୍ତୃଗଣ ଶାସନ କରନ୍ତି ।
ହିତୋପଦେଶ 8 : 17 (ORV)
ଯେଉଁମାନେ ମୋତେ ପ୍ରେମ କରନ୍ତି, ମୁଁ ସେମାନଙ୍କୁ ପ୍ରେମ କରେ, ପୁଣି ଯେଉଁମାନେ ଯନିରେ ମୋହର ଅନ୍ଵେଷଣ କରନ୍ତି, ସେମାନେ ମୋତେ ପାଇବେ ।
ହିତୋପଦେଶ 8 : 18 (ORV)
ମୋʼଠାରେ ଧନ ଓ ସମ୍ଭ୍ରମ, ପୁଣି ଅକ୍ଷୟ ସମ୍ପତ୍ତି ଓ ଧାର୍ମିକତା ଅଛି ।
ହିତୋପଦେଶ 8 : 19 (ORV)
ମୋହର ଫଳ ସୁବର୍ଣ୍ଣ, ହଁ, ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉତ୍ତମ; ପୁଣି, ମୋହର ଆୟ ଉତ୍କୃଷ୍ଟ ରୂପା ଅପେକ୍ଷା ଭଲ ।
ହିତୋପଦେଶ 8 : 20 (ORV)
ମୁଁ ଧାର୍ମିକତାର ମାର୍ଗରେ, ବିଚାରର ପଥ ମଧ୍ୟରେ ଗମନ କରେ,
ହିତୋପଦେଶ 8 : 21 (ORV)
ଆଉ ଯେଉଁମାନେ ମୋତେ ପ୍ରେମ କରନ୍ତି, ସେମାନଙ୍କୁ ସାରା ସମ୍ପତ୍ତିର ଅଧିକାରୀ କରେ ଓ ସେମାନଙ୍କ ଭଣ୍ତାର ପରିପୂର୍ଣ୍ଣ କରେ;
ହିତୋପଦେଶ 8 : 22 (ORV)
ସଦାପ୍ରଭୁ ନିଜ ଗତିର ଆରମ୍ଭରେ, ତାହାଙ୍କ କର୍ମସକଳର ପୂର୍ବରେ ମୋତେ ଅଧିକାର କରିଥିଲେ ।
ହିତୋପଦେଶ 8 : 23 (ORV)
ଅନାଦିକାଳରୁ ଅବା ଆଦ୍ୟକାଳଠାରୁ ଅବା ପୃଥିବୀର ମୂଳସ୍ଥାପନର ପୂର୍ବରୁ ମୁଁ ସ୍ଥାପିତ ଅଛି ।
ହିତୋପଦେଶ 8 : 24 (ORV)
ବାରିଧିସକଳ ନ ଥିବା ସମୟରେ, ନିର୍ଝରସକଳ ଜଳପୂର୍ଣ୍ଣ ନ ଥିବା ସମୟରେ ମୁଁ ଜନ୍ମିଅଛି;
ହିତୋପଦେଶ 8 : 25 (ORV)
ପୁଣି, ପର୍ବତଗଣ ଓ ଉପପର୍ବତଗଣ ସ୍ଥାପିତ ହେବା ପୂର୍ବରେ ମୁଁ ଜନ୍ମ ପାଇଅଛି;
ହିତୋପଦେଶ 8 : 26 (ORV)
ସେସମୟରେ ଭୂମି, କି ପ୍ରାନ୍ତର, କି ଜଗତସ୍ଥ ଧୂଳିର ଅଗ୍ରିମାଂଶ ସେ ସୃଷ୍ଟି କରି ନ ଥିଲେ ।
ହିତୋପଦେଶ 8 : 27 (ORV)
ଯେଉଁ ସମୟରେ ସେ ଆକାଶମଣ୍ତଳ ସ୍ଥାପନ କଲେ, ସେସମୟରେ ମୁଁ ସେଠାରେ ଥିଲି, ଯେଉଁ ସମୟରେ ସେ ବାରିଧି ଉପରେ ଚକ୍ରାକାର ସୀମା ନିରୂପଣ କଲେ,
ହିତୋପଦେଶ 8 : 28 (ORV)
ପୁଣି ଉପରିସ୍ଥ ଆକାଶମଣ୍ତଳକୁ ଦୃଢ଼ କଲେ ଓ ବାରିଧିର ପ୍ରବାହସକଳ ପ୍ରବଳ ହେଲା;
ହିତୋପଦେଶ 8 : 29 (ORV)
ଜଳସମୂହ ଯେପରି ତାହାଙ୍କ ଆଜ୍ଞା ଲଙ୍ଘନ କରି ନ ପାରେ, ଏଥିପାଇଁ ଯେଉଁ ସମୟରେ ସେ ସମୁଦ୍ରର ସୀମା ନିରୂପଣ କଲେ ଓ ଯେଉଁ ସମୟରେ ଜଗତର ମୂଳଦୁଆ ଚିହ୍ନିତ କଲେ;
ହିତୋପଦେଶ 8 : 30 (ORV)
ସେହି ସମୟରେ ମୁଁ ତାହାଙ୍କ ନିକଟରେ କର୍ମକର୍ତ୍ତା ଥିଲି; ପୁଣି, ମୁଁ ପ୍ରତିଦିନ ଆନନ୍ଦଦାୟୀ ହୋଇ ତାହାଙ୍କ ସମ୍ମୁଖରେ ସର୍ବଦା ଆନନ୍ଦ କଲି ।
ହିତୋପଦେଶ 8 : 31 (ORV)
ପୁଣି, ତାହାଙ୍କ ଭୂମଣ୍ତଳରେ ଆନନ୍ଦ କଲି ଓ ମନୁଷ୍ୟ ସନ୍ତାନଗଣ ସଙ୍ଗରେ ମୋହର ଆମୋଦ ଥିଲା ।
ହିତୋପଦେଶ 8 : 32 (ORV)
ଏନିମନ୍ତେ ହେ ମୋହର ପୁତ୍ରମାନେ, ମୋହର ବାକ୍ୟ ଶୁଣ, ଯେହେତୁ ଯେଉଁମାନେ ମୋହର ପଥ ଧରନ୍ତି, ସେମାନେ ଧନ୍ୟ ।
ହିତୋପଦେଶ 8 : 33 (ORV)
ଉପଦେଶ ଶୁଣି ଜ୍ଞାନବାନ ହୁଅ; ପୁଣି, ତାହା ଅଗ୍ରାହ୍ୟ କର ନାହିଁ ।
ହିତୋପଦେଶ 8 : 34 (ORV)
ଯେ ମୋʼ କଥା ଶୁଣେ ଓ ମୋʼ ଦ୍ଵାର ନିକଟରେ ନିତ୍ୟ ଜଗି ରହେ, ମୋʼ ଦ୍ଵାରର ଚୌକାଠ ନିକଟରେ ଅନୁସରଣ କରେ, ସେହି ଲୋକ ଧନ୍ୟ ।
ହିତୋପଦେଶ 8 : 35 (ORV)
ଯେହେତୁ ଯେ ମୋତେ ପାଏ, ସେ ଜୀବନ ପାଏ ଏବଂ ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାପ୍ତ ହେବ ।
ହିତୋପଦେଶ 8 : 36 (ORV)
ମାତ୍ର ଯେ ମୋʼ ବିରୁଦ୍ଧରେ ପାପ କରେ, ସେ ଆପଣା ପ୍ରାଣର କ୍ଷତି କରେ; ଯେସମସ୍ତ ଲୋକ ମୋତେ ଘୃଣା କରନ୍ତି, ସେମାନେ ମୃତ୍ୟୁକୁ ଭଲ ପାଆନ୍ତି ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36

BG:

Opacity:

Color:


Size:


Font: