ହିତୋପଦେଶ 31 : 1 (ORV)
ଲମୂୟେଲ ରାଜାର କଥା; ଅର୍ଥାତ୍, ତାହାର ମାତା ତାହାକୁ ଯାହା ଶିଖାଇଥିଲା, ସେହି ଭାରୋକ୍ତି ।
ହିତୋପଦେଶ 31 : 2 (ORV)
ହେ ମୋହର ପୁତ୍ର, ହେ ମୋʼ ଗର୍ଭର ପୁତ୍ର, ହେ ମୋʼ ମାନତର ପୁତ୍ର, କଅଣ କହିବି?
ହିତୋପଦେଶ 31 : 3 (ORV)
ତୁମ୍ଭେ ସ୍ତ୍ରୀଲୋକଙ୍କୁ ଆପଣା ବଳ ଦିଅ ନାହିଁ, ଅବା ରାଜାମାନେ ଯହିଁରେ ବିନଷ୍ଟ ହୁଅନ୍ତି, ତହିଁରେ ଗତି କର ନାହିଁ ।
ହିତୋପଦେଶ 31 : 4 (ORV)
ହେ ଲମୂୟେଲ, ରାଜାମାନଙ୍କର ଦ୍ରାକ୍ଷାରସ ପାନ କରିବା ଉଚିତ ନୁହେଁ, ରାଜାମାନଙ୍କର ଉଚିତ ନୁହେଁ; କିଅବା ମଦ୍ୟ କାହିଁ ବୋଲି କହିବା ଭୂପତିମାନଙ୍କର ଉଚିତ ନୁହେଁ ।
ହିତୋପଦେଶ 31 : 5 (ORV)
ସେମାନେ ପାନ କଲେ, ବ୍ୟବସ୍ଥା ପାସୋରି ଦୁଃଖୀସନ୍ତାନ ସମସ୍ତଙ୍କର ବିଚାର ବିପରୀତ କରିବେ।
ହିତୋପଦେଶ 31 : 6 (ORV)
ମୃତକଳ୍ପ ଲୋକକୁ ମଦ୍ୟ ଦିଅ ଓ ତିକ୍ତମନା ଲୋକକୁ ଦ୍ରାକ୍ଷାରସ ଦିଅ ।
ହିତୋପଦେଶ 31 : 7 (ORV)
ସେ ଲୋକ ପାନ କରି ଆପଣା ଦରିଦ୍ରତା ପାସୋରୁ ଓ ଆପଣା କ୍ଳେଶ ଆଉ ମନରେ ନ କରୁ ।
ହିତୋପଦେଶ 31 : 8 (ORV)
ଘୁଙ୍ଗା ଲୋକଙ୍କ ପକ୍ଷରେ, ସମସ୍ତ ଅନାଥଙ୍କ ପକ୍ଷରେ, ଆପଣା ମୁଖ ଫିଟାଅ ।
ହିତୋପଦେଶ 31 : 9 (ORV)
ମୁଖ ଫିଟାଇ ଯଥାର୍ଥ ବିଚାର କର, ପୁଣି ଦୁଃଖୀ ଓ ଦରିଦ୍ରମାନଙ୍କର ସୁବିଚାର କର।
ହିତୋପଦେଶ 31 : 10 (ORV)
ଗୁଣବତୀ ସ୍ତ୍ରୀ କିଏ ପାଇପାରେ? ମୁକ୍ତାଠାରୁ ହିଁ ତାହାର ମୂଲ୍ୟ ଅଧିକ ।
ହିତୋପଦେଶ 31 : 11 (ORV)
ତାହାର ସ୍ଵାମୀର ହୃଦୟ ତାହାଠାରେ ନିର୍ଭର କରେ, ପୁଣି ତାହାର ଲାଭର ଅଭାବ ହୁଏ ନାହିଁ ।
ହିତୋପଦେଶ 31 : 12 (ORV)
ସେ ଜୀବନଯାଏ ସ୍ଵାମୀର କ୍ଷତି ନ କରି ମଙ୍ଗଳ କରେ ।
ହିତୋପଦେଶ 31 : 13 (ORV)
ସେ ମେଷଲୋମ ଓ ମସିନା ଖୋଜି ସନ୍ତୋଷରେ ଆପଣା ହସ୍ତରେ କର୍ମ କରେ ।
ହିତୋପଦେଶ 31 : 14 (ORV)
ସେ ବାଣିଜ୍ୟ-ଜାହାଜ ତୁଲ୍ୟ; ସେ ଦୂରରୁ ଆପଣା ଆହାର ଆଣେ ।
ହିତୋପଦେଶ 31 : 15 (ORV)
ମଧ୍ୟ ସେ ରାତ୍ରି ଥାଉ ଥାଉ ଉଠେ ଓ ଆପଣା ପରିଜନ ସମସ୍ତଙ୍କୁ ଖାଦ୍ୟ ଓ ଦାସୀଗଣଙ୍କୁ ନିରୂପିତ କର୍ମ ଦିଏ ।
ହିତୋପଦେଶ 31 : 16 (ORV)
ସେ କ୍ଷେତ୍ରର ବିଷୟ ବୁଝି ତାହା କିଣେ, ସେ ଆପଣା ହସ୍ତର ଫଳ ଦେଇ ଦ୍ରାକ୍ଷାକ୍ଷେତ୍ର ରୋପଣ କରେ ।
ହିତୋପଦେଶ 31 : 17 (ORV)
ସେ ବଳରେ ଆପଣା ଅଣ୍ଟା ବାନ୍ଧେ ଓ ଆପଣା ବାହୁ ବଳବାନ କରେ ।
ହିତୋପଦେଶ 31 : 18 (ORV)
ଆପଣା ବ୍ୟାପାର ଯେ ଲାଭଜନକ, ଏହା ସେ ବୁଝେ; ପୁଣି, ରାତ୍ରିକାଳରେ ତାହାର ପ୍ରଦୀପ ଲିଭିଯାଏ ନାହିଁ ।
ହିତୋପଦେଶ 31 : 19 (ORV)
ସେ ଚରଖାକୁ ହାତ ବଢ଼ାଏ, ପୁଣି ତାହାର ହସ୍ତ ତାକୁଡ଼ି ଧରେ ।
ହିତୋପଦେଶ 31 : 20 (ORV)
ସେ ଦୁଃଖୀ ଲୋକମାନଙ୍କ ପ୍ରତି ମୁକ୍ତହସ୍ତା ହୁଏ ଓ ଦରିଦ୍ରମାନଙ୍କ ପ୍ରତି ଆପଣା ହାତ ବଢ଼ାଏ ।
ହିତୋପଦେଶ 31 : 21 (ORV)
ସେ ହିମ ଲାଗି ଆପଣା ପରିବାର ବିଷୟରେ ଭୟ କରେ ନାହିଁ; ଯେହେତୁ ତାହାର ସମସ୍ତ ପରିବାର ସିନ୍ଦୂରବର୍ଣ୍ଣ ବସ୍ତ୍ର ପିନ୍ଧନ୍ତି ।
ହିତୋପଦେଶ 31 : 22 (ORV)
ସେ ଆପଣା ନିମନ୍ତେ ଚିତ୍ରବିଚିତ୍ର ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କରେ, ପୁଣି ସେ ଶୁଭ୍ର କ୍ଷୌମବସ୍ତ୍ର ଓ ଧୂମ୍ରବର୍ଣ୍ଣ ବସ୍ତ୍ର ପିନ୍ଧେ ।
ହିତୋପଦେଶ 31 : 23 (ORV)
ତାହାର ସ୍ଵାମୀ ଦେଶୀୟ ପ୍ରାଚୀନମାନଙ୍କ ସଙ୍ଗେ ନଗର-ଦ୍ଵାରରେ ବସିବା ବେଳେ ଚିହ୍ନାଯାଏ ।
ହିତୋପଦେଶ 31 : 24 (ORV)
ସେ ସୂକ୍ଷ୍ମବସ୍ତ୍ର ପ୍ରସ୍ତୁତ କରି ବିକ୍ରୟ କରେ, ପୁଣି ବଣିକମାନଙ୍କ ହସ୍ତରେ କଟିବନ୍ଧନ ସମର୍ପଣ କରେ ।
ହିତୋପଦେଶ 31 : 25 (ORV)
ବଳ ଓ ଶୋଭା ତାହାର ବସ୍ତ୍ର ସ୍ଵରୂପ; ପୁଣି, ଭବିଷ୍ୟତକାଳ ବିଷୟରେ ସେ ହାସ୍ୟ କରେ ।
ହିତୋପଦେଶ 31 : 26 (ORV)
ସେ ଜ୍ଞାନରେ ଆପଣା ମୁଖ ଫିଟାଏ; ତାହାର ଜିହ୍ଵାରେ ଦୟାର ବ୍ୟବସ୍ଥା ଥାଏ ।
ହିତୋପଦେଶ 31 : 27 (ORV)
ସେ ଆପଣା ପରିବାରର ଆଚରଣରେ ମନୋ-ଯୋଗ କରେ, ପୁଣି ଆଳସ୍ୟର ଆହାର ଖାଏ ନାହିଁ ।
ହିତୋପଦେଶ 31 : 28 (ORV)
ତାହାର ସନ୍ତାନମାନେ ଉଠି ତାହାକୁ ଧନ୍ୟ ଧନ୍ୟ କହନ୍ତି ଓ ତାହାର ସ୍ଵାମୀ ହିଁ ତାହାକୁ (ଏରୂପ) ପ୍ରଶଂସା କରେ;
ହିତୋପଦେଶ 31 : 29 (ORV)
ଅନେକ କନ୍ୟା ଗୁଣ ଦେଖାଇ ଅଛନ୍ତି, ମାତ୍ର ତୁମ୍ଭେ ସେସମସ୍ତଙ୍କ ଅପେକ୍ଷା ଶ୍ରେଷ୍ଠ ।
ହିତୋପଦେଶ 31 : 30 (ORV)
ଲାବଣ୍ୟ ପ୍ରବଞ୍ଚନାଜନକ ଓ ସୌନ୍ଦର୍ଯ୍ୟ ଅସାର; ମାତ୍ର ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ, ସେ ପ୍ରଶଂସିତା ହେବ ।
ହିତୋପଦେଶ 31 : 31 (ORV)
ତାହାର ହାତର ଫଳ ତାହାକୁ ଦିଅ, ପୁଣି ତାହାର ନିଜ କର୍ମ ନଗର-ଦ୍ଵାରରେ ତାହାର ପ୍ରଶଂସା କରୁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31

BG:

Opacity:

Color:


Size:


Font: