ହିତୋପଦେଶ 3 : 1 (ORV)
ହେ ମୋହର ପୁତ୍ର, ତୁମ୍ଭେ ମୋହର ବ୍ୟବସ୍ଥା ପାସୋର ନାହିଁ; ମାତ୍ର ତୁମ୍ଭର ହୃଦୟ ମୋହର ଆଜ୍ଞାସବୁ ପାଳନ କରୁ ।
ହିତୋପଦେଶ 3 : 2 (ORV)
ଯେହେତୁ ତଦ୍ଦ୍ଵାରା ପରମାୟୁର ଦୀର୍ଘତା ଓ ଜୀବନର ବର୍ଷସଂଖ୍ୟା ଓ ଶାନ୍ତି ବୃଦ୍ଧି ହେବ ।
ହିତୋପଦେଶ 3 : 3 (ORV)
ଦୟା ଓ ସତ୍ୟତା ତୁମ୍ଭକୁ ପରିତ୍ୟାଗ ନ କରୁ; ଆପଣା କଣ୍ଠରେ ଉଭୟକୁ ବାନ୍ଧ ଓ ଆପଣା ଚିତ୍ତରୂପ ପଟାରେ ଲେଖି ରଖ ।
ହିତୋପଦେଶ 3 : 4 (ORV)
ତାହା କଲେ, ତୁମ୍ଭେ ପରମେଶ୍ଵର ଓ ମନୁଷ୍ୟ ଦୃଷ୍ଟିରେ ଅନୁଗ୍ରହ ଓ ସୁବିବେଚନା ଲାଭ କରିବ ।
ହିତୋପଦେଶ 3 : 5 (ORV)
ତୁମ୍ଭେ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ଵାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ ।
ହିତୋପଦେଶ 3 : 6 (ORV)
ଆପଣାର ସବୁ ଗତିରେ ତାହାଙ୍କୁ ସ୍ଵୀକାର କର; ତହିଁରେ ସେ ତୁମ୍ଭର ପଥସବୁ ସରଳ କରିବେ ।
ହିତୋପଦେଶ 3 : 7 (ORV)
ତୁମ୍ଭେ ଆପଣା ଦୃଷ୍ଟିରେ ଜ୍ଞାନବାନ ହୁଅ ନାହିଁ; ସଦାପ୍ରଭୁଙ୍କୁ ଭୟ କର ଓ ମନ୍ଦତାରୁ ବିମୁଖ ହୁଅ ।
ହିତୋପଦେଶ 3 : 8 (ORV)
ତାହା ତୁମ୍ଭ ନାଭିଦେଶର ସ୍ଵାସ୍ଥ୍ୟ ଓ ଅସ୍ଥିର ମଜ୍ଜା ହେବ ।
ହିତୋପଦେଶ 3 : 9 (ORV)
ତୁମ୍ଭେ ଆପଣା ଧନରେ ଓ ସମସ୍ତ ଆୟର ପ୍ରଥମ ଫଳରେ ସଦାପ୍ରଭୁଙ୍କର ସମାଦର କର ।
ହିତୋପଦେଶ 3 : 10 (ORV)
ତହିଁରେ ତୁମ୍ଭର ଭଣ୍ତାର ବହୁ ଧନରେ ପରିପୂର୍ଣ୍ଣ ହେବ ଓ ତୁମ୍ଭ କୁଣ୍ତରେ ନୂତନ ଦ୍ରାକ୍ଷାରସ ଉଛୁଳି ପଡ଼ିବ ।
ହିତୋପଦେଶ 3 : 11 (ORV)
ହେ ମୋହର ପୁତ୍ର, ସଦାପ୍ରଭୁଙ୍କ ଅନୁଯୋଗ ତୁଚ୍ଛ କର ନାହିଁ ଓ ତାହାଙ୍କ ଶାସନରେ କ୍ଳା; ହୁଅ ନାହିଁ ।
ହିତୋପଦେଶ 3 : 12 (ORV)
କାରଣ ଯେପରି ପିତା ଆପଣା ସନ୍ତୋଷପାତ୍ର ପୁତ୍ରକୁ, ସେପରି ସଦାପ୍ରଭୁ ଆପଣା ପ୍ରେମପାତ୍ରକୁ ଶାସନ କରନ୍ତି ।
ହିତୋପଦେଶ 3 : 13 (ORV)
ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ, ସେ ଧନ୍ୟ ।
ହିତୋପଦେଶ 3 : 14 (ORV)
ଯେହେତୁ ରୂପାର ବାଣିଜ୍ୟଠାରୁ ତାହାର ବାଣିଜ୍ୟ ଉତ୍ତମ, ପୁଣି ଶୁଦ୍ଧ ସୁବର୍ଣ୍ଣଠାରୁ ତାହାର ଲାଭ ଶ୍ରେଷ୍ଠ ।
ହିତୋପଦେଶ 3 : 15 (ORV)
ତାହା ମୁକ୍ତାଠାରୁ ଅଧିକ ମୂଲ୍ୟବାନ, ପୁଣି ତୁମ୍ଭର କୌଣସି ଇଷ୍ଟବସ୍ତୁ ତାହାର ତୁଲ୍ୟ ହେବାକୁ ଯୋଗ୍ୟ ନୁହେଁ ।
ହିତୋପଦେଶ 3 : 16 (ORV)
ତାହାର ଦକ୍ଷିଣ ହସ୍ତରେ ଦୀର୍ଘାୟୁ, ତାହାର ବାମ ହସ୍ତରେ ଧନ ଓ ସମ୍ମାନ ଥାଏ ।
ହିତୋପଦେଶ 3 : 17 (ORV)
ତାହାର ପଥସବୁ ସୁଖଦାୟକ ପଥ ଓ ତାହାର ସମସ୍ତ ମାର୍ଗ ଶାନ୍ତିକର ଅଟେ ।
ହିତୋପଦେଶ 3 : 18 (ORV)
ଯେଉଁମାନେ ତାହାର ଆଶ୍ରୟ ନିଅନ୍ତି, ସେମାନଙ୍କ ପ୍ରତି ସେ ଜୀବନଦାୟକ ବୃକ୍ଷ ସ୍ଵରୂପ; ଯେଉଁ ଲୋକ ତାହା ଧରି ରଖେ, ସେ ଧନ୍ୟ ।
ହିତୋପଦେଶ 3 : 19 (ORV)
ସଦାପ୍ରଭୁ ଜ୍ଞାନରେ ପୃଥିବୀ ସ୍ଥାପନ କଲେ, ସେ ବୁଦ୍ଧିରେ ଆକାଶମଣ୍ତଳ ସୁସ୍ଥିର କଲେ ।
ହିତୋପଦେଶ 3 : 20 (ORV)
ତାହାଙ୍କ ଜ୍ଞାନରେ ଗଭୀର ସ୍ଥାନରୁ ଜଳ ଉଛୁଳି ଉଠେ, ପୁଣି ମେଘରୁ କାକର ଟୋପା ଟୋପା ପଡ଼େ ।
ହିତୋପଦେଶ 3 : 21 (ORV)
ହେ ମୋହର ପୁତ୍ର, ଏହିସବୁ ତୁମ୍ଭ ଦୃଷ୍ଟିଗୋଚରରୁ ନ ଯାଉ, ତୁମ୍ଭେ ତତ୍ତ୍ଵଜ୍ଞାନ ଓ ପରିଣାମଦର୍ଶିତା ରକ୍ଷା କର ।
ହିତୋପଦେଶ 3 : 22 (ORV)
ତାହା ତୁମ୍ଭ ପ୍ରାଣର ଜୀବନ ଓ କଣ୍ଠର ଭୂଷଣ ହେବ ।
ହିତୋପଦେଶ 3 : 23 (ORV)
ତେବେ ତୁମ୍ଭେ ଆପଣା ପଥରେ ନିର୍ଭୟରେ ଚାଲିବ, ପୁଣି ତୁମ୍ଭର ଚରଣ ଝୁଣ୍ଟିବ ନାହିଁ ।
ହିତୋପଦେଶ 3 : 24 (ORV)
ଶୟନ କାଳରେ ତୁମ୍ଭର ଆଶଙ୍କା ହେବ ନାହିଁ, ହଁ, ତୁମ୍ଭେ ଶୟନ କରିବ ଓ ତୁମ୍ଭର ନିଦ୍ରା ସୁଖଜନକ ହେବ ।
ହିତୋପଦେଶ 3 : 25 (ORV)
ହଠାତ୍ ଉତ୍ପନ୍ନ ଆଶଙ୍କାକୁ କିଅବା ଦୁଷ୍ଟମାନଙ୍କ ଉପସ୍ଥିତ ବିନାଶକୁ ଭୟ କର ନାହିଁ ।
ହିତୋପଦେଶ 3 : 26 (ORV)
ଯେହେତୁ ସଦାପ୍ରଭୁ ତୁମ୍ଭର ବିଶ୍ଵାସଭୂମି ହେବେ, ସେ ତୁମ୍ଭର ପାଦ ଫାନ୍ଦରୁ ରକ୍ଷା କରିବେ ।
ହିତୋପଦେଶ 3 : 27 (ORV)
ଉପକାର କରିବାର ସାମର୍ଥ୍ୟ ତୁମ୍ଭ ହସ୍ତରେ ଥିଲେ, ଉଚିତ ଦାନପାତ୍ରମାନଙ୍କୁ ନାସ୍ତି କର ନାହିଁ ।
ହିତୋପଦେଶ 3 : 28 (ORV)
ଆପଣା ନିକଟରେ ଦ୍ରବ୍ୟ ଥିଲେ, ‘ଯାଅ, ପୁନର୍ବାର ଆସ, ଆମ୍ଭେ କାଲି ଦେବାʼ ଏହା ତୁମ୍ଭ ପ୍ରତିବାସୀକି କୁହ ନାହିଁ ।
ହିତୋପଦେଶ 3 : 29 (ORV)
ତୁମ୍ଭ ପ୍ରତିବାସୀ ତୁମ୍ଭ ନିକଟରେ ନିର୍ଭୟରେ ବାସ କରିବାରୁ ତାହାର ବିରୁଦ୍ଧରେ ଅନିଷ୍ଟ ଚିନ୍ତା କର ନାହିଁ ।
ହିତୋପଦେଶ 3 : 30 (ORV)
ମନୁଷ୍ୟ ତୁମ୍ଭର କ୍ଷତି ନ କଲେ, ଅକାରଣରେ ତାହା ସହିତ ବିରୋଧ କର ନାହିଁ ।
ହିତୋପଦେଶ 3 : 31 (ORV)
ଉପଦ୍ରବୀ ପ୍ରତି ଈର୍ଷା କର ନାହିଁ, ପୁଣି ତାହାର କୌଣସି ପଥ ମନୋନୀତ କର ନାହିଁ ।
ହିତୋପଦେଶ 3 : 32 (ORV)
କାରଣ ଖଳ ଲୋକ ସଦାପ୍ରଭୁଙ୍କର ଘୃଣାପାତ୍ର; ମାତ୍ର ସରଳାଚାରୀମାନଙ୍କ ସଙ୍ଗେ ତାହାଙ୍କର ମିତ୍ରାଳାପ ଥାଏ ।
ହିତୋପଦେଶ 3 : 33 (ORV)
ପାପୀମାନଙ୍କ ଗୃହରେ ସଦାପ୍ରଭୁଙ୍କର ଅଭିଶାପ ଥାଏ, ମାତ୍ର ସେ ଧାର୍ମିକମାନଙ୍କ ନିବାସକୁ ଆଶୀର୍ବାଦ କରନ୍ତି ।
ହିତୋପଦେଶ 3 : 34 (ORV)
ଯଦ୍ୟପି ସେ ନିନ୍ଦକମାନଙ୍କୁ ନିନ୍ଦା କରନ୍ତି, ତଥାପି ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି ।
ହିତୋପଦେଶ 3 : 35 (ORV)
ଜ୍ଞାନବାନ ଲୋକେ ସମ୍ମାନର ଅଧିକାରୀ ହେବେ, ମାତ୍ର ଅଜ୍ଞାନମାନଙ୍କ ନିମନ୍ତେ ଲଜ୍ଜା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35

BG:

Opacity:

Color:


Size:


Font: