ହିତୋପଦେଶ 25 : 1 (ORV)
ନିମ୍ନଲିଖିତ ହିତୋପଦେଶସକଳ ହିଁ ଶଲୋମନଙ୍କ ରଚିତ ଓ ଯିହୁଦାର ରାଜା ହିଷକୀୟର ଲୋକମାନେ ତାହା ଉତ୍ତାରିଥିଲେ ।
ହିତୋପଦେଶ 25 : 2 (ORV)
ବିଷୟ ଗୋପନ କରିବା ପରମେଶ୍ଵରଙ୍କର ଗୌରବ; ମାତ୍ର ବିଷୟର ଅନୁସନ୍ଧାନ କରିବାର ରାଜାଙ୍କର ଗୌରବ ।
ହିତୋପଦେଶ 25 : 3 (ORV)
ଉଚ୍ଚତା ହେତୁ ସ୍ଵର୍ଗ ଓ ଗଭୀରତା ହେତୁ ପୃଥିବୀ, ଆଉ ରାଜାମାନଙ୍କ ହୃଦୟ ବୋଧାଗମ୍ୟ ।
ହିତୋପଦେଶ 25 : 4 (ORV)
ରୂପାରୁ ଖାଦ କାଢ଼ି ପକାଅ, ତେବେ ସୁନାରି ପାଇଁ ଏକ ପାତ୍ର ବାହାର ହେବ ।
ହିତୋପଦେଶ 25 : 5 (ORV)
ରାଜାର ସମ୍ମୁଖରୁ ଦୁଷ୍ଟମାନଙ୍କୁ ଦୂର କରିଦିଅ, ଆଉ, ତାହାର ସିଂହାସନ ଧର୍ମରେ ସୁସ୍ଥିର ହେବ ।
ହିତୋପଦେଶ 25 : 6 (ORV)
ରାଜାର ଛାମୁରେ ଆପଣାର ବଡ଼ାଇ କର ନାହିଁ, ପୁଣି ପ୍ରଧାନ ଲୋକଙ୍କ ସ୍ଥାନରେ ଠିଆ ହୁଅ ନାହିଁ ।
ହିତୋପଦେଶ 25 : 7 (ORV)
କାରଣ ଯେଉଁ କୁଳୀନକୁ ତୁମ୍ଭର ଚକ୍ଷୁ ଦେଖିଅଛି, ତାହା ଛାମୁରେ ତୁମ୍ଭର ନୀଚୀକୃତ ହେବା ଅପେକ୍ଷା ବରଂ ଏଠାକୁ ଆସ ବୋଲି ତୁମ୍ଭକୁ କୁହାଯିବା ଭଲ ।
ହିତୋପଦେଶ 25 : 8 (ORV)
ବିବାଦ କରିବାକୁ ହଠାତ୍ ବାହାରକୁ ଯାଅ ନାହିଁ, ଗଲେ ତହିଁର ଶେଷରେ ତୁମ୍ଭ ପ୍ରତିବାସୀ ତୁମ୍ଭକୁ ଲଜ୍ଜିତ କଲା ଉତ୍ତାରେ ତୁମ୍ଭେ କଅଣ କରିବ?
ହିତୋପଦେଶ 25 : 9 (ORV)
ଆପଣା ପ୍ରତିବାସୀ ସହିତ ଆପଣା ବିବାଦର ପ୍ରତିବାଦ କର, ପୁଣି ପରର ଗୋପନୀୟ କଥା ପ୍ରକାଶ କର ନାହିଁ ।
ହିତୋପଦେଶ 25 : 10 (ORV)
ନୋହିଲେ ଶ୍ରବଣକାରୀ ତୁମ୍ଭକୁ ତିରସ୍କାର କଲେ, ତୁମ୍ଭ ଅଖ୍ୟାତି ଘୁଞ୍ଚା ନୋହିବ ।
ହିତୋପଦେଶ 25 : 11 (ORV)
ଯଥୋଚିତମତେ କଥିତ ବାକ୍ୟ ରୂପା-ପାତ୍ରରେ ସୁବର୍ଣ୍ଣ ନାରଙ୍ଗ ତୁଲ୍ୟ ।
ହିତୋପଦେଶ 25 : 12 (ORV)
ସୁବର୍ଣ୍ଣ କର୍ଣ୍ଣକୁଣ୍ତଳ ଓ ଶୁଦ୍ଧ ସୁବର୍ଣ୍ଣର ଅଳଙ୍କାର ଯେପରି, ମନୋଯୋଗକାରୀ କର୍ଣ୍ଣ ପ୍ରତି ଜ୍ଞାନବାନ ଭର୍ତ୍ସନାକାରୀ ସେପରି ।
ହିତୋପଦେଶ 25 : 13 (ORV)
ଫସଲ ସମୟରେ ହିମର ଶୀତଳତା ଯେପରି, ପ୍ରେରକଗଣ ପ୍ରତି ବିଶ୍ଵସ୍ତ ଦୂତ ସେପରି; କାରଣ ସେ ଆପଣା କର୍ତ୍ତାମାନଙ୍କ ପ୍ରାଣରେ ଆଶ୍ଵାସ ଦିଏ ।
ହିତୋପଦେଶ 25 : 14 (ORV)
ବୃଷ୍ଟିହୀନ ମେଘ ଓ ବାୟୁ ଯେପରି, ଆପଣା ଦାନ ବିଷୟରେ ମିଥ୍ୟା ଦର୍ପକାରୀ ସେପରି ।
ହିତୋପଦେଶ 25 : 15 (ORV)
ଦୀର୍ଘସହିଷ୍ଣୁତା ଦ୍ଵାରା ଶାସନକର୍ତ୍ତା ମଣାଯାଏ, ପୁଣି କୋମଳ ଜିହ୍ଵା ଅସ୍ଥି ଭଗ୍ନ କରେ ।
ହିତୋପଦେଶ 25 : 16 (ORV)
ତୁମ୍ଭେ କି ମଧୁ ପାଇଅଛ? ତୁମ୍ଭର ଯେତିକି ଯଥେଷ୍ଟ, ସେତିକି ଖାଅ; ବହୁତ ଖାଇଲେ ତୁମ୍ଭେ ତାହା ଉଦ୍ଗାର କରି ପକାଇବ ।
ହିତୋପଦେଶ 25 : 17 (ORV)
ତୁମ୍ଭର ପାଦ ତୁମ୍ଭ ପ୍ରତିବାସୀର ଗୃହରେ କ୍ଵଚିତ୍ ପଡ଼ୁ । ନୋହିଲେ ତୁମ୍ଭ ବିଷୟରେ କ୍ଳା; ହୋଇ ସେ ତୁମ୍ଭକୁ ଘୃଣା କରିବ ।
ହିତୋପଦେଶ 25 : 18 (ORV)
ପ୍ରତିବାସୀ ବିରୁଦ୍ଧରେ ଯେ ମିଥ୍ୟାସାକ୍ଷ୍ୟଦିଏ, ସେ ଗଦା ଓ ଖଡ଼୍‍ଗ ଓ ତୀକ୍ଷ୍ଣ ତୀର ସ୍ଵରୂପ;
ହିତୋପଦେଶ 25 : 19 (ORV)
ଦୁର୍ଦ୍ଦଶା ସମୟରେ ବିଶ୍ଵାସଘାତକ ଲୋକଠାରେ ବିଶ୍ଵାସ, ଭଗ୍ନ ଦ; ଓ ଖଞ୍ଜଖସା ଚରଣ ତୁଲ୍ୟ ।
ହିତୋପଦେଶ 25 : 20 (ORV)
ଶୀତକାଳରେ ବସ୍ତ୍ର କାଢ଼ି ନେବା ଓ ସୋରା ଉପରେ ଅମ୍ଳରସ ମିଶାଇବା ଲୋକ ଯେପରି, ଦୁଃଖିତମନା ନିକଟରେ ଗୀତ ଗାଇବା ଲୋକ ସେପରି ।
ହିତୋପଦେଶ 25 : 21 (ORV)
ତୁମ୍ଭର ଶତ୍ରୁ କ୍ଷୁଧିତ ହେଲେ, ତାହାକୁ ଅନ୍ନ ଭୋଜନ କରାଅ; ପୁଣି, ସେ ତୃଷିତ ହେଲେ, ତାହାକୁ ଜଳ ପାନ କରାଅ;
ହିତୋପଦେଶ 25 : 22 (ORV)
ତହିଁରେ ତୁମ୍ଭେ ତାହାର ମସ୍ତକରେ ଜ୍ଵଳ; ଅଙ୍ଗାର ରାଶି କରି ଥୋଇବ, ପୁଣି ସଦାପ୍ରଭୁ ତୁମ୍ଭକୁ ପୁରସ୍କାର ଦେବେ ।
ହିତୋପଦେଶ 25 : 23 (ORV)
ଯେପରି ଉତ୍ତରୀୟ ବାୟୁ ବୃଷ୍ଟିର ଉତ୍ପାଦକ, ସେପରି ଖଚୁଆର ଜିହ୍ଵା କ୍ରୋଧଦୃଷ୍ଟିର ଉତ୍ପାଦକ ।
ହିତୋପଦେଶ 25 : 24 (ORV)
କଳିହୁଡ଼ୀ ସ୍ତ୍ରୀ ସଙ୍ଗରେ ଏକା ଗୃହରେ ବାସ କରିବା ଅପେକ୍ଷା ଛାତର ଏକ କୋଣରେ ବାସ କରିବାର ଭଲ ।
ହିତୋପଦେଶ 25 : 25 (ORV)
ତୃଷିତ ପ୍ରାଣକୁ ଶୀତଳ ଜଳ ଯେରୂପ, ଦୂର ଦେଶରୁ ସୁସମାଚାର ସେରୂପ ।
ହିତୋପଦେଶ 25 : 26 (ORV)
ଗୋଳିଆ ଜଳାଶୟ ଓ ମଳିନ ନିର୍ଝର ଯେରୂପ, ଦୁଷ୍ଟ ଲୋକ ଆଗରେ ବିଚଳିତ ଧାର୍ମିକ ସେରୂପ ।
ହିତୋପଦେଶ 25 : 27 (ORV)
ବହୁତ ମହୁ ଖାଇବାର ଯେପରି ଭଲ ନୁହେଁ, ସେପରି ମନୁଷ୍ୟମାନେ ଆପଣା ଗୌରବ ଅନୁସନ୍ଧାନ କରିବାର ଗୌରବ ନୁହେଁ ।
ହିତୋପଦେଶ 25 : 28 (ORV)
ଯାହାର ଆତ୍ମା ଅଟକ ମାନେ ନାହିଁ, ସେ ଭଗ୍ନ ଓ ପ୍ରାଚୀରହୀନ ନଗର ତୁଲ୍ୟ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28

BG:

Opacity:

Color:


Size:


Font: