ହିତୋପଦେଶ 2 : 1 (ORV)
ହେ ମୋହର ପୁତ୍ର, ତୁମ୍ଭେ ଯେବେ ମୋʼ କଥା ଗ୍ରହଣ କର ଓ ମୋʼ ଆଜ୍ଞାସବୁ ମନରେ ରଖ;
ହିତୋପଦେଶ 2 : 2 (ORV)
ଯେବେ ଜ୍ଞାନ ଆଡ଼କୁ ତୁମ୍ଭ କର୍ଣ୍ଣ ଡେର ଓ ବୁଦ୍ଧିରେ ମନୋନିବେଶ କର;
ହିତୋପଦେଶ 2 : 3 (ORV)
ହଁ, ଯେବେ ତୁମ୍ଭେ ସୁବିବେଚନା ପ୍ରତି ଡାକ ପକାଅ ଓ ବୁଦ୍ଧି ନିମନ୍ତେ ଉଚ୍ଚସ୍ଵର କର;
ହିତୋପଦେଶ 2 : 4 (ORV)
ଯେବେ ରୂପା ନ୍ୟାୟ ତାକୁ ଖୋଜ ଓ ପୋତା-ଧନ ପରି ତାହାର ଅନ୍ଵେଷଣ କରନ୍ତ
ହିତୋପଦେଶ 2 : 5 (ORV)
ତେବେ ତୁମ୍ଭେ ସଦାପ୍ରଭୁଙ୍କ ବିଷୟକ ଭୟ ବୁଝିବ ଓ ପରମେଶ୍ଵରଙ୍କ ବିଷୟକ ତତ୍ତ୍ଵଜ୍ଞାନ ପାଇବ ।
ହିତୋପଦେଶ 2 : 6 (ORV)
ଯେହେତୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି, ତାହାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ ।
ହିତୋପଦେଶ 2 : 7 (ORV)
ସେ ସତ୍ ଲୋକଙ୍କ ନିମନ୍ତେ ତତ୍ତ୍ଵଜ୍ଞାନ ସଞ୍ଚୟ କରନ୍ତି, ସେ ସରଳାଚାରୀମାନଙ୍କର ଢାଲ ସ୍ଵରୂପ ଅଟନ୍ତି ।
ହିତୋପଦେଶ 2 : 8 (ORV)
ଯେପରିକି ସେ ନ୍ୟାୟର ପଥ ରକ୍ଷା କରି ପାରିବେ ଓ ଆପଣା ସାଧୁମାନଙ୍କ ଗତି ସମ୍ଭାଳିବେ ।
ହିତୋପଦେଶ 2 : 9 (ORV)
ତହୁଁ ତୁମ୍ଭେ ଧାର୍ମିକତା ଓ ସୁବିଚାର ଓ ନ୍ୟାୟ ଓ ମଙ୍ଗଳର ସମସ୍ତ ପଥ ଜାଣିବ ।
ହିତୋପଦେଶ 2 : 10 (ORV)
କାରଣ ଜ୍ଞାନ ତୁମ୍ଭ ହୃଦୟରେ ପ୍ରବେଶ କରିବ, ପୁଣି ବିଦ୍ୟା ତୁମ୍ଭ ପ୍ରାଣର ତୁଷ୍ଟିକର ହେବ;
ହିତୋପଦେଶ 2 : 11 (ORV)
ପରିଣାମଦର୍ଶିତା ତୁମ୍ଭ ଉପରେ ପ୍ରହରୀ ହେବ, ବୁଦ୍ଧି ତୁମ୍ଭକୁ ରକ୍ଷା କରିବ ।
ହିତୋପଦେଶ 2 : 12 (ORV)
ତହିଁରେ ଯେଉଁମାନେ ଅବାଧ୍ୟ କଥା କହନ୍ତି,
ହିତୋପଦେଶ 2 : 13 (ORV)
ଯେଉଁମାନେ ଅନ୍ଧକାରମୟ ପଥରେ ଗତାୟାତ କରିବା ନିମନ୍ତେ ସରଳ ମାର୍ଗ ପରିତ୍ୟାଗ କରନ୍ତି;
ହିତୋପଦେଶ 2 : 14 (ORV)
ଯେଉଁମାନେ କୁକ୍ରିୟା କରିବାକୁ ହୃଷ୍ଟ ଓ ଦୁଷ୍ଟମାନଙ୍କ ଅବାଧ୍ୟତାରେ ଅନୁରକ୍ତ;
ହିତୋପଦେଶ 2 : 15 (ORV)
ଯେଉଁମାନେ ଆପଣା ଆପଣା ମାର୍ଗରେ କୁଟିଳ ଓ ଆପଣା ଆପଣା ପଥରେ ବକ୍ରଗାମୀ, ଏପରି କୁକର୍ମକାରୀମାନଙ୍କ ପଥରୁ ତୁମ୍ଭର ଉଦ୍ଧାର ହେବ ।
ହିତୋପଦେଶ 2 : 16 (ORV)
ଆଉ, ଯେଉଁ ପରସ୍ତ୍ରୀ ଚାଟୁବାଦିନୀ, ଯେ ଆପଣା ଯୌବନକାଳର ମିତ୍ରକୁ ତ୍ୟାଗ କରି ଆପଣା ପରମେଶ୍ଵରଙ୍କ ନିୟମ ପାସୋରେ ହିତୋ. ୫:୩
ହିତୋପଦେଶ 2 : 17 (ORV)
ଯାହାର ଗୃହ ମୃତ୍ୟୁଆଡ଼େ
ହିତୋପଦେଶ 2 : 18 (ORV)
ଓ ଯାହାର ପଥ ପରଲୋକ ଆଡ଼େ ଯାଏ, ଯାହା ନିକଟକୁ ଗମନ କଲେ କେହି ଫେରି ଆସେ ନାହିଁ ଓ ଜୀବନର ପଥ ଆଉ ଧରେ ନାହିଁ,
ହିତୋପଦେଶ 2 : 19 (ORV)
ଏପରି ପରକୀୟା ସ୍ତ୍ରୀଠାରୁ ତୁମ୍ଭର ଉଦ୍ଧାର ହେବ ।
ହିତୋପଦେଶ 2 : 20 (ORV)
ଏନିମନ୍ତେ ତୁମ୍ଭେ ସତ୍ଲୋକମାନଙ୍କ ମାର୍ଗରେ ଗମନ କର ଓ ଧାର୍ମିକମାନଙ୍କ ପଥ ଅବଲମ୍ଵନ କର,
ହିତୋପଦେଶ 2 : 21 (ORV)
ଯେହେତୁ ସରଳ ଲୋକମାନେ ଦେଶରେ ବାସ କରିବେ, ପୁଣି ସାଧୁମାନେ ତହିଁରେ ସୁସ୍ଥିର ରହିବେ ।
ହିତୋପଦେଶ 2 : 22 (ORV)
ମାତ୍ର ଦୁଷ୍ଟଗଣ ଦେଶରୁ ଉଚ୍ଛିନ୍ନ ହେବେ ଓ ବିଶ୍ଵାସଘାତକମାନେ ତହିଁରୁ ଉତ୍ପାଟିତ ହେବେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22

BG:

Opacity:

Color:


Size:


Font: