ଯାତ୍ରା ପୁସ୍ତକ 5 : 1 (ORV)
ଅନନ୍ତର ମୋଶା ଓ ହାରୋଣ ପ୍ରବେଶ କରି ଫାରୋଙ୍କୁ କହିଲେ, ଇସ୍ରାଏଲର ସଦାପ୍ରଭୁ ପରମେଶ୍ଵର କହନ୍ତି, ପ୍ରାନ୍ତରରେ ଆମ୍ଭ ଉଦ୍ଦେଶ୍ୟରେ ଉତ୍ସବ କରିବାକୁ ଆମ୍ଭ ଲୋକମାନଙ୍କୁ ଛାଡ଼ି ଦିଅ ।
ଯାତ୍ରା ପୁସ୍ତକ 5 : 2 (ORV)
ତହିଁରେ ଫାରୋ କହିଲେ, ସଦାପ୍ରଭୁ କିଏ, ଯେ ଆମ୍ଭେ ତାହାର କଥା ମାନି ଇସ୍ରାଏଲକୁ ଛାଡ଼ି ଦେବୁ? ଆମ୍ଭେ ସଦାପ୍ରଭୁକୁ ଚିହ୍ନି ନାହୁଁ ଓ ଇସ୍ରାଏଲକୁ ଛାଡ଼ି ଦେବୁ ନାହିଁ ।
ଯାତ୍ରା ପୁସ୍ତକ 5 : 3 (ORV)
ସେମାନେ କହିଲେ, ଏବ୍ରୀୟମାନଙ୍କ ପରମେଶ୍ଵର ଆମ୍ଭମାନଙ୍କୁ ଦର୍ଶନ ଦେଇଅଛନ୍ତି; ଏଣୁ ଆମ୍ଭେମାନେ ବିନୟ କରୁଅଛୁ, ସଦାପ୍ରଭୁ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଆମ୍ଭମାନଙ୍କୁ ପ୍ରାନ୍ତରରେ ତିନି ଦିନର ପଥ ଯିବାକୁ ଦେଉନ୍ତୁ; ନୋହିଲେ ସେ ଆମ୍ଭମାନଙ୍କୁ ମହାମାରୀରେ କିମ୍ଵା ଖଡ଼୍‍ଗ ଦ୍ଵାରା ଆକ୍ରମଣ କରିବେ ।
ଯାତ୍ରା ପୁସ୍ତକ 5 : 4 (ORV)
ତହୁଁ ମିସରର ରାଜା ସେମାନଙ୍କୁ କହିଲେ, ହେ ମୋଶା ଓ ହାରୋଣ, ତୁମ୍ଭେମାନେ ଲୋକମାନଙ୍କୁ କାହିଁକି କାର୍ଯ୍ୟରୁ ନିବୃତ୍ତ କରୁଅଛ? ତୁମ୍ଭେମାନେ ଆପଣା ଆପଣା ଭାରବହନ କର୍ମରେ ଯାଅ।
ଯାତ୍ରା ପୁସ୍ତକ 5 : 5 (ORV)
ଫାରୋ ଆହୁରି କହିଲେ, ଦେଖ, ଏବେ ଏ ଦେଶରେ ଏହି ଲୋକ ଅନେକ, ପୁଣି ତୁମ୍ଭେମାନେ ସେମାନଙ୍କୁ ଭାର ବହିବାରୁ ନିବୃତ୍ତ କରୁଅଛ ।
ଯାତ୍ରା ପୁସ୍ତକ 5 : 6 (ORV)
ଆଉ ଫାରୋ ସେହି ଦିନ ଲୋକମାନଙ୍କ କାର୍ଯ୍ୟଶାସକ ଓ ଅଧ୍ୟକ୍ଷମାନଙ୍କୁ ଏହି ଆଜ୍ଞା ଦେଲେ,
ଯାତ୍ରା ପୁସ୍ତକ 5 : 7 (ORV)
ତୁମ୍ଭେମାନେ ଇଷ୍ଟକାଦି ନିର୍ମାଣ ନିମିତ୍ତ ପୂର୍ବ ପରି ଏହି ଲୋକମାନଙ୍କୁ ଆଉ ପାଳ ଦିଅ ନାର୍ହିଁ; ସେମାନେ ଯାଇ ଆପଣା ନିମନ୍ତେ ପାଳ ସଂଗ୍ରହ କରନ୍ତୁ ।
ଯାତ୍ରା ପୁସ୍ତକ 5 : 8 (ORV)
ପୁଣି ପୂର୍ବରେ ସେମାନଙ୍କ ଉପରେ ଯେତେ ଇଷ୍ଟକ ନିର୍ମାଣର ଭାର ଥିଲା, ଏବେ ସେହି ଭାର ଦିଅ; ତହିଁରୁ କିଛିମାତ୍ର ଊଣା କର ନାହିଁ; ଯେହେତୁ ସେମାନେ ଅଳସୁଆ; ଏଣୁ ଆମ୍ଭମାନଙ୍କୁ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଛାଡ଼ି ଦିଅ ବୋଲି ଡକା ପକାଉ ଅଛନ୍ତି;
ଯାତ୍ରା ପୁସ୍ତକ 5 : 9 (ORV)
ଏହେତୁ ଏମାନେ କାର୍ଯ୍ୟ ଭାରରେ ଭାରାକ୍ରା; ହୋଇ ତହିଁରେ ବ୍ୟସ୍ତ ଥାʼନ୍ତୁ; ମିଥ୍ୟା କଥାରେ ଅବଧାନ ନ କରନ୍ତୁ ।
ଯାତ୍ରା ପୁସ୍ତକ 5 : 10 (ORV)
ତହିଁ ଉତ୍ତାରୁ ଲୋକମାନଙ୍କ କାର୍ଯ୍ୟଶାସକ ଓ ଅଧ୍ୟକ୍ଷଗଣ ବାହାରେ ଯାଇ ସେମାନଙ୍କୁ କହିଲେ, ଫାରୋ ଏହି କଥା କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ଆଉ ପାଳ ଦେବୁ ନାହିଁ ।
ଯାତ୍ରା ପୁସ୍ତକ 5 : 11 (ORV)
ତୁମ୍ଭେମାନେ ଯେଉଁଠାରେ ପାଅ, ସେହିଠାକୁ ଯାଇ ପାଳ ସମ୍ପାଦ; ମାତ୍ର ତୁମ୍ଭମାନଙ୍କର କାର୍ଯ୍ୟ କିଛି ଊଣା ହେବ ନାହିଁ ।
ଯାତ୍ରା ପୁସ୍ତକ 5 : 12 (ORV)
ତହିଁରେ ଲୋକମାନେ ପାଳ ବଦଳେ କୁଟା ସମ୍ପାଦିବାକୁ ସମସ୍ତ ମିସର ଦେଶରେ ଛିନ୍ନଭିନ୍ନ ହୋଇଗଲେ ।
ଯାତ୍ରା ପୁସ୍ତକ 5 : 13 (ORV)
ତଥାପି କାର୍ଯ୍ୟଶାସକମାନେ ତ୍ଵରା କରାଇ କହିଲେ, ପାଳ ପାଇବା ବେଳେ ଯେପରି ତୁମ୍ଭେମାନେ କର୍ମ କରୁଥିଲ, ସେପରି ଏବେ ମଧ୍ୟ ନିରୂପିତ ଦୈନିକ କର୍ମ ପ୍ରତିଦିନ ସମ୍ପୂର୍ଣ୍ଣ କର ।
ଯାତ୍ରା ପୁସ୍ତକ 5 : 14 (ORV)
ଫାରୋଙ୍କର କାର୍ଯ୍ୟଶାସକମାନେ ଇସ୍ରାଏଲବଂଶୀୟ ଯେଉଁ କାର୍ଯ୍ୟାଧ୍ୟକ୍ଷମାନଙ୍କୁ ରଖିଥିଲେ; ସେମାନଙ୍କୁ ପ୍ରହାର କରି କହିଲେ, ତୁମ୍ଭେମାନେ ପୂର୍ବ ପରି ଇଟା ବନାଇବାର ନିରୂପିତ କର୍ମ କାହିଁକି ଆଜିକାଲି ସମ୍ପୂର୍ଣ୍ଣ କରୁ ନାହଁ?
ଯାତ୍ରା ପୁସ୍ତକ 5 : 15 (ORV)
ତହିଁରେ ଇସ୍ରାଏଲବଂଶୀୟ କାର୍ଯ୍ୟାଧ୍ୟକ୍ଷମାନେ ଆସି ଫାରୋଙ୍କ ନିକଟରେ କ୍ରନ୍ଦନ କରି କହିଲେ, ଆପଣ କାହିଁକି ଆପଣା ଦାସମାନଙ୍କ ସହିତ ଏପରି ବ୍ୟବହାର କରୁଅଛନ୍ତି?
ଯାତ୍ରା ପୁସ୍ତକ 5 : 16 (ORV)
ଆପଣଙ୍କ ଦାସମାନଙ୍କୁ ପାଳ ଦିଆଯାଏ ନାହିଁ, ତଥାପି ସେମାନେ କହନ୍ତି, ଇଟା ବନାଅ; ଆଉ ଦେଖନ୍ତୁ, ଆପଣଙ୍କ ଦାସମାନେ ପ୍ରହାରିତ ହୁଅନ୍ତି, ମାତ୍ର ଦୋଷ ଆପଣଙ୍କ ନିଜ ଲୋକଙ୍କର ।
ଯାତ୍ରା ପୁସ୍ତକ 5 : 17 (ORV)
ତହୁଁ ସେ କହିଲେ, ତୁମ୍ଭେମାନେ ଅଳସୁଆ, ଖାଲି ଅଳସୁଆ, ଏଥିପାଇଁ କହୁଛ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଆମ୍ଭମାନଙ୍କୁ ଛାଡ଼ି ଦିଅ ।
ଯାତ୍ରା ପୁସ୍ତକ 5 : 18 (ORV)
ଏବେ ଯାଅ, କର୍ମ କର, ତୁମ୍ଭମାନଙ୍କୁ ପାଳ ଦିଆଯିବ ନାହିଁ, ତଥାପି ତୁମ୍ଭମାନଙ୍କୁ ଇଟାର ସମ୍ପୂର୍ଣ୍ଣ ସଂଖ୍ୟା ଦେବାକୁ ହେବ ।
ଯାତ୍ରା ପୁସ୍ତକ 5 : 19 (ORV)
ତହିଁରେ ତୁମ୍ଭମାନଙ୍କ ଦୈନିକ ନିରୂପିତ ଇଷ୍ଟକରୁ କିଛି ଊଣା ହେବ ନାହିଁ; ଏହି କଥାରେ ଇସ୍ରାଏଲବଂଶୀୟ କାର୍ଯ୍ୟାଧ୍ୟକ୍ଷମାନେ ଦେଖିଲେ ଯେ, ସେମାନଙ୍କ ଦଶା ଅମଙ୍ଗଳସୂଚକ ।
ଯାତ୍ରା ପୁସ୍ତକ 5 : 20 (ORV)
ଅନନ୍ତର ସେମାନେ ଫାରୋଙ୍କ ନିକଟରୁ ଆସିବା ବେଳେ ମୋଶା ଓ ହାରୋଣଙ୍କ ସାକ୍ଷାତ ପାଇଲେ, ସେମାନେ ପଥରେ ଠିଆ ହୋଇଥିଲେ;
ଯାତ୍ରା ପୁସ୍ତକ 5 : 21 (ORV)
ଏଣୁ ସେମାନଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୃଷ୍ଟି କରି ବିଚାର କରନ୍ତୁ; ଯେହେତୁ ତୁମ୍ଭେମାନେ ଫାରୋ ଓ ତାଙ୍କର ଦାସମାନଙ୍କ ସାକ୍ଷାତରେ ଆମ୍ଭମାନଙ୍କର ସୁଗନ୍ଧକୁ ଦୁର୍ଗନ୍ଧ କରି ଆମ୍ଭମାନଙ୍କ ହତ୍ୟା ନିମିତ୍ତ ସେମାନଙ୍କ ହସ୍ତରେ ଖଡ଼୍‍ଗ ଦେଲ ।
ଯାତ୍ରା ପୁସ୍ତକ 5 : 22 (ORV)
ଅନନ୍ତର ମୋଶା ସଦାପ୍ରଭୁଙ୍କ ନିକଟକୁ ଫେରିଯାଇ କହିଲେ, ହେ ପ୍ରଭୋ, ତୁମ୍ଭେ ଏହି ଲୋକମାନଙ୍କର ଅମଙ୍ଗଳ କାହିଁକି କଲ? ମୋତେ ବା ପଠାଇଲ କାହିଁକି?
ଯାତ୍ରା ପୁସ୍ତକ 5 : 23 (ORV)
କାରଣ ଯେଉଁ ଦିନାବଧି ମୁଁ ତୁମ୍ଭ ନାମରେ କଥା କହିବା ପାଇଁ ଫାରୋଙ୍କ ନିକଟକୁ ଆସିଲି, ସେହି ଦିନାବଧି ସେ ଏହି ଲୋକମାନଙ୍କର ଅମଙ୍ଗଳ କରୁଅଛନ୍ତି, ପୁଣି ତୁମ୍ଭେ ଆପଣା ଲୋକମାନଙ୍କର କିଛିମାତ୍ର ଉଦ୍ଧାର କରିନାହଁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23