ଯାତ୍ରା ପୁସ୍ତକ 4 : 1 (ORV)
ଏଥିରେ ମୋଶା ଉତ୍ତର କଲେ, ଦେଖନ୍ତୁ, ସେମାନେ ମୋତେ ପ୍ରତ୍ୟୟ କରିବେ ନାହିଁ ଓ ମୋʼ ରବରେ ମନୋଯୋଗ କରିବେ ନାହିଁ; ମାତ୍ର ସେମାନେ କହିବେ, ସଦାପ୍ରଭୁ ତୁମ୍ଭକୁ ଦର୍ଶନ ଦେଇ ନାହାନ୍ତି ।
ଯାତ୍ରା ପୁସ୍ତକ 4 : 2 (ORV)
ତେବେ ସଦାପ୍ରଭୁ ତାଙ୍କୁ କହିଲେ, ତୁମ୍ଭ ହସ୍ତରେ ସେଇଟା କʼଣ? ସେ କହିଲେ, ଯଷ୍ଟି ।
ଯାତ୍ରା ପୁସ୍ତକ 4 : 3 (ORV)
ତହୁଁ ସେ କହିଲେ, ତାକୁ ଭୂମିରେ ପକାଅ । ତେଣୁ ସେ ତାକୁ ଭୂମିରେ ପକାନ୍ତେ, ତାହା ସର୍ପ ହେଲା; ତହିଁରେ ମୋଶା ତାହା ଆଗରୁ ପଳାଇଗଲେ ।
ଯାତ୍ରା ପୁସ୍ତକ 4 : 4 (ORV)
ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, ସେମାନଙ୍କ ପୂର୍ବପୁରୁଷଗଣର ସଦାପ୍ରଭୁ ପରମେଶ୍ଵର, ଅର୍ଥାତ୍, ଅବ୍ରହାମର ପରମେଶ୍ଵର ଓ ଇସ୍‍ହାକର ପରମେଶ୍ଵର ଓ ଯାକୁବର ପରମେଶ୍ଵର ଯେ ତୁମ୍ଭକୁ ଦର୍ଶନ ଦେଇଅଛନ୍ତି, ଏହା ଯେପରି ସେମାନେ ବିଶ୍ଵାସ କରିବେ,
ଯାତ୍ରା ପୁସ୍ତକ 4 : 5 (ORV)
ଏଥିପାଇଁ ତୁମ୍ଭେ ଆପଣା ହସ୍ତ ବଢ଼ାଇ ତାହାର ଲାଞ୍ଜ ଧର; ତହିଁରେ ସେ ହସ୍ତ ବଢ଼ାଇ ତାକୁ ଧରନ୍ତେ, ତାଙ୍କ ହସ୍ତରେ ସେ ଯଷ୍ଟି ହେଲା ।
ଯାତ୍ରା ପୁସ୍ତକ 4 : 6 (ORV)
ଅନନ୍ତର ସଦାପ୍ରଭୁ ତାଙ୍କୁ ଆହୁରି କହିଲେ, ତୁମ୍ଭେ ଆପଣା ହସ୍ତ ବକ୍ଷସ୍ଥଳରେ ଦିଅ । ତହିଁରେ ସେ ଆପଣା ହସ୍ତ ବକ୍ଷସ୍ଥଳରେ ଦେଇ ପୁନର୍ବାର ହସ୍ତ ବାହାର କଲେ, ଦେଖ, ତାଙ୍କର ହସ୍ତ ହିମବର୍ଣ୍ଣ ତୁଲ୍ୟ କୁଷ୍ଠଯୁକ୍ତ ହେଲା ।
ଯାତ୍ରା ପୁସ୍ତକ 4 : 7 (ORV)
ଏଥିରେ ସେ କହିଲେ, ତୁମ୍ଭେ ପୁନର୍ବାର ଆପଣା ହସ୍ତ ବକ୍ଷସ୍ଥଳରେ ଦିଅ; ସେମାନେ ଯେବେ ତୁମ୍ଭକୁ ପ୍ରତ୍ୟୟ ନ କରିବେ
ଯାତ୍ରା ପୁସ୍ତକ 4 : 8 (ORV)
ଓ ତୁମ୍ଭର ସେହି ପ୍ରଥମ ଚିହ୍ନରେ ମନୋଯୋଗ ନ କରିବେ, ତେବେ ଦ୍ଵିତୀୟ ଚିହ୍ନରେ ପ୍ରତ୍ୟୟ କରିବେ । ତହିଁରେ ସେ ପୁନର୍ବାର ଆପଣା ହସ୍ତ ବକ୍ଷସ୍ଥଳରେ ଦେଇ ବାହାର କଲେ, ଦେଖ, ତାହା ପ୍ରକୃତ ମାଂସ ହେଲା ।
ଯାତ୍ରା ପୁସ୍ତକ 4 : 9 (ORV)
ଏହି ଦୁଇ ଚିହ୍ନରେ ଯେବେ ସେମାନେ ପ୍ରତ୍ୟୟ ନ କରିବେ ଓ ତୁମ୍ଭ ରବରେ ମନୋଯୋଗ ନ କରିବେ, ତେବେ ତୁମ୍ଭେ ନଦୀ ଜଳରୁ କିଛି ନେଇ ଶୁଷ୍କ ଭୂମିରେ ଢାଳ; ତହିଁରେ ତୁମ୍ଭେ ନଦୀରୁ ଯେଉଁ ଜଳ ଆଣିବ, ତାହା ଶୁଷ୍କ ଭୂମିରେ ରକ୍ତ ହେବ।
ଯାତ୍ରା ପୁସ୍ତକ 4 : 10 (ORV)
ଅନନ୍ତର ମୋଶା ସଦାପ୍ରଭୁଙ୍କୁ କହିଲେ, ହେ ପ୍ରଭୋ, ଏ ସମୟ ପୂର୍ବରେ, ଅବା ଆପଣ ନିଜ ଦାସ ସହିତ ଆଳାପ କଲା ଉତ୍ତାରେ ହେଁ ମୁଁ ବାକ୍ୟପତି ନୁହେଁ, ମାତ୍ର ମୁଁ ବାକ୍ୟରେ ଧୀର ଓ ଜଡ଼ଜିହ୍ଵ ଅଟେ ।
ଯାତ୍ରା ପୁସ୍ତକ 4 : 11 (ORV)
ତହିଁରେ ସଦାପ୍ରଭୁ ତାଙ୍କୁ କହିଲେ, ମନୁଷ୍ୟର ମୁଖ କିଏ ନିର୍ମାଣ କରିଛନ୍ତି? ପୁଣି ମନୁଷ୍ୟକୁ ମୂକ ବା ବଧିର ଅବା ଦୃଷ୍ଟିବିଶିଷ୍ଟ କିଅବା ଦୃଷ୍ଟିହୀନ କିଏ କରଇ? ଆମ୍ଭେ ସଦାପ୍ରଭୁ କି ତାହା ନ କରୁ?
ଯାତ୍ରା ପୁସ୍ତକ 4 : 12 (ORV)
ଏଣୁ ଏବେ ଯାଅ, ଆମ୍ଭେ ତୁମ୍ଭ ମୁଖର ସହବର୍ତ୍ତୀ ହୋଇ ବକ୍ତବ୍ୟ କଥା ତୁମ୍ଭକୁ ଶିଖାଇବା।
ଯାତ୍ରା ପୁସ୍ତକ 4 : 13 (ORV)
ତହିଁରେ ସେ କହିଲେ, ହେ ପ୍ରଭୋ, ମୁଁ ବିନୟ କରୁଅଛି, ଯାହା ଦ୍ଵାରା ପଠାଇବାର ହୁଏ, ତାହା ଦ୍ଵାରା ପଠାନ୍ତୁ ।
ଯାତ୍ରା ପୁସ୍ତକ 4 : 14 (ORV)
ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ଵଳିତ ହେଲା; ତେଣୁ ସେ କହିଲେ, ଲେବୀୟ ହାରୋଣ କି ତୁମ୍ଭର ଭାଇ ନୁହେଁ? ଆମ୍ଭେ ଜାଣୁ, ସେ ସୁବକ୍ତା । ଆଉ ଦେଖ, ସେ ତୁମ୍ଭ ସଙ୍ଗରେ ସାକ୍ଷାତ କରିବାକୁ ଆସୁଅଛି; ପୁଣି ତୁମ୍ଭକୁ ଦେଖି ହୃଷ୍ଟଚିତ୍ତ ହେବ ।
ଯାତ୍ରା ପୁସ୍ତକ 4 : 15 (ORV)
ତୁମ୍ଭେ ତାହାକୁ କହିବ ଓ ତାହାର ମୁଖରେ ବାକ୍ୟ ଦେବ; ପୁଣି ଆମ୍ଭେ ତୁମ୍ଭ ମୁଖର ଓ ତାହା ମୁଖର ସହବର୍ତ୍ତୀ ହୋଇ ତୁମ୍ଭମାନଙ୍କୁ କର୍ତ୍ତବ୍ୟକର୍ମର ଶିକ୍ଷା ଦେବା।
ଯାତ୍ରା ପୁସ୍ତକ 4 : 16 (ORV)
ସେ ଲୋକମାନଙ୍କ ନିକଟରେ ତୁମ୍ଭର ପ୍ରତିନିଧି-ବକ୍ତା ହେବ; ସେ ତୁମ୍ଭର ମୁଖ ସ୍ଵରୂପ ହେବ ଓ ତୁମ୍ଭେ ତାହାର ପରମେଶ୍ଵର ତୁଲ୍ୟ ହେବ ।
ଯାତ୍ରା ପୁସ୍ତକ 4 : 17 (ORV)
ଆଉ ତୁମ୍ଭେ ଆପଣା ହସ୍ତରେ ଏହି ଯଷ୍ଟି ଘେନ, ଯେଣୁ ଏହା ଦ୍ଵାରା ତୁମ୍ଭେ ଏହି ସମସ୍ତ ଚିହ୍ନ ଦେଖାଇବ । ମୋଶାଙ୍କ ମିସର ପ୍ରତ୍ୟାବର୍ତ୍ତନ
ଯାତ୍ରା ପୁସ୍ତକ 4 : 18 (ORV)
ଅନନ୍ତର ମୋଶା ଆପଣା ଶ୍ଵଶୁର ଯିଥ୍ରୋ ନିକଟକୁ ବାହୁଡ଼ି ଯାଇ କହିଲେ, ମୁଁ ବିନୟ କରୁଅଛି, ମିସରସ୍ଥିତ ମୋହର ଭ୍ରାତୃଗଣ ନିକଟକୁ ଏବେ ଫେରି ଯିବା ପାଇଁ ଓ ସେମାନେ ଆଜିଯାଏ ବଞ୍ଚିଅଛନ୍ତି କି ନାହିଁ, ତାହା ଦେଖିବା ପାଇଁ ମୋତେ ଯିବାକୁ ଦିଅ । ତହିଁରେ ଯିଥ୍ରୋ ମୋଶାଙ୍କୁ କହିଲା, କୁଶଳରେ ଯାଅ ।
ଯାତ୍ରା ପୁସ୍ତକ 4 : 19 (ORV)
ଆଉ ସଦାପ୍ରଭୁ ମିଦୀୟନରେ ମୋଶାଙ୍କୁ କହିଥିଲେ, ତୁମ୍ଭେ ମିସରକୁ ଫେରିଯାଅ; ଯେହେତୁ ଯେଉଁ ଲୋକମାନେ ତୁମ୍ଭ ପ୍ରାଣ ଅନ୍ଵେଷଣ କରୁଥିଲେ, ସେସମସ୍ତେ ମରିଅଛନ୍ତି।
ଯାତ୍ରା ପୁସ୍ତକ 4 : 20 (ORV)
ତହୁଁ ମୋଶା ଆପଣା ଭାର୍ଯ୍ୟା ଓ ପୁତ୍ରଗଣକୁ ଗଧ ଉପରେ ଚଢ଼ାଇ ମିସର ଦେଶକୁ ଫେରିଗଲେ; ପୁଣି ସେ ଆପଣା ହସ୍ତରେ ପରମେଶ୍ଵରଙ୍କର ସେହି ଯଷ୍ଟି ନେଲେ ।
ଯାତ୍ରା ପୁସ୍ତକ 4 : 21 (ORV)
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ସାବଧାନ, ତୁମ୍ଭେ ମିସରକୁ ଫେରିଗଲେ, ଆମ୍ଭେ ତୁମ୍ଭ ହସ୍ତରେ ଯେ ସବୁ ଆଶ୍ଚର୍ଯ୍ୟକର୍ମ କରିବାକୁ ଦେଇଅଛୁ, ତାହା ଫାରୋ ସାକ୍ଷାତରେ କରିବ; ମାତ୍ର ଆମ୍ଭେ ତାହାର ମନ କଠିନ କରିବା; ତହିଁରେ ସେ ଲୋକମାନଙ୍କୁ ଛାଡ଼ି ଦେବ ନାହିଁ ।
ଯାତ୍ରା ପୁସ୍ତକ 4 : 22 (ORV)
ପୁଣି ତୁମ୍ଭେ ଫାରୋକୁ କହିବ, ସଦାପ୍ରଭୁ କହନ୍ତି, ଇସ୍ରାଏଲ ଆମ୍ଭର ପୁତ୍ର; ଆମ୍ଭର ଜ୍ୟେଷ୍ଠ ପୁତ୍ର;
ଯାତ୍ରା ପୁସ୍ତକ 4 : 23 (ORV)
ଆମ୍ଭେ ତୁମ୍ଭକୁ କହିଅଛୁ, ଆମ୍ଭର ସେବା କରିବା ପାଇଁ ତୁମ୍ଭେ ଆମ୍ଭ ପୁତ୍ରକୁ ଛାଡ଼ି ଦିଅ; ମାତ୍ର ତୁମ୍ଭେ ତାହାକୁ ଛାଡ଼ିବାକୁ ନାସ୍ତି କରିଅଛ; ଦେଖ, ଆମ୍ଭେ ତୁମ୍ଭ ପୁତ୍ରକୁ, ତୁମ୍ଭ ଜ୍ୟେଷ୍ଠ ପୁତ୍ରକୁ ବଧ କରିବା ।
ଯାତ୍ରା ପୁସ୍ତକ 4 : 24 (ORV)
ଅନନ୍ତର ପଥ ମଧ୍ୟରେ ଉତ୍ତରଣୀୟ ଗୃହରେ ସଦାପ୍ରଭୁ ତାଙ୍କୁ ପାଇ ବଧ କରିବାକୁ ଚେଷ୍ଟା କଲେ ।
ଯାତ୍ରା ପୁସ୍ତକ 4 : 25 (ORV)
ସେତେବେଳେ ସିପ୍ପୋରା ଏକ ତୀକ୍ଷ୍ଣ ଅସ୍ତ୍ର ଘେନି ଆପଣା ପୁତ୍ରକୁ ସୁନ୍ନତ କରି ତାହା ତାଙ୍କ ଚରଣ ତଳେ ପକାଇ କହିଲା, ତୁମ୍ଭେ ନିତା; ମୋହର ରକ୍ତପ୍ରିୟ ବର ।
ଯାତ୍ରା ପୁସ୍ତକ 4 : 26 (ORV)
ଏହିରୂପେ ପରମେଶ୍ଵର ତାଙ୍କୁ ଛାଡ଼ି ଦେଲେ । ତହିଁରେ ସେ ସ୍ତ୍ରୀ କହିଲା, ସୁନ୍ନତପ୍ରଯୁକ୍ତ ତୁମ୍ଭେ ରକ୍ତପ୍ରିୟ ବର ଅଟ ।
ଯାତ୍ରା ପୁସ୍ତକ 4 : 27 (ORV)
ଅନନ୍ତର ସଦାପ୍ରଭୁ ହାରୋଣଙ୍କୁ କହିଲେ, ତୁମ୍ଭେ ମୋଶା ସହିତ ସାକ୍ଷାତ କରିବା ନିମନ୍ତେ ପ୍ରାନ୍ତରକୁ ଯାଅ; ତହୁଁ ସେ ଯାଇ ପରମେଶ୍ଵରଙ୍କ ପର୍ବତରେ ତାଙ୍କ ସହିତ ମିଳି ତାଙ୍କୁ ଚୁମ୍ଵନ କଲେ ।
ଯାତ୍ରା ପୁସ୍ତକ 4 : 28 (ORV)
ସେତେବେଳେ ମୋଶା ସଦାପ୍ରଭୁଙ୍କ ପ୍ରେରିତ ସମସ୍ତ ବାକ୍ୟ ଓ ତାହାଙ୍କ ଆଜ୍ଞାପିତ ସମସ୍ତ ଚିହ୍ନ ହାରୋଣଙ୍କୁ ଜଣାଇଲେ।
ଯାତ୍ରା ପୁସ୍ତକ 4 : 29 (ORV)
ଅନନ୍ତର ମୋଶା ଓ ହାରୋଣ ଯାଇ ଇସ୍ରାଏଲ ସନ୍ତାନମାନଙ୍କର ପ୍ରାଚୀନବର୍ଗକୁ ଏକତ୍ର କଲେ।
ଯାତ୍ରା ପୁସ୍ତକ 4 : 30 (ORV)
ପୁଣି ହାରୋଣ ସେମାନଙ୍କୁ ମୋଶାଙ୍କ ପ୍ରତି କଥିତ ସଦାପ୍ରଭୁଙ୍କ ସମସ୍ତ ବାକ୍ୟ କହିଲେ, ପୁଣି ଲୋକମାନଙ୍କ ଦୃଷ୍ଟିରେ ସେହି ସମସ୍ତ ଚିହ୍ନ ପ୍ରକାଶ କଲେ।
ଯାତ୍ରା ପୁସ୍ତକ 4 : 31 (ORV)
ତହିଁରେ ଲୋକମାନେ ପ୍ରତ୍ୟୟ କଲେ, ପୁଣି ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣର ତତ୍ତ୍ଵାବଧାନ କରିସେମାନଙ୍କ ଦୁଃଖ ଦେଖିଅଛନ୍ତି, ଏହା ବୁଝି ସେମାନେ ତାହାଙ୍କୁ ପ୍ରଣାମ କରି ଭଜନା କଲେ⇧ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31

BG:

Opacity:

Color:


Size:


Font: