ଯାତ୍ରା ପୁସ୍ତକ 35 : 1 (ORV)
ତହିଁ ଉତ୍ତାରୁ ମୋଶା ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀକି ଏକତ୍ର କରି କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ସମସ୍ତ ବାକ୍ୟ ପାଳନ କରିବାକୁ ଆଜ୍ଞା ଦେଇଅଛନ୍ତି।
ଯାତ୍ରା ପୁସ୍ତକ 35 : 2 (ORV)
ଛଅ ଦିନ କର୍ମ କରାଯିବ, ମାତ୍ର ସପ୍ତମ ଦିନ ତୁମ୍ଭମାନଙ୍କ ନିକଟରେ ପବିତ୍ର ଦିନ ହେବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମହାବିଶ୍ରାମଦିନ ହେବ, ଯେ କେହି ସେହି ଦିନ କର୍ମ କରିବ, ତାହାର ପ୍ରାଣଦଣ୍ତ ହେବ ।
ଯାତ୍ରା ପୁସ୍ତକ 35 : 3 (ORV)
ତୁମ୍ଭେମାନେ ବିଶ୍ରାମଦିନରେ ଆପଣାମାନଙ୍କ କୌଣସି ବାସସ୍ଥାନରେ ଅଗ୍ନି ଜାଳିବ ନାହିଁ ।
ଯାତ୍ରା ପୁସ୍ତକ 35 : 4 (ORV)
ଆଉ, ମୋଶା ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀକି ଆହୁରି କହିଲେ, ସଦାପ୍ରଭୁ ଏହି ଆଜ୍ଞା ଦେଲେ ।
ଯାତ୍ରା ପୁସ୍ତକ 35 : 5 (ORV)
ତୁମ୍ଭେମାନେ ସଦାପ୍ରଭୁଙ୍କ ନିମନ୍ତେ ଆପଣାମାନଙ୍କ ମଧ୍ୟରୁ ଉପହାର ସଂଗ୍ରହ କର; ଯେ କେହି ସ୍ଵଚ୍ଛନ୍ଦମନା, ସେ ସଦାପ୍ରଭୁଙ୍କ ନିମନ୍ତେ ସ୍ଵର୍ଣ୍ଣ ଓ ରୌପ୍ୟ ଓ ପିତ୍ତଳ,
ଯାତ୍ରା ପୁସ୍ତକ 35 : 6 (ORV)
ପୁଣି ନୀଳ ବର୍ଣ୍ଣ ଓ ଧୂମ୍ର ବର୍ଣ୍ଣ ଓ ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର ଓ କ୍ଷୌମ ସୂତ୍ରଓ ଛାଗ ଲୋମ,
ଯାତ୍ରା ପୁସ୍ତକ 35 : 7 (ORV)
ପୁଣି ରକ୍ତୀକୃତ ମେଷ ଚର୍ମ ଓ ଶିଶୁକ ଚର୍ମ ଓ ଶିଟୀମ୍ କାଷ୍ଠ,
ଯାତ୍ରା ପୁସ୍ତକ 35 : 8 (ORV)
ପୁଣି ଦୀପାର୍ଥକ ତୈଳ ଓ ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପାର୍ଥକ ଗନ୍ଧଦ୍ରବ୍ୟ,
ଯାତ୍ରା ପୁସ୍ତକ 35 : 9 (ORV)
ପୁଣି ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକ ମଣି ପ୍ରଭୃତି ଖଚନୀୟ ପ୍ରସ୍ତର, ଏହି ସମସ୍ତ ସଦାପ୍ରଭୁଙ୍କର ଉପହାର ଆଣିବ ।
ଯାତ୍ରା ପୁସ୍ତକ 35 : 10 (ORV)
ଆଉ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ବିଜ୍ଞମନା ଲୋକ ଆସି ସଦାପ୍ରଭୁଙ୍କର ଆଦିଷ୍ଟ ସକଳ ବସ୍ତୁ ନିର୍ମାଣ କରନ୍ତୁ,
ଯାତ୍ରା ପୁସ୍ତକ 35 : 11 (ORV)
ଅର୍ଥାତ୍, ଆବାସ ଓ ତହିଁର ତମ୍ଵୁ ଓ ଛାତ ଓ ଘୁଣ୍ତି ଓ ପଟା ଓ ଅର୍ଗଳ ଓ ସ୍ତମ୍ଭ ଓ ଚୁଙ୍ଗୀ,
ଯାତ୍ରା ପୁସ୍ତକ 35 : 12 (ORV)
ପୁଣି ସିନ୍ଦୁକ ଓ ତହିଁର ସାଙ୍ଗୀ ଓ ପାପାଚ୍ଛାଦନ ଓ ଆଚ୍ଛାଦନର ବିଚ୍ଛେଦବସ୍ତ୍ର,
ଯାତ୍ରା ପୁସ୍ତକ 35 : 13 (ORV)
ପୁଣି ମେଜଓ ତହିଁର ସାଙ୍ଗୀ ଓ ପାତ୍ରସକଳ ଓ ଦର୍ଶନୀୟ ରୋଟୀ,
ଯାତ୍ରା ପୁସ୍ତକ 35 : 14 (ORV)
ପୁଣି ଦୀପ୍ତି ନିମନ୍ତେ ଦୀପବୃକ୍ଷ ଓ ତହିଁର ପାତ୍ର ଓ ପ୍ରଦୀପ ଓ ଦୀପାର୍ଥକ ତୈଳ,
ଯାତ୍ରା ପୁସ୍ତକ 35 : 15 (ORV)
ପୁଣି ଧୂପବେଦି ଓ ତହିଁର ସାଙ୍ଗୀ ଓ ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପ ଓ ଆବାସ-ପ୍ରବେଶଦ୍ଵାରର ଆଚ୍ଛାଦନବସ୍ତ୍ର,
ଯାତ୍ରା ପୁସ୍ତକ 35 : 16 (ORV)
ପୁଣି ହୋମବେଦି ଓ ତହିଁର ପିତ୍ତଳ ଝାଞ୍ଜିରୀ ଓ ସାଙ୍ଗୀ ଓ ପାତ୍ରସକଳ ଓ ପ୍ରକ୍ଷାଳନପାତ୍ର ଓ ତହିଁର ବୈଠିକି,
ଯାତ୍ରା ପୁସ୍ତକ 35 : 17 (ORV)
ପୁଣି ପ୍ରାଙ୍ଗଣର ପରଦା ଓ ତହିଁର ସ୍ତମ୍ଭ ଓ ଚୁଙ୍ଗୀ ଓ ପ୍ରାଙ୍ଗଣ ଦ୍ଵାରର ଆଚ୍ଛାଦନବସ୍ତ୍ର,
ଯାତ୍ରା ପୁସ୍ତକ 35 : 18 (ORV)
ପୁଣି ଆବାସର ମେଖ ଓ ପ୍ରାଙ୍ଗଣର ମେଖ ଓ ଉଭୟର ରଜ୍ଜ୍ଵୁ,
ଯାତ୍ରା ପୁସ୍ତକ 35 : 19 (ORV)
ପୁଣି ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସୁଶୋଭିତ ବସ୍ତ୍ର, ଅର୍ଥାତ୍, ହାରୋଣ ଯାଜକଙ୍କ ନିମନ୍ତେ ପବିତ୍ର ବସ୍ତ୍ର ଓ ଯାଜକକର୍ମ ନିମନ୍ତେ ତାଙ୍କର ପୁତ୍ରମାନଙ୍କର ବସ୍ତ୍ର, ଏହି ସମସ୍ତ ପ୍ରସ୍ତୁତ କରିବ ।
ଯାତ୍ରା ପୁସ୍ତକ 35 : 20 (ORV)
ଅନନ୍ତର ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀ ମୋଶାଙ୍କ ସମ୍ମୁଖରୁ ପ୍ରସ୍ଥାନ କଲେ ।
ଯାତ୍ରା ପୁସ୍ତକ 35 : 21 (ORV)
ପୁଣି ଯାହାର ମନ ଯାହାକୁ ପ୍ରବର୍ତ୍ତାଇଲା ଓ ଯାହାର ଆତ୍ମା ଯାହାକୁ ଇଚ୍ଛୁକ କଲା, ସେମାନେ ସମାଗମ-ତମ୍ଵୁ ନିର୍ମାଣ ନିମନ୍ତେ ଓ ତତ୍ସମ୍ଵନ୍ଧୀୟ ସମସ୍ତ କାର୍ଯ୍ୟ ଓ ପବିତ୍ର ବସ୍ତ୍ର ନିମନ୍ତେ ସଦାପ୍ରଭୁଙ୍କର ଉପହାର ଆଣିଲେ ।
ଯାତ୍ରା ପୁସ୍ତକ 35 : 22 (ORV)
ପୁଣି ପୁରୁଷ ଓ ସ୍ତ୍ରୀ ଯେତେ ଲୋକ ସ୍ଵଚ୍ଛନ୍ଦମନା ଥିଲେ, ସେ ସମସ୍ତେ ଆସି ଉରୋମଣି ଓ କୁଣ୍ତଳ ଓ ଅଙ୍ଗୁରୀୟ ଓ ହାର ପ୍ରଭୃତି ସ୍ଵର୍ଣ୍ଣ ଅଳଙ୍କାରସବୁ ଆଣିଲେ; ପ୍ରତ୍ୟେକ ଜଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ଵର୍ଣ୍ଣର ଉପହାର ଉତ୍ସର୍ଗ କଲେ ।
ଯାତ୍ରା ପୁସ୍ତକ 35 : 23 (ORV)
ପୁଣି ଯେଉଁମାନଙ୍କ ନିକଟରେ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମ ସୂତ୍ର ଓ ଛାଗ ଲୋମ ଓ ରକ୍ତୀକୃତ ମେଷ ଚର୍ମ ଓ ଶିଶୁକ ଚର୍ମ ଥିଲା, ସେମାନେ ପ୍ରତ୍ୟେକେ ତାହା ଆଣିଲେ।
ଯାତ୍ରା ପୁସ୍ତକ 35 : 24 (ORV)
ପୁଣି ଯେ ରୂପାର କି ପିତ୍ତଳର ଉପହାର ଉତ୍ସର୍ଗ କଲା, ସେ ସଦାପ୍ରଭୁଙ୍କର ଉପହାର ଆଣିଲା; ଆଉ ଯାହା ନିକଟରେ ସେବାର କୌଣସି କର୍ମ ନିମନ୍ତେ ଶିଟୀମ୍ କାଷ୍ଠ ଥିଲା, ସେ ତାହା ଆଣିଲା ।
ଯାତ୍ରା ପୁସ୍ତକ 35 : 25 (ORV)
ବୁଦ୍ଧିମତୀ ସ୍ତ୍ରୀମାନେ ଆପଣା ଆପଣା ହସ୍ତରେ ସୂତା କାଟି ନୀଳ ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମ ସୂତ୍ର ଆଣିଲେ ।
ଯାତ୍ରା ପୁସ୍ତକ 35 : 26 (ORV)
ପୁଣି ଯେଉଁ ସ୍ତ୍ରୀମାନଙ୍କର ମନ ଜ୍ଞାନରେ ପ୍ରବୃତ୍ତ ହେଲା, ସେସମସ୍ତେ ଛାଗ ଲୋମର ସୂତା କାଟିଲେ ।
ଯାତ୍ରା ପୁସ୍ତକ 35 : 27 (ORV)
ପୁଣି ଅଧ୍ୟକ୍ଷଗଣ ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକାଦି ଖଚନାର୍ଥକ ମଣି,
ଯାତ୍ରା ପୁସ୍ତକ 35 : 28 (ORV)
ଆଉ ଦୀପ ଓ ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧଦ୍ରବ୍ୟ ଓ ତୈଳ ଆଣିଲେ ।
ଯାତ୍ରା ପୁସ୍ତକ 35 : 29 (ORV)
ଇସ୍ରାଏଲ-ସନ୍ତାନଗଣ ସ୍ଵେଚ୍ଛାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଆଣିଲେ; ସଦାପ୍ରଭୁ ମୋଶାଙ୍କ ଦ୍ଵାରା ଯାହା ଯାହା କରିବାକୁ ଆଜ୍ଞା ଦେଇଥିଲେ, ତହିଁର କୌଣସି ପ୍ରକାର କର୍ମ କରିବା ପାଇଁ ଯେଉଁ ଯେଉଁ ପୁରୁଷ ଓ ସ୍ତ୍ରୀମାନଙ୍କର ମନ ସେମାନଙ୍କୁ ଇଚ୍ଛୁକ କଲା, ସେମାନେ ପ୍ରତ୍ୟେକେ ଉପହାର ଆଣିଲେ ।
ଯାତ୍ରା ପୁସ୍ତକ 35 : 30 (ORV)
ଅନନ୍ତର ମୋଶା ଇସ୍ରାଏଲ-ସନ୍ତାନଗଣଙ୍କୁ ଆହୁରି କହିଲେ, ଦେଖ, ସଦାପ୍ରଭୁ ଯିହୁଦାବଂଶୀୟ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲକୁ ନାମ ଧରି ଡାକିଲେ।
ଯାତ୍ରା ପୁସ୍ତକ 35 : 31 (ORV)
ପୁଣି ତାହାକୁ ଜ୍ଞାନ, ବୁଦ୍ଧି, ବିଦ୍ୟା ଓ କର୍ମନୈପୁଣ୍ୟ-ଦାୟକ ପରମେଶ୍ଵରଙ୍କ ଆତ୍ମାରେ ପରିପୂର୍ଣ୍ଣ କରି
ଯାତ୍ରା ପୁସ୍ତକ 35 : 32 (ORV)
ଚିତ୍ର କର୍ମ ଓ ସ୍ଵର୍ଣ୍ଣ, ରୌପ୍ୟ ଓ ପିତ୍ତଳ ଖୋଦନ
ଯାତ୍ରା ପୁସ୍ତକ 35 : 33 (ORV)
ଓ ଖଚନାର୍ଥକ ମଣିକର୍ତ୍ତନ ଓ ନାନା ଶିଳ୍ପ କର୍ମ ନିମନ୍ତେ କାଷ୍ଠ ଖୋଦନ, ଏହିସବୁ ଶିଳ୍ପକର୍ମ କରିବା ପାଇଁ ତାହାକୁ ନିପୁଣ କଲେ ।
ଯାତ୍ରା ପୁସ୍ତକ 35 : 34 (ORV)
ପୁଣି ଶିକ୍ଷା ଦେବା ପାଇଁ ତାହାର ଓ ଦାନବଂଶୀୟ ଅହୀଷାମକର ପୁତ୍ର ଅହଲୀୟାବର ମନରେ ପ୍ରବୃତ୍ତି ଦେଲେ ।
ଯାତ୍ରା ପୁସ୍ତକ 35 : 35 (ORV)
ଆଉ ଖୋଦନ ଓ ଶିଳ୍ପକର୍ମ କରିବା ନିମନ୍ତେ, ପୁଣି ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମସୂତ୍ରରେ ସୂଚି କର୍ମ ଓ ତନ୍ତୀ କର୍ମ କରିବା ନିମନ୍ତେ, ଅର୍ଥାତ୍, ଯାବତୀୟ ଶିଳ୍ପ କର୍ମ ଓ ଚିତ୍ର କର୍ମ କରିବା ପାଇଁ ସେମାନଙ୍କ ମନକୁ ଜ୍ଞାନରେ ପରିପୂର୍ଣ୍ଣ କଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35

BG:

Opacity:

Color:


Size:


Font: