ଯାତ୍ରା ପୁସ୍ତକ 33 : 1 (ORV)
ଏଥିଉତ୍ତାରୁ ସଦାପ୍ରଭୁ ମୋଶାଙ୍କୁ କହିଲେ, ଆମ୍ଭେ ଅବ୍ରହାମ ଓ ଇସ୍‍ହାକ ଓ ଯାକୁବ ନିକଟରେ ଶପଥ କରି ଯେଉଁ ଦେଶ ବିଷୟରେ କହିଥିଲୁ, ତୁମ୍ଭ ବଂଶକୁ ଏହି ଦେଶ ଦେବା, ସେହି ଦେଶକୁ ଯିବା ପାଇଁ ତୁମ୍ଭେ ଓ ମିସରରୁ ଆନୀତ ଲୋକମାନେ ଏସ୍ଥାନରୁ ପ୍ରସ୍ଥାନ କର;
ଯାତ୍ରା ପୁସ୍ତକ 33 : 2 (ORV)
ଆମ୍ଭେ ତୁମ୍ଭ ଆଗେ ଆଗେ ଏକ ଦୂତ ପଠାଇବା; ପୁଣି ଆମ୍ଭେ କିଣାନୀୟ ଓ ଇମୋରୀୟ ଓ ହିତ୍ତୀୟ ଓ ପିରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ତଡ଼ିଦେବା ।
ଯାତ୍ରା ପୁସ୍ତକ 33 : 3 (ORV)
ଏନିମନ୍ତେ ସେହି ଦୁଗ୍ଧମଧୁପ୍ରବାହୀ ଦେଶକୁ ଯାଅ; ମାତ୍ର ଆମ୍ଭେ ତୁମ୍ଭର ମଧ୍ୟବର୍ତ୍ତୀ ହୋଇ ଯିବା ନାହିଁ; ଗଲେ ଆମ୍ଭେ ପଥ ମଧ୍ୟରେ ତୁମ୍ଭଙ୍କୁ ସଂହାର କରିବା, କାରଣ ତୁମ୍ଭେ ଶକ୍ତଗ୍ରୀବ ଲୋକ ।
ଯାତ୍ରା ପୁସ୍ତକ 33 : 4 (ORV)
ଲୋକମାନେ ଏହି ଅଶୁଭ ସମ୍ଵାଦ ଶୁଣି ଶୋକ କଲେ; କେହି ଆପଣା ଶରୀରରେ ଆଭରଣ ପରିଧାନ କଲେ ନାହିଁ ।
ଯାତ୍ରା ପୁସ୍ତକ 33 : 5 (ORV)
କାରଣ ସଦାପ୍ରଭୁ ମୋଶାଙ୍କୁ କହିଥିଲେ, ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଏହି କଥା କୁହ, ତୁମ୍ଭେମାନେ ଶକ୍ତଗ୍ରୀବ ଲୋକ; ଯେବେ ଆମ୍ଭେ ଏକ ନିମିଷ ତୁମ୍ଭ ମଧ୍ୟକୁ ଯିବା, ତେବେ ତୁମ୍ଭଙ୍କୁ ସଂହାର କରିବା; ତୁମ୍ଭେ ଏବେ ଆପଣା ଶରୀରରୁ ଆଭରଣ ଦୂର କର, ତହିଁରେ ତୁମ୍ଭ ପ୍ରତି କି କର୍ତ୍ତବ୍ୟ ତାହା ଜାଣିବା।
ଯାତ୍ରା ପୁସ୍ତକ 33 : 6 (ORV)
ଏଥିରେ ଇସ୍ରାଏଲ-ସନ୍ତାନଗଣ ହୋରେବ ପର୍ବତ ନିକଟରୁ ଅଗ୍ରସର ହୋଇ ଯାଉ ଯାଉ ଆପଣା ଆପଣା ସମସ୍ତ ଆଭରଣ ଦୂର କଲେ ।
ଯାତ୍ରା ପୁସ୍ତକ 33 : 7 (ORV)
ଏସମୟରେ ଏପରି ଥିଲା ଯେ, ମୋଶା ତମ୍ଵୁ ନେଇ ଛାଉଣିର ବାହାରେ ଓ ଛାଉଣିଠାରୁ ଦୂରରେ ସ୍ଥାପନ କରିଥାʼନ୍ତି ଓ ତାହାର ନାମ ସମାଗମ-ତମ୍ଵୁ ଦେଲେ। ସଦାପ୍ରଭୁଙ୍କ ଅନ୍ଵେଷଣକାରୀ ପ୍ରତ୍ୟେକ ଲୋକ ଛାଉଣିର ବାହାରସ୍ଥିତ ସେହି ସମାଗମ-ତମ୍ଵୁ ନିକଟକୁ ଯାʼନ୍ତି ।
ଯାତ୍ରା ପୁସ୍ତକ 33 : 8 (ORV)
ପୁଣି ଏପରି ଘଟିଲା ଯେ, ମୋଶା ବାହାର ହୋଇ ସେହି ତମ୍ଵୁ ନିକଟକୁ ଯିବା ବେଳେ ସମସ୍ତ ଲୋକ ଉଠି ଆପଣା ଆପଣା ତମ୍ଵୁ ଦ୍ଵାରରେ ଠିଆ ହେଲେ, ଆଉ ଯେପର୍ଯ୍ୟନ୍ତ ମୋଶା ସେହି ତମ୍ଵୁରେ ପ୍ରବେଶ ନ କଲେ, ସେପର୍ଯ୍ୟନ୍ତ ସେମାନେ ତାଙ୍କର ପଶ୍ଚାତ୍ ଅନାଇ ରହିଲେ ।
ଯାତ୍ରା ପୁସ୍ତକ 33 : 9 (ORV)
ଏଉତ୍ତାରେ ମୋଶା ତମ୍ଵୁରେ ପ୍ରବେଶ କରନ୍ତେ, ମେଘ ସ୍ତମ୍ଭ ଓହ୍ଲାଇ ତମ୍ଵୁ ଦ୍ଵାରରେ ଅବସ୍ଥିତ ହେଲା; ତହିଁରେ ସଦାପ୍ରଭୁ ମୋଶାଙ୍କ ସହିତ ଆଳାପ କଲେ ।
ଯାତ୍ରା ପୁସ୍ତକ 33 : 10 (ORV)
ତମ୍ଵୁ ଦ୍ଵାରରେ ଅବସ୍ଥିତ ମେଘ ସ୍ତମ୍ଭ ଦେଖନ୍ତେ, ସମସ୍ତ ଲୋକ ଉଠି ପ୍ରତ୍ୟେକେ ଆପଣା ଆପଣା ତମ୍ଵୁ ଦ୍ଵାରରେ ଥାଇ ପ୍ରଣାମ କଲେ।
ଯାତ୍ରା ପୁସ୍ତକ 33 : 11 (ORV)
ମନୁଷ୍ୟ ଯେପରି ମିତ୍ର ସହିତ ଆଳାପ କରେ, ସେପରି ସଦାପ୍ରଭୁ ମୁଖାମୁଖି ହୋଇ ମୋଶାଙ୍କ ସହିତ ଆଳାପ କଲେ; ଏଉତ୍ତାରେ ମୋଶା ଛାଉଣିକି ବାହୁଡ଼ି ଆସିଲେ, ମାତ୍ର ନୂନର ପୁତ୍ର ଯିହୋଶୂୟ ନାମକ ତାଙ୍କର ଯୁବା ପରିଚାରକ ତମ୍ଵୁ ମଧ୍ୟରୁ ପ୍ରସ୍ଥାନ କଲେ ନାହିଁ ।
ଯାତ୍ରା ପୁସ୍ତକ 33 : 12 (ORV)
ଅନନ୍ତର ମୋଶା ସଦାପ୍ରଭୁଙ୍କୁ କହିଲେ, ଦେଖ, ତୁମ୍ଭେ ଏହି ଲୋକମାନଙ୍କୁ ଘେନିଯିବା ନିମନ୍ତେ ମୋତେ କହୁଅଛ; ମାତ୍ର ତୁମ୍ଭେ ମୋʼ ସଙ୍ଗରେ କାହାକୁ ପଠାଇବ, ଏହା ତୁମ୍ଭେ ମୋତେ ଜଣାଇ ନାହଁ । ତଥାପି ତୁମ୍ଭେ କହିଅଛ, ଆମ୍ଭେ ନାମ ଦ୍ଵାରା ତୁମ୍ଭକୁ ଜାଣୁ ଓ ତୁମ୍ଭେ ଆମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇଅଛ ।
ଯାତ୍ରା ପୁସ୍ତକ 33 : 13 (ORV)
ଉତ୍ତମ, ମୁଁ ଯେବେ ତୁମ୍ଭ ଦୁଷ୍ଟିରେ ଅନୁଗ୍ରହପାତ୍ର ହୋଇଅଛି, ତେବେ ବିନୟ କରୁଅଛି, ମୁଁ ତୁମ୍ଭ ଦୁଷ୍ଟିରେ ଅନୁଗ୍ରହ ପାଇବା ଆଶୟରେ ଯେପରି ତୁମ୍ଭଙ୍କୁ ଜାଣି ପାରିବି, ଏଥିପାଇଁ ଏବେ ତୁମ୍ଭେ ମୋତେ ଆପଣା ଗତି ଜଣାଅ; ପୁଣି ଏହି ଗୋଷ୍ଠୀ ଯେ ତୁମ୍ଭର ଲୋକ, ଏହା ବିବେଚନା କର ।
ଯାତ୍ରା ପୁସ୍ତକ 33 : 14 (ORV)
ସେତେବେଳେ ସେ କହିଲେ, ଆମ୍ଭର ଶ୍ରୀମୁଖ ତୁମ୍ଭ ସହିତ ଗମନ କରିବେ, ପୁଣି ଆମ୍ଭେ ତୁମ୍ଭକୁ ବିଶ୍ରାମ ଦେବା।
ଯାତ୍ରା ପୁସ୍ତକ 33 : 15 (ORV)
ତହିଁରେ ସେ ତାହାଙ୍କୁ କହିଲେ, ଯେବେ ତୁମ୍ଭର ଶ୍ରୀମୁଖ ମୋʼ ସହିତ ଗମନ ନ କରନ୍ତି, ତେବେ ଏସ୍ଥାନରୁ ଆମ୍ଭମାନଙ୍କୁ ନେଇ ଯାଅ ନାହିଁ ।
ଯାତ୍ରା ପୁସ୍ତକ 33 : 16 (ORV)
କାରଣ ମୁଁ ଓ ତୁମ୍ଭର ଏହି ଲୋକମାନେ ଯେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇଅଛୁ, ଏହା ଏବେ କାହିଁରେ ଜଣାଯିବ? ଯେପରି ମୁଁ ଓ ତୁମ୍ଭର ଲୋକମାନେ ପୃଥିବୀସ୍ଥ ସମସ୍ତ ଲୋକଠାରୁ ବିଶେଷ ଲୋକ ହେବା, ଆମ୍ଭମାନଙ୍କ ସହିତ ତୁମ୍ଭର ଗମନ ଦ୍ଵାରା କି ଏହା ଜଣାଯାଏ ନାହିଁ ।
ଯାତ୍ରା ପୁସ୍ତକ 33 : 17 (ORV)
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ଏହି ଯେଉଁ କଥା ତୁମ୍ଭେ କହିଲ, ତାହା ହିଁ ଆମ୍ଭେ କରିବା, କାରଣ ତୁମ୍ଭେ ଆମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର, ପୁଣି ଆମ୍ଭେ ନାମ ଦ୍ଵାରା ତୁମ୍ଭକୁ ଜାଣୁ ।
ଯାତ୍ରା ପୁସ୍ତକ 33 : 18 (ORV)
ପୁଣି ସେ କହିଲେ, ବିନୟ କରୁଅଛି, ତୁମ୍ଭେ ମୋତେ ଆପଣା ମହିମା ଦେଖାଅ ।
ଯାତ୍ରା ପୁସ୍ତକ 33 : 19 (ORV)
ସେ ଉତ୍ତର କଲେ, ଆମ୍ଭେ ତୁମ୍ଭ ସମ୍ମୁଖ ଦେଇ ଆପଣାର ସମସ୍ତ ଉତ୍ତମତା ଗମନ କରାଇବା, ତୁମ୍ଭ ସମ୍ମୁଖରେ ସଦାପ୍ରଭୁଙ୍କର ନାମ ଘୋଷଣା କରିବା; ଆମ୍ଭେ ଯାହାକୁ ଅନୁଗ୍ରହ କରୁ, ତାହାକୁ ଅନୁଗ୍ରହ କରିବା ଓ ଯାହାକୁ ଦୟା କରୁ, ତାହାକୁ ଦୟା କରିବା ।
ଯାତ୍ରା ପୁସ୍ତକ 33 : 20 (ORV)
ସେ ଆହୁରି କହିଲେ, ତୁମ୍ଭେ ଆମ୍ଭର ମୁଖ ଦେଖି ପାରିବ ନାହିଁ; କାରଣ ମନୁଷ୍ୟ ଆମ୍ଭଙ୍କୁ ଦେଖି ବଞ୍ଚିବ ନାହିଁ।
ଯାତ୍ରା ପୁସ୍ତକ 33 : 21 (ORV)
ସଦାପ୍ରଭୁ କହିଲେ, ଦେଖ, ଆମ୍ଭ ନିକଟରେ ଏକ ସ୍ଥାନ ଅଛି, ତୁମ୍ଭେ ସେହି ଶୈଳ ଉପରେ ଛିଡ଼ା ହେବ;
ଯାତ୍ରା ପୁସ୍ତକ 33 : 22 (ORV)
ତହିଁରେ ତୁମ୍ଭ ନିକଟ ଦେଇ ଆମ୍ଭ ମହିମାର ଗମନ ସମୟରେ ଆମ୍ଭେ ତୁମ୍ଭକୁ ଶୈଳର ସେହି ଛିଦ୍ରରେ ରଖିବା ଓ ଆମ୍ଭ ଗମନର ଶେଷ ପର୍ଯ୍ୟନ୍ତ ଆପଣା ହସ୍ତରେ ତୁମ୍ଭକୁ ଆଚ୍ଛନ୍ନ କରିବା ।
ଯାତ୍ରା ପୁସ୍ତକ 33 : 23 (ORV)
ଅନନ୍ତର ଆମ୍ଭେ ଆପଣା ହସ୍ତ କାଢ଼ି ନେଲେ ତୁମ୍ଭେ ଆମ୍ଭର ପୃଷ୍ଠ ଦେଖିବ, ମାତ୍ର ଆମ୍ଭର ମୁଖ ଦେଖାଯିବ ନାହିଁ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23

BG:

Opacity:

Color:


Size:


Font: