ଯାତ୍ରା ପୁସ୍ତକ 3 : 1 (ORV)
ସେହି ସମୟରେ ମୋଶା ଆପଣା ଶ୍ଵଶୁର ଯିଥ୍ରୋ ନାମକ ମିଦୀୟନୀୟ ଯାଜକର ମେଷପଲ ଚରାଉ ଥିଲେ; ଦିନକରେ ସେ ପ୍ରାନ୍ତରର ପଶ୍ଚାଦ୍ଭାଗରେ ମେଷପଲ ଘେନି ହୋରେବ୍ ନାମକ ପରମେଶ୍ଵରଙ୍କ ପର୍ବତରେ ଉପସ୍ଥିତ ହେଲେ ।
ଯାତ୍ରା ପୁସ୍ତକ 3 : 2 (ORV)
ଏଥିରେ ଗୋଟିଏ ବୁଦା ମଧ୍ୟରୁ ଅଗ୍ନିଶିଖାରେ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଦର୍ଶନ ଦେଲେ; ତହୁଁ ସେ ଅନାଇଲେ, ଆଉ ଦେଖ, ବୁଦା ଅଗ୍ନିରେ ପ୍ରଜ୍ଵଳିତ ହେଉଅଛି, ତଥାପି ବୁଦା ନଷ୍ଟ ହେଉ ନାହିଁ ।
ଯାତ୍ରା ପୁସ୍ତକ 3 : 3 (ORV)
ତେଣୁ ମୋଶା କହିଲେ, ମୁଁ ଏକ ପାଖକୁ ଯାଇ ଏହି ମହାଶ୍ଚର୍ଯ୍ୟ ବିଷୟ ଦେଖିବି, ବୁଦାଟା କାହିଁକି ଦଗ୍ଧ ହେଉ ନାହିଁ ।
ଯାତ୍ରା ପୁସ୍ତକ 3 : 4 (ORV)
ମାତ୍ର ସଦାପ୍ରଭୁ ଯେତେବେଳେ ଦେଖିଲେ, ଯେ ସେ ଦେଖିବା ନିମନ୍ତେ ଏକ ପାଖକୁ ଯାଉଅଛନ୍ତି, ସେତେବେଳେ ପରମେଶ୍ଵର ବୁଦା ମଧ୍ୟରୁ ତାଙ୍କୁ ଡାକି କହିଲେ, ହେ ମୋଶା, ହେ ମୋଶା । ତହିଁରେ ସେ କହିଲେ, ଏହି ଦେଖନ୍ତୁ, ମୁଁ ଉପସ୍ଥିତ ଅଛି ।
ଯାତ୍ରା ପୁସ୍ତକ 3 : 5 (ORV)
ତହୁଁ ସେ କହିଲେ, ତୁମ୍ଭେ ଏ ସ୍ଥାନର ନିକଟବର୍ତ୍ତୀ ହୁଅ ନାହିଁ, ତୁମ୍ଭ ପାଦରୁ ପାଦୁକା କାଢ଼; କାରଣ ତୁମ୍ଭେ ଯେଉଁ ସ୍ଥାନରେ ଛିଡ଼ା ହେଉଅଛ, ତାହା ପବିତ୍ର ଭୂମି ।
ଯାତ୍ରା ପୁସ୍ତକ 3 : 6 (ORV)
ସେ ଆହୁରି କହିଲେ, ଆମ୍ଭେ ତୁମ୍ଭର ପୈତୃକ ପରମେଶ୍ଵର, ଅର୍ଥାତ୍, ଅବ୍ରହାମର ପରମେଶ୍ଵର ଓ ଇସ୍‍ହାକର ପରମେଶ୍ଵର ଓ ଯାକୁବର ପରମେଶ୍ଵର। ତହିଁରେ ମୋଶା ଆପଣା ମୁଖ ଆଚ୍ଛାଦନ କଲେ, କାରଣ ସେ ପରମେଶ୍ଵରଙ୍କ ପ୍ରତି ଦୃଷ୍ଟି କରିବାକୁ ଭୀତ ହେଲେ ।
ଯାତ୍ରା ପୁସ୍ତକ 3 : 7 (ORV)
ଅନନ୍ତର ସଦାପ୍ରଭୁ କହିଲେ, ଆମ୍ଭେ ମିସର ଦେଶସ୍ଥିତ ଆପଣା ଲୋକମାନଙ୍କର କ୍ଳେଶ ନିତା; ଦେଖିଅଛୁ ଓ କାର୍ଯ୍ୟଶାସକମାନଙ୍କ ଲାଗି ସେମାନଙ୍କ ରୋଦନ ଶୁଣିଅଛୁ; ଆମ୍ଭେ ସେମାନଙ୍କର ଯନ୍ତ୍ରଣା ଜାଣିଅଛୁ ।
ଯାତ୍ରା ପୁସ୍ତକ 3 : 8 (ORV)
ଏହେତୁ ମିସ୍ରୀୟ ଲୋକମାନଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କରିବାକୁ, ପୁଣି ସେହି ଦେଶରୁ ଉତ୍ତମ ଓ ପ୍ରଶସ୍ତ ଏକ ଦେଶକୁ; ଅର୍ଥାତ୍, କିଣାନୀୟ ଓ ହିତ୍ତୀୟ ଓ ଇମୋରୀୟ ଓ ପିରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟମାନେ ଯେଉଁ ସ୍ଥାନରେ ଥାʼନ୍ତି, ସେହି ଦୁଗ୍ଧମଧୁପ୍ରବାହୀ ଦେଶକୁ ସେମାନଙ୍କୁ ନେଇ ଯିବାକୁ ଓହ୍ଲାଇ ଆସିଲୁ ।
ଯାତ୍ରା ପୁସ୍ତକ 3 : 9 (ORV)
ଯେହେତୁ ଦେଖ, ଇସ୍ରାଏଲ-ସନ୍ତାନଗଣର କ୍ରନ୍ଦନ ଆମ୍ଭର କର୍ଣ୍ଣଗୋଚର ହେଲା; ଆହୁରି ମିସ୍ରୀୟ ଲୋକମାନେ ସେମାନଙ୍କ ପ୍ରତି ଯେଉଁ ଦୌରାତ୍ମ୍ୟ ବ୍ୟବହାର କରନ୍ତି, ତାହା ଆମ୍ଭେ ଦେଖିଲୁ ।
ଯାତ୍ରା ପୁସ୍ତକ 3 : 10 (ORV)
ଏଣୁ ଏବେ ଆସ, ଆମ୍ଭେ ତୁମ୍ଭକୁ ଫାରୋ ନିକଟକୁ ପ୍ରେରଣ କରିବା, ତୁମ୍ଭେ ମିସରଠାରୁ ଆମ୍ଭର ଲୋକ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବ ।
ଯାତ୍ରା ପୁସ୍ତକ 3 : 11 (ORV)
ତହିଁରେ ମୋଶା ପରମେଶ୍ଵରଙ୍କୁ କହିଲେ, ମୁଁ କିଏ ଯେ, ଫାରୋଙ୍କ ନିକଟକୁ ଯାଇ ମିସର ଦେଶରୁ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବି?
ଯାତ୍ରା ପୁସ୍ତକ 3 : 12 (ORV)
ତହୁଁ ସେ କହିଲେ, ଆମ୍ଭେ ଅବଶ୍ୟ ତୁମ୍ଭର ସହବର୍ତ୍ତୀ ହେବା; ପୁଣି ଆମ୍ଭେ ଯେ ତୁମ୍ଭକୁ ପ୍ରେରଣ କଲୁ, ତହିଁର ଏକ ଚିହ୍ନ ଜାଣିବ, ତୁମ୍ଭେ ମିସରରୁ ଲୋକସମୂହ ବାହାର କରି ଆଣିଲା ଉତ୍ତାରେ ତୁମ୍ଭେମାନେ ଏହି ପର୍ବତରେ ପରମେଶ୍ଵରଙ୍କର ସେବା କରିବ ।
ଯାତ୍ରା ପୁସ୍ତକ 3 : 13 (ORV)
ଅନନ୍ତର ମୋଶା ପରମେଶ୍ଵରଙ୍କୁ କହିଲେ, ଦେଖ, ମୁଁ ଯେତେବେଳେ ଇସ୍ରାଏଲର ସନ୍ତାନମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିବି, କି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ଵର ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି; ପୁଣି ସେମାନେ ପଚାରିବେ, ତାହାଙ୍କର ନାମ କଅଣ? ସେତେବେଳେ ମୁଁ କି ଉତ୍ତର ଦେବି?
ଯାତ୍ରା ପୁସ୍ତକ 3 : 14 (ORV)
ତହିଁରେ ପରମେଶ୍ଵର ମୋଶାଙ୍କୁ କହିଲେ, ଆମ୍ଭେ ଯେ ଅଛୁ, ସେ ଅଛୁ; ପୁଣି ସେ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କହିବ, ସ୍ଵୟମ୍ଭୂ (ଆମ୍ଭେ ଅଛୁ) ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇ ଅଛନ୍ତି।
ଯାତ୍ରା ପୁସ୍ତକ 3 : 15 (ORV)
ପରମେଶ୍ଵର ମୋଶାଙ୍କୁ ଆହୁରି କହିଲେ, ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଏହି କଥା କହିବ, ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ଵର, ଅର୍ଥାତ୍, ଅବ୍ରହାମର ପରମେଶ୍ଵର ଓ ଇସ୍‍ହାକର ପରମେଶ୍ଵର ଓ ଯାକୁବର ପରମେଶ୍ଵର ଯେ ସଦାପ୍ରଭୁ (ସ୍ଵୟମ୍ଭୂ), ସେ ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇ ଅଛନ୍ତି; ଆମ୍ଭର ଏହି ନାମ ଅନନ୍ତକାଳସ୍ଥାୟୀ, ପୁଣି ପୁରୁଷାନୁକ୍ରମେ ସ୍ମରଣୀୟ ଅଟେ ।
ଯାତ୍ରା ପୁସ୍ତକ 3 : 16 (ORV)
ତୁମ୍ଭେ ଯାଇ ଇସ୍ରାଏଲ ବଂଶର ପ୍ରାଚୀନଗଣକୁ ଏକତ୍ର କରି ଏହି କଥା କୁହ, ତୁମ୍ଭମାନଙ୍କ ପୂର୍ବ-ପୁରୁଷଗଣର ପରମେଶ୍ଵର, ଅର୍ଥାତ୍, ଅବ୍ରହାମ ଓ ଇସ୍‍ହାକ ଓ ଯାକୁବର ପରମେଶ୍ଵର ସଦାପ୍ରଭୁ ମୋତେ ଦର୍ଶନ ଦେଇ କହିଅଛନ୍ତି, ଆମ୍ଭେ ତୁମ୍ଭମାନଙ୍କର ଓ ମିସରରେ ତୁମ୍ଭମାନଙ୍କ ପ୍ରତି ଯାହା ଯାହା କରାଯାଉଅଛି, ସେସମସ୍ତର ତତ୍ତ୍ଵାନୁସନ୍ଧାନ କରିଅଛୁ ।
ଯାତ୍ରା ପୁସ୍ତକ 3 : 17 (ORV)
ପୁଣି ଆମ୍ଭେ ତୁମ୍ଭମାନଙ୍କୁ ମିସରର କ୍ଳେଶରୁ ଉଦ୍ଧାର କରି କିଣାନୀୟମାନଙ୍କ ଓ ହିତ୍ତୀୟମାନଙ୍କ ଓ ଇମୋରୀୟ-ମାନଙ୍କ ଓ ପିରିଷୀୟମାନଙ୍କ ଓ ହିବ୍ବୀୟମାନଙ୍କ ଓ ଯିବୂଷୀୟ-ମାନଙ୍କର ଦୁଗ୍ଧମଧୁପ୍ରବାହୀ ଦେଶକୁ ନେଇଯିବୁ ବୋଲି କହିଅଛୁ ।
ଯାତ୍ରା ପୁସ୍ତକ 3 : 18 (ORV)
ଏଥିରେ ସେମାନେ ତୁମ୍ଭ ରବରେ ଅବଧାନ କରିବେ; ତହୁଁ ତୁମ୍ଭେ ଓ ଇସ୍ରାଏଲ ବଂଶର ପ୍ରାଚୀନବର୍ଗ ମିସରର ରାଜା ନିକଟକୁ ଯାଇ ଏହି କଥା କହିବ, ଏବ୍ରୀୟ ଲୋକମାନଙ୍କ ପରମେଶ୍ଵର ସଦାପ୍ରଭୁ ଆମ୍ଭମାନଙ୍କ ସହିତ ସାକ୍ଷାତ କରିଅଛନ୍ତି; ଏହେତୁ ବିନୟ କରୁଅଛୁ, ଆମ୍ଭମାନଙ୍କ ପରମେଶ୍ଵର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମିତ୍ତ ଏବେ ଆମ୍ଭମାନଙ୍କୁ ତିନି ଦିନର ପଥ ପ୍ରାନ୍ତରକୁ ଯିବା ପାଇଁ ଅନୁମତି ଦେଉନ୍ତୁ ।
ଯାତ୍ରା ପୁସ୍ତକ 3 : 19 (ORV)
ମାତ୍ର ଆମ୍ଭେ ଜାଣୁ, ମିସରର ରାଜା ତୁମ୍ଭମାନଙ୍କୁ ଯିବା ପାଇଁ ଅନୁମତି ଦେବ ନାହିଁ, ପରାକ୍ରା; ହସ୍ତ ପ୍ରକାଶିତ ହେଲେ ସୁଦ୍ଧା ଦେବ ନାହିଁ ।
ଯାତ୍ରା ପୁସ୍ତକ 3 : 20 (ORV)
ତହିଁରେ ଆମ୍ଭେ ଆପଣା ହସ୍ତ ବିସ୍ତାର କରି ଦେଶ ମଧ୍ୟରେ ଯେ ସକଳ ଆଶ୍ଚର୍ଯ୍ୟ କର୍ମ କରିବା; ତଦ୍ଦ୍ଵାରା ମିସରକୁ ଆଘାତ କଲା ଉତ୍ତାରେ ସେ ତୁମ୍ଭମାନଙ୍କୁ ଯିବାକୁ ଦେବ ।
ଯାତ୍ରା ପୁସ୍ତକ 3 : 21 (ORV)
ଆଉ ଆମ୍ଭେ ମିସ୍ରୀୟ ଲୋକମାନଙ୍କ ସାକ୍ଷାତରେ ଏହି ଲୋକମାନଙ୍କୁ ଅନୁଗ୍ରହପାତ୍ର କରିବା, ତହିଁରେ ତୁମ୍ଭେମାନେ ଯାତ୍ରା ସମୟରେ ରିକ୍ତ ହସ୍ତରେ ଯିବ ନାହିଁ;
ଯାତ୍ରା ପୁସ୍ତକ 3 : 22 (ORV)
ମାତ୍ର ପ୍ରତ୍ୟେକ ସ୍ତ୍ରୀ ଆପଣା ପ୍ରତିବାସିନୀ ଓ ଆପଣା ଗୃହପ୍ରବାସିନୀ ସ୍ତ୍ରୀ ନିକଟରୁରୌପ୍ୟ ଅଳଙ୍କାର ଓ ସ୍ଵର୍ଣ୍ଣ ଅଳଙ୍କାର ଓ ବସ୍ତ୍ର ମାଗି ନେଇଯିବେ; ପୁଣି ତାହା ତୁମ୍ଭେମାନେ ଆପଣା ପୁତ୍ରକନ୍ୟାଙ୍କୁ ପିନ୍ଧାଇବ । ଏହି ରୂପେ ତୁମ୍ଭେମାନେ ମିସ୍ରୀୟ ଲୋକମାନଙ୍କ ଦ୍ରବ୍ୟ ହରଣ କରିବ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22

BG:

Opacity:

Color:


Size:


Font: