ଯାତ୍ରା ପୁସ୍ତକ 28 : 1 (ORV)
ଆଉ ଆମ୍ଭ ଉଦ୍ଦେଶ୍ୟରେ ଯାଜକକର୍ମ କରିବା ନିମନ୍ତେ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଆପଣା ଭ୍ରାତା ହାରୋଣକୁ ଓ, ତାହା ସଙ୍ଗେ ତାହାର ପୁତ୍ରଗଣକୁ, ଅର୍ଥାତ୍, ହାରୋଣ, ନାଦବ୍ ଓ ଅବୀହୂ, ଇଲୀୟାଜରଓ ଈଥାମରକୁ ଆପଣା ନିକଟକୁ ଆଣିବ ।
ଯାତ୍ରା ପୁସ୍ତକ 28 : 2 (ORV)
ତୁମ୍ଭର ଭ୍ରାତା ହାରୋଣର ଶ୍ରୀ ଓ ଶୋଭା ନିମନ୍ତେ ପବିତ୍ର ବସ୍ତ୍ର ପ୍ରସ୍ତୁତ କରିବ ।
ଯାତ୍ରା ପୁସ୍ତକ 28 : 3 (ORV)
ଆଉ ଆମ୍ଭେ ଯେଉଁମାନଙ୍କୁ ଜ୍ଞାନଦାୟକ ଆତ୍ମାରେ ପୂର୍ଣ୍ଣ କରିଅଛୁ, ସେହି ସମସ୍ତ ବିଜ୍ଞମନା ଲୋକଙ୍କୁ ଆଦେଶ କର; ଆମ୍ଭ ଉଦ୍ଦେଶ୍ୟରେ ଯାଜକକର୍ମ କରିବା ନିମନ୍ତେ ହାରୋଣକୁ ପ୍ରତିଷ୍ଠା କରିବା ପାଇଁ ସେମାନେ ତାହାର ବସ୍ତ୍ର ପ୍ରସ୍ତୁତ କରିବେ ।
ଯାତ୍ରା ପୁସ୍ତକ 28 : 4 (ORV)
ଅର୍ଥାତ୍, ବୁକୁପଟା ଓ ଏଫୋଦ ଓ ଚୋଗା ଓ ବୁଟାଦାର ଜାମା ଓ ପାଗ ଓ କଟିବନ୍ଧନ, ଏହି ସକଳ ବସ୍ତ୍ର ସେମାନେ ପ୍ରସ୍ତୁତ କରିବେ; ଆମ୍ଭ ଉଦ୍ଦେଶ୍ୟରେ ଯାଜକକର୍ମ କରିବା ନିମନ୍ତେ ତୁମ୍ଭ ଭ୍ରାତା ହାରୋଣ ଓ ତାହାର ପୁତ୍ରଗଣ ପାଇଁ ସେମାନେ ପବିତ୍ର ବସ୍ତ୍ର ପ୍ରସ୍ତୁତ କରିବେ ।
ଯାତ୍ରା ପୁସ୍ତକ 28 : 5 (ORV)
ସେମାନେ ସୁବର୍ଣ୍ଣ ଓ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ନେବେ ।
ଯାତ୍ରା ପୁସ୍ତକ 28 : 6 (ORV)
ପୁଣି ସେମାନେ ସେହି ସ୍ଵର୍ଣ୍ଣ ଓ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ନିପୁଣ ଶିଳ୍ପକାରର କର୍ମ ଦ୍ଵାରା ଏଫୋଦବସ୍ତ୍ର ପ୍ରସ୍ତୁତ କରିବେ ।
ଯାତ୍ରା ପୁସ୍ତକ 28 : 7 (ORV)
ତହିଁର ଦୁଇ ମୁଣ୍ତରେ ପରସ୍ପର ସଂଯୁକ୍ତ ଦୁଇ ସ୍କନ୍ଧପଟି ରହିବ; ଏହିରୂପେ ତାହା ଯୁକ୍ତ ହେବ ।
ଯାତ୍ରା ପୁସ୍ତକ 28 : 8 (ORV)
ପୁଣି ଏଫୋଦର ଯେଉଁ ଚିତ୍ରିତ ପଟୁକା ତହିଁ ଉପରେ ରହିବ, ତହିଁର ଚିତ୍ରିତ କର୍ମ ସେହି ବସ୍ତ୍ରାନୁସାରେ ହେବ; ଅର୍ଥାତ୍, ସ୍ଵର୍ଣ୍ଣରେ, ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ହେବ ।
ଯାତ୍ରା ପୁସ୍ତକ 28 : 9 (ORV)
ଅନନ୍ତର ତୁମ୍ଭେ ଦୁଇ ଗୋମେଦକ ମଣିଘେନି ତହିଁ ଉପରେ ଇସ୍ରାଏଲ-ପୁତ୍ରମାନଙ୍କ ନାମ ଖୋଳିବ ।
ଯାତ୍ରା ପୁସ୍ତକ 28 : 10 (ORV)
ଅର୍ଥାତ୍, ସେମାନଙ୍କ ବଂଶାବଳୀ ଅନୁସାରେ ଛଅ ନାମ ଏକ ମଣି ଉପରେ ଓ ଅବଶିଷ୍ଟ ଛଅ ନାମ ଅନ୍ୟ ମଣି ଉପରେ ଖୋଳିବ ।
ଯାତ୍ରା ପୁସ୍ତକ 28 : 11 (ORV)
ଶିଳ୍ପକର୍ମରେ ମୁଦ୍ରା ଖୋଳିବା ନ୍ୟାୟ ସେହି ଦୁଇ ମଣି ଉପରେ ଇସ୍ରାଏଲ-ପୁତ୍ରଗଣର ନାମ ଖୋଳିବ, ପୁଣି ତାହା ଦୁଇ ସ୍ଵର୍ଣ୍ଣାଧାରରେ ବନ୍ଦ କରିବ ।
ଯାତ୍ରା ପୁସ୍ତକ 28 : 12 (ORV)
ପୁଣି ଇସ୍ରାଏଲ-ସନ୍ତାନଗଣକୁ ସ୍ମରଣ କରିବା ନିମନ୍ତେ ତୁମ୍ଭେ ସେହି ଦୁଇ ମଣି ଏଫୋଦର ଦୁଇ ସ୍କନ୍ଧପଟିରେ ଦେବ; ତହିଁରେ ହାରୋଣ ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଦୁଇ ସ୍କନ୍ଧରେ ସେମାନଙ୍କ ନାମ ବହିବ ।
ଯାତ୍ରା ପୁସ୍ତକ 28 : 13 (ORV)
ଆଉ ତୁମ୍ଭେ ଦୁଇ ସ୍ଵର୍ଣ୍ଣାଧାର କରିବ
ଯାତ୍ରା ପୁସ୍ତକ 28 : 14 (ORV)
ଓ ନିର୍ମଳ ସୁବର୍ଣ୍ଣ ଦ୍ଵାରା ଦୁଇ ମୋଡ଼ା ଜଞ୍ଜିର କରି ସେହି ମୋଡ଼ା ଜଞ୍ଜିର ସେହି ଦୁଇ ଆଧାରରେ ଲଗାଇବ ।
ଯାତ୍ରା ପୁସ୍ତକ 28 : 15 (ORV)
ପୁଣି ଶିଳ୍ପକର୍ମରେ ବିଚାରାର୍ଥକ ବୁକୁପଟା କରିବ, ଅର୍ଥାତ୍, ଏଫୋଦର କର୍ମାନୁସାରେ ସ୍ଵର୍ଣ୍ଣରେ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ନିପୁଣ ଶିଳ୍ପକାରର କର୍ମ ଦ୍ଵାରା ତାହା ପ୍ରସ୍ତୁତ କରିବ ।
ଯାତ୍ରା ପୁସ୍ତକ 28 : 16 (ORV)
ତାହା ଚତୁଷ୍କୋଣ ଓ ଦୋହରା ହେବ; ତହିଁର ଦୈର୍ଘ୍ୟ ଏକ ଚାଖଣ୍ତ ଓ ପ୍ରସ୍ଥ ଏକ ଚାଖଣ୍ତ ହେବ ।
ଯାତ୍ରା ପୁସ୍ତକ 28 : 17 (ORV)
ପୁଣି ତାହାକୁ ଚାରି ମଣିପଂକ୍ତିରେ ଖଚିତ କରିବ, ତହିଁର ପ୍ରଥମ ପଂକ୍ତିରେ ଚୂଣୀ ଓ ପୀତମଣି ଓ ମରକତ;
ଯାତ୍ରା ପୁସ୍ତକ 28 : 18 (ORV)
ଦ୍ଵିତୀୟ ପଂକ୍ତିରେ ପଦ୍ମରାଗ ଓ ନୀଳକା; ଓ ହୀରକ
ଯାତ୍ରା ପୁସ୍ତକ 28 : 19 (ORV)
ତୃତୀୟ ପଂକ୍ତିରେ ପେରୋଜ ଓ ଯିସ୍ମ ଓ କଟାହେଳା
ଯାତ୍ରା ପୁସ୍ତକ 28 : 20 (ORV)
ପୁଣି ଚତୁର୍ଥ ପଂକ୍ତିରେ ବୈଦୁର୍ଯ୍ୟ ଓ ଗୋମେଦକ ଓ ସୂର୍ଯ୍ୟକାନ୍ତ; ଏହି ସମସ୍ତ ସ୍ଵର୍ଣ୍ଣରେ ସ୍ଵ ସ୍ଵ ପଂକ୍ତିରେ ବସାଯିବ ।
ଯାତ୍ରା ପୁସ୍ତକ 28 : 21 (ORV)
ଏହି ମଣି ଇସ୍ରାଏଲ-ପୁତ୍ରମାନଙ୍କ ନାମ ନିମନ୍ତେ ସେମାନଙ୍କ ନାମ ଅନୁସାରେ ଦ୍ଵାଦଶ ହେବ; ମୁଦ୍ରାନ୍ୟାୟ ଖୋଦିତ ପ୍ରତ୍ୟେକ ମଣିରେ ସେହି ଦ୍ଵାଦଶ ବଂଶ ନିମନ୍ତେ ପ୍ରତ୍ୟେକ ପୁତ୍ରର ନାମ ରହିବ ।
ଯାତ୍ରା ପୁସ୍ତକ 28 : 22 (ORV)
ତୁମ୍ଭେ ନିର୍ମଳ ସ୍ଵର୍ଣ୍ଣ ଦ୍ଵାରା ବୁକୁପଟା ନିମନ୍ତେ ମାଳା ତୁଲ୍ୟ ମୋଡ଼ା ଦୁଇ ଜଞ୍ଜିର ନିର୍ମାଣ କରିବ ।
ଯାତ୍ରା ପୁସ୍ତକ 28 : 23 (ORV)
ପୁଣି ବୁକୁପଟା ଉପରେ ସ୍ଵର୍ଣ୍ଣର ଦୁଇ କଡ଼ା କରିବ ଓ ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲଗାଇବ ।
ଯାତ୍ରା ପୁସ୍ତକ 28 : 24 (ORV)
ଆଉ ବୁକୁପଟାର ଦୁଇ ପ୍ରାନ୍ତସ୍ଥିତ ଦୁଇ କଡ଼ା ମଧ୍ୟରେ ସେହି ଦୁଇ ମୋଡ଼ା ସ୍ଵର୍ଣ୍ଣ ଜଞ୍ଜିର ଲଗାଇବ ।
ଯାତ୍ରା ପୁସ୍ତକ 28 : 25 (ORV)
ପୁଣି ମୋଡ଼ା ଜଞ୍ଜିରର ଦୁଇ ମୁଣ୍ତ ଦୁଇ ଆଧାରରେ ବନ୍ଦ କରି ଏଫୋଦବସ୍ତ୍ରର ସମ୍ମୁଖସ୍ଥ ଦୁଇ ସ୍କନ୍ଧପଟି ଉପରେ ରଖିବ ।
ଯାତ୍ରା ପୁସ୍ତକ 28 : 26 (ORV)
ତୁମ୍ଭେ ସ୍ଵର୍ଣ୍ଣର ଦୁଇ କଡ଼ା ନିର୍ମାଣ କରି ବୁକୁପଟାର ଦୁଇ ପ୍ରାନ୍ତରେ ଏଫୋଦବସ୍ତ୍ରର ସମ୍ମୁଖସ୍ଥ ଭିତର ଭାଗରେ ରଖିବ ।
ଯାତ୍ରା ପୁସ୍ତକ 28 : 27 (ORV)
ଆହୁରି ଦୁଇ ସ୍ଵର୍ଣ୍ଣକଡ଼ା କରି ଏଫୋଦବସ୍ତ୍ରର ଦୁଇ ସ୍କନ୍ଧପଟି ତଳେ ତହିଁର ସମ୍ମୁଖ ଭାଗର ଯୋଡ଼ାସ୍ଥାନର ଏଫୋଦର ଚିତ୍ରିତ ପଟୁକା ଉପରେ ତାହା ରଖିବ ।
ଯାତ୍ରା ପୁସ୍ତକ 28 : 28 (ORV)
ତହିଁରେ ବୁକୁପଟା ଯେପରି ଏଫୋଦର ଚିତ୍ରିତ ପଟୁକା ଉପରେ ଥାଇ ଏଫୋଦରୁ ଖସି ନ ପଡ଼େ, ଏଥିପାଇଁ ସେମାନେ ବୁକୁପଟାକୁ ନିଜ କଡ଼ାରେ ନୀଳ ସୂତ୍ର ଦ୍ଵାରା ଏଫୋଦର କଡ଼ା ସହିତ ବନ୍ଦ ରଖିବେ ।
ଯାତ୍ରା ପୁସ୍ତକ 28 : 29 (ORV)
ଯେଉଁ ସମୟରେ ହାରୋଣ ପବିତ୍ର ସ୍ଥାନରେ ପ୍ରବେଶ କରିବ, ସେହି ସମୟରେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ସ୍ମରଣାର୍ଥେ ସେ ବିଚାରାର୍ଥକ ବୁକୁପଟାରେ ଇସ୍ରାଏଲ-ପୁତ୍ରଗଣର ନାମସକଳ ଆପଣା ହୃଦୟ ଉପରେ ବହନ କରିବ ।
ଯାତ୍ରା ପୁସ୍ତକ 28 : 30 (ORV)
ସେହି ବିଚାରାର୍ଥକ ବୁକୁପଟାରେ ତୁମ୍ଭେ ଉରୀମ୍ ଓ ତୁମ୍ମୀମ୍ (ଦୀପ୍ତି ଓ ସିଦ୍ଧି) ରଖିବ; ତହିଁରେ ହାରୋଣ ଯେଉଁ ସମୟରେ ସଦାପ୍ରଭୁଙ୍କ ଛାମୁରେ ପ୍ରବେଶ କରିବ, ସେହି ସମୟରେ ହାରୋଣର ହୃଦୟ ଉପରେ ତାହା ରହିବ, ପୁଣି ହାରୋଣ ସଦାପ୍ରଭୁଙ୍କ ଛାମୁରେ ନିତ୍ୟ ନିତ୍ୟ ଇସ୍ରାଏଲ-ସନ୍ତାନଗଣର ବିଚାର ଆପଣା ହୃଦୟ ଉପରେ ବହିବ ।
ଯାତ୍ରା ପୁସ୍ତକ 28 : 31 (ORV)
ତୁମ୍ଭେ ଏଫୋଦର ଚୋଗା ସମ୍ପୂର୍ଣ୍ଣ ନୀଳ ବର୍ଣ୍ଣ କରିବ।
ଯାତ୍ରା ପୁସ୍ତକ 28 : 32 (ORV)
ତହିଁ ମଧ୍ୟସ୍ଥଳରେ ମସ୍ତକ ପ୍ରବେଶ ନିମନ୍ତେ ଏକ ଛିଦ୍ର ରହିବ; ସାଞ୍ଜୁଆର ଗଳଦେଶ ନ୍ୟାୟ ସେହି ଛିଦ୍ରର ଚତୁର୍ଦ୍ଦିଗରେ ବୁଣାକର୍ମ ହେବ, ତହିଁରେ ତାହା ଛିଣ୍ତିଯିବ ନାହିଁ ।
ଯାତ୍ରା ପୁସ୍ତକ 28 : 33 (ORV)
ପୁଣି ତୁମ୍ଭେ ତହିଁର ଅଞ୍ଚଳର ଚତୁର୍ଦ୍ଦିଗରେ ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣର ଡାଳିମ୍ଵ କରିବ; ଆଉ ଚାରିଦିଗରେ ତହିଁ ମଧ୍ୟେ ମଧ୍ୟେ ସ୍ଵର୍ଣ୍ଣ ଘଣ୍ଟି ରହିବ ।
ଯାତ୍ରା ପୁସ୍ତକ 28 : 34 (ORV)
ସେହି ଚୋଗାର ଅଞ୍ଚଳର ଚତୁର୍ଦ୍ଦିଗରେ ଗୋଟିଏ ସ୍ଵର୍ଣ୍ଣ ଘଣ୍ଟି ଓ ଗୋଟିଏ ଡାଳିମ୍ଵ, ପୁଣି ଗୋଟିଏ ସ୍ଵର୍ଣ୍ଣ ଘଣ୍ଟି ଓ ଗୋଟିଏ ଡାଳିମ୍ଵ ରହିବ ।
ଯାତ୍ରା ପୁସ୍ତକ 28 : 35 (ORV)
ଆଉ ହାରୋଣ ସେବା କରିବା ସମୟରେ ତାହା ପିନ୍ଧିବ; ତହିଁରେ ସେ ଯେତେବେଳେ ସଦାପ୍ରଭୁଙ୍କ ଛାମୁରେ ପବିତ୍ର ସ୍ଥାନରେ ପ୍ରବେଶ କରିବ ଓ ଯେତେବେଳେ ସେ ସେଠାରୁ ବାହାର ହେବ, ସେତେବେଳେ ତହିଁର ଶଦ୍ଦ ଶୁଣାଯିବ; ତାହାହେଲେ ସେ ମରିବ ନାହିଁ ।
ଯାତ୍ରା ପୁସ୍ତକ 28 : 36 (ORV)
ଆଉ ତୁମ୍ଭେ ନିର୍ମଳ ସୁବର୍ଣ୍ଣରେ ଏକ ପତ୍ର ପ୍ରସ୍ତୁତ କରି ମୁଦ୍ରା ନ୍ୟାୟ ତହିଁ ଉପରେ “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର” ଏହି କଥା ଖୋଳିବ ।
ଯାତ୍ରା ପୁସ୍ତକ 28 : 37 (ORV)
ପୁଣି ପାଗ ଉପରେ ରହିବା ପାଇଁ ତାହା ନୀଳ ସୂତ୍ରରେ ବନ୍ଦ କରି ପାଗର ସମ୍ମୁଖରେ ରଖିବ ।
ଯାତ୍ରା ପୁସ୍ତକ 28 : 38 (ORV)
ତାହା ହାରୋଣର କପାଳ ଉପରେ ରହିବ, ତହିଁରେ ପବିତ୍ର ଦ୍ରବ୍ୟ-ଘଟିତ ଅପରାଧ, ଅର୍ଥାତ୍, ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କର ପବିତ୍ରୀକୃତ ପବିତ୍ର ଦାନାଦି ସକଳ ଦ୍ରବ୍ୟ ସମ୍ଵନ୍ଧରେ ଯେଉଁ ଅପରାଧ କରିବେ, ତାହା ହାରୋଣ ବହିବଓ ସଦାପ୍ରଭୁଙ୍କ ଛାମୁରେ ସେମାନେ ଯେପରି ଗ୍ରାହ୍ୟ ହୁଅନ୍ତି, ଏଥିପାଇଁ ତାହା ନିତ୍ୟ ନିତ୍ୟ ତାହାର କପାଳରେ ରହିବ ।
ଯାତ୍ରା ପୁସ୍ତକ 28 : 39 (ORV)
ତୁମ୍ଭେ ଜାମାକୁ ବୁଟାଦାର ଶୁଭ୍ର କ୍ଷୌମବସ୍ତ୍ରରେ ଓ ପାଗକୁ ଶୁଭ୍ର କ୍ଷୌମସୂତ୍ରରେ ପ୍ରସ୍ତୁତ କରିବ; ପୁଣି କଟିବନ୍ଧନ ସୂଚିକର୍ମ ଦ୍ଵାରା ଚିତ୍ର ବିଚିତ୍ର କରିବ ।
ଯାତ୍ରା ପୁସ୍ତକ 28 : 40 (ORV)
ଆଉ ହାରୋଣର ପୁତ୍ରଗଣ ନିମନ୍ତେ ଜାମା ଓ କଟିବନ୍ଧନ ପ୍ରସ୍ତୁତ କରିବ, ଆଉ ସେମାନଙ୍କର ଶ୍ରୀ ଓ ଶୋଭା ନିମନ୍ତେ ଶିରୋଭୂଷଣ କରିବ ।
ଯାତ୍ରା ପୁସ୍ତକ 28 : 41 (ORV)
ପୁଣି ତୁମ୍ଭ ଭ୍ରାତା ହାରୋଣର ଓ ତାହାର ପୁତ୍ରଗଣର ଦେହରେ ତାହା ସବୁ ପରିଧାନ କରାଇବ; ପୁଣି ସେମାନଙ୍କୁ ଅଭିଷେକ କରି ପଦରେ ନିଯୁକ୍ତ ଓ ପ୍ରତିଷ୍ଠା କରିବ, ତହିଁରେ ସେମାନେ ଆମ୍ଭର ଯାଜକକର୍ମ କରିବେ ।
ଯାତ୍ରା ପୁସ୍ତକ 28 : 42 (ORV)
ତୁମ୍ଭେ ସେମାନଙ୍କ ଶରୀରର ଉଲଙ୍ଗତା ଆଚ୍ଛାଦନ ନିମନ୍ତେ କଟିଠାରୁ ଜଙ୍ଘ ପର୍ଯ୍ୟନ୍ତ ଶୁକ୍ଳ ଜଙ୍ଘିଆ ପିନ୍ଧାଇବ ।
ଯାତ୍ରା ପୁସ୍ତକ 28 : 43 (ORV)
ପୁଣି ଯେତେବେଳେ ହାରୋଣ ଓ ତାହାର ପୁତ୍ରଗଣ ସମାଗମ-ତମ୍ଵୁରେ ପ୍ରବେଶ କରିବେ, କିଅବା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ବେଦିର ନିକଟବର୍ତ୍ତୀ ହେବେ, ସେତେବେଳେ ସେମାନେ ଯେପରି ଅପରାଧ କରି ନ ମରନ୍ତି, ଏନିମନ୍ତେ ସେମାନେ ଏହି ବସ୍ତ୍ର ପରିଧାନ କରିବେ; ଏହା ହାରୋଣର ଓ ତାହାର ଭବିଷ୍ୟତ ବଂଶର ପାଳନୀୟ ଅନନ୍ତକାଳୀନ ବିଧି ହେବ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43

BG:

Opacity:

Color:


Size:


Font: