ଯାତ୍ରା ପୁସ୍ତକ 27 : 1 (ORV)
ଆଉ ତୁମ୍ଭେ ଶିଟୀମ୍ କାଷ୍ଠରେ ପାଞ୍ଚ ହସ୍ତ ଦୀର୍ଘ ଓ ପାଞ୍ଚ ହସ୍ତ ପ୍ରସ୍ଥର ବେଦି ନିର୍ମାଣ କରିବ, ସେହି ବେଦି ଚତୁଷ୍କୋଣ ହେବ; ତହିଁର ଉଚ୍ଚତା ତିନି ହସ୍ତ ହେବ ।
ଯାତ୍ରା ପୁସ୍ତକ 27 : 2 (ORV)
ପୁଣି ତହିଁର ଚାରି କୋଣ ଉପରେ ଶୃଙ୍ଗ କରିବ, ଆଉ ସେହି ଶୃଙ୍ଗ ବେଦିର ଏକାଂଶ ହେବ ଓ ତାହା ପିତ୍ତଳରେ ମଡ଼ାଯିବ ।
ଯାତ୍ରା ପୁସ୍ତକ 27 : 3 (ORV)
ଆଉ ତହିଁରୁ ଭସ୍ମ କାଢ଼ି ନେବା ପାଇଁ ଭସ୍ମଧାନୀ କରିବ ଓ ତହିଁର କରଚୁଲି ଓ କୁଣ୍ତ ଓ ତ୍ରିଶୂଳ ଓ ଅଙ୍ଗାରଧାନୀ କରିବ; ତହିଁର ସମସ୍ତ ପାତ୍ର ପିତ୍ତଳରେ ପ୍ରସ୍ତୁତ କରିବ ।
ଯାତ୍ରା ପୁସ୍ତକ 27 : 4 (ORV)
ପୁଣି ପିତ୍ତଳରେ ଏକ ଜାଲି ଝାଞ୍ଜିରୀ କରିବ ଓ ତହିଁ ଉପରେ ଚାରି କୋଣରେ ପିତ୍ତଳର ଚାରି କଡ଼ା ପ୍ରସ୍ତୁତ କରିବ ।
ଯାତ୍ରା ପୁସ୍ତକ 27 : 5 (ORV)
ଏହି ଝାଞ୍ଜିରୀ ବେଦି-ବେଢ଼ ତଳେ ନିମ୍ନ ଭାଗରେ ରଖିବ ଓ ଝାଞ୍ଜିରୀ ବେଦିର ମଧ୍ୟ ପର୍ଯ୍ୟନ୍ତ ପାଇବ ।
ଯାତ୍ରା ପୁସ୍ତକ 27 : 6 (ORV)
ଆଉ ବେଦି ନିମନ୍ତେ ଶିଟୀମ୍ କାଷ୍ଠର ସାଙ୍ଗୀ କରିବ ଓ ତାହା ପିତ୍ତଳରେ ମଡ଼ାଇବ ।
ଯାତ୍ରା ପୁସ୍ତକ 27 : 7 (ORV)
ପୁଣି ବେଦି ବହିବା ବେଳେ ତହିଁର ଦୁଇ ପାର୍ଶ୍ଵ ଉପରେ କଡ଼ା ମଧ୍ୟରେ ସେହି ସାଙ୍ଗୀ ରହିବ ।
ଯାତ୍ରା ପୁସ୍ତକ 27 : 8 (ORV)
ତୁମ୍ଭେ ଫମ୍ପା ରଖି ପଟାରେ ତାହା କରିବ, ପର୍ବତରେ ତୁମ୍ଭକୁ ଯେରୂପ ପ୍ରଦର୍ଶିତ ହେଲା, ସେରୂପେ ଲୋକମାନେ କରିବେ।
ଯାତ୍ରା ପୁସ୍ତକ 27 : 9 (ORV)
ଅନନ୍ତର ତୁମ୍ଭେ ଆବାସର ପ୍ରାଙ୍ଗଣ କରିବ; ସେହି ପ୍ରାଙ୍ଗଣର ଦକ୍ଷିଣ ଦିଗରେ ବଳା ଶୁଭ୍ର କ୍ଷୌମସୂତ୍ରନିର୍ମିତ ପରଦା କରିବ; ତହିଁର ଏକ ପାର୍ଶ୍ଵର ଦୈର୍ଘ୍ୟ ଏକଶତ ହସ୍ତ ହେବ ।
ଯାତ୍ରା ପୁସ୍ତକ 27 : 10 (ORV)
ତହିଁର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ହେବ, ପୁଣି ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ହେବ ।
ଯାତ୍ରା ପୁସ୍ତକ 27 : 11 (ORV)
ତଦ୍ରୂପ ଉତ୍ତର ପାର୍ଶ୍ଵରେ ଏକଶତ ହସ୍ତ ଦୀର୍ଘ ପରଦା ହେବ ଓ ତହିଁର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ହେବ; ପୁଣି ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ହେବ ।
ଯାତ୍ରା ପୁସ୍ତକ 27 : 12 (ORV)
ଆଉ ପଶ୍ଚିମ ଦିଗରେ ପ୍ରାଙ୍ଗଣର ପ୍ରସ୍ଥ ନିମନ୍ତେ ପଚାଶ ହସ୍ତ ପରଦା ଓ ତହିଁର ଦଶ ସ୍ତମ୍ଭ ଓ ଦଶ ଚୁଙ୍ଗୀ କରିବ ।
ଯାତ୍ରା ପୁସ୍ତକ 27 : 13 (ORV)
ପୁଣି ପୂର୍ବ ଦିଗରେ ପ୍ରାଙ୍ଗଣର ପ୍ରସ୍ଥ ପଚାଶ ହସ୍ତ ହେବ ।
ଯାତ୍ରା ପୁସ୍ତକ 27 : 14 (ORV)
(ଦ୍ଵାରର) ଏକ ପାର୍ଶ୍ଵରେ ପନ୍ଦର ହସ୍ତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହେବ ।
ଯାତ୍ରା ପୁସ୍ତକ 27 : 15 (ORV)
ଆଉ ଅନ୍ୟ ପାର୍ଶ୍ଵରେ ପନ୍ଦର ହସ୍ତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହେବ ।
ଯାତ୍ରା ପୁସ୍ତକ 27 : 16 (ORV)
ପୁଣି ପ୍ରାଙ୍ଗଣର ଦ୍ଵାର ନିମନ୍ତେ ନୀଳ ଓ ଧୂମ୍ର ଓ ସିନ୍ଦୂରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମସୂତ୍ରରେ ଶିଳ୍ପକର୍ମବିଶିଷ୍ଟ କୋଡ଼ିଏ ହସ୍ତ ଏକ ଆଚ୍ଛାଦନବସ୍ତ୍ର ଓ ତହିଁର ଚାରି ସ୍ତମ୍ଭ ଓ ଚାରୀ ଚୁଙ୍ଗୀ ହେବ ।
ଯାତ୍ରା ପୁସ୍ତକ 27 : 17 (ORV)
ପୁଣି ପ୍ରାଙ୍ଗଣର ଚତୁର୍ଦ୍ଦିଗସ୍ଥ ସ୍ତମ୍ଭସକଳ ରୂପା ଛୁଞ୍ଚିଆରେ ବନ୍ଦ ହେବ ଓ ତହିଁର ଆଙ୍କଡ଼ା ରୂପାର ଓ ଚୁଙ୍ଗୀ ପିତ୍ତଳର ହେବ ।
ଯାତ୍ରା ପୁସ୍ତକ 27 : 18 (ORV)
ପ୍ରାଙ୍ଗଣ ଏକଶତ ହସ୍ତ ଦୀର୍ଘ ଓ ସର୍ବତ୍ର ପଚାଶ ହସ୍ତ ପ୍ରସ୍ଥ ଓ ପାଞ୍ଚ ହସ୍ତ ଉଚ୍ଚ, ପୁଣି ସବୁ ବଳା ଶୁଭ୍ର କ୍ଷୌମସୂତ୍ରରେ ପ୍ରସ୍ତୁତ ଓ ତହିଁର ପିତ୍ତଳର ଚୁଙ୍ଗୀ ହେବ ।
ଯାତ୍ରା ପୁସ୍ତକ 27 : 19 (ORV)
ଆଉ ଆବାସର ସମୁଦାୟ କାର୍ଯ୍ୟ ସମ୍ଵନ୍ଧୀୟ ପାତ୍ର ଓ ମେଖ ଓ ପ୍ରାଙ୍ଗଣର ସମସ୍ତ ମେଖ ପିତ୍ତଳର ହେବ ।
ଯାତ୍ରା ପୁସ୍ତକ 27 : 20 (ORV)
ଆଉ ନିତ୍ୟ ନିତ୍ୟ ପ୍ରଦୀପ ଜାଳି ଆଲୁଅ କରିବା ନିମନ୍ତେ ନିର୍ମଳ ପେଷା ଜୀତ ତୈଳ ତୁମ୍ଭ ନିକଟକୁ ଆଣିବା ପାଇଁ ଇସ୍ରାଏଲ-ସନ୍ତାନମାନଙ୍କୁ ଆଜ୍ଞା ଦେବ।
ଯାତ୍ରା ପୁସ୍ତକ 27 : 21 (ORV)
ଆଉ ସମାଗମ-ତମ୍ଵୁରେ ସାକ୍ଷ୍ୟସିନ୍ଦୁକ ସମ୍ମୁଖସ୍ଥ ବିଚ୍ଛେଦବସ୍ତ୍ରର ବାହାରେ ହାରୋଣଓ ତାହାର ପୁତ୍ରଗଣ ସନ୍ଧ୍ୟା ସମୟରୁ ପ୍ରଭାତ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସାକ୍ଷାତରେ ତାହା ସଜାଇ ରଖିବେନ୍ତଏହା ଇସ୍ରାଏଲ-ସନ୍ତାନମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ ।
❮
❯