ଯାତ୍ରା ପୁସ୍ତକ 25 : 1 (ORV)
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
ଯାତ୍ରା ପୁସ୍ତକ 25 : 2 (ORV)
ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଆମ୍ଭ ନିମନ୍ତେ ଉପହାର ସଂଗ୍ରହ କରିବାକୁ କୁହ; ଯାହାର ହୃଦୟ ଯାହାକୁ ଇଚ୍ଛୁକ କରାଏ, ତାହାଠାରୁ ତୁମ୍ଭେମାନେ ଆମ୍ଭର ସେହି ଉପହାର ଗ୍ରହଣ କରିବ।
ଯାତ୍ରା ପୁସ୍ତକ 25 : 3 (ORV)
ଅର୍ଥାତ୍, ସ୍ଵର୍ଣ୍ଣ, ରୌପ୍ୟ ଓ ପିତ୍ତଳ;
ଯାତ୍ରା ପୁସ୍ତକ 25 : 4 (ORV)
ପୁଣି ନୀଳ ବର୍ଣ୍ଣ ଓ ଧୂମ୍ର ବର୍ଣ୍ଣ ଓ ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମସୂତ୍ର ଓ ଛାଗଲୋମ
ଯାତ୍ରା ପୁସ୍ତକ 25 : 5 (ORV)
ଓ ରକ୍ତୀକୃତ ମେଷଚର୍ମ ଓ ଶିଶୁକ ଚର୍ମ ଓ ଶିଟୀମ୍ କାଷ୍ଠ,
ଯାତ୍ରା ପୁସ୍ତକ 25 : 6 (ORV)
ଦୀପ ନିମନ୍ତେ ତୈଳ ପୁଣି ଅଭିଷେକାର୍ଥ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧଦ୍ରବ୍ୟ,
ଯାତ୍ରା ପୁସ୍ତକ 25 : 7 (ORV)
ପୁଣି ଏଫୋଦଓ ବୁକୁପଟା ନିମନ୍ତେ ଗୋମେଦକ ମଣି ପ୍ରଭୃତି ଖଚନୀୟ ପ୍ରସ୍ତର; ଏହି ସମସ୍ତ ଉପହାର ସେମାନଙ୍କଠାରୁ ଗ୍ରହଣ କରିବ ।
ଯାତ୍ରା ପୁସ୍ତକ 25 : 8 (ORV)
ସେମାନେ ଆମ୍ଭ ନିମନ୍ତେ ଗୋଟିଏ ପବିତ୍ର ସ୍ଥାନ ନିର୍ମାଣ କରନ୍ତୁ; ତହିଁରେ ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା।
ଯାତ୍ରା ପୁସ୍ତକ 25 : 9 (ORV)
ଆବାସର ଆକାର ଓ ତହିଁର ସମସ୍ତ ପାତ୍ରର ଆକାରାଦିର ଯେଉଁ ଆଦର୍ଶ ଆମ୍ଭେ ତୁମ୍ଭକୁ ଦେଖାଇବା, ତଦନୁସାରେ ତୁମ୍ଭେମାନେ ସବୁ କରିବ ।
ଯାତ୍ରା ପୁସ୍ତକ 25 : 10 (ORV)
ଆଉ, ସେମାନେ ଅଢ଼ାଇ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ ଶିଟୀମ୍ କାଷ୍ଠର ଏକ ସିନ୍ଦୁକ ନିର୍ମାଣ କରିବେ ।
ଯାତ୍ରା ପୁସ୍ତକ 25 : 11 (ORV)
ତହୁଁ ତୁମ୍ଭେ ନିର୍ମଳ ସୁବର୍ଣ୍ଣରେ ତାହା ମଡ଼ାଇବ; ପୁଣି ତହିଁର ଭିତର ଓ ବାହାର ହିଁ ମଡ଼ାଇବ, ପୁଣି ତହିଁ ଉପର ଚତୁର୍ଦ୍ଦିଗରେ ସ୍ଵର୍ଣ୍ଣର କାନ୍ଥି କରିବ ।
ଯାତ୍ରା ପୁସ୍ତକ 25 : 12 (ORV)
ପୁଣି ତହିଁ ନିମନ୍ତେ ସ୍ଵର୍ଣ୍ଣର ଚାରି କଡ଼ା ଛାଞ୍ଚରେ ଢାଳି ତହିଁର ଚାରି କୋଣରେ ଦେବ; ତହିଁର ଏକ ପାର୍ଶ୍ଵରେ ଦୁଇ କଡ଼ା ଓ ଅନ୍ୟ ପାର୍ଶ୍ଵରେ ଦୁଇ କଡ଼ା ରହିବ ।
ଯାତ୍ରା ପୁସ୍ତକ 25 : 13 (ORV)
ଆଉ ତୁମ୍ଭେ ଶିଟୀମ୍ କାଷ୍ଠରେ ଦୁଇ ସାଙ୍ଗୀ କରି ସ୍ଵର୍ଣ୍ଣରେ ମଡ଼ାଇବ ।
ଯାତ୍ରା ପୁସ୍ତକ 25 : 14 (ORV)
ପୁଣି ସିନ୍ଦୁକ ବହିବା ନିମନ୍ତେ ସିନ୍ଦୁକର ଦୁଇ ପାର୍ଶ୍ଵସ୍ଥ କଡ଼ାରେ ସେହି ସାଙ୍ଗୀ ପ୍ରବେଶ କରାଇବ ।
ଯାତ୍ରା ପୁସ୍ତକ 25 : 15 (ORV)
ସେହି ସାଙ୍ଗୀ ସିନ୍ଦୁକର କଡ଼ାରେ ଥିବ, ତହିଁରୁ ବାହାର କରାଯିବ ନାହିଁ ।
ଯାତ୍ରା ପୁସ୍ତକ 25 : 16 (ORV)
ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ସାକ୍ଷ୍ୟପତ୍ରଦେବା, ତାହା ସେହି ସିନ୍ଦୁକରେ ରଖିବ ।
ଯାତ୍ରା ପୁସ୍ତକ 25 : 17 (ORV)
ଏଉତ୍ତାରେ ତୁମ୍ଭେ ଶୁଦ୍ଧ ସୁବର୍ଣ୍ଣରେ ଅଢ଼ାଇ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ଏକ ପାପାଚ୍ଛାଦନ ନିର୍ମାଣ କରିବ।
ଯାତ୍ରା ପୁସ୍ତକ 25 : 18 (ORV)
ତୁମ୍ଭେ ସୁବର୍ଣ୍ଣର ଦୁଇ କିରୂବ ପ୍ରସ୍ତୁତ କରିବ; ପିଟା କର୍ମରେ ତାହା ପ୍ରସ୍ତୁତ କରି ସେହି ପାପାଚ୍ଛାଦନର ଦୁଇ ମୁଣ୍ତରେ ଦେବ ।
ଯାତ୍ରା ପୁସ୍ତକ 25 : 19 (ORV)
ଏକ କିରୂବ ଏକ ମୁଣ୍ତରେ ଓ ଅନ୍ୟ କିରୂବ ଅନ୍ୟ ମୁଣ୍ତରେ ସ୍ଥାପନ କରିବ; ଦୁଇ କିରୂବକୁ ପାପାଚ୍ଛାଦନ ସହିତ ସଂଲଗ୍ନ ଓ ତହିଁର ଦୁଇ ପ୍ରାନ୍ତରେ ଉଭା କରି ସ୍ଥାପନ କରିବ ।
ଯାତ୍ରା ପୁସ୍ତକ 25 : 20 (ORV)
ପୁଣି କିରୂବମାନେ ପରସ୍ପର ସମ୍ମୁଖୀନ ହୋଇ ପକ୍ଷ ଊର୍ଦ୍ଧ୍ଵକୁ ବିସ୍ତାର କରି ପାପାଚ୍ଛାଦନ ଆବରଣ କରିବେ; ପାପାଚ୍ଛାଦନ ପ୍ରତି କିରୂବମାନଙ୍କର ମୁଖ ରହିବ ।
ଯାତ୍ରା ପୁସ୍ତକ 25 : 21 (ORV)
ତୁମ୍ଭେ ସେହି ପାପାଚ୍ଛାଦନ ସେହି ସିନ୍ଦୁକ ଉପରେ ରଖିବ, ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ସାକ୍ଷ୍ୟପତ୍ର ଦେବା, ତାହା ସେହି ସିନ୍ଦୁକ ଭିତରେ ଥୋଇବ ।
ଯାତ୍ରା ପୁସ୍ତକ 25 : 22 (ORV)
ଆଉ ଆମ୍ଭେ ସେହି ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବାଓ ପାପାଚ୍ଛାଦନର ଉପରିଭାଗରୁ, ଅର୍ଥାତ୍, ସାକ୍ଷ୍ୟ-ସିନ୍ଦୁକର ଉପରିସ୍ଥ କିରୂବଦ୍ଵୟ ମଧ୍ୟରୁ ତୁମ୍ଭ ସଙ୍ଗେ ଆଳାପ କରି ଇସ୍ରାଏଲ-ସନ୍ତାନଗଣ ବିଷୟକ ଆମ୍ଭର ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବା ।
ଯାତ୍ରା ପୁସ୍ତକ 25 : 23 (ORV)
ତହିଁ ଉତ୍ତାରୁ ତୁମ୍ଭେ ଶିଟୀମ୍ କାଷ୍ଠରେ ଦୁଇ ହସ୍ତ ଦୀର୍ଘ ଓ ଏକ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ ଗୋଟିଏ ମେଜ ନିର୍ମାଣ କରି
ଯାତ୍ରା ପୁସ୍ତକ 25 : 24 (ORV)
ନିର୍ମଳ ସ୍ଵର୍ଣ୍ଣରେ ତାହା ମଡ଼ାଇବ, ପୁଣି ତହିଁର ଚତୁର୍ଦ୍ଦିଗରେ ସ୍ଵର୍ଣ୍ଣର କାନ୍ଥି କରିବ ।
ଯାତ୍ରା ପୁସ୍ତକ 25 : 25 (ORV)
ପୁଣି ତହିଁର ଚତୁର୍ଦ୍ଦିଗରେ ଚତୁରଙ୍ଗୁଳି ପରିମିତ ଏକ ବେଷ୍ଟନ କରିବ ଓ ସେହି ବେଷ୍ଟନର ଚତୁର୍ଦ୍ଦିଗରେ ସୁବର୍ଣ୍ଣ କାନ୍ଥି କରିବ ।
ଯାତ୍ରା ପୁସ୍ତକ 25 : 26 (ORV)
ଆଉ ସୁବର୍ଣ୍ଣ ନିର୍ମିତ ଚାରି କଡ଼ା କରି ତହିଁର ଚାରି ପାହ୍ୟାର ଚାରି କୋଣରେ ରଖିବ ।
ଯାତ୍ରା ପୁସ୍ତକ 25 : 27 (ORV)
ମେଜ ବହନାର୍ଥେ ସାଙ୍ଗୀର ଘରା ନିମନ୍ତେ ସେହି କଡ଼ା ବେଷ୍ଟନ-ପାର୍ଶ୍ଵରେ ଥିବ ।
ଯାତ୍ରା ପୁସ୍ତକ 25 : 28 (ORV)
ପୁଣି ସେହି ମେଜ ବହନାର୍ଥେ ଶିଟୀମ୍ କାଷ୍ଠରେ ସାଙ୍ଗୀ ପ୍ରସ୍ତୁତ କରି ସ୍ଵର୍ଣ୍ଣରେ ମଡ଼ାଇବ ।
ଯାତ୍ରା ପୁସ୍ତକ 25 : 29 (ORV)
ପୁଣି ଥାଳୀ ଓ ଚମସ ଓ ଗଡ଼ୁ ଓ ଢାଳିବା ନିମନ୍ତେ ପାତ୍ର ନିର୍ମାଣ କରିବ, ଏହି ସମସ୍ତ ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣ କରିବ ।
ଯାତ୍ରା ପୁସ୍ତକ 25 : 30 (ORV)
ତୁମ୍ଭେ ସେହି ମେଜ ଉପରେ ଆମ୍ଭ ଅଗ୍ରତେ ନିତ୍ୟ ନିତ୍ୟ ଦର୍ଶନୀୟ ରୋଟୀ ରଖିବ ।
ଯାତ୍ରା ପୁସ୍ତକ 25 : 31 (ORV)
ଆହୁରି, ତୁମ୍ଭେ ନିର୍ମଳ ସୁବର୍ଣ୍ଣର ଏକ ଦୀପବୃକ୍ଷ ନିର୍ମାଣ କରିବ; ପିଟାକର୍ମରେ ଦୀପବୃକ୍ଷ, ତହିଁର ଗଣ୍ତି ଓ ଶାଖା ନିର୍ମିତ ହେବ; ଆଉ ଗୋଲାଧାର ଓ କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ ।
ଯାତ୍ରା ପୁସ୍ତକ 25 : 32 (ORV)
ଅର୍ଥାତ୍, ତହିଁର ଏକ ପାର୍ଶ୍ଵରୁ ତିନି ଦୀପଶାଖା ଓ ଅନ୍ୟ ପାର୍ଶ୍ଵରୁ ତିନି ଦୀପଶାଖା, ଏହିରୂପେ ଦୁଇ ପାର୍ଶ୍ଵରୁ ଛଅ ଶାଖା ନିର୍ଗତ ହେବ ।
ଯାତ୍ରା ପୁସ୍ତକ 25 : 33 (ORV)
ତହିଁର ଏକ ଶାଖାରେ ବାଦାମପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ ରହିବ, ପୁଣି ଅନ୍ୟ ଶାଖାରେ ବାଦାମପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ ରହିବ; ସେହି ଦୀପବୃକ୍ଷରୁ ନିର୍ଗତ ଛଅ ଶାଖାରେ ଏହିରୂପେ; ହେବ।
ଯାତ୍ରା ପୁସ୍ତକ 25 : 34 (ORV)
ମାତ୍ର ଦୀପବୃକ୍ଷରେ ବାଦାମପୁଷ୍ପାକୃତି ଚାରି ଗୋଲାଧାର ଓ କଳିକା ଓ ପୁଷ୍ପ ରହିବ;
ଯାତ୍ରା ପୁସ୍ତକ 25 : 35 (ORV)
ପୁଣି ସେହି ଦୀପବୃକ୍ଷରୁ ଯେଉଁ ଛଅ ଶାଖା ନିର୍ଗତ ହୁଏ, ସେମାନଙ୍କ ଏକ ଶାଖାଦ୍ଵୟର ତଳେ ଏକ କଳିକା ଓ ଅନ୍ୟ ଶାଖାଦ୍ଵୟର ତଳେ ଏକ କଳିକା ଓ ଅନ୍ୟତର ଶାଖାଦ୍ଵୟର ତଳେ ଏକ କଳିକା ରହିବ ।
ଯାତ୍ରା ପୁସ୍ତକ 25 : 36 (ORV)
ଆଉ, କଳିକା ଓ ଶାଖା ତହିଁର ଅଂଶ ହେବ ଓ ସମସ୍ତ ନିର୍ମଳ ସ୍ଵର୍ଣ୍ଣରେ ନିର୍ମିତ ଏକ ପିଟା କର୍ମ ହେବ ।
ଯାତ୍ରା ପୁସ୍ତକ 25 : 37 (ORV)
ଆଉ, ତୁମ୍ଭେ ତହିଁ ପାଇଁ ସପ୍ତ ପ୍ରଦୀପ ନିର୍ମାଣ କରିବ; ତହିଁରେ ଲୋକମାନେ ସେହି ପ୍ରଦୀପ ଜ୍ଵଳାଇଲେ, ତହିଁର ସମ୍ମୁଖରେ ଆଲୁଅ ହେବ
ଯାତ୍ରା ପୁସ୍ତକ 25 : 38 (ORV)
ଏବଂ ନିର୍ମଳ ସୁବର୍ଣ୍ଣରେ ତହିଁର ଚିମୁଟା ଓ ଅଙ୍ଗାରଦାନି ନିର୍ମାଣ କରିବ ।
ଯାତ୍ରା ପୁସ୍ତକ 25 : 39 (ORV)
ଏହି ଦୀପବୃକ୍ଷ ଓ ତହିଁର ସାମଗ୍ରୀ ସର୍ବସୁଦ୍ଧା ଏକ ମହଣ ନିର୍ମଳ ସୁବର୍ଣ୍ଣରେ ନିର୍ମିତ ହେବ ।
ଯାତ୍ରା ପୁସ୍ତକ 25 : 40 (ORV)
ସାବଧାନ, ପର୍ବତରେ ତୁମ୍ଭକୁ ତହିଁର ଯେ ଯେ ଆଦର୍ଶ ପ୍ରଦର୍ଶିତ ହୋଇଅଛି, ସେହିରୂପେ ସବୁ କର।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40

BG:

Opacity:

Color:


Size:


Font: