ଯାତ୍ରା ପୁସ୍ତକ 23 : 1 (ORV)
ତୁମ୍ଭେ ମିଥ୍ୟାପବାଦ ଉତ୍ଥାପନ କରିବ ନାହିଁ; ଅନ୍ୟାୟ ସାକ୍ଷୀ ହୋଇ ଦୁଷ୍ଟର ସାହାଯ୍ୟ କରିବ ନାହିଁ ।
ଯାତ୍ରା ପୁସ୍ତକ 23 : 2 (ORV)
ତୁମ୍ଭେ ଦୁଷ୍କର୍ମ କରିବାକୁ ବହୁ ଲୋକର ପଶ୍ଚାଦ୍ବର୍ତ୍ତୀ ହେବ ନାହିଁ, ପୁଣି ନ୍ୟାୟ ବିଚାର ଅନ୍ୟଥା କରିବା ପାଇଁ ବହୁ ଲୋକର ପକ୍ଷ ହୋଇ ପ୍ରତିବାଦ କରିବ ନାହିଁ;
ଯାତ୍ରା ପୁସ୍ତକ 23 : 3 (ORV)
କିଅବା ବିଚାରରେ ଦରିଦ୍ରର ପକ୍ଷପାତ କରିବ ନାହିଁଣ ।
ଯାତ୍ରା ପୁସ୍ତକ 23 : 4 (ORV)
ତୁମ୍ଭେ ଆପଣା ଶତ୍ରୁର ଗୋରୁ କି ଗଧକୁ ପଥ ହୁଡ଼ି ଯିବାର ଦେଖିଲେ, ଅବଶ୍ୟ ତାହା ନିକଟକୁ ତାକୁ ଘେନିଯିବ।
ଯାତ୍ରା ପୁସ୍ତକ 23 : 5 (ORV)
ତୁମ୍ଭେ ଆପଣା ବୈରୀର ଗର୍ଦ୍ଦଭକୁ ଭାର ତଳେ ପଡ଼ିଥିବାର ଦେଖିଲେ, ତାକୁ ଛାଡ଼ି ଯିବାରୁ ନିବୃତ୍ତ ହୁଅ, ତୁମ୍ଭେ ଅବଶ୍ୟ ତାହା ସଙ୍ଗରେ ତାକୁ ମୁକ୍ତ କରିବ।
ଯାତ୍ରା ପୁସ୍ତକ 23 : 6 (ORV)
ଦରିଦ୍ରର ବିଚାରରେ ତୁମ୍ଭେ ତାହା ପ୍ରତି ଅନ୍ୟାୟ କରିବ ନାହିଁ।
ଯାତ୍ରା ପୁସ୍ତକ 23 : 7 (ORV)
ମିଥ୍ୟା ବିଷୟରୁ ଆପଣାକୁ ଦୂରରେ ରଖ; ପୁଣି ନିର୍ଦ୍ଦୋଷକୁ ଓ ଧାର୍ମିକକୁ ନଷ୍ଟ କର ନାହିଁ; ଯେହେତୁ ଆମ୍ଭେ ଦୁଷ୍ଟକୁ ନିର୍ଦ୍ଦୋଷ କରିବା ନାହିଁ।
ଯାତ୍ରା ପୁସ୍ତକ 23 : 8 (ORV)
ତୁମ୍ଭେ ଲାଞ୍ଚ ନେବ ନାହିଁ, କାରଣ ଲାଞ୍ଚ ଦୃଷ୍ଟି ଥିବା ଲୋକମାନଙ୍କୁ ଅନ୍ଧ କରିଦିଏ ଓ ଧାର୍ମିକମାନଙ୍କର ବାକ୍ୟ ଅନ୍ୟଥା କରେ ।
ଯାତ୍ରା ପୁସ୍ତକ 23 : 9 (ORV)
ତୁମ୍ଭେ ବିଦେଶୀ ପ୍ରତି ଉପଦ୍ରବ କରିବ ନାହିଁ, କାରଣ ତୁମ୍ଭେ ବିଦେଶୀର ମନ ଜାଣୁଅଛ, ଯେହେତୁ ତୁମ୍ଭେମାନେ ମିସର ଦେଶରେ ବିଦେଶୀ ଥିଲ ।
ଯାତ୍ରା ପୁସ୍ତକ 23 : 10 (ORV)
ଆଉ ତୁମ୍ଭେ ଆପଣା ଭୂମିରେ ଛଅ ବର୍ଷ ପର୍ଯ୍ୟନ୍ତ ବୀଜ ବପନ କରିବ ଓ ତହିଁରୁ ଉତ୍ପନ୍ନ ଶସ୍ୟାଦି ସଂଗ୍ରହ କରିବ।
ଯାତ୍ରା ପୁସ୍ତକ 23 : 11 (ORV)
ମାତ୍ର ସପ୍ତମ ବର୍ଷରେ ତାକୁ ବିଶ୍ରାମ ଦେବ ଓ ପଡ଼ିଆ ରଖିବ; ତହିଁରେ ତୁମ୍ଭର ଦରିଦ୍ରମାନେ ଖାଇବାକୁ ପାଇବେ; ସେମାନେ ଯାହା ଅବଶିଷ୍ଟ ରଖିବେ, ତାହା ବନପଶୁମାନେ ଖାଇବେ । ପୁଣି ତୁମ୍ଭ ଦ୍ରାକ୍ଷାକ୍ଷେତ୍ର ଓ ଜୀତ ବୃକ୍ଷ ପ୍ରତି ମଧ୍ୟ ସେହିରୂପ କରିବ ।
ଯାତ୍ରା ପୁସ୍ତକ 23 : 12 (ORV)
ତୁମ୍ଭେ ଛଅ ଦିନ ଆପଣା କର୍ମ କରି ସପ୍ତମ ଦିନରେ ବିଶ୍ରାମ କରିବ, ତହିଁରେ ତୁମ୍ଭର ଗୋରୁ ଓ ଗର୍ଦ୍ଦଭ ବିଶ୍ରାମ ପାଇବେ, ପୁଣି ତୁମ୍ଭ ଦାସୀପୁତ୍ର ଓ ବିଦେଶୀ ଲୋକ ଆଶ୍ଵାସ ପାଇବେ।
ଯାତ୍ରା ପୁସ୍ତକ 23 : 13 (ORV)
ଆମ୍ଭେ ତୁମ୍ଭମାନଙ୍କୁ ଯାହା ଯାହା କହିଅଛୁ, ସେସମସ୍ତ ବିଷୟରେ ସାବଧାନ ହୁଅ; ଅନ୍ୟ ଦେବଗଣର ନାମ ସ୍ମରଣ କରାଅ ନାହିଁ, କିଅବା ତୁମ୍ଭମାନଙ୍କ ମୁଖରୁ ତାହା ଶୁଣା ନ ଯାଉ ।
ଯାତ୍ରା ପୁସ୍ତକ 23 : 14 (ORV)
ତୁମ୍ଭେ ବର୍ଷ ମଧ୍ୟରେ ତିନି ଥର ଆମ୍ଭ ଉଦ୍ଦେଶ୍ୟରେ ଉତ୍ସବ କରିବ।
ଯାତ୍ରା ପୁସ୍ତକ 23 : 15 (ORV)
ତାଡ଼ିଶୂନ୍ୟ ରୋଟୀର ଉତ୍ସବ ପାଳନ କରିବ; ଆମ୍ଭ ଆଜ୍ଞାନୁସାରେ ଆବୀବ୍ ମାସର ନିରୂପିତ ସମୟରେ ସାତ ଦିନ ତାଡ଼ିଶୂନ୍ୟ ରୋଟୀ ଭୋଜନ କରିବ, ଯେହେତୁ ତୁମ୍ଭେ ସେହି ସମୟରେ ମିସର ଦେଶରୁ ମୁକ୍ତି ପାଇଅଛ; ପୁଣି କେହି ରିକ୍ତ ହସ୍ତରେ ଆମ୍ଭ ନିକଟରେ ଉପସ୍ଥିତ ହେବ ନାହିଁ
ଯାତ୍ରା ପୁସ୍ତକ 23 : 16 (ORV)
ଆଉ, ତୁମ୍ଭେ ଶସ୍ୟଚ୍ଛେଦନ ଉତ୍ସବ, ଅର୍ଥାତ୍, କ୍ଷେତ୍ରରେ ଯାହା ବୁଣ, ତହିଁର ପ୍ରଥମ ସଂଗୃହୀତ ଫଳର ଉତ୍ସବ ପାଳନ କର; ପୁଣି ବର୍ଷ ଶେଷରେ କ୍ଷେତ୍ରରୁ ଫଳ ସଂଗ୍ରହ କରିବା ସମୟରେ ଫଳ ସଞ୍ଚୟର ଉତ୍ସବ ପାଳନ କର ।
ଯାତ୍ରା ପୁସ୍ତକ 23 : 17 (ORV)
ବର୍ଷ ମଧ୍ୟରେ ତିନି ଥର ତୁମ୍ଭର ସମସ୍ତ ପୁଂଜାତି, ପ୍ରଭୁ ସଦାପ୍ରଭୁଙ୍କ ସାକ୍ଷାତରେ ଉପସ୍ଥିତ ହେବେ ।
ଯାତ୍ରା ପୁସ୍ତକ 23 : 18 (ORV)
ତୁମ୍ଭେ ତାଡ଼ିଯୁକ୍ତ ଦ୍ରବ୍ୟ ସହିତ ଆମ୍ଭ ବଳିର ରକ୍ତ ଉତ୍ସର୍ଗ କରିବ ନାହିଁ; ପୁଣି ଆମ୍ଭ ଉତ୍ସବ-ସମ୍ପର୍କୀୟ ମେଦ ରାତ୍ରିଯାକ ପ୍ରଭାତ ପର୍ଯ୍ୟନ୍ତ ରଖିବ ନାହିଁ ।
ଯାତ୍ରା ପୁସ୍ତକ 23 : 19 (ORV)
ତୁମ୍ଭ ଭୂମିର ପ୍ରଥମଜାତ ଫଳ ତୁମ୍ଭ ସଦାପ୍ରଭୁ ପରମେଶ୍ଵରଙ୍କ ଗୃହକୁ ଆଣିବ। ତୁମ୍ଭେ ଛାଗ ବତ୍ସକୁ ତାହାର ମାତୃ ଦୁଗ୍ଧରେ ପାକ କରିବ ନାହିଁ ।
ଯାତ୍ରା ପୁସ୍ତକ 23 : 20 (ORV)
ଦେଖ, ଆମ୍ଭେ ତୁମ୍ଭକୁ ପଥରେ ରକ୍ଷା କରିବା ପାଇଁ ଓ ତୁମ୍ଭକୁ ଆମ୍ଭର ପ୍ରସ୍ତୁତ ସ୍ଥାନକୁ ଆଣିବା ପାଇଁ ତୁମ୍ଭ ଆଗେ ଆଗେ ଏକ ଦୂତ ପ୍ରେରଣ କରୁଅଛୁ।
ଯାତ୍ରା ପୁସ୍ତକ 23 : 21 (ORV)
ତାହାଙ୍କ ବିଷୟରେ ସାବଧାନ ହୁଅ ଓ ତାହାଙ୍କ ରବରେ ଅବଧାନ କର; ତାହାଙ୍କର ଅସନ୍ତୋଷ ଜନ୍ମାଅ ନାହିଁ; କାରଣ ସେ ତୁମ୍ଭମାନଙ୍କ ଅଧର୍ମ କ୍ଷମା କରିବେ ନାହିଁ; ଯେହେତୁ ତାହାଙ୍କଠାରେ ଆମ୍ଭର ନାମ ଅଛି ।
ଯାତ୍ରା ପୁସ୍ତକ 23 : 22 (ORV)
ମାତ୍ର ତୁମ୍ଭେ ଯେବେ ନିତା; ତାହାଙ୍କ ରବରେ ଅବଧାନ କରିବ, ପୁଣି ଆମ୍ଭେ ଯାହା ସବୁ କହୁ, ତାହା କରିବ; ତେବେ ଆମ୍ଭେ ତୁମ୍ଭ ଶତ୍ରୁମାନଙ୍କର ଶତ୍ରୁ ଓ ତୁମ୍ଭ ବୈରୀମାନଙ୍କର ବୈରୀ ହେବା।
ଯାତ୍ରା ପୁସ୍ତକ 23 : 23 (ORV)
କାରଣ ଆମ୍ଭର ଦୂତ ତୁମ୍ଭ ଆଗେ ଆଗେ ଯାଇ ତୁମ୍ଭକୁ ଇମୋରୀୟ ଓ ହିତ୍ତୀୟ ଓ ପିରିଷୀୟ ଓ କିଣାନୀୟ ଓ ହିବ୍ବୀୟ ଓ ଯିବୂଷୀୟମାନଙ୍କ ଦେଶକୁ ଆଣିବେ, ପୁଣି ଆମ୍ଭେ ସେମାନଙ୍କୁ ଉଚ୍ଛିନ୍ନ କରିବା ।
ଯାତ୍ରା ପୁସ୍ତକ 23 : 24 (ORV)
ତୁମ୍ଭେ ସେମାନଙ୍କ ଦେବଗଣକୁ ପ୍ରଣାମ କରିବ ନାହିଁ ଓ ସେମାନଙ୍କର ସେବା କରିବ ନାହିଁ, ପୁଣି ସେମାନଙ୍କ କ୍ରିୟାନୁସାରେ କ୍ରିୟା କରିବ ନାହିଁ; ମାତ୍ର ସେମାନଙ୍କୁ ସମୂଳେ ଉତ୍ପାଟନ କରିବ ଓ ସେମାନଙ୍କ ସ୍ତମ୍ଭସବୁ ଭାଙ୍ଗି ପକାଇବ ।
ଯାତ୍ରା ପୁସ୍ତକ 23 : 25 (ORV)
ତୁମ୍ଭେମାନେ ଆପଣାମାନଙ୍କ ସଦାପ୍ରଭୁ ପରମେଶ୍ଵରଙ୍କର ସେବା କରିବ; ତହିଁରେ ସେ ତୁମ୍ଭମାନଙ୍କ ଅନ୍ନଜଳରେ ଆଶୀର୍ବାଦ କରିବେ, ପୁଣି ଆମ୍ଭେ ତୁମ୍ଭ ମଧ୍ୟରୁ ରୋଗ ଦୂର କରିବା, ।
ଯାତ୍ରା ପୁସ୍ତକ 23 : 26 (ORV)
ତୁମ୍ଭ ଦେଶରେ କାହାରି ଗର୍ଭପାତ ହେବ ନାହିଁ, ପୁଣି କେହି ବନ୍ଧ୍ୟା ହେବ ନାହିଁ; ଆମ୍ଭେ ତୁମ୍ଭ ଆୟୁର ପରିମାଣ ପୂର୍ଣ୍ଣ କରିବା ।
ଯାତ୍ରା ପୁସ୍ତକ 23 : 27 (ORV)
ଆମ୍ଭେ ତୁମ୍ଭ ଆଗେ ଆଗେ ଆମ୍ଭ ବିଷୟକ ଭୟ ପ୍ରେରଣ କରିବା; ପୁଣି ତୁମ୍ଭେ ଯେଉଁସବୁ ଲୋକଙ୍କ ନିକଟରେ ଉପସ୍ଥିତ ହେବ, ସେମାନଙ୍କୁ ବ୍ୟାକୁଳ କରିବା ଓ ଆମ୍ଭେ ତୁମ୍ଭର ଶତ୍ରୁଗଣକୁ ବିମୁଖ କରିବା ।
ଯାତ୍ରା ପୁସ୍ତକ 23 : 28 (ORV)
ଆମ୍ଭେ ତୁମ୍ଭ ଆଗେ ଆଗେ ବିରୁଡ଼ିମାନଙ୍କୁ ପଠାଇବା; ସେମାନେ ହିବ୍ବୀୟ ଓ କିଣାନୀୟ ଓ ହିତ୍ତୀୟମାନଙ୍କୁ ତୁମ୍ଭ ସମ୍ମୁଖରୁ ଘଉଡ଼ାଇ ଦେବେ ।
ଯାତ୍ରା ପୁସ୍ତକ 23 : 29 (ORV)
ମାତ୍ର ଏକ ବର୍ଷରେ ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବା ନାହିଁ, ତାହାହେଲେ ଦେଶ ଶୂନ୍ୟ ହୋଇଯିବ ଓ ତୁମ୍ଭ ପ୍ରତିକୂଳରେ ବନ୍ୟପଶୁମାନଙ୍କ ସଂଖ୍ୟା ବୃଦ୍ଧି ପାଇବ।
ଯାତ୍ରା ପୁସ୍ତକ 23 : 30 (ORV)
ତୁମ୍ଭେ ଯେପର୍ଯ୍ୟନ୍ତ ବର୍ଦ୍ଧିତ ହୋଇନାହଁ ଓ ଦେଶ ଅଧିକାର କରିନାହଁ, ସେପର୍ଯ୍ୟନ୍ତ ଆମ୍ଭେ ତୁମ୍ଭ ସମ୍ମୁଖରୁ ସେମାନଙ୍କୁ କ୍ରମେ କ୍ରମେ ଘଉଡ଼ାଇ ଦେବା ।
ଯାତ୍ରା ପୁସ୍ତକ 23 : 31 (ORV)
ପୁଣି ଆମ୍ଭେ ସୂଫ ସାଗରଠାରୁ ପଲେଷ୍ଟୀୟମାନଙ୍କର ସମୁଦ୍ର ପର୍ଯ୍ୟନ୍ତ ଓ ପ୍ରାନ୍ତରଠାରୁ ଫରାତ୍ ନଦୀ ପର୍ଯ୍ୟନ୍ତ ତୁମ୍ଭର ସୀମା ନିରୂପଣ କରିବା; କାରଣ ଆମ୍ଭେ ସେହି ଦେଶ ନିବାସୀମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା; ତହିଁରେ ତୁମ୍ଭେ ଆପଣା ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବ ।
ଯାତ୍ରା ପୁସ୍ତକ 23 : 32 (ORV)
ତୁମ୍ଭେ ସେମାନଙ୍କ ସହିତ କିମ୍ଵା ସେମାନଙ୍କ ଦେବଗଣ ସହିତ କୌଣସି ନିୟମ ସ୍ଥିର କରିବ ନାହିଁ ।
ଯାତ୍ରା ପୁସ୍ତକ 23 : 33 (ORV)
ସେମାନେ ତୁମ୍ଭ ଦେଶରେ ବାସ କରିବେ ନାହିଁ, କଲେ ସେମାନେ ଆମ୍ଭ ବିରୁଦ୍ଧରେ ତୁମ୍ଭକୁ ପାପ କରାଇବେ; ଯେହେତୁ ତୁମ୍ଭେ ଯେବେ ସେମାନଙ୍କ ଦେବଗଣର ସେବା କର, ତେବେ ତାହା ଅବଶ୍ୟ ତୁମ୍ଭର ଫାନ୍ଦ ସ୍ଵରୂପ ହେବ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33

BG:

Opacity:

Color:


Size:


Font: