ଯାତ୍ରା ପୁସ୍ତକ 21 : 1 (ORV)
ଆଉ ତୁମ୍ଭେ ଏହିସବୁ ଶାସନ ସେମାନଙ୍କର ଜ୍ଞାନଗୋଚର କରିବ । ଯଥା-
ଯାତ୍ରା ପୁସ୍ତକ 21 : 2 (ORV)
ତୁମ୍ଭେ ଏବ୍ରୀୟ ଦାସ କ୍ରୟ କଲେ, ସେ ଛଅ ବର୍ଷ ସେବା କରିବ; ପୁଣି ସପ୍ତମ ବର୍ଷରେ ସେ ବିନାମୂଲ୍ୟରେ ମୁକ୍ତ ହୋଇଯିବ।
ଯାତ୍ରା ପୁସ୍ତକ 21 : 3 (ORV)
ଯେବେ ସେ ଏକାକୀ ଆସିଥାଏ, ତେବେ ସେ ଏକାକୀ ଯିବ; ଆଉ ଯେବେ ସେ ବିବାହିତ ହୋଇ ଆସିଥାଏ, ତେବେ ତାହାର ଭାର୍ଯ୍ୟା ତାହା ସଙ୍ଗେ ବାହାରି ଯିବ ।
ଯାତ୍ରା ପୁସ୍ତକ 21 : 4 (ORV)
ପୁଣି ଯେବେ ତାହାର ପ୍ରଭୁ ତାହାକୁ ବିବାହ କରି ଦେଇଥାଏ ଓ ସେହି ସ୍ତ୍ରୀଠାରୁ ପୁତ୍ର-କନ୍ୟାର ଜନ୍ମ ହୋଇଥାଏ, ତେବେ ସେହି ସ୍ତ୍ରୀ ଓ ତାହାର ସନ୍ତାନମାନଙ୍କ ଉପରେ ତାହାର ପ୍ରଭୁର ଅଧିକାର ହେବ ଓ ସେ ଏକାକୀ ବାହାରି ଯିବ ।
ଯାତ୍ରା ପୁସ୍ତକ 21 : 5 (ORV)
ମାତ୍ର ମୁଁ ଆପଣା ପ୍ରଭୁଙ୍କୁ, ପୁଣି ଆପଣା ଭାର୍ଯ୍ୟା ଓ ସନ୍ତାନଗଣକୁ ପ୍ରେମ କରେ, ଏଣୁ ମୁଁ ମୁକ୍ତ ହୋଇ ଯିବି ନାହିଁ, ଏପରି କଥା ଯେବେ ସେହି ଦାସ ଦୃଢ଼ ରୂପେ କହିବ
ଯାତ୍ରା ପୁସ୍ତକ 21 : 6 (ORV)
ତେବେ ତାହାର ପ୍ରଭୁ ତାହାକୁ ପରମେଶ୍ଵରଙ୍କ ନିକଟକୁ ନେଇଯିବ, ପୁଣି ତାହାକୁ କବାଟ ବା ବାଜୁବନ୍ଧ ନିକଟକୁ ଆଣି ତାହାର ପ୍ରଭୁ ବିନ୍ଧଣୀରେ ତାହାର କର୍ଣ୍ଣ ବିନ୍ଧିବ; ତହିଁରେ ସେ ସଦାକାଳ ତାହାର ସେବା କରିବ ।
ଯାତ୍ରା ପୁସ୍ତକ 21 : 7 (ORV)
ଆଉ କେହି ଯେବେ ଆପଣା କନ୍ୟାକୁ ଦାସୀ ରୂପେ ବିକ୍ରୟ କରେ, ତେବେ ସେ ଦାସମାନଙ୍କ ପରି ମୁକ୍ତ ହୋଇ ଯିବ ନାହିଁ ।
ଯାତ୍ରା ପୁସ୍ତକ 21 : 8 (ORV)
ତାହାର ପ୍ରଭୁ ତାହାକୁ ଆପଣା ପାଇଁ ନିରୂପଣ କଲେ ହେଁ, ଯେବେ ତାହା ପ୍ରତି ଅସନ୍ତୁଷ୍ଟ ହୁଏ, ତେବେ ସେ ତାହାକୁ ମୁକ୍ତ ହେବାକୁ ଦେବ; ତାହା ପ୍ରତି ପ୍ରବଞ୍ଚନା କରିଥିବାରୁ ଅନ୍ୟ-ଦେଶୀୟମାନଙ୍କ ନିକଟରେ ତାହାକୁ ବିକ୍ରୟ କରିବାର ଅଧିକାର ପାଇବ ନାହିଁ ।
ଯାତ୍ରା ପୁସ୍ତକ 21 : 9 (ORV)
କିଅବା ଯେବେ ସେହି ପ୍ରଭୁ ଆପଣା ପୁତ୍ର ନିମନ୍ତେ ତାହାକୁ ନିରୂପଣ କରିଥାଏ, ତେବେ ସେ ତାହା ପ୍ରତି କନ୍ୟାବିଷୟକ ରୀତି ଅନୁସାରେ ବ୍ୟବହାର କରିବ ।
ଯାତ୍ରା ପୁସ୍ତକ 21 : 10 (ORV)
ଯେବେ ସେ ଅନ୍ୟ ସ୍ତ୍ରୀ ସହିତ ବିବାହ କରେ, ତେବେ ହେଁ ତାହାର ଅନ୍ନ ବସ୍ତ୍ର ଓ ବିବାହୋଚିତ କର୍ତ୍ତବ୍ୟର ତ୍ରୁଟି କରିବ ନାହିଁ ।
ଯାତ୍ରା ପୁସ୍ତକ 21 : 11 (ORV)
ଯେବେ ସେ ଏହି ତିନିର ତ୍ରୁଟି କରେ, ତେବେ ସେ ସ୍ତ୍ରୀ ବିନାମୂଲ୍ୟରେ ମୁକ୍ତ ହୋଇଯିବ । ହିଂସାତ୍ମକ କାର୍ଯ୍ୟ ସଂକ୍ରା; ବ୍ୟବସ୍ଥା
ଯାତ୍ରା ପୁସ୍ତକ 21 : 12 (ORV)
କେହି ଯେବେ କୌଣସି ମନୁଷ୍ୟକୁ ଏପରି ପ୍ରହାର କରେ ଯେ ସେ ମରିଯାଏ, ତେବେ ଅବଶ୍ୟ ତାହାର ପ୍ରାଣଦଣ୍ତ ହେବ।
ଯାତ୍ରା ପୁସ୍ତକ 21 : 13 (ORV)
ଯେବେ କୌଣସି ମନୁଷ୍ୟ କାହାକୁ ମାରିବାକୁ ଚେଷ୍ଟା କରେ ନାହିଁ, ମାତ୍ର ପରମେଶ୍ଵରଙ୍କ ଇଚ୍ଛାରେ ତାହାର ହସ୍ତ ଦ୍ଵାରା ତାହାର ମୃତ୍ୟୁ ହୁଏ, ତେବେ ଯେଉଁ ସ୍ଥାନକୁ ସେ ପଳାଇ ପାରେ, ଏପରି ସ୍ଥାନ ଆମ୍ଭେ ତୁମ୍ଭ ପାଇଁ ନିରୂପଣ କରିବା ।
ଯାତ୍ରା ପୁସ୍ତକ 21 : 14 (ORV)
ମାତ୍ର ଯେବେ କେହି ଛଳନା ପୂର୍ବକ ଆପଣା ପ୍ରତିବାସୀକି ବଧ କରିବାକୁ ଦୁଃସାହସ କରେ, ତେବେ ତୁମ୍ଭେ ତାହାର ପ୍ରାଣଦଣ୍ତ କରିବା ନିମନ୍ତେ ଆମ୍ଭ ବେଦି ନିକଟରୁ ତାହାକୁ ନେଇଯିବ ।
ଯାତ୍ରା ପୁସ୍ତକ 21 : 15 (ORV)
ପୁଣି ଯେ କେହି ଆପଣା ପିତା କି ମାତାକୁ ପ୍ରହାର କରେ, ତାହାର ଅବଶ୍ୟ ପ୍ରାଣଦଣ୍ତ ହେବ ।
ଯାତ୍ରା ପୁସ୍ତକ 21 : 16 (ORV)
ଆଉ କେହି ମନୁଷ୍ୟକୁ ଚୋରି କରି ଯେବେ ବିକ୍ରୟ କରେ, ଅବା ସେ ଯେବେ ତାହାର ଅଧିକାରରେ ପ୍ରାପ୍ତ ହୁଏ,, ତେବେ ତାହାର ଅବଶ୍ୟ ପ୍ରାଣଦଣ୍ତ ହେବ ।
ଯାତ୍ରା ପୁସ୍ତକ 21 : 17 (ORV)
ଯେ କେହି ଆପଣା ପିତା କି ମାତାକୁ ଶାପ ଦିଏ, ତାହାର ଅବଶ୍ୟ ପ୍ରାଣଦଣ୍ତ ହେବ।
ଯାତ୍ରା ପୁସ୍ତକ 21 : 18 (ORV)
ଆଉ ଲୋକମାନେ ଏକ ଆରେକ ସହିତ ବିବାଦ କରୁ କରୁ ଏକଜଣ ଅନ୍ୟଜଣକୁ ପ୍ରସ୍ତରରେ ବା ମୁଷ୍ଟିରେ ଆଘାତ କଲେ, ସେ ଯେବେ ନ ମରି ଶଯ୍ୟାଗତ ହୁଏ
ଯାତ୍ରା ପୁସ୍ତକ 21 : 19 (ORV)
ଓ ପଶ୍ଚାତ୍ ଉଠି ଯଷ୍ଟି ଧରି ବାହାରେ ବୁଲେ, ତେବେ ସେହି ପ୍ରହାରକ ନିର୍ଦ୍ଦୋଷ ହେବ; କେବଳ ତାହାକୁ ତାହାର କର୍ମ-କ୍ଷତିର ଓ ଚିକିତ୍ସାର ବ୍ୟୟ ଦେବାକୁ ପଡ଼ିବ ।
ଯାତ୍ରା ପୁସ୍ତକ 21 : 20 (ORV)
ଆଉ କେହି ଆପଣା ଦାସ ବା ଦାସୀକି ଯଷ୍ଟି ଦ୍ଵାରା ପ୍ରହାର କଲେ, ସେ ଯେବେ ତାହା ହସ୍ତରେ ମରେ, ତେବେ ସେ ଅବଶ୍ୟ ଦଣ୍ତନୀୟ ହେବ ।
ଯାତ୍ରା ପୁସ୍ତକ 21 : 21 (ORV)
ମାତ୍ର ସେ ଯେବେ ଦୁଇ ଏକ ଦିନ ବଞ୍ଚେ, ତେବେ ସେ ଦଣ୍ତନୀୟ ହେବ ନାହିଁ; କାରଣ ସେ ତାହାର ରୂପା ସ୍ଵରୂପ।
ଯାତ୍ରା ପୁସ୍ତକ 21 : 22 (ORV)
ଆଉ ପୁରୁଷମାନେ ପରସ୍ପର ବିବାଦ କରୁ କରୁ କୌଣସି ଗର୍ଭବତୀ ସ୍ତ୍ରୀକି ପ୍ରହାର କଲେ ଯେବେ ତାହାର ଗର୍ଭପାତ ହୁଏ, ମାତ୍ର ପଶ୍ଚାତ୍ ଆଉ କୌଣସି ଆପଦ ନ ଘଟେ, ତେବେ ସେହି ସ୍ତ୍ରୀର ସ୍ଵାମୀ ଯେରୂପ ଦାବୀ କରିବ, ତଦନୁସାରେ ତାହାର ଅବଶ୍ୟ ଅର୍ଥଦଣ୍ତ ହେବ, ପୁଣି ସେ ବିଚାରକର୍ତ୍ତାମାନଙ୍କ ନିର୍ଦ୍ଧାରଣାନୁସାରେ ତାହା ଦେବ ।
ଯାତ୍ରା ପୁସ୍ତକ 21 : 23 (ORV)
ମାତ୍ର ଯେବେ କୌଣସି ଆପଦ ଘଟେ, ତେବେ ତାହାର ପ୍ରାଣ ପରିଶୋଧରେ ପ୍ରାଣ,
ଯାତ୍ରା ପୁସ୍ତକ 21 : 24 (ORV)
ଚକ୍ଷୁ ପରିଶୋଧରେ ଚକ୍ଷୁ, ଦ; ପରିଶୋଧରେ ଦନ୍ତ, ହସ୍ତ ପରିଶୋଧରେ ହସ୍ତ, ଚରଣ ପରିଶୋଧରେ ଚରଣ,
ଯାତ୍ରା ପୁସ୍ତକ 21 : 25 (ORV)
ଦାହ ପରିଶୋଧରେ ଦାହ, କ୍ଷତ ପରିଶୋଧରେ କ୍ଷତ, ନୋଳା ପରିଶୋଧରେ ନୋଳା, ଦଣ୍ତ ହେବ ।
ଯାତ୍ରା ପୁସ୍ତକ 21 : 26 (ORV)
ଆଉ କେହି ଆପଣା ଦାସ କି ଦାସୀର ଚକ୍ଷୁରେ ଆଘାତ କଲେ ଯେବେ ତାହା ନଷ୍ଟ ହୁଏ, ତେବେ ସେ ତାହାର ଚକ୍ଷୁ ସକାଶେ ତାହାକୁ ମୁକ୍ତ କରି ଦେବ ।
ଯାତ୍ରା ପୁସ୍ତକ 21 : 27 (ORV)
ପୁଣି ଆଘାତ ଦ୍ଵାରା ଆପଣା ଦାସ କି ଦାସୀର ଦ; ଭଗ୍ନ କଲେ, ସେ ସେହି ଦ; ସକାଶେ ତାହାକୁ ମୁକ୍ତ କରି ଦେବ ।
ଯାତ୍ରା ପୁସ୍ତକ 21 : 28 (ORV)
ଆଉ, ଗୋରୁ କୌଣସି ପୁରୁଷ କି ସ୍ତ୍ରୀକି ବିନ୍ଧିଲେ ଯେବେ ସେ ମରେ, ତେବେ ସେହି ଗୋରୁ ପ୍ରସ୍ତର ଦ୍ଵାରା ହତ ହେବ, ପୁଣି ତାହାର ମାଂସ ଅଖାଦ୍ୟ ହେବ; ମାତ୍ର ଗୋରୁର ସ୍ଵାମୀ ଦଣ୍ତଯୋଗ୍ୟ ହେବ ନାହିଁ ।
ଯାତ୍ରା ପୁସ୍ତକ 21 : 29 (ORV)
ମାତ୍ର ସେହି ଗୋରୁ ପୂର୍ବେ ବିନ୍ଧୁଥାଏ, ଏଥିର ପ୍ରମାଣ ତାହାର ସ୍ଵାମୀକି ଦିଆଗଲେ ହେଁ ତାକୁ ନ ବାନ୍ଧିବା ସକାଶୁ ସେ ଯେବେ କୌଣସି ପୁରୁଷ କି ସ୍ତ୍ରୀକି ମାରି ପକାଏ, ତେବେ ସେହି ଗୋରୁ ପ୍ରସ୍ତର ଦ୍ଵାରା ହତ ହେବ; ପୁଣି ତାହାର ସ୍ଵାମୀର ମଧ୍ୟ ପ୍ରାଣଦଣ୍ତ ହେବ ।
ଯାତ୍ରା ପୁସ୍ତକ 21 : 30 (ORV)
ଯଦ୍ୟପି ତାହାର (ପ୍ରାଣ) ନିମନ୍ତେ ପ୍ରାୟଶ୍ଚିତ୍ତ ନିରୂପିତ ହୁଏ, ତେବେ ସେ ପ୍ରାଣମୁକ୍ତି ନିମନ୍ତେ ସମୁଦାୟ ନିରୂପିତ ମୂଲ୍ୟ ଦେବ ।
ଯାତ୍ରା ପୁସ୍ତକ 21 : 31 (ORV)
ଗୋରୁ ପୁତ୍ରକୁ କି କନ୍ୟାକୁ ବିନ୍ଧିଲେ, ଏହି ଶାସନାନୁସାରେ ଦଣ୍ତିତ ହେବ ।
ଯାତ୍ରା ପୁସ୍ତକ 21 : 32 (ORV)
କାହାର ଗୋରୁ ଯେବେ କାହାର ଦାସ କି ଦାସୀକି ବିନ୍ଧେ, ତେବେ ସେ ତାହାର ପ୍ରଭୁକୁ ତିରିଶ ଶେକଲ ରୂପା ଦେବ; ଆଉ ଗୋରୁ ପ୍ରସ୍ତର ଦ୍ଵାରା ହତ ହେବ ।
ଯାତ୍ରା ପୁସ୍ତକ 21 : 33 (ORV)
ଆଉ କେହି ଯେବେ କୌଣସି କୂପ ଅନାବୃତ କରେ, କିଅବା କୂପ ଖୋଳି ତାହା ଆବୃତ ନ କରେ, ତେବେ ତହିଁ ଭିତରେ କୌଣସି ଗୋରୁ କି ଗଧ ପଡ଼ିଲେ,
ଯାତ୍ରା ପୁସ୍ତକ 21 : 34 (ORV)
ସେହି କୂପର କର୍ତ୍ତା ତହିଁର ପରିଶୋଧ କରିବ; ସେ ସେମାନଙ୍କ ସ୍ଵାମୀକି ରୂପା ମୂଲ୍ୟ ଦେବ, ମାତ୍ର ମୃତ ପଶୁ ତାହାର ହେବ ।
ଯାତ୍ରା ପୁସ୍ତକ 21 : 35 (ORV)
ଆଉ ଏକଜଣର ଗୋରୁ ଅନ୍ୟଜଣର ଗୋରୁକୁ ବିନ୍ଧିଲେ ସେ ଯେବେ ମରେ, ତେବେ ସେମାନେ ଜୀବିତ ଗୋରୁକୁ ବିକ୍ରୟ କରି ତହିଁର ମୂଲ୍ୟ ଦୁଇଭାଗ କରିବେ; ପୁଣି ମୃତ ଗୋରୁକୁ ମଧ୍ୟ ଦୁଇଭାଗ କରି ନେବେ ।
ଯାତ୍ରା ପୁସ୍ତକ 21 : 36 (ORV)
ମାତ୍ର ଗୋରୁ ପୂର୍ବେ ବିନ୍ଧୁଥିବାର ଜାଣି ଯେବେ ତାʼର ସ୍ଵାମୀ ତାକୁ ସାବଧାନରେ ରଖି ନ ଥାଏ, ତେବେ ସେ ଗୋରୁ ପରିଶୋଧରେ ଗୋରୁ ଅବଶ୍ୟ ଦେବ, ମାତ୍ର ମୃତ ଗୋରୁ ତାହାର ନିଜର ହେବ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36

BG:

Opacity:

Color:


Size:


Font: