ଗୀତସଂହିତା 77 : 1 (ORV)
ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନର ରୀତି ଅନୁସାରେ ଆସଫର ଗୀତ । ମୁଁ ପରମେଶ୍ଵରଙ୍କ ନିକଟରେ ସ୍ଵରବରେ କାକୁକ୍ତି କରିବି; ପରମେଶ୍ଵରଙ୍କ ନିକଟରେ ହିଁ ସ୍ଵରବରେ କାକୁକ୍ତି କରିବି, ତହିଁରେ ସେ ମୋʼ ପ୍ରତି କର୍ଣ୍ଣପାତ କରିବେ ।
ଗୀତସଂହିତା 77 : 2 (ORV)
ମୁଁ ଆପଣା ସଙ୍କଟ ଦିନରେ ପ୍ରଭୁଙ୍କୁ ଅନ୍ଵେଷଣ କଲି; ରାତ୍ରିକାଳରେ ମୋହର ହସ୍ତ ବିସ୍ତାରିତ ରହିଲା ଓ ସଙ୍କୁଚିତ ନୋହିଲା; ମୋହର ପ୍ରାଣ ପ୍ରବୋଧ ମାନିବାକୁ ଅସମ୍ମତ ହେଲା ।
ଗୀତସଂହିତା 77 : 3 (ORV)
ମୁଁ ପରମେଶ୍ଵରଙ୍କୁ ସ୍ମରଣ କରି ଅସ୍ଥିର ହେଉଅଛି; ଭାବନା କରି କରି ମୋହର ଆତ୍ମା ମୂର୍ଚ୍ଛିତ ହୁଏ । [ସେଲା
ଗୀତସଂହିତା 77 : 4 (ORV)
ତୁମ୍ଭେ ମୋʼ ଚକ୍ଷୁକୁ ଉଜାଗର କରି ରଖୁଅଛ; ମୁଁ ଏପରି ବ୍ୟାକୁଳ ଯେ, କଥା କହି ପାରୁ ନାହିଁ ।
ଗୀତସଂହିତା 77 : 5 (ORV)
ମୁଁ ପୂର୍ବକାଳର ଦିନସବୁ, ପୁରାତନ କାଳର ବର୍ଷସବୁ ଭାବନା କରିଅଛି ।
ଗୀତସଂହିତା 77 : 6 (ORV)
ମୁଁ ଆପଣା ରାତ୍ରିକାଳୀନ ଗୀତ ସ୍ମରଣ କରୁଅଛି; ମୁଁ ଆପଣା ମନେ ମନେ ଧ୍ୟାନ କରୁଅଛି; ପୁଣି, ମୋହର ଆତ୍ମା ଯନିରେ ଅନୁସନ୍ଧାନ କଲା ।
ଗୀତସଂହିତା 77 : 7 (ORV)
ପ୍ରଭୁ କʼଣ ସଦାକାଳ ପରିତ୍ୟାଗ କରିବେ? ସେ କʼଣ ଆଉ ସୁପ୍ରସନ୍ନ ହେବେ ନାହିଁ?
ଗୀତସଂହିତା 77 : 8 (ORV)
ତାହାଙ୍କ ଦୟା କʼଣ ଚିରକାଳ ଲୁପ୍ତ ହେଲା? ତାହାଙ୍କ ପ୍ରତିଜ୍ଞା କʼଣ ଚିରକାଳ ବିଫଳ ହୁଏ?
ଗୀତସଂହିତା 77 : 9 (ORV)
ପରମେଶ୍ଵର କʼଣ କୃପାମୟ ହେବାକୁ ପାସୋରି ଅଛନ୍ତି? ସେ କʼଣ କ୍ରୋଧରେ ଆପଣା କରୁଣା ରୁଦ୍ଧ କରିଅଛନ୍ତି? [ସେଲା
ଗୀତସଂହିତା 77 : 10 (ORV)
ତହୁଁ ମୁଁ କହିଲି, ଏହା ହିଁ ମୋହର ଦୁର୍ବଳତା; ମାତ୍ର ମୁଁ ସର୍ବୋପରିସ୍ଥଙ୍କ ଦକ୍ଷିଣ ହସ୍ତର ବର୍ଷସକଳ ସ୍ମରଣ କରିବି ।
ଗୀତସଂହିତା 77 : 11 (ORV)
ମୁଁ ସଦାପ୍ରଭୁଙ୍କ କର୍ମସବୁ ଉଲ୍ଲେଖ କରିବି; ମୁଁ ପୂର୍ବକାଳର ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାସବୁ ସ୍ମରଣ କରିବି ।
ଗୀତସଂହିତା 77 : 12 (ORV)
ମୁଁ ତୁମ୍ଭର ସମସ୍ତ କର୍ମ ଚିନ୍ତା କରିବି ଓ ତୁମ୍ଭର କ୍ରିୟାସକଳ ଧ୍ୟାନ କରିବି ।
ଗୀତସଂହିତା 77 : 13 (ORV)
ହେ ପରମେଶ୍ଵର, ପବିତ୍ରତାରେ ତୁମ୍ଭର ପଥ ଥାଏ; ପରମେଶ୍ଵରଙ୍କ ତୁଲ୍ୟ ମହାନ ପରମେଶ୍ଵର କିଏ?
ଗୀତସଂହିତା 77 : 14 (ORV)
ତୁମ୍ଭେ ଆଶ୍ଚର୍ଯ୍ୟକର୍ମକର୍ତ୍ତା ପରମେଶ୍ଵର; ତୁମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ ।
ଗୀତସଂହିତା 77 : 15 (ORV)
ତୁମ୍ଭେ ନିଜ ବାହୁରେ ଆପଣା ଲୋକଙ୍କୁ, ଯାକୁବ ଓ ଯୋଷେଫର ସନ୍ତାନଗଣକୁ ମୁକ୍ତ କରିଅଛ ।
ଗୀତସଂହିତା 77 : 16 (ORV)
ହେ ପରମେଶ୍ଵର, ଜଳରାଶି ତୁମ୍ଭଙ୍କୁ ଦେଖିଲା, ଜଳରାଶି ତୁମ୍ଭଙ୍କୁ ଦେଖି ଭୀତ ହେଲା; ମଧ୍ୟ ବାରିଧି କମ୍ପିତ ହେଲା ।
ଗୀତସଂହିତା 77 : 17 (ORV)
ମେଘମାଳ ଜଳବୃଷ୍ଟି କଲେ, ଆକାଶ ଗର୍ଜ୍ଜନ କଲା; ମଧ୍ୟ ତୁମ୍ଭର ତୀରସବୁ ବ୍ୟାପ୍ତ ହେଲା ।
ଗୀତସଂହିତା 77 : 18 (ORV)
ଘୂର୍ଣ୍ଣିବାୟୁରେ ତୁମ୍ଭର ବଜ୍ରଧ୍ଵନି ହେଲା; ବିଜୁଳି ଜଗତକୁ ଆଲୁଅମୟ କଲା; ପୃଥିବୀ କମ୍ପିତ ଓ ଥରହର ହେଲା ।
ଗୀତସଂହିତା 77 : 19 (ORV)
ସମୁଦ୍ରରେ ତୁମ୍ଭର ପଥ ଓ ମହାଜଳରାଶିରେ ତୁମ୍ଭର ମାର୍ଗ ଥିଲା, ପୁଣି ତୁମ୍ଭର ପଦଚିହ୍ନ ଜଣା ନୋହିଲା ।
ଗୀତସଂହିତା 77 : 20 (ORV)
ତୁମ୍ଭେ ମୋଶା ଓ ହାରୋଣର ହସ୍ତ ଦ୍ଵାରା ଆପଣା ଲୋକମାନଙ୍କୁ ମେଷପଲ ପରି ଚଳାଇଲ ।

1 2 3 4 5 6 7 8 9 10 11 12 13 14 15 16 17 18 19 20

BG:

Opacity:

Color:


Size:


Font: