ଗୀତସଂହିତା 73 : 1 (ORV)
ଆସଫର ଗୀତ । ପରମେଶ୍ଵର ଇସ୍ରାଏଲ ପ୍ରତି, ନିର୍ମଳାନ୍ତଃ- କରଣ ଲୋକଙ୍କ ପ୍ରତି ନିଶ୍ଚୟ ମଙ୍ଗଳ ସ୍ଵରୂପ ଅଟନ୍ତି ।
ଗୀତସଂହିତା 73 : 2 (ORV)
ମାତ୍ର ମୋହର ଚରଣ ପ୍ରାୟ ଟଳିଗଲା; ମୋହର ପାଦବିକ୍ଷେପ ପ୍ରାୟ ଖସିଗଲା ।
ଗୀତସଂହିତା 73 : 3 (ORV)
କାରଣ ମୁଁ ଦୁଷ୍ଟମାନଙ୍କର ସମୃଦ୍ଧି ଦେଖି ଦାମ୍ଭିକମାନଙ୍କ ପ୍ରତି ଈର୍ଷାନ୍ଵିତ ହେଲି ।
ଗୀତସଂହିତା 73 : 4 (ORV)
ଯେହେତୁ ସେମାନଙ୍କ ମରଣରେ କୌଣସି ବନ୍ଧନ ନାହିଁ; ମାତ୍ର ସେମାନଙ୍କ ବଳ ଦୃଢ଼ ଥାଏ ।
ଗୀତସଂହିତା 73 : 5 (ORV)
ସେମାନେ ଅନ୍ୟ ଲୋକଙ୍କ ପରି କଷ୍ଟରେ ପଡ଼ନ୍ତି ନାହିଁ; କିଅବା ଅନ୍ୟ ମନୁଷ୍ୟମାନଙ୍କ ପରି ସେମାନେ ଆଘାତ ପ୍ରାପ୍ତ ହୁଅନ୍ତି ନାହିଁ ।
ଗୀତସଂହିତା 73 : 6 (ORV)
ଏହେତୁ ଅହଙ୍କାର ସେମାନଙ୍କ ଗଳାର ହାର ସ୍ଵରୂପ ହୁଏ; ଦୌରାତ୍ମ୍ୟ ବସ୍ତ୍ର ପରି ସେମାନଙ୍କୁ ଆଚ୍ଛାଦନ କରେ ।
ଗୀତସଂହିତା 73 : 7 (ORV)
ମେଦରେ ସେମାନଙ୍କ ଚକ୍ଷୁ ବାହାରି ଉଠେ; ମନର ବାଞ୍ଛା ଅପେକ୍ଷା ସେମାନେ ଅଧିକ ପ୍ରାପ୍ତ ହୁଅନ୍ତି ।
ଗୀତସଂହିତା 73 : 8 (ORV)
ସେମାନେ ଟାହୁଲି କରନ୍ତି ଓ ଦୁଷ୍ଟତାରେ ଦୌରାତ୍ମ୍ୟ ଉଚ୍ଚାରଣ କରନ୍ତି; ସେମାନେ ଦମ୍ଭ କଥା କହନ୍ତି ।
ଗୀତସଂହିତା 73 : 9 (ORV)
ସେମାନେ ଆକାଶରେ ଆପଣା ଆପଣା ମୁଖ ରଖିଅଛନ୍ତି ଓ ସେମାନଙ୍କ ଜିହ୍ଵା ପୃଥିବୀରେ ଭ୍ରମଣ କରେ ।
ଗୀତସଂହିତା 73 : 10 (ORV)
ଏହେତୁ ତାହାର ଲୋକମାନେ ସେଆଡ଼େ ଫେରନ୍ତି; ପୁଣି, ପୂର୍ଣ୍ଣ ପାନପାତ୍ରର ଜଳସବୁ ସେମାନଙ୍କ ଦ୍ଵାରା ନିଗିଡ଼ାଯାଏ ।
ଗୀତସଂହିତା 73 : 11 (ORV)
ଆଉ, ସେମାନେ କହନ୍ତି, ପରମେଶ୍ଵର କିପରି ଜାଣିବେ? ଓ ସର୍ବୋପରିସ୍ଥଙ୍କର କି ଜ୍ଞାନ ଅଛି?
ଗୀତସଂହିତା 73 : 12 (ORV)
ଦେଖ, ଏମାନେ ଦୁଷ୍ଟଲୋକ; ପୁଣି, ସେମାନେ ସର୍ବଦା ନିର୍ବିଘ୍ନରେ ଥାଇ ଧନ ବୃଦ୍ଧି କରନ୍ତି ।
ଗୀତସଂହିତା 73 : 13 (ORV)
ନିଶ୍ଚୟ ମୁଁ ବ୍ୟର୍ଥରେ ଆପଣା ଅନ୍ତଃକରଣ ଶୁଚି କରିଅଛି ଓ ନିର୍ଦ୍ଦୋଷତାରେ ଆପଣା ହସ୍ତ ପ୍ରକ୍ଷାଳନ କରିଅଛି;
ଗୀତସଂହିତା 73 : 14 (ORV)
କାରଣ ମୁଁ ଦିନଯାକ ଆଘାତ ଓ ପ୍ରତି ପ୍ରଭାତ ଶାସ୍ତି ପ୍ରାପ୍ତ ହୋଇଅଛି ।
ଗୀତସଂହିତା 73 : 15 (ORV)
ଏରୂପ କହିବି ବୋଲି ଯେବେ ମୁଁ କହିଥାʼନ୍ତି; ତେବେ ଦେଖ, ମୁଁ ତୁମ୍ଭ ସନ୍ତାନଗଣର ବଂଶ ପ୍ରତି ବିଶ୍ଵାସଘାତକତା କରିଥାʼନ୍ତି ।
ଗୀତସଂହିତା 73 : 16 (ORV)
ମୁଁ ତାହା କିରୂପେ ଜାଣିବି ବୋଲି ଭାବନା କଲା ବେଳେ ମୋʼ ପ୍ରତି ତାହା ଅତି କଷ୍ଟକର ହେଲା;
ଗୀତସଂହିତା 73 : 17 (ORV)
ଶେଷରେ ମୁଁ ପରମେଶ୍ଵରଙ୍କ ଧର୍ମଧାମକୁ ଗଲି ଓ ସେମାନଙ୍କର ଶେଷଫଳ ବିବେଚନା କଲି ।
ଗୀତସଂହିତା 73 : 18 (ORV)
ନିଶ୍ଚୟ ତୁମ୍ଭେ ସେମାନଙ୍କୁ ଖସଡ଼ା ସ୍ଥାନରେ ରଖୁଅଛ; ତୁମ୍ଭେ ସେମାନଙ୍କୁ ସର୍ବନାଶରେ ପକାଉଅଛ ।
ଗୀତସଂହିତା 73 : 19 (ORV)
ସେମାନେ ଏକ ନିମିଷରେ କିପରି ଉଚ୍ଛିନ୍ନ ହୁଅନ୍ତିଣ! ନାନା ତ୍ରାସରେ ସେମାନେ ନିଃଶେଷ ରୂପେ ସଂହାରିତ ହୁଅନ୍ତି ।
ଗୀତସଂହିତା 73 : 20 (ORV)
ନିଦ୍ରାରୁ ଜାଗ୍ରତ ହେଲା ଉତ୍ତାରେ ଯେପରି ସ୍ଵପ୍ନ, ସେପରି, ହେ ପ୍ରଭୋ, ତୁମ୍ଭେ ଜାଗ୍ରତ ହେଲେ, ସେମାନଙ୍କ ମୂର୍ତ୍ତିକି ତୁଚ୍ଛଜ୍ଞାନ କରିବ ।
ଗୀତସଂହିତା 73 : 21 (ORV)
ମୋହର ହୃଦୟ ଦୁଃଖିତ ହୋଇଥିଲା ଓ ମୋହର ମର୍ମ ବିଦ୍ଧ ହୋଇଥିଲା ।
ଗୀତସଂହିତା 73 : 22 (ORV)
ମୁଁ ଏଡ଼େ ମୂର୍ଖ ଓ ଅଜ୍ଞାନ, ମୁଁ ତୁମ୍ଭ ସାକ୍ଷାତରେ ପଶୁ ପରି ଥିଲି ।
ଗୀତସଂହିତା 73 : 23 (ORV)
ତଥାପି ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ନିରନ୍ତର ଅଛି; ତୁମ୍ଭେ ମୋହର ଦକ୍ଷିଣ ହସ୍ତ ଧରିଅଛ ।
ଗୀତସଂହିତା 73 : 24 (ORV)
ତୁମ୍ଭେ ନିଜ ମନ୍ତ୍ରଣାରେ ମୋତେ ପଥ ଦେଖାଇବ ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ ।
ଗୀତସଂହିତା 73 : 25 (ORV)
ସ୍ଵର୍ଗରେ ତୁମ୍ଭ ବିନା ମୋହର ଆଉ କିଏ ଅଛି? ଓ ଭୂମଣ୍ତଳରେ ତୁମ୍ଭ ଛଡ଼ା ଆଉ କାହାକୁ ମୁଁ ବାଞ୍ଛା କରୁ ନାହିଁ ।
ଗୀତସଂହିତା 73 : 26 (ORV)
ମୋହର ମାଂସ ଓ ଚିତ୍ତ କ୍ଷୟ ପାଉଅଛି; ମାତ୍ର ପରମେଶ୍ଵର ଅନନ୍ତକାଳ ମୋʼ ଚିତ୍ତର ବଳ ଓ ମୋହର ବାଣ୍ଟ ସ୍ଵରୂପ ଅଟନ୍ତି ।
ଗୀତସଂହିତା 73 : 27 (ORV)
କାରଣ ଦେଖ, ତୁମ୍ଭଠାରୁ ଦୂରରେ ଥିବା ଲୋକମାନେ ବିନଷ୍ଟ ହେବେ; ତୁମ୍ଭଙ୍କୁ ଛାଡ଼ି ବ୍ୟଭିଚାର କରିବା ଲୋକ ସମସ୍ତଙ୍କୁ ତୁମ୍ଭେ ଉଚ୍ଛିନ୍ନ କରିଅଛ ।
ଗୀତସଂହିତା 73 : 28 (ORV)
ମାତ୍ର ପରମେଶ୍ଵରଙ୍କର ନିକଟବର୍ତ୍ତୀ ହେବାର ମୋହର ମଙ୍ଗଳ; ମୁଁ ତୁମ୍ଭର ସକଳ କର୍ମ ବର୍ଣ୍ଣନା କରିବା ପାଇଁ ପ୍ରଭୁ ସଦାପ୍ରଭୁଙ୍କୁ ଆପଣାର ଆଶ୍ରୟ ସ୍ଵରୂପ କରିଅଛି ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28

BG:

Opacity:

Color:


Size:


Font: