ଗୀତସଂହିତା 52 : 1 (ORV)
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ମସ୍କୀଲ୍; ଦାଉଦ ଅହୀମେଲକର ଗୃହକୁ ଆସିଅଛନ୍ତି ବୋଲି ଇଦୋମୀୟ ଦୋୟେଗ୍ ଶାଉଲଙ୍କୁ ସମ୍ଵାଦ ଦେବା ବେଳେ ରଚିତ । ହେ ବୀର, ତୁମ୍ଭେ ଅନିଷ୍ଟ କର୍ମରେ କାହିଁକି ଦର୍ପ କରୁଅଛ?
ଗୀତସଂହିତା 52 : 2 (ORV)
ପରମେଶ୍ଵରଙ୍କ ଦୟା ନିତ୍ୟସ୍ଥାୟୀ । ତୁମ୍ଭର ଜିହ୍ଵା ନିତା; ଦୁଷ୍ଟତା କଳ୍ପନା କରି ତୀକ୍ଷ୍ଣ କ୍ଷୁର ତୁଲ୍ୟ ପ୍ରବଞ୍ଚନାପୂର୍ବକ କାର୍ଯ୍ୟ କରୁଅଛି ।
ଗୀତସଂହିତା 52 : 3 (ORV)
ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଓ ଧର୍ମ କଥା ଅପେକ୍ଷା ମିଥ୍ୟା କଥାକୁ ଅଧିକ ଭଲ ପାଉଅଛ । [ସେଲା
ଗୀତସଂହିତା 52 : 4 (ORV)
ହେ ପ୍ରବଞ୍ଚନାପୂର୍ଣ୍ଣ ଜିହ୍ଵେ, ତୁମ୍ଭେ ଯାବତୀୟ ବିନାଶକ କଥା ଭଲ ପାଉଅଛ ।
ଗୀତସଂହିତା 52 : 5 (ORV)
ପରମେଶ୍ଵର ତଦ୍ରୂପ ତୁମ୍ଭକୁ ସଦାକାଳ ବିନାଶ କରିବେ, ସେ ତୁମ୍ଭକୁ ଧରି ତୁମ୍ଭ ତମ୍ଵୁକୁ ଟାଣି ନେବେ ଓ ଜୀବିତମାନଙ୍କ ଦେଶରୁ ତୁମ୍ଭର ମୂଳୋତ୍ପାଟନ କରିବେ । [ସେଲା
ଗୀତସଂହିତା 52 : 6 (ORV)
ଧାର୍ମିକମାନେ ମଧ୍ୟ ତାହା ଦେଖି ଭୟ କରିବେ ଓ ତାହା ପ୍ରତି ଉପହାସ କରି କହିବେ,
ଗୀତସଂହିତା 52 : 7 (ORV)
ଦେଖ, ଏହି ଲୋକ ପରମେଶ୍ଵରଙ୍କୁ ଆପଣାର ବଳ ସ୍ଵରୂପ କଲା ନାହିଁ; ମାତ୍ର ଆପଣା ଧନର ବାହୁଲ୍ୟରେ ନିର୍ଭର କଲା । ପୁଣି, ଆପଣା ଦୁଷ୍ଟତାରେ ଆପଣାକୁ ବଳବାନ କଲା ।
ଗୀତସଂହିତା 52 : 8 (ORV)
ମାତ୍ର ମୁଁ ପରମେଶ୍ଵରଙ୍କ ଗୃହରେ ସତେଜ ଜୀତ ବୃକ୍ଷ ତୁଲ୍ୟ ଅଛି । ମୁଁ ଅନନ୍ତକାଳ ପରମେଶ୍ଵରଙ୍କ ଦୟାରେ ବିଶ୍ଵାସ କଲି ।
ଗୀତସଂହିତା 52 : 9 (ORV)
ତୁମ୍ଭେ ଏହି କାର୍ଯ୍ୟ ସାଧନ କରିବା ସକାଶୁ ମୁଁ ସଦାକାଳ ତୁମ୍ଭକୁ ଧନ୍ୟବାଦ ଦେବି; ମୁଁ ତୁମ୍ଭ ସଦ୍ଭକ୍ତମାନଙ୍କ ସାକ୍ଷାତରେ ତୁମ୍ଭ ନାମର ଅନୁସରଣ କରିବି, ଯେହେତୁ ତାହା ଉତ୍ତମ ।

1 2 3 4 5 6 7 8 9

BG:

Opacity:

Color:


Size:


Font: