ଗୀତସଂହିତା 38 : 1 (ORV)
ଦାଉଦଙ୍କର ଗୀତ, ସ୍ମରଣୋପାୟ । ହେ ସଦାପ୍ରଭୋ, ତୁମ୍ଭ କୋପରେ ମୋତେ ଅନୁଯୋଗ କର ନାହିଁ; କିଅବା ତୁମ୍ଭ ପ୍ରଚଣ୍ତ ବିରକ୍ତିରେ ମୋତେ ଶାସ୍ତି ଦିଅ ନାହିଁ ।
ଗୀତସଂହିତା 38 : 2 (ORV)
କାରଣ ତୁମ୍ଭର ତୀରସବୁ ମୋʼଠାରେ ବିଦ୍ଧ ରହିଅଛି ଓ ତୁମ୍ଭର ହସ୍ତ ମୋତେ ଅତିଶୟ ଚାପୁଅଛି ।
ଗୀତସଂହିତା 38 : 3 (ORV)
ତୁମ୍ଭ କୋପ ସକାଶୁ ମୋʼ ମାଂସରେ କିଛି ସ୍ଵାସ୍ଥ୍ୟ ନାହିଁ; ପୁଣି, ମୋʼ ପାପ ସକାଶୁ ମୋʼ ଅସ୍ଥିରେ କିଛି ଆରାମ ନାହିଁ ।
ଗୀତସଂହିତା 38 : 4 (ORV)
କାରଣ ମୋହର ଅପରାଧ ମୋʼ ମସ୍ତକ ଉପରେ ଉଠିଅଛି; ତାହାସବୁ ମୋʼ ଶକ୍ତି ଅପେକ୍ଷା ଭାରୀ ବୋଝ ସ୍ଵରୂପ ।
ଗୀତସଂହିତା 38 : 5 (ORV)
ମୋହର ଅଜ୍ଞାନତା ସକାଶୁ ମୋହର କ୍ଷତସବୁ ଦୁର୍ଗନ୍ଧ ଓ ବିକୃତ ହୋଇଅଛି ।
ଗୀତସଂହିତା 38 : 6 (ORV)
ମୁଁ ବ୍ୟଥିତ ଓ ଅତ୍ୟ; ଅବନତ ହୋଇଅଛି । ମୁଁ ଦିନଯାକ ଶୋକ କରି ବୁଲୁଥାଏ ।
ଗୀତସଂହିତା 38 : 7 (ORV)
କାରଣ ମୋʼ କଟିଦେଶ ଜ୍ଵାଳାରେ ପରିପୂର୍ଣ୍ଣ ଓ ମୋହର ମାଂସରେ କିଛି ସ୍ଵାସ୍ଥ୍ୟ ନାହିଁ ।
ଗୀତସଂହିତା 38 : 8 (ORV)
ମୁଁ କ୍ଷୀଣ ଓ ଅତିଶୟ ଚୂର୍ଣ୍ଣ ହୋଇଅଛି । ମୁଁ ଆପଣା ଚିତ୍ତର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରିଅଛି ।
ଗୀତସଂହିତା 38 : 9 (ORV)
ହେ ପ୍ରଭୋ, ମୋହର ସକଳ ବାଞ୍ଛା ତୁମ୍ଭ ସମ୍ମୁଖରେ ଅଛି ଓ ମୋହର କାତରୋକ୍ତି ତୁମ୍ଭଠାରୁ ଗୁପ୍ତ ନୁହେଁ ।
ଗୀତସଂହିତା 38 : 10 (ORV)
ମୋହର ହୃଦୟ ଧୁକ୍ଧୁକ୍ କରୁଅଛି, ମୋହର ବଳ କ୍ଷୀଣ ହେଉଅଛି; ମୋହର ଚକ୍ଷୁର ତେଜ ମଧ୍ୟ ମୋʼଠାରୁ ଗଲାଣି ।
ଗୀତସଂହିତା 38 : 11 (ORV)
ମୋହର ପ୍ରିୟ ଲୋକେ ଓ ମୋହର ମିତ୍ରମାନେ ମୋʼ ବ୍ୟାଧିରୁ ଅଲଗା ଠିଆ ହୁଅନ୍ତି ଓ ମୋହର ଜ୍ଞାତିବର୍ଗ ଦୂରରେ ଠିଆ ହୁଅନ୍ତି ।
ଗୀତସଂହିତା 38 : 12 (ORV)
ମଧ୍ୟ ଯେଉଁମାନେ ମୋʼ ପ୍ରାଣ ଚାହାନ୍ତି, ସେମାନେ ମୋʼ ପାଇଁ ଫାନ୍ଦ ପାତନ୍ତି; ପୁଣି, ଯେଉଁମାନେ ମୋହର ଅନିଷ୍ଟ ଇଚ୍ଛା କରନ୍ତି, ସେମାନେ ସର୍ବନାଶର କଥା କହନ୍ତି ଓ ଦିନଯାକ ଛଳର ଚିନ୍ତା କରନ୍ତି ।
ଗୀତସଂହିତା 38 : 13 (ORV)
ମାତ୍ର ମୁଁ ବଧିର ଲୋକ ପରି ଶୁଣୁନାହିଁ; ପୁଣି, ମୁଁ ମୁଖ ନ ଫିଟାଇବା ଘୁଙ୍ଗାଲୋକ ତୁଲ୍ୟ ହୁଏ ।
ଗୀତସଂହିତା 38 : 14 (ORV)
ଆହୁରି, ଯେ ନ ଶୁଣେ ଓ ଯାହାର ମୁଖରେ ପ୍ରତିବାଦ ନ ଥାଏ, ଏପରି ଲୋକ ତୁଲ୍ୟ ହୁଏ ।
ଗୀତସଂହିତା 38 : 15 (ORV)
କାରଣ ହେ ସଦାପ୍ରଭୋ, ମୁଁ ତୁମ୍ଭଠାରେ ଭରସା ରଖେ; ହେ ପ୍ରଭୋ, ମୋର ପରମେଶ୍ଵର, ତୁମ୍ଭେ ଉତ୍ତର ଦେବ ।
ଗୀତସଂହିତା 38 : 16 (ORV)
କାରଣ ମୁଁ କହିଲି, କେଜାଣି ସେମାନେ ମୋʼ ଉପରେ ଆନନ୍ଦ କରିବେ; ମୋʼ ପାଦ ଖସିଗଲା ବେଳେ ସେମାନେ ମୋʼ ପ୍ରତିକୂଳରେ ଦର୍ପ କରନ୍ତି ।
ଗୀତସଂହିତା 38 : 17 (ORV)
ଯେଣୁ ମୁଁ ଝୁଣ୍ଟି ପଡ଼ିବାକୁ ଉଦ୍ୟତ ଓ ମୋହର ଦୁଃଖ ସର୍ବଦା ମୋʼ ସମ୍ମୁଖରେ ଥାଏ ।
ଗୀତସଂହିତା 38 : 18 (ORV)
ମୁଁ ଆପଣା ଅପରାଧ ପ୍ରକାଶ କରିବି; ମୁଁ ଆପଣା ପାପ ଲାଗି ଖେଦିତ ହେବି ।
ଗୀତସଂହିତା 38 : 19 (ORV)
ମାତ୍ର ମୋହର ଶତ୍ରୁମାନେ ସତେଜ ଓ ବଳବାନ; ପୁଣି, ଅନ୍ୟାୟରେ ମୋତେ ଘୃଣା କରିବା ଲୋକେ ବହୁସଂଖ୍ୟକ ହୋଇଅଛନ୍ତି ।
ଗୀତସଂହିତା 38 : 20 (ORV)
ମଧ୍ୟ ଯେଉଁମାନେ ହିତର ପରିବର୍ତ୍ତେ ଅହିତ କରନ୍ତି, ସେମାନେ ମୋହର ବିପକ୍ଷ; କାରଣ ମୁଁ ଉତ୍ତମ ବିଷୟର ଅନୁଗମନ କରେ ।
ଗୀତସଂହିତା 38 : 21 (ORV)
ହେ ସଦାପ୍ରଭୋ, ମୋତେ ପରିତ୍ୟାଗ କର ନାହିଁ; ହେ ମୋହର ପରମେଶ୍ଵର, ମୋʼଠାରୁ ଦୂରବର୍ତ୍ତୀ ହୁଅ ନାହିଁ ।
ଗୀତସଂହିତା 38 : 22 (ORV)
ହେ ପ୍ରଭୋ, ମୋହର ପରିତ୍ରାଣ, ମୋହର ସାହାଯ୍ୟ କରିବାକୁ ସତ୍ଵର ହୁଅ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22