ଗୀତସଂହିତା 35 : 1 (ORV)
ଦାଉଦଙ୍କର ଗୀତ । ସଦାପ୍ରଭୋ, ଯେଉଁମାନେ ମୋʼ ସଙ୍ଗେ ବିବାଦ କରନ୍ତି, ତୁମ୍ଭେ ସେମାନଙ୍କ ସଙ୍ଗେ ବିବାଦ କର । ଯେଉଁମାନେ ମୋʼ ସଙ୍ଗେ ଯୁଦ୍ଧ କରନ୍ତି, ତୁମ୍ଭେ ସେମାନଙ୍କ ସଂଗେ ଯୁଦ୍ଧ କର ।
ଗୀତସଂହିତା 35 : 2 (ORV)
ଢାଲ ଓ ଫଳକ ଧାରଣ କର ଓ ମୋର ସାହାଯ୍ୟ ନିମନ୍ତେ ଠିଆ ହୁଅ ।
ଗୀତସଂହିତା 35 : 3 (ORV)
ମଧ୍ୟ ବର୍ଚ୍ଛା ଧରି ମୋʼ ପଛେ ଗୋଡ଼ାଇବା ଲୋକମାନଙ୍କ ପଥ ରୁଦ୍ଧ କର; ମୋʼ ପ୍ରାଣକୁ କୁହ, ଆମ୍ଭେ ତୁମ୍ଭର ପରିତ୍ରାଣ ।
ଗୀତସଂହିତା 35 : 4 (ORV)
ମୋʼ ପ୍ରାଣର ଅନ୍ଵେଷଣକାରୀମାନେ ଲଜ୍ଜିତ ଓ ଅପମାନିତ ହେଉନ୍ତୁ; ମୋହର ଅନିଷ୍ଟଚିନ୍ତକମାନେ ବିମୁଖ ଓ ଘାବରା ହେଉନ୍ତୁ ।
ଗୀତସଂହିତା 35 : 5 (ORV)
ସେମାନେ ବାୟୁ ଆଗେ ତୁଷ ପରି ହେଉନ୍ତୁ ଓ ସଦାପ୍ରଭୁଙ୍କ ଦୂତ ସେମାନଙ୍କୁ ଘଉଡ଼ାଇ ଦେଉନ୍ତୁ ।
ଗୀତସଂହିତା 35 : 6 (ORV)
ସେମାନଙ୍କ ପଥ ଅନ୍ଧକାରମୟ ଓ ଖସଡ଼ା ହେଉ, ପୁଣି ସଦାପ୍ରଭୁଙ୍କ ଦୂତ ସେମାନଙ୍କ ପଛେ ଗୋଡ଼ାଉନ୍ତୁ ।
ଗୀତସଂହିତା 35 : 7 (ORV)
ଯେହେତୁ ସେମାନେ ଅକାରଣରେ ମୋʼ ପାଇଁ ଗର୍ତ୍ତ ମଧ୍ୟରେ ଜାଲ ଲୁଚାଇ ଅଛନ୍ତି, ସେମାନେ ଅକାରଣରେ ମୋʼ ପାଇଁ ଖାତ ଖୋଳି ଅଛନ୍ତି ।
ଗୀତସଂହିତା 35 : 8 (ORV)
ଅଜ୍ଞାତସାରରେ ତାହାକୁ ସର୍ବନାଶ ଘଟୁ ଓ ତାହାର ଗୁପ୍ତ ଜାଲ ତାହାକୁ ହିଁ ଧରୁ;
ଗୀତସଂହିତା 35 : 9 (ORV)
ଆଉ, ମୋହର ପ୍ରାଣ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହେବ ଓ ତାହାଙ୍କ ପରିତ୍ରାଣରେ ଉଲ୍ଲାସ କରିବ ।
ଗୀତସଂହିତା 35 : 10 (ORV)
ମୋହର ଅସ୍ଥିସକଳ କହିବ, ହେ ସଦାପ୍ରଭୋ, ତୁମ୍ଭ ତୁଲ୍ୟ କିଏ ଅଛି? ତୁମ୍ଭେ ଦୁଃଖୀକି ତାହା ଅପେକ୍ଷା ବଳବାନ ଲୋକଠାରୁ, ମଧ୍ୟ ଦୁଃଖୀ ଓ ଦୀନହୀନକୁ ତାହାର ଲୁଟକାରୀଠାରୁ ଉଦ୍ଧାର କରିଥାଅ ।
ଗୀତସଂହିତା 35 : 11 (ORV)
ଅନ୍ୟାୟ ସାକ୍ଷୀମାନେ ଉଠୁଅଛନ୍ତି; ସେମାନେ ଆମ୍ଭର ଅଜ୍ଞାତ ବିଷୟ ଆମ୍ଭକୁ ପଚାରୁ ଅଛନ୍ତି ।
ଗୀତସଂହିତା 35 : 12 (ORV)
ସେମାନେ ହିତର ପରିବର୍ତ୍ତେ ମୋହର ଅହିତ କରନ୍ତି, ତହିଁରେ ମୋହର ପ୍ରାଣ ଅନାଥ ହୁଏ ।
ଗୀତସଂହିତା 35 : 13 (ORV)
ମାତ୍ର ସେମାନେ ପୀଡ଼ିତ ଥିବା ବେଳେ ଚଟ ମୋହର ପରିଧେୟ ବସ୍ତ୍ର ହେଲା; ମୁଁ ଉପବାସ କରି ଆପଣା ପ୍ରାଣକୁ କ୍ଳେଶ ଦେଲି
ଗୀତସଂହିତା 35 : 14 (ORV)
ସେମାନେ ମୋହର ବନ୍ଧୁ ଓ ଭ୍ରାତା ଥିଲା ପରି ମୁଁ ବ୍ୟବହାର କଲି; ମୁଁ ମାତୃଶୋକାତୁର ଲୋକ ତୁଲ୍ୟ ଶୋକରେ ଅବନତ ହେଲି ।
ଗୀତସଂହିତା 35 : 15 (ORV)
ମାତ୍ର ମୋହର ପାଦ ଖସିଯିବା ବେଳେ ସେମାନେ ଆନନ୍ଦ କରି ଏକତ୍ରିତ ହେଲେ; ଅଧମ ଲୋକମାନେ ମୋʼ ଅଜ୍ଞାତସାରରେ ମୋʼ ପ୍ରତିକୂଳରେ ଏକତ୍ରିତ ହେଲେ; ସେମାନେ ମୋତେ ବିଦୀର୍ଣ୍ଣ କଲେ ଓ କ୍ଷା; ନୋହିଲେ;
ଗୀତସଂହିତା 35 : 16 (ORV)
ଭୋଜରେ ପାଷାଣ୍ତ ଉପହାସକମାନଙ୍କ ପରି ସେମାନେ ମୋʼ ଉପରେ ଦ; ଘର୍ଷଣ କଲେ ।
ଗୀତସଂହିତା 35 : 17 (ORV)
ହେ ସଦାପ୍ରଭୋ, ତୁମ୍ଭେ କେତେ କାଳ ଅନାଇ ଥିବ? ସେମାନଙ୍କ ଧ୍ଵଂସନରୁ ମୋହର ପ୍ରାଣକୁ, ସିଂହମାନଙ୍କଠାରୁ ମୋହର ଏକମାତ୍ର (ଆତ୍ମାକୁ) ରକ୍ଷା କର ।
ଗୀତସଂହିତା 35 : 18 (ORV)
ମୁଁ ମହାସମାଜ ମଧ୍ୟରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି । ମୁଁ ମହାଜନତା ମଧ୍ୟରେ ତୁମ୍ଭର ପ୍ରଶଂସା କରିବି ।
ଗୀତସଂହିତା 35 : 19 (ORV)
ମୋʼ ଉପରେ ମୋʼ ଶତ୍ରୁମାନଙ୍କୁ ଅନ୍ୟାୟରେ ଆନନ୍ଦ କରିବାକୁ ଦିଅ ନାହିଁ । କିଅବା ଯେଉଁମାନେ ଅକାରଣରେ ମୋତେ ଘୃଣା କରନ୍ତି, ସେମାନଙ୍କୁ ଆକ୍ଷିଠାର ମାରିବାକୁ ଦିଅ ନାହିଁ ।
ଗୀତସଂହିତା 35 : 20 (ORV)
ସେମାନେ ଶାନ୍ତିର କଥା କହନ୍ତି ନାହିଁ; ମାତ୍ର ଦେଶସ୍ଥ ଶାନ୍ତଲୋକଙ୍କ ବିରୁଦ୍ଧରେ ଛଳକଥା କଳ୍ପନା କରନ୍ତି ।
ଗୀତସଂହିତା 35 : 21 (ORV)
ହଁ, ସେମାନେ ମୋʼ ବିରୁଦ୍ଧରେ ଆପଣା ଆପଣା ମୁଖ ବଡ଼ କରି ମେଲା କଲେ; ସେମାନେ କହିଲେ, ହଁ, ହଁ, ଆମ୍ଭମାନଙ୍କ ଚକ୍ଷୁ ତାହା ଦେଖିଅଛି ।
ଗୀତସଂହିତା 35 : 22 (ORV)
ହେ ସଦାପ୍ରଭୋ, ତୁମ୍ଭେ ତାହା ଦେଖିଅଛ; ନୀରବ ରୁହ ନାହିଁ; ହେ ପ୍ରଭୋ, ମୋʼଠାରୁ ଦୂରବର୍ତ୍ତୀ ହୁଅ ନାହିଁ ।
ଗୀତସଂହିତା 35 : 23 (ORV)
ହେ ମୋହର ପରମେଶ୍ଵର, ହେ ମୋହର ପ୍ରଭୋ, ଜାଗି ଉଠ, ମୋହର ବିଚାର ଓ ବିବାଦ ନିଷ୍ପତ୍ତି କରିବା ପାଇଁ ଜାଗ୍ରତ ହୁଅ ।
ଗୀତସଂହିତା 35 : 24 (ORV)
ହେ ସଦାପ୍ରଭୋ, ମୋହର ପରମେଶ୍ଵର, ତୁମ୍ଭର ଧର୍ମ ପ୍ରମାଣେ ମୋହର ବିଚାର କର ଓ ସେମାନଙ୍କୁ ମୋʼ ଉପରେ ଆନନ୍ଦ କରିବାକୁ ଦିଅ ନାହିଁ ।
ଗୀତସଂହିତା 35 : 25 (ORV)
ହଁ, ସେପରି ହେଉ ବୋଲି ଆମ୍ଭମାନଙ୍କ ଇଚ୍ଛା, ଏହା ସେମାନେ ଆପଣା ଆପଣା ମନରେ ନ କହନ୍ତୁ; ଆମ୍ଭେମାନେ ତାହାକୁ ଗ୍ରାସ କରିଅଛୁ ବୋଲି ସେମାନେ ନ କହନ୍ତୁ ।
ଗୀତସଂହିତା 35 : 26 (ORV)
ଯେଉଁମାନେ ମୋʼ ବିପଦରେ ଆନନ୍ଦ କରନ୍ତି, ସେମାନେ ଏକତ୍ର ଲଜ୍ଜିତ ଓ ଘାବରା ହେଉନ୍ତୁ; ଯେଉଁମାନେ ମୋʼ ବିରୁଦ୍ଧରେ ଦର୍ପ କରନ୍ତି, ସେମାନେ ଲଜ୍ଜା ଓ ଅପମାନ ପରିଧାନ କରନ୍ତୁ ।
ଗୀତସଂହିତା 35 : 27 (ORV)
ଯେଉଁମାନେ ମୋʼ ଧର୍ମରେ ସନ୍ତୁଷ୍ଟ, ସେମାନେ ଆନନ୍ଦଧ୍ଵନି କରି ଆହ୍ଲାଦିତ ହେଉନ୍ତୁ; ଆପଣା ଦାସର ସମୃଦ୍ଧିରେ ସନ୍ତୁଷ୍ଟ ସଦାପ୍ରଭୁ ମହିମାନ୍ଵିତ ହେଉନ୍ତୁ ବୋଲି ସେମାନେ ନିରନ୍ତର କହନ୍ତୁ ।
ଗୀତସଂହିତା 35 : 28 (ORV)
ପୁଣି, ମୋହର ଜିହ୍ଵା ଦିନଯାକ ତୁମ୍ଭ ଧର୍ମଗୁଣ ଓ ତୁମ୍ଭ ପ୍ରଶଂସାର କଥା କହିବ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28

BG:

Opacity:

Color:


Size:


Font: