ଗୀତସଂହିତା 33 : 1 (ORV)
ହେ ଧାର୍ମିକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କ-ଠାରେ ଉଲ୍ଲାସ କର; ପ୍ରଶଂସା କରିବା ସରଳ ଲୋକଙ୍କର ଶୋଭନୀୟ ।
ଗୀତସଂହିତା 33 : 2 (ORV)
ବୀଣାରେ ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; ଦଶ-ତାର ନେବଲରେ ତାହାଙ୍କର ପ୍ରଶଂସା ଗାନ କର ।
ଗୀତସଂହିତା 33 : 3 (ORV)
ତାହାଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର; ଉଚ୍ଚଧ୍ଵନିରେ ମନୋହର ବାଦ୍ୟ କର ।
ଗୀତସଂହିତା 33 : 4 (ORV)
କାରଣ ସଦାପ୍ରଭୁଙ୍କ ବାକ୍ୟ ଯଥାର୍ଥ; ଆଉ ତାହାଙ୍କର ସମସ୍ତ କାର୍ଯ୍ୟ ବିଶ୍ଵସ୍ତତାରେ ସାଧିତ ।
ଗୀତସଂହିତା 33 : 5 (ORV)
ସେ ଧାର୍ମିକତା ଓ ନ୍ୟାୟବିଚାର ଭଲ ପାଆନ୍ତି; ପୃଥିବୀ ସଦାପ୍ରଭୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ପରିପୂର୍ଣ୍ଣ;
ଗୀତସଂହିତା 33 : 6 (ORV)
ଗଗନମଣ୍ତଳ ସଦାପ୍ରଭୁଙ୍କ ବାକ୍ୟରେ,ଣଣଏବ୍ରୀ ୧୧:୩ ଆଉ ତହିଁର ସମସ୍ତ ବାହିନୀ ତାହାଙ୍କ ମୁଖର ନିଶ୍ଵାସରେ ନିର୍ମିତ ।
ଗୀତସଂହିତା 33 : 7 (ORV)
ସେ ସମୁଦ୍ରର ଜଳସମୂହକୁ ରାଶି ତୁଲ୍ୟ ଏକତ୍ର କରନ୍ତି; ସେ ବାରିଧିସମୂହକୁ ଭଣ୍ତାରରେ ସଞ୍ଚୟ କରନ୍ତି ।
ଗୀତସଂହିତା 33 : 8 (ORV)
ସମୁଦାୟ ପୃଥିବୀ ସଦାପ୍ରଭୁଙ୍କୁ ଭୟ କରୁ; ଜଗନ୍ନିବାସୀ ସମସ୍ତେ ତାହାଙ୍କ ବିଷୟରେ ଭୀତ ହେଉନ୍ତୁ ।
ଗୀତସଂହିତା 33 : 9 (ORV)
ସେ କହିବାମାତ୍ରେ ସୃଷ୍ଟି ହେଲା, ସେ ଆଜ୍ଞା କରିବା- ମାତ୍ରେ ସ୍ଥିତି ହେଲା ।
ଗୀତସଂହିତା 33 : 10 (ORV)
ସଦାପ୍ରଭୁ ଗୋଷ୍ଠୀୟମାନଙ୍କର ମନ୍ତ୍ରଣା ବ୍ୟର୍ଥ କରନ୍ତି; ସେ ଜନବୃନ୍ଦର ସଙ୍କଳ୍ପସବୁ ବିଫଳ କରନ୍ତି ।
ଗୀତସଂହିତା 33 : 11 (ORV)
ସଦାପ୍ରଭୁଙ୍କ ମନ୍ତ୍ରଣା ଅନନ୍ତକାଳସ୍ଥାୟୀ; ତାହାଙ୍କ ଚିତ୍ତର ସଙ୍କଳ୍ପ-ସବୁ ପୁରୁଷାନୁକ୍ରମେ ଥାଏ ।
ଗୀତସଂହିତା 33 : 12 (ORV)
ସଦାପ୍ରଭୁ ଯେଉଁ ଗୋଷ୍ଠୀର ପରମେଶ୍ଵର, ସେ ଧନ୍ୟ; ସେ ଯେଉଁ ଲୋକମାନଙ୍କୁ ଆପଣା ଅଧିକାରାର୍ଥେ ମନୋନୀତ କରିଅଛନ୍ତି, ସେମାନେ ଧନ୍ୟ ।
ଗୀତସଂହିତା 33 : 13 (ORV)
ସଦାପ୍ରଭୁ ସ୍ଵର୍ଗରୁ ଦୃଷ୍ଟିପାତ କରନ୍ତି; ସେ ସମସ୍ତ ମନୁଷ୍ୟ-ସନ୍ତାନକୁ ନିରୀକ୍ଷଣ କରନ୍ତିନ୍ତ
ଗୀତସଂହିତା 33 : 14 (ORV)
ସେ ଆପଣା ନିବାସ-ସ୍ଥାନରୁ ପୃଥିବୀ-ନିବାସୀ ସମସ୍ତଙ୍କ ଉପରେ ଦୃଷ୍ଟିପାତ କରନ୍ତି;
ଗୀତସଂହିତା 33 : 15 (ORV)
ସେ ସମସ୍ତଙ୍କର ହୃଦୟ ଗଢ଼ନ୍ତି, ସେ ସେମାନଙ୍କର କର୍ମସବୁ ଆଲୋଚନା କରନ୍ତି ।
ଗୀତସଂହିତା 33 : 16 (ORV)
କୌଣସି ରାଜା ଅପାର ସୈନ୍ୟ ଦ୍ଵାରା ତ୍ରାଣ ପାଏ ନାହିଁ; କୌଣସି ବୀର ମହାଶକ୍ତି ଦ୍ଵାରା ଉଦ୍ଧାର ପାଏ ନାହିଁ ।
ଗୀତସଂହିତା 33 : 17 (ORV)
ରକ୍ଷାର୍ଥେ ଅଶ୍ଵ ମିଥ୍ୟା; କିଅବା ସେ ଆପଣା ମହାବଳ ଦ୍ଵାରା କାହାକୁ ରକ୍ଷା କରି ପାରିବ ନାହିଁ ।
ଗୀତସଂହିତା 33 : 18 (ORV)
ଦେଖ, ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ତାହାଙ୍କ ଦୟାରେ ଭରସା ରଖନ୍ତି,
ଗୀତସଂହିତା 33 : 19 (ORV)
ସେମାନଙ୍କ ପ୍ରାଣ ମୃତ୍ୟୁରୁ ରକ୍ଷା କରିବା ପାଇଁ ଓ ଦୁର୍ଭିକ୍ଷ ସମୟରେ ସେମାନଙ୍କୁ ବଞ୍ଚାଇବା ପାଇଁ ସେମାନଙ୍କ ଉପରେ ତାହାଙ୍କର ଦୃଷ୍ଟି ଥାଏ ।
ଗୀତସଂହିତା 33 : 20 (ORV)
ଆମ୍ଭମାନଙ୍କ ପ୍ରାଣ ସଦାପ୍ରଭୁଙ୍କ ଅପେକ୍ଷାରେ ରହିଅଛି; ସେ ଆମ୍ଭମାନଙ୍କର ସହାୟ ଓ ଆମ୍ଭମାନଙ୍କର ଢାଲ ।
ଗୀତସଂହିତା 33 : 21 (ORV)
ଆମ୍ଭମାନଙ୍କ ଅନ୍ତଃକରଣ ତାହାଙ୍କଠାରେ ଆନନ୍ଦ କରିବ, କାରଣ ଆମ୍ଭେମାନେ ତାହାଙ୍କ ପବିତ୍ର ନାମରେ ବିଶ୍ଵାସ କରିଅଛୁ ।
ଗୀତସଂହିତା 33 : 22 (ORV)
ହେ ସଦାପ୍ରଭୋ, ତୁମ୍ଭଠାରେ ଆମ୍ଭେମାନେ ଭରସା କରିଥିବା ପ୍ରମାଣେ ଆମ୍ଭମାନଙ୍କ ପ୍ରତି ତୁମ୍ଭର ଦୟା ବର୍ତ୍ତୁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22

BG:

Opacity:

Color:


Size:


Font: