ଗୀତସଂହିତା 149 : 1 (ORV)
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର । ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର ଓ ଭକ୍ତମାନଙ୍କ ସମାଜରେ ତାହାଙ୍କର ପ୍ରଶଂସା ଗାନ କର ।
ଗୀତସଂହିତା 149 : 2 (ORV)
ଇସ୍ରାଏଲ ଆପଣା ନିର୍ମାଣକର୍ତ୍ତାଙ୍କଠାରେ ଆନନ୍ଦ କରୁ; ସିୟୋନର ସନ୍ତାନଗଣ ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହେଉନ୍ତୁ ।
ଗୀତସଂହିତା 149 : 3 (ORV)
ସେମାନେ ନୃତ୍ୟ କରି ତାହାଙ୍କ ନାମର ପ୍ରଶଂସା କରନ୍ତୁ; ସେମାନେ ଦାରା ଓ ବୀଣା ବଜାଇ ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରନ୍ତୁ ।
ଗୀତସଂହିତା 149 : 4 (ORV)
କାରଣ ସଦାପ୍ରଭୁ ଆପଣା ଲୋକଙ୍କଠାରେ ସନ୍ତୋଷ ପାଆନ୍ତି; ସେ ନମ୍ର ଲୋକମାନଙ୍କୁ ପରିତ୍ରାଣରେ ସୁଶୋଭିତ କରିବେ ।
ଗୀତସଂହିତା 149 : 5 (ORV)
ଭକ୍ତଗଣ ଗୌରବରେ ଉଲ୍ଲସିତ ହେଉନ୍ତୁ; ସେମାନେ ଆନନ୍ଦ ହେତୁ ଆପଣା ଆପଣା ଶଯ୍ୟାରେ ଗାନ କରନ୍ତୁ । ସେମାନଙ୍କ କଣ୍ଠରେ ପରମେଶ୍ଵରଙ୍କ ଉଚ୍ଚ ପ୍ରଶଂସା ଥାଉ;
ଗୀତସଂହିତା 149 : 6 (ORV)
ପୁଣି, ସେମାନଙ୍କ ହସ୍ତରେ ଦ୍ଵିବିଧ ଖଡ଼୍‍ଗ ଥାଉ ।
ଗୀତସଂହିତା 149 : 7 (ORV)
ଗୋଷ୍ଠୀୟମାନଙ୍କୁ ପ୍ରତିଫଳ ଦେବା ପାଇଁ, ଜନବୃନ୍ଦଙ୍କୁ ଶାସ୍ତି ଦେବା ପାଇଁ,
ଗୀତସଂହିତା 149 : 8 (ORV)
ସେମାନଙ୍କ ରାଜଗଣକୁ ଶିକୁଳିରେ ଓ ସେମାନଙ୍କ ପ୍ରଧାନବର୍ଗକୁ ଲୌହବେଡ଼ିରେ ବାନ୍ଧିବା ପାଇଁ,
ଗୀତସଂହିତା 149 : 9 (ORV)
ସେମାନଙ୍କ ପ୍ରତିକୂଳରେ ଲିଖିତ ବିଚାର ନିଷ୍ପନ୍ନ କରିବା ପାଇଁ, ତାହାଙ୍କ ଭକ୍ତବୃନ୍ଦର ଏହି ମର୍ଯ୍ୟାଦା । ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର ।

1 2 3 4 5 6 7 8 9

BG:

Opacity:

Color:


Size:


Font: