ଗୀତସଂହିତା 147 : 1 (ORV)
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର । କାରଣ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବାର ଉତ୍ତମ; ଯେହେତୁ ତାହା ମନୋହର ଓ ପ୍ରଶଂସା ଶୋଭନୀୟ ।
ଗୀତସଂହିତା 147 : 2 (ORV)
ସଦାପ୍ରଭୁ ଯିରୂଶାଲମକୁ ଗଢ଼ନ୍ତି; ସେ ଇସ୍ରାଏଲର ଦୂରୀକୃତ ଲୋକମାନଙ୍କୁ ସଂଗ୍ରହ କରନ୍ତି ।
ଗୀତସଂହିତା 147 : 3 (ORV)
ସେ ଭଗ୍ନାନ୍ତଃକରଣମାନଙ୍କୁ ସୁସ୍ଥ କରନ୍ତି ଓ ସେମାନଙ୍କ କ୍ଷତସବୁ ବାନ୍ଧନ୍ତି ।
ଗୀତସଂହିତା 147 : 4 (ORV)
ସେ ତାରାଗଣର ସଂଖ୍ୟା କରନ୍ତି; ସେ ସମସ୍ତଙ୍କୁ ସେମାନଙ୍କ ନାମ ଦିଅନ୍ତି ।
ଗୀତସଂହିତା 147 : 5 (ORV)
ଆମ୍ଭମାନଙ୍କର ପ୍ରଭୁ ମହାନ ଓ ଅତିଶୟ ଶକ୍ତିମାନ; ତାହାଙ୍କର ବୁଦ୍ଧି ଅସୀମ ।
ଗୀତସଂହିତା 147 : 6 (ORV)
ସଦାପ୍ରଭୁ ନମ୍ର ଲୋକଙ୍କୁ ଧରି ରଖନ୍ତି; ସେ ଦୁଷ୍ଟମାନଙ୍କୁ ଭୂମିସାତ୍ କରନ୍ତି ।
ଗୀତସଂହିତା 147 : 7 (ORV)
ଧନ୍ୟବାଦ କରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର; ବୀଣା ଯନ୍ତ୍ରରେ ଆମ୍ଭମାନଙ୍କ ପରମେଶ୍ଵରଙ୍କର ପ୍ରଶଂସା ଗାନ କର;
ଗୀତସଂହିତା 147 : 8 (ORV)
ସେ ଆକାଶକୁ ମେଘମାଳାରେ ଆଚ୍ଛନ୍ନ କରନ୍ତି, ସେ ପୃଥିବୀ ନିମନ୍ତେ ବୃଷ୍ଟି ପ୍ରସ୍ତୁତ କରନ୍ତି, ସେ ପର୍ବତଗଣରେ ତୃଣ ଉତ୍ପାଦନ କରନ୍ତି ।
ଗୀତସଂହିତା 147 : 9 (ORV)
ସେ ପଶୁକୁ ତାହାର ଆହାର ଦିଅନ୍ତି ଓ ରାବନ୍ତା ଡାମରାକାଉ ଛୁଆମାନଙ୍କୁ ଆହାର ଦିଅନ୍ତି ।
ଗୀତସଂହିତା 147 : 10 (ORV)
ସେ ଅଶ୍ଵର ବଳରେ ସନ୍ତୁଷ୍ଟ ନୁହନ୍ତି; ସେ ମନୁଷ୍ୟର ଚରଣରେ ତୁଷ୍ଟ ନୁହନ୍ତି ।
ଗୀତସଂହିତା 147 : 11 (ORV)
ସଦାପ୍ରଭୁ ଆପଣା ଭୟକାରୀମାନଙ୍କଠାରେ ଓ ତାହାଙ୍କ ଦୟାରେ ଭରସାକାରୀମାନଙ୍କଠାରେ ତୁଷ୍ଟ ଅଟନ୍ତି ।
ଗୀତସଂହିତା 147 : 12 (ORV)
ହେ ଯିରୂଶାଲମ, ସଦାପ୍ରଭୁଙ୍କର ପ୍ରଶଂସା କର; ହେ ସିୟୋନ, ତୁମ୍ଭ ପରମେଶ୍ଵରଙ୍କର ପ୍ରଶଂସା କର;
ଗୀତସଂହିତା 147 : 13 (ORV)
କାରଣ ସେ ତୁମ୍ଭ ଦ୍ଵାରର ଅର୍ଗଳସବୁ ଦୃଢ଼ କରିଅଛନ୍ତି; ସେ ତୁମ୍ଭ ମଧ୍ୟବର୍ତ୍ତୀ ତୁମ୍ଭ ସନ୍ତାନଗଣକୁ ଆଶୀର୍ବାଦ କରିଅଛନ୍ତି ।
ଗୀତସଂହିତା 147 : 14 (ORV)
ସେ ତୁମ୍ଭ ସୀମା ମଧ୍ୟରେ ଶାନ୍ତି ସ୍ଥାପନ କରନ୍ତି; ସେ ସର୍ବୋତ୍ତମ ଗହମରେ ତୁମ୍ଭକୁ ତୃପ୍ତ କରନ୍ତି ।
ଗୀତସଂହିତା 147 : 15 (ORV)
ସେ ପୃଥିବୀରେ ଆପଣା ଆଜ୍ଞା ପ୍ରେରଣ କରନ୍ତି; ତାହାଙ୍କ ବାକ୍ୟ ଅତି ଶୀଘ୍ର ଦୌଡ଼ଇ ।
ଗୀତସଂହିତା 147 : 16 (ORV)
ସେ ମେଷଲୋମ ପରି ତୁଷାର ଦିଅନ୍ତି; ସେ ଭସ୍ମ ତୁଲ୍ୟ ନୀହାର ବିଞ୍ଚି ଦିଅନ୍ତି ।
ଗୀତସଂହିତା 147 : 17 (ORV)
ସେ ଖଣ୍ତ ଖଣ୍ତ ଆହାର ପରି ବରଫ ପକାଇ ଦିଅନ୍ତି; ତାହାଙ୍କ ଶୀତ ଆଗରେ କିଏ ଠିଆ ହୋଇପାରେ?
ଗୀତସଂହିତା 147 : 18 (ORV)
ସେ ଆପଣା ବାକ୍ୟ ପଠାଇ ସେସବୁ ତରଳାଇ ପକାନ୍ତି; ସେ ଆପଣା ବାୟୁ ବହାଇଲେ ଜଳ ପ୍ରବାହିତ ହୁଏ ।
ଗୀତସଂହିତା 147 : 19 (ORV)
ସେ ଯାକୁବ ପ୍ରତି ଆପଣା ବାକ୍ୟ, ଇସ୍ରାଏଲ ପ୍ରତି ଆପଣା ବିଧି ଓ ଶାସନ ପ୍ରକାଶ କରନ୍ତି ।
ଗୀତସଂହିତା 147 : 20 (ORV)
ସେ କୌଣସି ଗୋଷ୍ଠୀ ପ୍ରତି ଏପରି ବ୍ୟବହାର କରି ନାହାନ୍ତି; ତାହାଙ୍କ ଶାସନ ବିଷୟ କହିବାକୁ ଗଲେ, ସେମାନେ ତାହା ଜାଣି ନାହାନ୍ତି । ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର ।

1 2 3 4 5 6 7 8 9 10 11 12 13 14 15 16 17 18 19 20

BG:

Opacity:

Color:


Size:


Font: